ଉଇଲିୟମ ବଟଲର୍ ଏଟସ୍
ଉଇଲିୟମ ବଟଲର୍ ଏଟସ୍ (ଇଂରାଜୀ: William Butler Yeats) (୧୩ ଜୁନ୍ ୧୮୬୫ – ୨୮ ଜାନୁଆରୀ ୧୯୩୯) ଜଣେ ପ୍ରସିଦ୍ଧ ଆୟରିଶ୍ କବି, ନାଟକକାର ଏବଂ ଚିନ୍ତକ ଥିଲେ । ସେ ଆୟରିଶ୍ ଏବଂ ବ୍ରିଟିଶ୍ – ଉଭୟ ସାହିତ୍ୟରେ ଜଣେ ପ୍ରବାଦ ପୁରୁଷ ବୋଲି ପରିଚିତ । ଜୀବନର ଶେଷ କିଛି ବର୍ଷ ସେ ଦୁଇ ଅବଧି ପର୍ଯ୍ୟନ୍ତ ଆୟରିଶ୍ ସେନେଟର୍ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ । ଏଟସ୍ ଥିଲେ ଏମିତି ପ୍ରଥମ ଆୟରିଶ୍ ବ୍ୟକ୍ତି ଯିଏ ୧୯୨୩ ମସିହାରେ ସାହିତ୍ୟକ୍ଷେତ୍ରର ସର୍ବୋଚ୍ଚ ସମ୍ମାନ ନୋବେଲ୍ ପୁରସ୍କାର ଅର୍ଜନ କରିଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଏଟସ୍ଙ୍କ ଜନ୍ମ ଏବଂ ପଢ଼ାଶୁଣା ଆୟରଲ୍ୟାଣ୍ଡର ଡବଲିନ୍ ପ୍ରଦେଶର ସ୍ୟାଣ୍ଡିମାଉଣ୍ଟରେ ହୋଇଥିଲା, ଯଦିଓ ତାଙ୍କ ଶିଶୁକାଳର ଅଧିକାଂଶ ସମୟ କାଉଣ୍ଟି ସ୍ଲିଗୋ ନାମକ ସହରରେ କଟିଥିଲା । ସେ ଛୋଟବେଳୁ ହିଁ କବିତା ଓ ପୌରାଣିକ କଥାବଳୀ ପ୍ରତି ଆକୃଷ୍ଟ ହୋଇଥିଲେ । ଯୁବାବସ୍ଥାରେ ସେ କବିତା ପଢ଼ିବା ଆରମ୍ଭ କରିଥିଲେ ଏବଂ ଏହି ସମୟରେ ସେ ଆୟରିଶ୍ ପୌରାଣିକ କଥାବଳୀ ଏବଂ ରହସ୍ୟମୟ ସାହିତ୍ୟ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହେଉଥିଲେ । ତାଙ୍କ ପ୍ରାରମ୍ଭିକ କବିତାମାନେ ଦେବ-ଦେବୀ, ଦେବତ୍ମା, ଓ ଆୟରିଶ୍ ଦୂର୍ଲଭ ଗାଥାରୁ ପ୍ରଭାବିତ ଥିଲେ ।[୨] ତାଙ୍କର ପ୍ରାଥମିକ ସୃଷ୍ଟିଗୁଡ଼ିକରେ ଏହି ପ୍ରଭାବ ପ୍ରକାଶିତ ହୁଏ । ଏହି ଧାରା ଉନ୍ନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଚାଲିଥିଲା । ତାଙ୍କର ପ୍ରଥମ କବିତା ସଂଗ୍ରହ ୧୮୮୯ ମସିହାରେ ପ୍ରକାଶିତ ହୋଇଥିଲା ।
ଏଟ୍ସଙ୍କର ଶ୍ରେଷ୍ଠତମ ସାହିତ୍ୟକୃତିଗୁଡିକ ନୋବେଲ୍ ଜିତିବା ପରେ ଲେଖାଯାଇଥିଲା । ଏହି କାର୍ଯ୍ୟଗୁଡିକ ମଧ୍ୟରେ ଅଛି ଦ ଟାୱାର୍ (୧୯୨୮) ଓ ଦ ୱିଣ୍ଡିଂ ସ୍ଟେୟାର୍ ଆଣ୍ଡ ଅଦର୍ ପୋଏମ୍ସ (୧୯୨୯) । 'ଇଷ୍ଟର୍ ସାଣ୍ଡେ' ତାଙ୍କର ଏକ ପ୍ରସିଦ୍ଧ କବିତା ଯାହା ଆୟରିଶ୍ ବିପ୍ଳବ ଘଟଣାକୁ ଚିତ୍ରିତ କରିଥାଏ ।
ସେ ୨୮ ଜାନୁଆରୀ ୧୯୩୯ ମସିହାରେ ପରଲୋକ ଗମନ କରିଥିଲେ ।[୩]
ଆଧାର
[ସମ୍ପାଦନା]- ↑ "The Nobel Prize in Literature 1923". NobelPrize.org (in ଆମେରିକୀୟ ଇଂରାଜୀ). Retrieved 2025-04-14.
- ↑ Conner, Lester I. (1999-01-01). A Yeats Dictionary: Persons and Places in the Poetry of William Butler Yeats (in ଇଂରାଜୀ). Syracuse University Press. ISBN 978-0-8156-2770-8.
- ↑ Studio, Wireless to THE NEW YORK TIMES Times (1939-01-30). "W.B. YEATS DEAD; FAMOUS IRISH POET; Winner of the Nobel Prize for Literature in 1923 Is Stricken in France NOTED TOO AS PLAYWRIGHT Hailed by Masefield in 1935 as 'Greatest Living Poet'-- An Abbey Theatre Founder Wrote Poems, Esays, and Plays Went to School in London Active in Abbey Theatre Crowded Years Recalled ABBEY THEATRE CLOSES Will Remain Inactive for a Week as Tribute to Yeats". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 2025-04-14.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |