Jump to content

ଉପେନ୍ଦ୍ର ପ୍ରସାଦ ମହଲା

ଉଇକିପିଡ଼ିଆ‌ରୁ
ଉପେନ୍ଦ୍ର ପ୍ରସାଦ ମହଲା
ଜନ୍ମ (1958-05-05) ୫ ମଇ ୧୯୫୮ (ବୟସ ୬୭)
ବାଣିତିଆ, ଭଦ୍ରକ
ବୃତ୍ତି(ସମୂହ)ସାମ୍ବାଦିକ, ସାହିତ୍ୟିକ
ପିତାମାତାହରିବନ୍ଧୁ ମହଲା, ସୁଲୋଚନା ମହଲା
ପୁରସ୍କାରନାରଦ ସମ୍ମାନ, ୨୦୨୫

ଉପେନ୍ଦ୍ର ପ୍ରସାଦ ମହଲା ଜଣେ ଓଡ଼ିଆ ଭାଷୀ ସାହିତ୍ୟିକ ଓ ସାମ୍ବାଦିକ । ବୃତ୍ତି ଓ ପ୍ରବୃତ୍ତିଗତ ସଫଳତା ନିମନ୍ତେ ସେ ଅନେକ ସମ୍ମାନର ଅଧିକାରୀ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଉପେନ୍ଦ୍ର ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ବାଣୀବିହାରରୁ ସ୍ନାତକୋତ୍ତର ସମାପ୍ତି ପରେ ସେ ସାମ୍ବାଦିକତାକୁ ହିଁ ବୃତ୍ତି ଭାବେ ଗ୍ରହଣ କରି ନେଇଥିଲେ । ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ଧରି ସେ ଦୈନିକ ଧରିତ୍ରୀର ଫିଲଡ଼ ଓ ଡେକ୍ସ ରିପୋର୍ଟିଙ୍ଗ ଦାୟିତ୍ୱ ସମ୍ପାଦନ କରିବା ସହିତ ଦୈନିକ ପ୍ରମେୟରେ ମଧ୍ୟ କାର୍ଯ୍ୟ କରିଛନ୍ତି । ବାଟ ଅବାଟ ଧାରାବାହିକ ରଚନା କରିବା ସହ ଶତାଧିକ ବିଶିଷ୍ଟ ବ୍ୟକ୍ତିଙ୍କ ସାକ୍ଷାତକାର ସଂଗ୍ରହ କରିଛନ୍ତି । ସେ ଅନେକ ଫିଚର, କବିତା ଓ ଗଳ୍ପ ମଧ୍ୟ ରଚନା କରିଛନ୍ତି । ସାମ୍ବାଦିକତା କ୍ଷେତ୍ରରେ ଜଣେ ଉତ୍ତମ ପ୍ରଶିକ୍ଷକ ଭାବେ ସେ ଜଣାଶୁଣା । ସେ "ଗାଁ କନିଅର" ପତ୍ରିକା, ଭଦ୍ରକ କଲେଜରେ ପ୍ରାଚୀର ପତ୍ର "ପ୍ରତୀଚୀ" ତଥା ଦେବେନ୍ଦ୍ର ସ୍ମରଣିକା ସହିତ ୨୦ ବର୍ଷରୁ ଊର୍ଦ୍ଧ୍ବ ଧରିତ୍ରୀ ବାର୍ଷିକ ପତ୍ରିକାର ସମ୍ପାଦନା କରିଥିଲେ । ବାଣୀବିହାରରେ ପଢ଼ିବା ବେଳେ ମୋଟ ୫ଜଣ ସହପାଠୀଙ୍କ ସହ ମିଶି "ଅନ୍ୟ ସକାଳ" କବିତା ସଙ୍କଳନ ୧୯୮୨ରେ ପ୍ରକାଶ କରିଥିଲେ ।

ରଚନାବଳୀ

[ସମ୍ପାଦନା]
  • ରୋମାଞ୍ଚିତ ଅନ୍ଧାର (ଫିଚର)
  • ନୀଳ ଶୂନ୍ୟର ସଖୀ (କବିତା)
  • Innovative News Makers
  • Blueprint for Success

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ନାରଦ ସମ୍ମାନ, ୨୦୨୫[][]
  • ଦିବ୍ୟାଲୋକ ସନ୍ଧାନେ ସାମ୍ବାଦିକ ରତ୍ନ ସମ୍ମାନ ୨୦୨୫
  • ଖୋର୍ଦ୍ଧା ମହୋତ୍ସବ ସମ୍ମାନ
  • ଷ୍ଟୋରୀ ମିରର ସମ୍ମାନ
  • ପ୍ରତିଲିପି ପୁରସ୍କାର