Jump to content

ଉଧାର କରିବୁ ସାତପୁରୁଷ

ଉଇକିପିଡ଼ିଆ‌ରୁ
ଉଧାର କରିବୁ ସାତପୁରୁଷ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକଅଜୟ ରାଉତ
କାହାଣୀସଞ୍ଜୟ ନାୟକ
କଳାକାରଜ୍ୟୋତି ପ୍ରକାଶ ପଣ୍ଡା
ହେଲିନା
ପ୍ରଦ୍ୟୁମ୍ନ ଲେଙ୍କା
କେଦାର ମିଶ୍ର
ସଙ୍ଗୀତବୈଦ୍ୟନାଥ ଦାଶ
ବିତରକଜୀ ସାର୍ଥକ
ମୁକ୍ତିଲାଭ ତାରିଖ
୧୨ ଅକ୍ଟୋବର ୨୦୨୫
ଦେଶ ଭାରତ
ଭାଷାଓଡ଼ିଆ

ଉଧାର କରିବୁ ସାତପୁରୁଷ ୨୦୨୫ ମସିହାରେ ଟେଲିଭିଜନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ରାଉତ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ପ୍ରକାଶ ପଣ୍ଡା ଓ ହେଲିନା । ପ୍ରଦ୍ୟୁମ୍ନ ଲେଙ୍କା, କେଦାର ମିଶ୍ର, ରାଜଶ୍ରୀ, ଶୁଭ୍ରାଂଶୁ ନାୟକ, ବିରେନ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୨ ଅକ୍ଟୋବର ୨୦୨୫ରେ ଏହି କଥାଚିତ୍ରଟି ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।

ଅଭିନୟ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଶଶାଙ୍କ ଶେଖର, ସଞ୍ଜୁ ମହାନ୍ତି, ଚିରାଗଦୀପ ପଣ୍ଡା, ନେହା ନିହାରିକା କର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତଗାୟକସମୟ
1."ଉଧାର କରିବୁ ସାତପୁରୁଷ"ଶଶାଙ୍କ ଶେଖର, ସଞ୍ଜୁ ମହାନ୍ତି 
2."ଅନୁମତି"ଚିରାଗଦୀପ ପଣ୍ଡା, ନେହା ନିହାରିକା କର 
3."ଫୁଲଦାନୀ"ଚିରାଗଦୀପ ପଣ୍ଡା, ନେହା ନିହାରିକା କର 

ବାହାର ଆଧାର

[ସମ୍ପାଦନା]