ଉଦୟ ଉମେଶ ଲଳିତ
ଉଦୟ ଉମେଶ ଲଳିତ | |
|---|---|
Uday Lalit in 2024 | |
| 49th Chief Justice of India | |
| କାର୍ଯ୍ୟକାଳ 27 August 2022 – ୮ ନଭେମ୍ବର ୨୦୨୨ | |
| ରାଷ୍ଟ୍ରପତି | ଦ୍ରୌପଦୀ ମୁର୍ମୁ |
| ପୂର୍ବ ଅଧିକାରୀ | N. V. Ramana |
| ପର ଅଧିକାରୀ | Dhananjaya Y. Chandrachud |
| Judge of the Supreme Court of India | |
| କାର୍ଯ୍ୟକାଳ 13 August 2014 – ୨୬ ଅଗଷ୍ଟ ୨୦୨୨ | |
| Nominated by | Rajendra Mal Lodha |
| Appointed by | ପ୍ରଣବ ମୁଖାର୍ଜୀ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୯ ନଭେମ୍ବର ୧୯୫୭ Solapur, Bombay State (present-day Maharashtra), India |
| ଜୀବନ ସାଥୀ | Amita Lalit |
| ବାପା/ବୋଉ | U.R. Lalit (father) |
| ଘର | 5, Krishna Menon Marg, Sunehri Bagh, New Delhi, India[୧] |
| ଶିକ୍ଷାନୁଷ୍ଠାନ | Government Law College, Mumbai, (LLB) |
ଉଦୟ ଉମେଶ ଲଳିତ (ଜନ୍ମ ୯ ନଭେମ୍ବର ୧୯୫୭) ଜଣେ ଭାରତୀୟ ଆଇନଜୀବୀ ଓ ଭାରତର ସର୍ବୋଚ୍ଚ ନ୍ୟାୟାଲୟର ପୂର୍ବତନ ବିଚାରପତି । ସେ ଭାରତର ୪୯ତମ ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ।[୨][୩] ସୁପ୍ରିମ୍ କୋର୍ଟରେ ନ୍ୟାୟାଧୀଶ ଭାବେ ନିଯୁକ୍ତି ପୂର୍ବରୁ ସେ ସୁପ୍ରିମ୍ କୋର୍ଟରେ ଜଣେ ବରିଷ୍ଠ ଅଧିବକ୍ତା ଭାବେ ପ୍ରାକ୍ଟିସ୍ କରୁଥିଲେ । ନ୍ୟାୟମୂର୍ତ୍ତି ଲଳିତ ସେହି ଏଗାରଜଣ ବରିଷ୍ଠ ଅଧିବକ୍ତାମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ସିଧାସଳଖ ଭାବେ ସୁପ୍ରିମ୍ କୋର୍ଟକୁ ପଦୋନ୍ନତି ପାଇଛନ୍ତି । ସେ ବର୍ତ୍ତମାନ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ, ବମ୍ବେର ଅଶାଙ୍କ ଦେଶାଇ ସେଣ୍ଟର୍ ଫର୍ ପଲିସି ଷ୍ଟଡିଜ୍ରେ ‘ଡିଷ୍ଟିଙ୍ଗୁଇସ୍ଡ ଭିଜିଟିଙ୍ଗ ପ୍ରୋଫେସର’ ଭାବେ ଓ ପଶ୍ଚିମବଙ୍ଗ ରାଷ୍ଟ୍ରୀୟ ବିଧି ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ମଧ୍ୟ ‘ଡିଷ୍ଟିଙ୍ଗୁଇସ୍ଡ ଭିଜିଟିଙ୍ଗ ପ୍ରୋଫେସର’ ଭାବେ କାର୍ଯ୍ୟରତ।
ପରିବାର ଓ ଶିକ୍ଷା
[ସମ୍ପାଦନା]ଲଳିତଙ୍କ ଜନ୍ମ ସୋଲାପୁରରେ U. R. ଲଳିତଙ୍କ ପରିବାରରେ ହୋଇଥିଲା, ଯିଏ ବମ୍ବେ ଉଚ୍ଚ ନ୍ୟାୟାଳୟ ନାଗପୁର ବେଞ୍ଚର ପୂର୍ବତନ ଅତିରିକ୍ତ ନ୍ୟାୟାଧୀଶ ଓ ତା ପୂର୍ବରୁ ସୁପ୍ରିମ୍ କୋର୍ଟରେ ପ୍ରାକ୍ଟିସ୍ କରୁଥିବା ଜଣେ ବରିଷ୍ଠ ଅଧିବକ୍ତା ଥିଲେ । ସେମାନଙ୍କ ପରିବାର କୋଙ୍କଣ ଅଞ୍ଚଳରୁ ଆସିଥିଲା, କିନ୍ତୁ ତାଙ୍କ ଜେଜେବାପା ରଙ୍ଗନାଥ ଲଳିତ ଆଇନ ପ୍ରାକ୍ଟିସ୍ ଆରମ୍ଭ କରିବା ନିମିତ୍ତ ସେମାନେ ସୋଲାପୁରକୁ ଚାଲିଆସିଥିଲେ।[୪] ଜଷ୍ଟିସ୍ ଉଦୟ ଉମେଶ ଅମିତା ଲଳିତଙ୍କୁ ବିବାହ କରିଛନ୍ତି । ଲଳିତ ସୋଲାପୁରର ହରିଭାଇ ଦେଓକରନ ହାଇସ୍କୁଲରେ ପଢ଼ିଥିଲେ ଓ ଗଭର୍ନମେଣ୍ଟ ଲ ଲୋରେଜ କଲେଜ୍, ମୁମ୍ବାଇରୁ ଆଇନରେ ସ୍ନାତକ ଡିଗ୍ରୀ ଲାଭ କରିଛନ୍ତି ।
ସଂକ୍ଷିପ୍ତ ପେଶାଜୀବନ
[ସମ୍ପାଦନା]ଲଳିତ ଜୁନ୍ ୧୯୮୩ରେ ମହାରାଷ୍ଟ୍ର ଓ ଗୋଆ ବାର୍ କାଉନ୍ସିଲରେ ଅଧିବକ୍ତା ଭାବେ ଭର୍ତ୍ତି ହୋଇଥିଲେ । ସେ ତାଙ୍କ ପ୍ରାକ୍ଟିସ୍ ଅଧିବକ୍ତା M. A. Raneଙ୍କ ସହ ଆରମ୍ଭ କରିଥିଲେ, ଯିଏ ରେଡିକାଲ୍ ହ୍ୟୁମାନିଜ୍ମ୍ ଧାରାର ପ୍ରବକ୍ତା ଭାବେ ପରିଚିତ ଥିଲେ । ୧୯୮୫ରେ ସେ ତାଙ୍କ ପ୍ରାକ୍ଟିସ୍ ପାଇଁ ଦିଲ୍ଲୀକୁ ସ୍ଥାନାନ୍ତର ହେଲେ ଓ ବରିଷ୍ଠ ଅଧିବକ୍ତା ପ୍ରବୀଣ ହେଚ୍ ପାରେଖଙ୍କ ଚେମ୍ବରରେ ଯୋଗଦେଲେ । ୧୯୮୬ରୁ ୧୯୯୨ ପର୍ଯ୍ୟନ୍ତ ସେ ଭାରତର ପୂର୍ବତନ ଆଟର୍ନି ଜେନେରାଲ୍ ସୋଲି ସୋରାବଜୀଙ୍କ ସହ କାମ କରିଥିଲେ । ୩ ମେ ୧୯୯୨ରେ ସେ ସୁପ୍ରିମ୍ କୋର୍ଟରେ ଏକ ‘ଆଡଭୋକେଟ୍-ଅନ-ରେକର୍ଡ’ ଭାବେ ଯୋଗ୍ୟତା ହାସଲ କରିଥିଲେ । ୨୯ ଏପ୍ରିଲ୍ ୨୦୦୪ରେ ସେ ସୁପ୍ରିମ୍ କୋର୍ଟର ବରିଷ୍ଠ ଅଧିବକ୍ତା ଭାବେ ମାନ୍ୟତା ପ୍ରାପ୍ତ ହୋଇଥିଲେ । ୨୦୧୧ରେ ନ୍ୟାୟମୂର୍ତ୍ତି G. S. Singhvi ଓ Asok Kumar Gangulyଙ୍କ ଦୁଇଜଣିଆ ସୁପ୍ରିମ୍ କୋର୍ଟ ବେଞ୍ଚ ତାଙ୍କୁ 2G ସ୍ପେକ୍ଟରମ୍ ମାମଲାରେ CBIଙ୍କ ବିଶେଷ ସରକାରୀ ଅଧିବକ୍ତା ଭାବେ ନିଯୁକ୍ତ କଲେ ଓ କହିଥିଲେ ଯେ “ମାମଲାର ନିରପେକ୍ଷ ଓ ନ୍ୟାୟସଙ୍ଗତ ଅଭିଯୋଗ ପାଇଁ U. U. Lalitଙ୍କ ନିଯୁକ୍ତି ଅତ୍ୟନ୍ତ ଉଚିତ।”[୫]
ସୁପ୍ରିମ୍ କୋର୍ଟ ନ୍ୟାୟାଧୀଶ ଭାବେ
[ସମ୍ପାଦନା]୨୦୧୪ ଜୁଲାଇରେ, ତତ୍କାଳୀନ ଭାରତର ମୁଖ୍ୟ ନ୍ୟାୟାଧୀଶ ରାଜେନ୍ଦ୍ର ମଲ୍ ଲୋଧାଙ୍କ ଅଧ୍ୟକ୍ଷତାରେ ସୁପ୍ରିମ୍ କୋର୍ଟ କଲେଜିଅମ୍ ତାଙ୍କୁ ସୁପ୍ରିମ୍ କୋର୍ଟକୁ ନ୍ୟାୟାଧୀଶ ଭାବେ ପଦୋନ୍ନତି ପାଇବା ପାଇଁ ସୁପାରିଶ କଲା।[୬] ୧୩ ଅଗଷ୍ଟ ୨୦୧୪ରେ ସେ ନ୍ୟାୟାଧୀଶ ଭାବେ ନିଯୁକ୍ତି ପାଇଲେ ଓ ସୁପ୍ରିମ୍ କୋର୍ଟକୁ ସିଧାସଳଖ ଉନ୍ନତି ପାଇଥିବା ଛଅନମ୍ବର ଅଧିବକ୍ତା ହେଲେ ।
୨୦୧୭ରେ, ସେ ପାଞ୍ଚଜଣିଆ ନ୍ୟାୟାଧୀଶଙ୍କ ବେଞ୍ଚର ଅଂଶ ଥିଲେ ଯାହା ତିନି ତଲାକ୍ର ଅସାମ୍ବିଧାନିକ ସ୍ୱଭାବ ବିରୁଦ୍ଧରେ ମାମଲା ଶୁଣାଣି କଲା। ଭାରତୀୟ ମୁସଲିମ୍ ପୁରୁଷମାନେ "ତଲାକ୍" ଶବ୍ଦଟି ତିନିଥର କହି ଯେପରି ତାଙ୍କ ସ୍ତ୍ରୀଙ୍କୁ ବିବାହ ବିଚ୍ଛେଦ କରୁଥିଲେ, ସେହି ପ୍ରଥାକୁ ଲଳିତ ସହିତ J. S. Khehar, କୁରିଆନ୍ ଜୋସେଫ, R. F. Nariman ଓ ଅବ୍ଦୁଲ୍ ନଜୀରଙ୍କ ବେଞ୍ଚ ରାୟ ଦେଇ ନିଷେଧ କରିଦେଲା ।
୧୦ ଜାନୁଆରୀ ୨୦୧୯ରେ, ନ୍ୟାୟମୂର୍ତ୍ତି ଲଳିତ ଅଯୋଧ୍ୟା ବିବାଦ ମାମଲା ଶୁଣିବା ପାଇଁ ଗଠିତ ପାଞ୍ଚଜଣ ନ୍ୟାୟାଧୀଶଙ୍କ ବେଞ୍ଚରୁ ନିଜକୁ ପ୍ରତ୍ୟାହାର କରିନେଲେ। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପକ୍ଷରେ ସେ ପୂର୍ବରୁ ଜଣେ ଅଧିବକ୍ତା ଭାବେ ଉପସ୍ଥିତ ହୋଇଥିବାକୁ ନ୍ୟାୟମୂର୍ତ୍ତି ଲଳିତ ଏହି ମାମଲାରେ ଅଂଶ ନେବାକୁ ଇଚ୍ଛୁକ ନୁହନ୍ତି ବୋଲି ପ୍ରକାଶ ପାଇଲା। ସେ ଅନ୍ୟାନ୍ୟ କିଛି ଉଚ୍ଚ ପ୍ରୋଫାଇଲ୍ ମାମଲାରୁ ମଧ୍ୟ ନିଜକୁ ପ୍ରତ୍ୟାହାର କରିଛନ୍ତି । ମେ ୨୦୨୧ରେ, ସେ ଏକ ବେଞ୍ଚର ଅଂଶ ଥିଲେ ଯାହା ୨୦୧୮ ଭୀମା କୋରେଗାଓଁ ହିଂସାର ଅଭିଯୁକ୍ତ ସଚେତନକାରୀ ଗୌତମ ନବଲଖାଙ୍କୁ ଜାମିନ୍ ଦେବାକୁ ମନା କଲେ । ସେ ଇନ୍ଦୁ ମଲ୍ହୋତ୍ରାଙ୍କ ସହ ଦୁଇଜଣିଆ ବେଞ୍ଚର ଅଂଶ ଥିଲେ, ଯାହା ୧୩ ଜୁଲାଇ ୨୦୨୦ରେ ତ୍ରାଭେଙ୍କୋର ରାଜପରିବାରଙ୍କ ପଦ୍ମନାଭସ୍ୱାମୀ ମନ୍ଦିର ପରିଚାଳନା ଅଧିକାରକୁ ଯଥାର୍ଥ ବୋଲି ରାୟ ଦେଲେ ।[୭]
ଭାରତର ମୁଖ୍ୟ ନ୍ୟାୟାଧୀଶ ଭାବେ
[ସମ୍ପାଦନା]
୧୦ ଅଗଷ୍ଟ ୨୦୨୨ରେ, ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଭାରତର ୪୯ତମ ମୁଖ୍ୟ ନ୍ୟାୟାଧୀଶ ଭାବେ ନିଯୁକ୍ତ କଲେ । ୨୭ ଅଗଷ୍ଟ ୨୦୨୨ରେ ସେ ରାଷ୍ଟ୍ରପତି ଭବନରେ ଏହି ପଦର ଶପଥ ନିଲେ। ସେ ବାରରୁ ସିଧାସଳଖ ଭାବେ ମୁଖ୍ୟ ନ୍ୟାୟାଧୀଶ ହୋଇଥିବା ଦ୍ୱିତୀୟ ବ୍ୟକ୍ତି ।
ମୁଖ୍ୟ ନ୍ୟାୟାଧୀଶ ଲଳିତଙ୍କ କାର୍ଯ୍ୟକାଳ କମ ହେଲେ ମଧ୍ୟ ସୁପ୍ରିମ୍ କୋର୍ଟରେ ବ୍ୟାପକ ପ୍ରଶାସନିକ ପରିବର୍ତ୍ତନ ଆଣିଥିଲା । ପ୍ରତ୍ୟେକ ବେଞ୍ଚ୍କୁ ପ୍ରତିଦିନ ୬୦–୭୦ଟି ମାମଲା ଶୁଣିବାକୁ ପଡ଼ୁଥିଲା । ୧୯୬୦ ଦଶକରେ ସର୍ବମୋଟ ହାରାହାରି ୧୩୪ଟି ସାମ୍ବିଧାନିକ ବେଞ୍ଚର ରାୟ ଦିଆଯାଉଥିଲା, କିନ୍ତୁ ୨୦୨୧ରେ ଏହା ହ୍ରାସ ପାଇ ୨ଟିକୁ ଆସିପହଞ୍ଚିଲା । ଏହି ପରିସ୍ଥିତିରେ ୫୩ଟି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ମାମଲା ଅଶୁଣା ଓ ଶୁଣାଣି ଅପେକ୍ଷାରେ ରହିଯାଇଥିଲା । ଏହାକୁ ସଜାଡିବା ପାଇଁ ନ୍ୟାୟମୂର୍ତ୍ତି ଲଳିତ କାର୍ଯ୍ୟଭାର ଗ୍ରହଣର ପ୍ରଥମ ଦିନ ଘୋଷଣା କଲେ ଯେ ଏକ ସାମ୍ବିଧାନିକ ବେଞ୍ଚ ୨୫ଟି ସାମ୍ବିଧାନିକ ମାମଲା ଶୁଣିବ। ତାଙ୍କ କାର୍ଯ୍ୟକାଳରେ ପ୍ରତିଦିନ ଅତିକମରେ ଗୋଟିଏ ସାମ୍ବିଧାନିକ ବେଞ୍ଚ କାମ କରୁଥିଲା ।
ତାଙ୍କରି କାର୍ଯ୍ୟକାଳରେ ବିଚାର ହୋଇଥିବା କିଛି ଗୁରୁତ୍ତ୍ଵପୂର୍ଣ୍ନ ମାମଲାଗୁଡ଼ିକରେ ଥିଲା—
ନାଗରିକତା ସଂଶୋଧନ ଆଇନର ବୈଧତା, ନୋଟବନ୍ଦୀର ବୈଧତା, ସୁପ୍ରିମ୍ କୋର୍ଟର ଆଞ୍ଚଳୀକ ବେଞ୍ଚ ସ୍ଥାପନ, ଆନ୍ଧ୍ରପ୍ରଦେଶରେ ମୁସଲିମ୍ମାନଙ୍କୁ ଶାରୀରିକ ଓ ଶିକ୍ଷାଗତ ଭାବେ ପଛୁଆ ସମୁଦାୟ ଘୋଷଣା, ସମ୍ମାନଜନକ ମୃତ୍ୟୁର ଅଧିକାର, ଜଲ୍ଲିକଟ୍ଟୁ ସୁରକ୍ଷା ଆଦି ।[୮]
ଆଧାର
[ସମ୍ପାଦନା]- ↑ "Delhi confidential: Mutual Praise". 24 August 2021.
- ↑ Rajagopal, Krishnadas (2022-08-27). "CJI Lalit has big plans lined up during his short tenure". The Hindu (in Indian English). ISSN 0971-751X. Retrieved 2022-09-04.
- ↑ "Justice U.U. Lalit appointed 49th Chief Justice of India". The Hindu (in Indian English). 2022-08-10. ISSN 0971-751X. Retrieved 2022-08-17.
- ↑ author/lokmat-english-desk (2022-08-05). "Solapur Maharashtra's Uday Umesh Lalit likely to be 49th Chief Justice of India - www.lokmattimes.com". Lokmat Times (in ଇଂରାଜୀ). Retrieved 2025-12-06.
{{cite web}}:|last=has generic name (help) - ↑ Singh, Sanjay K. (2011-04-12). "2G scam: SC orders Lalit be made prosecutor". The Economic Times. ISSN 0013-0389. Retrieved 2025-12-06.
- ↑ IndiaToday.in (2014-07-11). "SC judge appointment: Who is UU Lalit?". India Today (in ଇଂରାଜୀ). Retrieved 2025-12-06.
- ↑ "Padmanabhaswamy Temple verdict: Supreme Court upholds shebaitship of Travancore royal family – Explained". www.timesnownews.com (in ଇଂରାଜୀ). 13 July 2020. Retrieved 2020-08-18.
- ↑ Wahal, Kumar Kartikeya & Kamya (2022-09-22). "Can CJI Lalit Change The Way Constitutional Benches Work?". www.livelaw.in (in ଇଂରାଜୀ). Retrieved 2025-12-06.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |