ଉଇକିପିଡ଼ିଆ ଆଲୋଚନା:ଜନ୍ମତିଥି/୧୦

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି[ସମ୍ପାଦନା]

ବନ୍ଧୁଗଣ, ଜାନୁଆରି ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆକୁ ଦଶବର୍ଷ ପୁରିବାକୁ ଯାଉଛି । ସୌଭାଗ୍ୟର ବିଷୟ ଯେ ଏଥର ଭାରତୀୟ ଜନସଂଚାର ସଂସ୍ଥାନ ତାଙ୍କ କ୍ୟାମ୍ପସରେ ଓଡ଼ିଆ ଉଇକିପିଡ଼ିଆର ଏହି ମହୋତ୍ସବକୁ ପାଳନ କରିବାକୁ ଆମମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ଏଥିରେ ତାଙ୍କ ଅନୁଷ୍ଠାନର ଯେଉଁ ୧୯ ଜଣ ଓଡ଼ିଆ ଗଣମାଧ୍ୟମ ଛାତ୍ର ଅଛନ୍ତି ସେମାନେ ମଧ୍ୟ ଭାଗନେବେ । ଏହି ଦିନ ସେଠାରେ ଏକ ସାମୁହିକ ମେଳଣ କରି ଭାରତୀୟ ଜନସଂଚାର ସଂସ୍ଥାନର ଏହି ନୂଆ ଓଡ଼ିଆ ଉଇକିଆଳିଙ୍କୁ ସେମାନଙ୍କ ଅବଦାନ ପାଇଁ ଉତ୍ସାହିତ କରି କିଛି ସାମାନ୍ୟ ଉପହାର ପ୍ରଦାନ କରାଯିବ । ଏହି ଉତ୍ସବ ପାଇଁ ଆମମାନଙ୍କୁ କିଛି ପୂର୍ବ ପ୍ରସ୍ତୁତି କରିବାକୁ ପଡ଼ିବ ଓ ସେଥିପାଇଁ ଏକ ଛୋଟ କାର୍ଯ୍ୟକାରୀ ଦଳ ଗଠନ କରିବାର ଆବଶ୍ୟକ‌ତା ରହିଛି । ଆମେମାନେ IRC (Internet Relay Chat) କରି ଏହି କାର୍ଯ୍ୟକ୍ରମ ପାଇଁ କିଛି ଯୋଜନା କରିପାରିବା । ନିକଟରେ ଓଡ଼ିଆରେ ଓଡ଼ିଆ ଉଇକିପିଡ଼ିଆରେ କିଛି କର୍ମଶାଳା ଓ ଆଲୋଚନା ସମ୍ଭନ୍ଧରେ ମୁଁ ଏଥିରେ ସୂଚନା ମଧ୍ୟ ଦେବି । ଏଥିପାଇଁ ମୁଁ ସମସ୍ତ ଉଇକିଆଳିଙ୍କୁ ଅନୁରୋଧ କରୁଛି ସେମାନେ କେଉଁଦିନ କେତେବେଳେ ଏକ IRC ଆଲୋଚନା ପାଇଁ ଉପଲବ୍ଧ ରହିପାରିବେ ତାହା ଏହି ଲେଖା ତଳେ ଜଣାନ୍ତୁ ।--ସୁଭାସିସ ପାଣିଗାହିମୋ ସାଙ୍ଗେ କ‌ଥାବାର୍ତ୍ତା ୦୬:୪୧, ୨୮ ନଭେମ୍ବର ୨୦୧୩ (UTC)

ଆଲୋଚନାର ମୁଖ୍ୟ ବିଷୟ[ସମ୍ପାଦନା]

  1. ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ପାଇଁ ଯୋଜନା
  2. ଓଡ଼ିଶାରେ ନ‌ଭେମ୍ବର ମାସରେ ହୋଇଥିବା କର୍ମଶାଳା, ମେଳଣ ଆଲୋଚନା ଓ ମିଟିଙ୍ଗ ବିଷୟରେ ସୂଚନା
  3. ଆଗାମୀ କାର୍ଯ୍ୟକ୍ରମ

ଆପଣ କେଉଁ ସମୟରେ ଉପଲବ୍ଧ ରହିବେ ଓ ଆପଣଙ୍କ ନାମ[ସମ୍ପାଦନା]

  1. ୭ ଡିସେମ୍ବର ପରେ ଉପଲବ୍ଧ ରହିବି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୩:୨୪, ୩୦ ନଭେମ୍ବର ୨୦୧୩ (UTC)
  2. ୮ ଡିସେମ୍ବର ୨୦୧୩, ସନ୍ଧ୍ୟା ୭ ଘଟିକା ରେ ସମସ୍ତେ ଉପସ୍ଥିତ ରହିପାରିବେ କି ? ଅନ୍ୟ ଯେ କୈଣସି ଦିନ ଧାର୍ଯ୍ୟ ହେଲେ ମଧ୍ୟ ମୁଁ ଉପସ୍ଥିତ ରହିପାରିବି । --Aditya Mahar (ମୋ ଆଲୋଚନା) ୦୫:୩୦, ୩୦ ନଭେମ୍ବର ୨୦୧୩ (UTC)
  3. ୮ ଡିସେମ୍ବର ୨୦୧୩, ସନ୍ଧ୍ୟା ୭ ଘଟିକା ରେ ମୁଁ ରହିପାରିବି ନାହିଁ । ବାହାଘର ଅଛି, ଯିବାକୁ ହେବ । --Subas Chandra Rout (ମୋ ଆଲୋଚନା) ୧୫:୧୪, ୨ ଡିସେମ୍ବର ୨୦୧୩ (UTC)
  4. ୮ ଡିସେମ୍ବର ୨୦୧୩, ସନ୍ଧ୍ୟା ୭ ଟା ଭଲ ହୁଅନ୍ତା । କିନ୍ତୁ ସୁବାସ ସାର ରହିପାରିବେନି ଏଣୁ ସୋମବାର ଦିନ ୭ ଟା କିମ୍ବା ୮ ଟା ବି ଭଲ ହେବ । (୧୦ ପରେ ଚଳିବ କି ? କାରଣ ମୁଁ ଭାବୁଛି ୯ ଟାରେ ସବୁ ଖାଇବା ପାଇଁ ଯିବେ । ଆଲୋଚନା ଅଧାରେ ରଖିବାକୁ ପଡିବ । ଏକାଥରେ ଖାଇସାରି ବସିଗଲେ .... ନିଦ ଆସିବା ଯାଏ ଗପୁଥିବା :P )--ଶିତିକଣ୍ଠ (ଆଲୋଚନା) ୧୭:୫୯, ୩ ଡିସେମ୍ବର ୨୦୧୩ (UTC)
  5. ଯେଉଁଦିନ ଯେତେବେଳେ ହେଲେବି ମୁଁ ଚେଷ୍ଟା କରିବି ଭାଗ ନେବା ପାଇଁ । -- ଅଂଶୁମାନ ତାର ଯୋଡ଼ିବେ? ୧୭:୫୯, ୧୫ ଡିସେମ୍ବର ୨୦୧୩ (UTC)

ଅନ୍ୟ ଆଲୋଚନା[ସମ୍ପାଦନା]

  • ମୁଁ ଭାବୁଛି, ମୁଁ ନ ରହିଲେ ବି ଆପଣମାନେ କାମ ଚଲାନ୍ତୁ । ମୁଁ ବି ତ ସେମିତି ପୁରୁଖା ସମ୍ପାଦକ ନୁହେଁ, ପୁରୁଖା ସମ୍ପାଦକ ତାଲିକାରେ ମୋର ନାମ ନାହିଁ, ଯିଏ ନ ରହିଲେ ଅସୁବିଧା ହେବ । 'ଉଇକିପିଡିଆ ବାବଦରେ' ବି ଲେଖାଅଛି,' in practice editing will be performed by a certain demographic (younger rather than older)' । ସୁତରାଂ ଆପଣମାନେ କାମ ଚାଲୁ ରଖନ୍ତୁ । ମୋର ଶୁଭ କାମନା ସବୁବେଳେ ଆପଣମାନଙ୍କ ସହ ରହିବ । --Subas Chandra Rout (ମୋ ଆଲୋଚନା) ୧୭:୨୭, ୫ ଡିସେମ୍ବର ୨୦୧୩ (UTC)
ସୁବାସ ସାର IRC ରେ ସମସ୍ତେ ଭାଗ ନେବା ଆବଶ୍ୟକ କେବଳ ପୁରୁଖା ସମ୍ପାଦକ ନୁହେଁ । IRC ନହେଲେବି ଅସୁବିଧା ନାହିଁ, କିନ୍ତୁ ହେଲେ ଭଲ ଆଉ ଅଧିକ ସଂଖ୍ୟାରେ ଭାଗ ନେଲେ ଆହୁରି ଭଲ । ସେମିତି ହେଲେ ମୁଁ କହିପାରିବି, ମୁଁ ତ ସମ୍ପାଦନା କରୁନି ଭାଗ ନେବା କଣ ଦରକାର, ଏମିତି ଭାବିଲେ କେମିତି ହେବ । -- ଅଂଶୁମାନ ତାର ଯୋଡ଼ିବେ? ୧୭:୫୯, ୧୫ ଡିସେମ୍ବର ୨୦୧୩ (UTC)
  • Anyway @Psubhashish:, when you initiate sth, in this case IRC, i think you should follow out and do it no matter how many willing to participate. I'm only assuming there was no IRC this time yet! -- ଅଂଶୁମାନ ତାର ଯୋଡ଼ିବେ? ୧୭:୫୯, ୧୫ ଡିସେମ୍ବର ୨୦୧୩ (UTC)
ମୁଁ ଦୁଃଖିତ, ଇଣ୍ଟରନେଟରେ ଅସୁବିଧା ଥିବାରୁ ମୁଁ ବ‌ହୁତ ଚେଷ୍ଟା କରି ମଧ୍ୟ ଅନଲାଇନ ଆସିପାରିଲି ନାହିଁ । ଏହି ସ‌ପ୍ତାହରେ ଯେଉଁ ଦିନ ହେଲେ ସମସ୍ତଙ୍କ ପାଇଁ ସୁବିଧା ହେବ? --ସୁଭାସିସ ପାଣିଗାହିମୋ ସାଙ୍ଗେ କ‌ଥାବାର୍ତ୍ତା ୦୩:୧୨, ୧୭ ଡିସେମ୍ବର ୨୦୧୩ (UTC)

ସାର୍ଟିଫିକେଟ ବାବଦରେ[ସମ୍ପାଦନା]

ସାର୍ଟିଫିକେଟର ଉଦାହରଣ । ଏଥିରେ କିଛି ବଦଳ କରିବାର ଥିଲେ ଦୟାକରି ତଳେ ଉଲ୍ଲେଖ କରନ୍ତୁ ।

ଭାରତୀୟ ଜନସଂଚାର ସଂସ୍ଥାନର ଯେଉଁ ଛାତ୍ରଛାତ୍ରୀଗଣ ଓ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଉଇକିପିଡ଼ିଆ କର୍ମଶାଳାରେ ଭାଗନେଇ ପ୍ରସଙ୍ଗ ଲିଖନ ଓ ସମ୍ପାଦନା କରିଥିଲେ ସେମାନଙ୍କୁ ସାର୍ଟିଫିକେଟ ଦେବା କି ନାହିଁ ଉଇକିଆଳିମାନେ ଦୟାକରି ସ୍ଥିର କରିବେ । ତଲେ ନିଜର ଦସ୍ତଖତ କରି ମତ ଜଣାନ୍ତୁ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୯:୧୯, ୨୭ ଜାନୁଆରୀ ୨୦୧୪ (UTC)

ହଁ[ସମ୍ପାଦନା]
  1. ଦେବା ଉଚିତ ହେବ ଦେବା ଉଚିତ ହେବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୫୩, ୨୭ ଜାନୁଆରୀ ୨୦୧୪ (UTC)
    ଗତବର୍ଷ ସମସ୍ତଙ୍କୁ ଦିଆଯାଇଥିଲା, ସେହି ଆଧାରରେ ଏବର୍ଷ ଦେବାକୁ ମୁଁ ସମର୍ଥନ କରୁଛି । ଯଦି କେବଳ ଅଳ୍ପ କିଛି ଛାତ୍ରଙ୍କୁ ଦେବା, ତେବେ ପୂର୍ବରୁ ସେ ବାବଦରେ ଆଲୋଚନା ମାଧ୍ୟମରେ ଆମେ ମାପଦଣ୍ଡ ସ୍ଥିର କରି, ସେମାନଙ୍କୁ ଜଣାଇବାର ଥିଲା, ଯାହା ଆମେ କରିନେ । ଏବେ ଆମ ହାତରେ ସମୟ କମ, ତେବେ ଅନ୍ୟସମସ୍ତେ ନିଜ ନିଜ ମତ ଜଣାଇବା ପରେ ଯାହା କିଛି ସ୍ଥିର କରିବା । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୪୩, ୨୭ ଜାନୁଆରୀ ୨୦୧୪ (UTC)
  2. ହଁ, ଯେଉଁମାନଙ୍କର ଅବଦାନ ଅଛି, କମସେକମ ୫/୧୦ ଟି ସମ୍ପାଦନା ବା ଗୋଟେ ଲେଖା । ଯେହେତୁ ସେହି ଇନଷ୍ଟିଚ୍ୟୁଟରେ କାର୍ଯ୍ୟକ୍ରମ ହେଉଛି ଦିଆଗଲେ ପିଲାମାନେ ଓ ଶିକ୍ଷକମାନେ ଉତ୍ସାହିତ ହେବେ । ଆଉ ଯେଉଁ ଉଇକିଆଳିମାନଙ୍କର ଅବଦାନ ଅଛି, ସେମାନଙ୍କୁ ମଧ୍ୟ ଦିଆଯାଉ । ମୃତ୍ୟୁଞ୍ଜୟ ଭାଇ, ଖାଲି ହଁ ଲେଖିଦେଲେ ହେବନି କେମିତି କଣ ଦେବା ଲେଖନ୍ତୁ । ଅନ୍ୟମାନଙ୍କୁ ମଧ୍ୟ ଅନୁରୋଧ, ଦୟାକରି ସାହାଯ୍ୟ କରନ୍ତୁ ଏସବୁ ସ୍ଥିର କରିବାରେ । -- ଅଂଶୁମାନ ତାର ଯୋଡ଼ିବେ? ୧୦:୨୮, ୨୭ ଜାନୁଆରୀ ୨୦୧୪ (UTC)
    ହାତରେ ଅଳ୍ପ ସମୟ ଥିବାରୁ କିସ ପାଇଁ ମୁଁ ସନ୍ଦିହୀନ, ତେବେ ଚେଷ୍ଟା କରିବା ଭୁବନେଶ୍ୱରରୁ ସାର୍ଟିଫିକେଟ ପ୍ରିଣ୍ଟ କରି ଢେଙ୍କାନାଳ ନେଇଯିବା ପାଇଁ । ସମସ୍ତେ ଟିକେ ଶୀଘ୍ର ଜଣାଇବେ । ଆଉ ସକ୍ରିୟ ଉଇକିଆଳିମାନଙ୍କୁ ମାନପ‌ତ୍ର ଦିଆଯିବ କି?--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୩:୧୨, ୨୭ ଜାନୁଆରୀ ୨୦୧୪ (UTC)
    ଏସବୁ ସ୍ଥିର କରିବା ପାଇଁ ସମୟ ନ ଥିବାରୁ କାହାକୁ ମାନପତ୍ର ନଦିଆଯାଉ, ଯଦି ଛାତ୍ର/ଶିକ୍ଷକ ମାନଙ୍କୁ ଦିଆଯିବ ତାହେଲେ କମସେକମ ୫ଟି ଏଡିଟ ବା ଗୋଟେ ଲେଖା ଆଧାର ସହିତ ଥିବା ଦରକାର । -- ଅଂଶୁମାନ ତାର ଯୋଡ଼ିବେ? ୧୫:୩୧, ୨୭ ଜାନୁଆରୀ ୨୦୧୪ (UTC)
  3. ସକ୍ରିୟ ଉଇକିଆଳିଙ୍କୁ ମାନପତ୍ର ଦିଆଯିବା ଠିକ ନିର୍ଣ୍ଣୟ ।--ଶିତିକଣ୍ଠ (ଆଲୋଚନା) ୧୪:୦୮, ୨୭ ଜାନୁଆରୀ ୨୦୧୪ (UTC)
  4. ଅଂଶୁମାନ ଭାଇଙ୍କ ସହ ଏକ ମତ : ଯେଉଁ ଛାତ୍ରଛାତ୍ରୀ ମାନଙ୍କର ୫-୧୦ସମ୍ପାଦନା/ନୂଆ ପ୍ରସଙ୍ଗ ତିଆରିରେ ଅବଦାନ ଅଛି, ସେମାନଙ୍କୁ ମାନପତ୍ର ଦେଲେ ଉତ୍ସାହିତ ହେବା ସହିତ ଓଡ଼ିଆ ଉଇକିପିଡ଼ିଆର ପ୍ରଚାର ପ୍ରସାର ପାଇଁ ମଧ୍ୟ ଏକ ମାଧ୍ୟମ ହେବ । ମୋ ମତରେ ଦିଆଯାଉ । ଯଦି ସମୟର ଅଭାବ ତାହେଲେ ଅଲଗା କଥା । --ଆଦିତ୍ୟ ମହାର (ମୋ ଆଲୋଚନା) ୧୯:୧୩, ୨୭ ଜାନୁଆରୀ ୨୦୧୪ (UTC)
  5. ସମସ୍ତଙ୍କୁ ପ୍ରମାଣ ପତ୍ର ଆଉ ଭଲ ଲେଖା ଲେଖିଥିବା ଛାତ୍ର/ଛାତ୍ରୀ ମାନଙ୍କୁ ଅତିକମ ରେ ୧୦୦ ଟଙ୍କା ଅର୍ଥରାଶି ଦେଲେ ସେମାନେ ଲେଖିବା ପାଇଁ ଆହୁରି ଉତ୍ସାହିତ ହେବେ। --ଦୀପ୍ତିମାନ ୧୬:୦୮, ୨୯ ଜାନୁଆରୀ ୨୦୧୪ (UTC)
ନାହିଁ[ସମ୍ପାଦନା]
ଅନ୍ୟ ମତ[ସମ୍ପାଦନା]

୨୮ ତାରିଖରେ ଭୁବନେଶ୍ୱରରେ ୧୦ମ ଜନ୍ମତିଥି ପାଳନ ନିମନ୍ତେ ଆମନ୍ତ୍ରଣ[ସମ୍ପାଦନା]

କିଛି ଦିନ ତଳେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସଠାରେ କର୍ମଶାଳା ଓ ସ‌ହବନ୍ଧନ ପରେ ସେଠାର କର୍ତ୍ତୃପକ୍ଷ ଓ ଶିକ୍ଷକ ତ‌ଥା ଛାତ୍ରମାନେ ଆମ ସମସ୍ତଙ୍କୁ ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ଅନୁଷ୍ଠାନ ପରିସରରେ କରିବା ପାଇଁ ଅନୁରୋଧ କରିଛନ୍ତି । ମୁଁ ଏଥିରେ କେତେଜଣ ବରିଷ୍ଠ ଭାଷା ଗବେଷକ ଓ ଭାଷାବିଦମାନଙ୍କୁ ଅନୁରୋଧ କରିଥିଲି । ଏଯାବତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ଲାଙ୍ଗୁଏଜେସ (CIIL), ମହୀଶୂରର ପ୍ରତିଷ୍ଠାତା ଓ ଓଡ଼ିଆ ଭାଷାବିଦ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟୃନାୟକ, ଓଡ଼ିଆ ସାହିତ୍ୟ ଏକାଡେମୀର ଅବାହକ ଓ ଭାଷାବିଦ ଡ. ଗୌରହରି ଦାସ, ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର ପ୍ରାକ୍ତନ ଡାଇରେକ୍ଟର ଡଃ ବ୍ରଜେନ୍ଦ୍ର ପ୍ରସାଦ ଦାସ ତ‌ଥା ଭାଷା ଗବେଷକ ସୁବ୍ରତ ପୃଷ୍ଟି ପ୍ରମୁଖ ସମ୍ମତି ପ୍ରଦାନ କରିଛନ୍ତି । ଦୟାକରି ସମସ୍ତେ ନିଜ ତରଫରୁ ମଧ୍ୟ ଅଧିକ ବରିଷ୍ଠ ଗବେଷକମାନଙ୍କୁ ଏଥିରେ ଭାଗନେବା ନିମନ୍ତେ ଅନୁରୋଧ କରିବା ସ‌ହିତ ଏଥିରେ ଅଂଶଗ୍ରହଣ କରି ଏହି ସାମୁହିକ ଉଦ୍ୟମକୁ ଫଳବତୀ କରାଇବାରେ ସ‌ହ‌ଯୋଗ କରିବେ ।--ସୁଭାସିସ ପାଣିଗାହି ମୋ ସାଙ୍ଗେ କ‌ଥାବାର୍ତ୍ତା ୦୪:୩୪, ୧୭ ଜାନୁଆରୀ ୨୦୧୪ (UTC)

ବଜେଟ[ସମ୍ପାଦନା]

ସମସ୍ତେ ଟିକେ ଦୟାକରି ଟିକେ କେତେ ପଇସା ଖର୍ଚ ହେବ ସେ ବାବଦରେ ଆଲୋଚନା କରି ଏକ ଅନୁରୋଧ କରନ୍ତୁ । ଏଇ ସିଦ୍ଧାନ୍ତଟି ଖୁବ ଶୀଘ୍ର ନେବାକୁପଡ଼ିବ, ତେଣୁ ସମସ୍ତେ ଦୟାକରି ଶୀଘ୍ର ଅନୁରୋଧ କରନ୍ତୁ । CIS-A2K, ଉଇକିମିଡ଼ିଆ ଫାଉଣ୍ଡେସନ ବା ଉଇକିମିଡ଼ିଆ ଇଣ୍ଡିଆ ଚାପ୍ଟରକୁ ଖର୍ଚ ପାଇଁ ଅନୁରୋଧ କରିବାକୁ ପଡ଼ିବ । ମୁଁ ସମସ୍ତ ଉଇକିଆଳିଙ୍କୁ ବିନୀତ ଅନୁରୋଧ କରୁଛି ସମସ୍ତେ ଏଠାରେ କି କି ଖର୍ଚ ହେବ ଓ କେତେ ଖର୍ଚ ହେବ ତାହା ଆଲୋଚନା କରନ୍ତୁ । ଉଇକିମିଡ଼ିଆ ଇଣ୍ଡିଆକୁ ଅନୁରୋଧ କରିବା ନିମନ୍ତେ ମଧ୍ୟ କେହି ଜଣେ ସଦସ୍ୟ ସାହାଯ୍ୟ କରା‌ଯାଇପାରିବେ, ଆମମାନଙ୍କ ଭିତରୁ ଚାପ୍ଟର ସଦସ୍ୟ @ଅଂଶୁମାନ ଏଥିପାଇଁ ସାହାଯ୍ୟ କରିପାରିବେ । ଉଇକିମିଡ଼ିଆ ଫାଉଣ୍ଡେସନକୁ ଅନୁରୋଧ କରିବା ନିମନ୍ତେ ଏଠାରେ ଅନୁରୋଧ କରିପାରିବେ (ବିଦ୍ର: ଉଇକିମିଡ଼ିଆ ଫାଉଣ୍ଡେସନରୁ ଆର୍ଥିକ ସାହାଯ୍ୟ ପାଇବା ପାଇଁ କିଛି ଅଧିକ ଦିନ ଲାଗିପାରେ) । ମୁଁ କାମ କରୁଥିବା ସଙ୍ଗଠନ CIS-A2Kରୁ ଆର୍ଥିକ ସାହାଯ୍ୟ ନିମନ୍ତେ ଏଠାରେ ଅନୁରୋଧ କରନ୍ତୁ । ମୁଁ ସମସ୍ତ ଉଇକିଆଳି ଓ ପ୍ରାଥମିକ ଭାବେ ପରିଚାଳକଗଣ ମୃତ୍ୟଞ୍ଜୟ କର, ଅଂଶୁମାନ ଗିରିଶ୍ରୀକାନ୍ତ କେଡ଼ିଆଙ୍କୁ ଅନୁରୋଧ କରୁଛି ସମସ୍ତେ କିଛି ସମୟ ବିନିଯୋଗ କରି ନିଜର ମତାମତ ରଖିବେ ଓ ଯେତେଶୀଘ୍ର ସମ୍ଭବ ଆର୍ଥିକ ଅନୁଦାନ ନିମନ୍ତେ ଅନୁରୋଧ କରିବେ । --ସୁଭାସିସ ପାଣିଗାହି ମୋ ସାଙ୍ଗେ କ‌ଥାବାର୍ତ୍ତା ୦୫:୪୨, ୨୨ ଜାନୁଆରୀ ୨୦୧୪ (UTC)

ଆମେ କି କି ବାବଦରେ ଖର୍ଚ କରିବା ସେ କଥା ଲେଖିଲେନି । ମୁଁ ତେଲୁଗୁ ସାଇଟରେ ଦେଖିଲି । ଯିବା ଆସିବା, ରହିବା, ଖାଇବା, ଛପା ଖର୍ଚ୍ଚ, ଟି ସାର୍ଟ, ଇନ୍ଟରନେଟ ଓ ଇଭେଣ୍ଟ ଲଜିଷ୍ଟିକ ବାବଦ ମିଶେଇ ୨.୫ ଲକ୍ଷ ଖର୍ଚ୍ଚ କରିଛନ୍ତି । ଏହା ଏକ ବର୍ଷ ତଳର ଖର୍ଚ୍ଚ । ଆମର ପ୍ରୋଗ୍ରାମ କଅଣ ଲେଖିଲେ ସେହି ଅନୁସାରେ ମାଗିବା । ବଜେଟ ବହୁତ ଆଗରୁ କରିବା କଥା । ଅନ୍ୟ ସମସ୍ତେ ମତ ଦେଲେ ସେହି ଅନୁସାରେ ମଗାଯିବ ବୋଲି ମୋର ମତ । --Subas Chandra Rout (ମୋ ଆଲୋଚନା) ୦୭:୪୮, ୨୨ ଜାନୁଆରୀ ୨୦୧୪ (UTC)
ଭୁବନେଶ୍ଵର ଓ ଢେଙ୍କାନାଳ ଦୁଇଟି ସ୍ଥାନରେ ଏବର୍ଷ ଜନ୍ମତିଥି ପାଳନ କରିବାକୁ ସ୍ଥିର ହେଇଛି, ତେଣୁ ବ୍ୟବହାରକାରୀମାନେ ନିଜ ସୁବିଧା ଅନୁସାରେ ଉଭୟ ବା କେଉଁ ଗୋଟିଏ ସ୍ଥାନରେ ଯୋଗଦେବେ, ସେ ଅନୁସାରେ ନିଜ ନିଜର ଆନୁମାନିକ ଖର୍ଚ୍ଚ ଅଟକଳ ବାବଦରେ ଲେଖନ୍ତୁ । ଆସନ୍ତା କାଲି ଗୋଟିଏ ଦିନ ମତାମତ ନିମନ୍ତେ ଅପେକ୍ଷା କରିବା ପରେ ୨୪ତାରିଖ (ଶୁକ୍ରବାର ) ଦିନ ସୁବାସ ସାର ଅଗ୍ରୀମ ପାଣ୍ଠି ନିମନ୍ତେ ଅନୁରୋଧ କରିବାକୁ ନିବେଦନ କରୁଛି । ଓଡ଼ିଆ ଉଇକିପିଡ଼ିଆର ଅଧିକାଂଶ ଉଇକିଆଳି ଭୁବନେଶ୍ଵର ଓ କଟକରେ ରହୁଥିବାରୁ ସୁବାସ ସାର ଏହି ପାଣ୍ଠି ଦାୟିତ୍ଵ ସମ୍ଭାଳିଲେ ଭଲ ହୁଅନ୍ତା । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୧୮, ୨୨ ଜାନୁଆରୀ ୨୦୧୪ (UTC)
ସୁବାସ ସାର ଉଠେଇଥିବା ବିଷୟ ଗୁଡ଼ିକୁ ନେଇ ମୁଁ ଆନୁମାନିକ ଭାବେ ଏକ ଖର୍ଚ୍ଚର ଏକ ଛୋଟ ତାଲିକାଟିଏ ତିଆରି କରୁଛି । ଅନ୍ୟମାନେ ନିଜ ମତାମତ ରଖିବେ ।
କାର୍ଯ୍ୟର ନାମ ଖର୍ଚ୍ଚ (ଆନୁମାନିକ) ବିବରଣୀ
ଯାତାୟାତ ୩୦୦୦୦ ଉଭୟ ଭୁବନେଶ୍ଵର ଓ ଢେଙ୍କାନାଳକୁ, ନିମନ୍ତ୍ରିତ-ଅତିଥିଙ୍କ ଯିବା ଆସିବା ପାଇଁ ଗାଡ଼ି ଖର୍ଚ୍ଚ । ବାହାରରଜ୍ୟରୁ ତଥା ରାଜ୍ୟର ଦୂର ପ୍ରାନ୍ତରୁ ଆସୁଥିବା ଉଇକିଆଳିଙ୍କ ପାଇଁ କିଛି ବାଟ ଖର୍ଚ୍ଚ ।
ରହଣି N/A ଭୁବନେଶ୍ଵରରେ କିଟ ଗେଷ୍ଟ-ହାଉସ ବ୍ୟବହାର କରାଯାଇପାରିବ । ଢେଙ୍କାନାଳ ବ୍ୟବସ୍ଥା କଥା ଜଣାନାହିଁ ।
ଆୟୋଜନ ସ୍ଥଳ N/A ତାଙ୍କ ଅଡିଟୋରିଆମ ପାଇଁ ପଇସା ଦେବାକୁ ପଡ଼ିବକି ନାହିଁ ପ୍ରଥମେ ବୁଝିବାକୁ ହେବ ।
ଫ୍ଲେକ୍ସ ୨୦୦୦ ଦୁଇଟି ଆବଶ୍ୟକ ।
ଇଣ୍ଟର୍ନେଟ N/A ଯେହେତୁ ଉଭୟ କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନରେ ହେବ ଆମେ ତାଙ୍କ wi-fi ବ୍ୟବହାର କରିପାରିବା । ତେବେ ପୂର୍ବରୁ ଏହା ନିର୍ଦ୍ଧିଷ୍ଟ କରିବାକୁ ପଡ଼ିବ, କାରଣ ପୂର୍ବ ମେଳଣ ବେଳେ ଏହା କାମ କରୁନଥିଲା ।
ଟି-ସାର୍ଟ ୧୦୦୦ ବୋଧେ ଖାଲି କିଛି ନୂଆ ଉଇକିଆଳି ଓ ଅତିଥିଙ୍କ ପାଇଁ ଆବଶ୍ୟକ ହେବ ।
ନୋଟ-ପ୍ୟାଡ ଓ କଲମ ୨୦୦୦ ଯଦି ଉଭୟ ଶିକ୍ଷାନୁଷ୍ଠାନର ଛାତ୍ର-ଛାତ୍ରୀ ଯୋଗ ଦିଅନ୍ତି ତେବେ ଅଧିକ ଆବଶ୍ୟକ ହୋଇପାରେ ।
ଖିଆ-ପିଆ ୧୦୦୦୦ ଉଭୟ ସ୍ଥାନରେ
ଅନ୍ୟାନ୍ୟ ୧୦୦୦ ଇମର୍ଜେନ୍‌ସି ପାଇଁ
ମୋଟ ୪୬୦୦୦ + N/A ----

N/A ସ୍ଥାନ ଟିକେ ପୂରଣ କରିବାକୁ ଅନୁରୋଧ । --ଶିତିକଣ୍ଠ (ଆଲୋଚନା) ୧୯:୧୭, ୨୨ ଜାନୁଆରୀ ୨୦୧୪ (UTC)

ଆଡମିନ ବା ଅନୁଭବୀ ଉଇକିଆଳିମାନେ ଖର୍ଚ୍ଚ କେତେ ହେବ ଚିନ୍ତା କରି ଲେଖନ୍ତୁ । ଟିକିଏ ବେଶୀ ହେଲେ କିଛି ଅସୁବିଧା ନାହିଁ, କମ୍ ହେଲେ ହଇରାଣ ହେବା । ବେଶୀ ଅର୍ଥ ଫେରେଇ ହେବ । ସୁତରାଂ ଏକଦମ କାଟଛାଟ କରି ହିସାବ କରିବା ଠିକ ହେବ ନାହିଁ । ଆଉ ଗୋଟିଏ କଥା: ମୃତ୍ୟୁଞ୍ଜୟ ବାବୁ ଏହି ଲେଖା ଲେଖି କଲେ ଠିକ ହେବ, ମୋର ଏ ଦିଗରେ ଅଭିଜ୍ଞତା ନାହିଁ । --Subas Chandra Rout (ମୋ ଆଲୋଚନା) ୦୭:୪୬, ୨୩ ଜାନୁଆରୀ ୨୦୧୪ (UTC)
  • ଶିତିକଣ୍ଠ ଭାଇ, ଯାତାୟାତ ୩୦,୦୦୦! ଖିଆ-ପିଆ, ୧୦,୦୦୦! ଦୁଇଟି ସ୍ଥାନରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ସମସ୍ତଙ୍କ ପାଇଁ କରାଯାଉଛି କି? IRC କରି ଏସବୁ ଆଲୋଚନା କରିବା ଆବଶ୍ୟକ । -- ଅଂଶୁମାନ ତାର ଯୋଡ଼ିବେ? ୦୯:୫୯, ୨୩ ଜାନୁଆରୀ ୨୦୧୪ (UTC)
  • ମେଳଣ/ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି: ପ୍ରଥମେ ଜାଣିବା ପାଇଁ ଚାହିଁବି, କେତେଜଣ, କେଉଁମାନେ ଓ କେଉଁ କେଉଁ ଜାଗାରେ ଭାଗ ନେବେ? ଏହି ପୃଷ୍ଠାରେ ଯେଉଁମାନେ ନାମ ଲେଖିଛନ୍ତି ଏବଂ ଯେଉଁମାନେ ଭାଗ ନେବାକୁ ଚାହୁଁଛନ୍ତି, ସମାନଙ୍କୁ ନାମ ସହିତ କେଉଁ କେଉଁ ଜାଗାରେ ଭାଗ ନେବେ ଓ କେଉଁଠୁ ଆସିବେ ଲେଖିବାକୁ ଅନୁରୋଧ । ତାହେଲେ ଆମେ ଜାଣିପାରିବା ଯିବା ଆସିବା ଓ ରହିବା ବାବଦରେ କେତେ ଆବଶ୍ୟକ ।
  • ଯେଉଁମାନେ ଦୂରରୁ ଆସି ଭାଗ ନେବା ପାଇଁ ଚାହୁଁଛନ୍ତି ସେମାନେ ଯଦି ଯିବା ଆସିବା ଓ ରହିବା ବାବଦରେ କେତେ ଆବଶ୍ୟକ ଜଣାଇବେ, ତାହେଲେ ବହୁତ ଭଲ ହେବ ।
  • ଆମକୁ ନିର୍ଣୟ ନେବାକୁ ହେବ, ଏହି ତିନୋଟି ସଂଗଠନ ମଧ୍ୟରୁ କାହାଠୁ ସାହାଯ୍ୟ ଲୋଡିବା? ପାଖରେ ଚାପ୍ଟର ଓ ଏଟୁକେ ଥାଉ ଥାଉ ଫାଉଣ୍ଡେସନକୁ ମାଗିବା ମୋତେ ଠିକ ଲାଗୁନି । ମୁଁ ନିଜେ ଜାଣିନି, ମୁଁ ଏବେ ଚାପ୍ଟର ସଦସ୍ୟ କି ନୁହେଁ, ତ ମୁଁ ସାହାଯ୍ୟ କରିପାରିବିନି, କ୍ଷମା କରିବେ । ଆଉ ଯଦି କେହି ସଦସ୍ୟ ଅଛନ୍ତି, ତାହେଲେ ଭଲ ହେବ ।
  • ଯେଉଁ ସଂଗଠନ ହେଉନା କାହିଁକି, ଏହି ପ୍ରକାର ସାହାଯ୍ୟ ପାଇଁ ଆର୍ଥିକସୀମା ଥିବ ବୋଧେ । କେହି ଜାଣିଛନ୍ତି?
  • ଯେହେତୁ ଏହି ଦୁଇଟି ସ୍ଥାନରୁ ଆମନ୍ତ୍ରଣ ମିଳିଛି, ଆୟୋଜନ ସ୍ଥଳ ପାଇଁ କିଛି ଖର୍ଚ୍ଚ ହେବନି ବୋଲି ଆଶା। ଦୁଇଟି କେକ ବା ସେହିଭଳି କିଛି ପାଇଁ, ଓ ଫ୍ଲେକ୍ସ, ବେନର ଇତ୍ୟାଦି ପାଇଁ ଯାହା ଲାଗିବ । ଟି-ସାର୍ଟ ଯେଉଁମାନଙ୍କର ଅବଦାନ ଅଛି କେବଳ ସେମାନଙ୍କୁ ଦେଲେ ଭଲ । ନୋଟ-ପ୍ୟାଡ, କଲମ, ଷ୍ଟିକର ଇତ୍ୟାଦି କେହି ସଂଗଠନ ଯୋଗାଇ ପାରିଲେ ଭଲ, ନହେଲେ ୪୦୦-୬୦୦ ଖର୍ଚ କରିପାରିବା । ଦୂର ସ୍ଥାନ ଯାତାୟାତ ଓ ରହଣି ପାଇଁ, କାହାର କାହାର ଆବଶ୍ୟକ ପ୍ରଥମେ ଜାଣିଲେ ଭଲ ହେବ । ସାଙ୍ଗରେ ମିଶି ଆୟୋଜନ ସ୍ଥଳକୁ ଯିବା ଆସିବା ପାଇଁ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୧୫୦୦-୨୦୦୦ ହୋଇଯିବ ମୋ ମତରେ । ଦୂର ଯାତାୟାତ ଓ ରହଣି ଛାଡି ମୋ ମତରେ ମୋଟ ୬୦୦୦-୭୦୦୦ ହୋଇଯିବ ।
  • ନିମନ୍ତ୍ରିତ-ଅତିଥି କେବଳ ୨୮ ତାରିଖ ପାଇଁ? ଭୁବନେଶ୍ଵର ବାହାରୁ କେହି ଆସୁଛନ୍ତି? ତାଙ୍କ ଯିବା ଆସିବା ପାଇଁ କେତେ ଆବଶ୍ୟକ, କେମିତି ବହନ କଲେ ଠିକ ହେବ? ପୂର୍ବଥର ଯେଉଁ ଅତିଥି ଆସିଥିଲେ କେମିତି କଣ ଖର୍ଚ୍ଚ ହୋଇଥିଲା ?-- ଅଂଶୁମାନ ତାର ଯୋଡ଼ିବେ? ୦୯:୩୪, ୨୩ ଜାନୁଆରୀ ୨୦୧୪ (UTC)
ଯଦିଓ ଅଟକଳ କରାଯାଇଥିବା ଅର୍ଥ ପୂରା ଖର୍ଚ ହୋଇନପାରେ ତେବେ ଅଧିକ ଥିଲେ ବଳକା ଅର୍ଥ ପରେ ଖର୍ଚ ହୋଇପାରିବ ବା ଫେରିଯାଇପାରିବ । କମ ହେଲ. ଅସୁବିଧା ହେବ । ଟି ସାର୍ଟ ଆଉ ବ୍ୟାଜ ଆଦି କେତେ ଦରକାର ଦୟାକରି ଏକସଙ୍ଗେ ମେଟାରେ ଅନୁରୋଧ କରିବେ । କିସ ତରଫରୁ ନିମନ୍ତ୍ରିତ ଅତିଥିଙ୍କୁ ଆଣିବାର ବ୍ୟବସ୍ଥା କରାଯାଇପାରିବ । କିନ୍ତୁ ଯେହେତୁ ସୁବାସ ସାର ଓ ବାକି କେତେଜଣଙ୍କୁ ଅଣିବାର ଅଛି ଓ ସେଦିନ ସନ୍ଧ୍ୟାରେ ଢେଙ୍କାନାଳ ଯିବାର ଅଛି । ତେଣୁ ଗୋଟିଏ କାର ବୁକ କରି ତାକୁ ଉଇକିଆଳି ଓ ଜଣେ କି ଦୁଇଜଣ ଅତିଥିକୁ ଅଣାଯାଇପାରିବ । ତେବେ ଏ ସବୁ ଏବେ ଆଲୋଚନା କରିବା ନିମନ୍ତେ ବେଳ ନ ଥିବାରୁ ମୁଁ ଅନୁରିଧ କରିବି ସ‌ହଳ ଆର୍ଥିକ ଅନୁଦାନ, ଟ-ସାର୍ଟ ଓ ବ୍ୟାଜ ଆଦି ପାଇଁ ଅନୁରୋଧ କରିଦିଅନ୍ତୁ । ଅବସ୍ଥା ଦେଖି ଉପ‌ଯୁକ୍ତ ବ୍ୟବସ୍ଥା କରାଯାଇପାରିବ । କଟକରୁ ଶ୍ରୀକାନ୍ତ, ଆଶୁତୋଷ ଭାଇ ଆଦି ମଧ୍ୟ ଆସିବାର ଅଛି । ଅଂଶୁମାନ, ତୁ ଯଦି ଯୋଗଦେଇପାରିବୁ ଓ ଗୋର୍ବାଚୋଭ ଭାଇ ଯଦି ଆସିପାରନ୍ତି ତେବେ ତାହା ଏଥିରୁ ଖର୍ଚ ହୋଇପାରିବ । ଢେଙ୍କାନାଳ ଠାରେ ରହିବା ବ୍ୟବସ୍ଥା କଲେଜରେ କରାଯାଇପାରିବ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୨:୪୪, ୨୩ ଜାନୁଆରୀ ୨୦୧୪ (UTC)
ଶିତିକଣ୍ଠଙ୍କ ପ୍ରାରମ୍ଭିକ ଅଟକଳ ଅନୁସାରେ ଜନ୍ମଦିନ ପାଳନ ନିମନ୍ତେ CIS A2Kଠାରୁ ଆର୍ଥିକ ଅନୁଦାନ ପାଇବା ନିମନ୍ତେ ଅନୁରୋଧ କରିଛି । କିଛି ବଦଳାଇବାର ଥିଲେ ସେଠାରେ ବଦଳ କରିପାରିବେ, ଧନ୍ୟବାଦ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୫:୨୪, ୨୩ ଜାନୁଆରୀ ୨୦୧୪ (UTC)
ସୁବାସ ସାର ଠିକ କହିଛନ୍ତି, ପୂର୍ବରୁ ଆୟୋଜନ କରିଥିବା ବ୍ୟକ୍ତିଙ୍କ ଠାରୁ ମତ ନେବାରଥିଲା । ମୁଁ ଖାଲି ଆନୁମାନିକ ଭାବେ ଆରମ୍ଭ କରିଦେଇଛି । ଅଂଶୁମାନ ଭାଇ ଅତିଥି ମାନଙ୍କୁ ନେବା ଆଣିବା ପାଇଁ କୀଟ ହୁଏତ (ହୁଏତ ନୁହେଁ) ଗାଡି ଦେଇପାରେ କିନ୍ତୁ କଣ IIMC ଦେଇପାରିବ ? ସରକାରୀ ସଂସ୍ଥା । ତାପରେ ଏଥିରେ ଉଇକିଆଳିଙ୍କ ଯାତାୟାତ ଖର୍ଚ୍ଚବି ଯୋଡ଼ାଯାଇଛି । ଆଉ ଗୋଟିଏ କଥା ମୁଁ ଯେଉଁ ବାହାର ରାଜ୍ୟରେ ଥିବା ଉଇକିଆଲିଙ୍କ କଥା ଲେଖିଛି ଯଥା- ତୁମେ କିମ୍ବା ଆଦିତ୍ୟ ଭାଇ କିମ୍ବା ଦୀପ୍ତି ଭାଇ ବା ଆଉକେହି ଆସିବାକୁ ଇଚ୍ଛାକଲେ ତାଙ୍କ ଖର୍ଚ୍ଚବି କିଛିକାଂଶରେ ଦିଆଯାଇପାରିବ । ମୁଁ ପଇସା ଫେରିପାରିବ ଜାଣିନଥିଲି, ସୁବାସ ସାର ଲେଖିବା ପରେ ଜାଣିଲି । ଯଦି ଜାଣିଥାନ୍ତି ତେବେ ଇମର୍ଜେନ୍ସି ପାଇଁ ୧୦୦୦ ନୁହେଁ ୧୦୦୦୦ ଲେଖିଥାନ୍ତି --ଶିତିକଣ୍ଠ (ଆଲୋଚନା) ୨୦:୦୬, ୨୩ ଜାନୁଆରୀ ୨୦୧୪ (UTC)
ମୋ ତାଲିକାକୁ ଫାଇନାଲ କରନ୍ତୁ ନାହିଁ । ସମସ୍ତେ ଆଲୋଚନା କରିବା ଦରକାର । ଯେହେତୁ ସମୟ ଅଭାବ ତେଣୁ କାଲି IRC ରେ ଆଲୋଚନା କରିବା । ୨୪ ଜାନୁଆରୀ ସନ୍ଧ୍ୟା ୭.୩୦ । ଯେଉଁମାନେ ଯୋଗନଦେଇପାରିବେ ସେମାନେ ଲଗ ଦେଖି ପରେ ମତ ଦେବେ ।--ଶିତିକଣ୍ଠ (ଆଲୋଚନା) ୨୦:୦୬, ୨୩ ଜାନୁଆରୀ ୨୦୧୪ (UTC)
  • ଶିତିକଣ୍ଠ ଭାଇ, ଖାଲି ବଜେଟ ଲେଖିଦେଲେ ହେବନି, ସେହିଭଳି ଆୟୋଜନ କରିବାକୁ ପଡ଼ିବ । ଏହି ପୃଷ୍ଠାରେ ଜନ୍ମତିଥି ପାଳନ ଛଡା ଆଉ କିଛି ଲେଖା ଅଛି । ଆର୍ଥିକ ସାହାଯ୍ୟ ମାଗିବା ଅନୁସାରେ ଆମେ କଣ କରୁଛେ ଦେଖାଇବାକୁ ପଡ଼ିବ । ଶୁଭ ଏଟୁକେରେ ଅଛି ବୋଲି ଗତ ବର୍ଷ ବିନା ଆଲୋଚନା ଓ ଆୟୋଜନରେ ସେ ଆର୍ଥିକ ସାହାଯ୍ୟ ଯୋଗାଇଦେଇଥିଲା । ଏମିତି କରିବାଟା ଠିକ ନୁହେଁ, ଆଉ ମୁଁ ପ୍ରଶ୍ନ ମଧ୍ୟ ଉଠେଇଥିଲି । ଶୁଭ ଏଟୁକେରେ ଅଛି ବୋଲି ଆମକୁ ସହଜରେ ସାହାଯ୍ୟ ମିଳିଯାଉଥାଇପରେ, ତାର ମାନେ ନୁହେଁ ଯେ ଏମିତି ଚଳାଇବାଟା ଠିକ । ଅନ୍ୟ ଭାଷୀ ସମୁଦାୟ ଦୁଇ ମାସ ଆଗରୁ ଯୋଜନା କରି କରୁଛନ୍ତି, ସେଥିପାଇଁ ସେମାନେ ବଡ ଧରଣର କରୁଛନ୍ତି ଆଉ ଅଧିକ ଖର୍ଚ୍ଚ କରୁଛନ୍ତି ।
  • ପ୍ରଥମତଃ ଆମେ ଆଲୋଚନା କରିନୁ, ଇଉକି ପୃଷ୍ଠା ଅନୁସାରେ ୫ ଜଣ ଭାଗ ନେଉଛନ୍ତି, ଶ୍ରୀକାନ୍ତ, ଆଶୁତୋଷ ଭାଇଙ୍କୁ ମିଶାଇ ସାତ, କେବଳ ଜାଣିଥିବା ସଦସ୍ୟଙ୍କ କଥା କହୁଛି । ତେଣୁ ମୋ ମତରେ ଆମ ଆୟୋଜନ ଓ ଭାଗନେଉଥିବା ଉଇକିଆଳିଙ୍କ ସଂଖ୍ୟା ଅନୁସାରେ ବେଶୀ ଖର୍ଚ୍ଚ କରିବାଟା ଠିକ ନୁହେଁ । କିନ୍ତୁ ଆପଣମାନଙ୍କୁ ଯେମିତି ଠିକ ଲାଗୁଛି କରନ୍ତୁ, ମୋର କିଛି ଆପତ୍ତି ନାହିଁ । :-) -- ଅଂଶୁମାନ ତାର ଯୋଡ଼ିବେ? ୦୮:୪୮, ୨୪ ଜାନୁଆରୀ ୨୦୧୪ (UTC)
ଭାଇ ଆଲୋଚନା ଆରମ୍ଭ ହେଇଥିଲା ନଭେମ୍ବରରେ କିନ୍ତୁ ଜୋର ଧରିଲା ଚାରିଦିନ ପୂର୍ବରୁ । ଅଂଶୁ ଭାଇ ଆପଣ ଠିକ କଥାଟି ଉଠାଇଛନ୍ତି । କିନ୍ତୁ ଅନ୍ୟ କମ୍ୟୁନିଟି ମାନେ ଯାହା ଖର୍ଚ୍ଚ କରୁଛନ୍ତି ତାହାତୁଳନାରେ ଏହା କିଛି ନୁହେଁ । ସେମାନେ ଖାଲି A2K ହିଁ ନୁହେଁ ଫାଉଣ୍ଡେସନରୁ ବି ମାଗୁଛନ୍ତି । ତେବେ ଆମର ଭୁଲ ହେଲା ଆମେ କାର୍ଯ୍ୟପନ୍ଥା ଠିକ ଭାବେ ଯୋଜନା କରିନାହୁଁ । ଆଜି ଆଲୋଚନା ପରେ ଏସବୁ ଠିକ କରିଦିଆଯାଇପାରିବ ବୋଲି ଭାବୁଛି । ତୁମେ ଟିକେ ଯୋଗ ଦେବାପାଇଁ ଚେଷ୍ଟା କରିବ ।--ଶିତିକଣ୍ଠ (ଆଲୋଚନା) ୧୦:୫୫, ୨୪ ଜାନୁଆରୀ ୨୦୧୪ (UTC)
ଆଉ ଭାଇ ଆମେ ଚେଷ୍ଟା କରିବା କମଖର୍ଚ୍ଚରେ କାମ ଚଳେଇବା ପାଇଁ । ଯଦି ବଳକା ରହୁଛି ଆମେ ଫେରେଇଦେବା ।--ଶିତିକଣ୍ଠ (ଆଲୋଚନା) ୧୦:୫୮, ୨୪ ଜାନୁଆରୀ ୨୦୧୪ (UTC)
ସୁବାସ ସାର ପାଣ୍ଠି ଦାୟିତ୍ଵ ନେବା ବିଷୟ ମେଟା ପୃଷ୍ଠାରେ ଲେଖିଦେଇଛି । ସାରଙ୍କୁ ଅନୁରୋଧ ସେ ଇମେଲ ମାଧ୍ୟମରେ ବିଷ୍ଣୁ ବର୍ଦ୍ଧନଙ୍କ ସହ ଯୋଗାଯୋଗ କରିବେ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୧୫, ୨୫ ଜାନୁଆରୀ ୨୦୧୪ (UTC)

ପୁରସ୍କାର[ସମ୍ପାଦନା]

  • ମୁଁ ଅନ୍ୟ କମ୍ୟୁନିଟି କଥା ଆଲୋଚନା କରିବା ପାଇଁ ମନାକରୁଥିଲି, କିନ୍ତୁ ତାଙ୍କୁ ଦେଖି ଏକ ପ୍ରସ୍ତାବ ରଖୁଛି :-) ଆମେ କିଛି ସକ୍ରିୟ ସଦସ୍ୟଙ୍କୁ ପୁରସ୍କୃତ କଲେ କେମିତି ହୁଅନ୍ତା? ଅବଦାନ ତ ବହୁତଙ୍କର ଅଛି, ସୁବାସ ସାର, ଗୋର୍ବାଚୋଭ ଭାଇ, ଶଶାଙ୍କ ଭାଇ, ସୁରଥ ଭାଇ, ଆଶୁତୋଷ ଭାଇ, ଦୀପ୍ତିମାନ ଭାଇ, ମନୋ ଭାଇ, ପ୍ରିତିରଞ୍ଜନ ଭାଇ, ଜ୍ଞାନ ଭାଇ, କମଳାକାନ୍ତ ଭାଇ, କୃପାସିନ୍ଧୁ ଭାଇ, ଶୁଭ୍ରାଂଶୁ ସାର ଆଦି, କିନ୍ତୁ ମୃତ୍ୟୁଞ୍ଜୟ ଭାଇ, ଶିତିକଣ୍ଠ ଭାଇ, ଏବଂ ଆଦିତ୍ୟ ଭାଇଙ୍କ ଅନବରତ ଅବଦାନ ପାଇଁ କିଛି ରାଶି ପୁରସ୍କାର ଭାବେ ଦିଆଯାଇପାରିବ କି? ସୁଭାଶିଷ କାହାରି ଯଦି ଆପତ୍ତି ନଥାଏ, କଣ କହୁଛୁ? -- ଅଂଶୁମାନ ତାର ଯୋଡ଼ିବେ? ୧୯:୩୦, ୨୫ ଜାନୁଆରୀ ୨୦୧୪ (UTC)
ଏଇଟା ଭଲ ହୂଅନ୍ତା, ମୋ ମତରେ ବାକିମାନେ (ମୃତ୍ୟୁଞ୍ଜୟ ଭାଇ, ଶିତିକଣ୍ଠ ଭାଇ, ଏବଂ ଆଦିତ୍ୟ ଭାଇଙ୍କୁ ଛାଡ଼ି :) ) ଆଲୋଚନା କରନ୍ତୁ ଓ କଣ ପୁରସ୍କାର ଦେଲେ ଆଲୋଚନା କରନ୍ତୁ । ଅଟକଳ କରାଯାଇଥିବା ପୂରା ପଇସା ଖର୍ଚ ହୋଇନପାରେ, ସେଥିରୁ କିଛି ପୁରସ୍କାର ପାଇଁ ଉପ‌ଯୋଗ କରାଯାଇପାରିବ । କାହାରି କିଛି ଆପ‌ତ୍ତି ନ ଥିଲେ ଅଂଶୁମାନ କଣ ପୁରସ୍କାର ଦେଲେ ଭଲ ହେବ ସେ ବାବଦରେ ଲେଖ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୯:୪୪, ୨୫ ଜାନୁଆରୀ ୨୦୧୪ (UTC)
ଭଲ ପ୍ରସ୍ତାବ ଦେଲ ଅଂଶୁମାନ । ମୃତ୍ୟୁଞ୍ଜୟ ଭାଇନା, ଶିତିକଣ୍ଠ ଓ ଆଦିତ୍ୟଙ୍କ ଅବଦାନ ଅନନ୍ଯ । ମୋ ମତରେ ପୁରସ୍କାର ସହିତ, ସେମାନଙ୍କୁ ବର୍ଷର ଶ୍ରେଷ୍ଠ ଉଇକିଆଳି ଭଳି ଗୋଟିଏ ଉପାଧୀରେ ଭୂଷିତ କରାଯାଉ ଓ ଏହି ପରମ୍ପରାକୁ ଆଗାମୀ ବର୍ଷ ମାନଙ୍କରେ ମଧ୍ୟ ପାଳନ କରାଯାଉ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୩:୦୫, ୨୬ ଜାନୁଆରୀ ୨୦୧୪ (UTC)
ଧନ୍ୟବାଦ ଭାଇ, ଆଶା କରୁଛି ଆଗାମୀ ବର୍ଷମାନଙ୍କରେ ଅଧିକ ସଂଖ୍ୟାରେ ଉଇକିଆଳିମାନେ ଆଲୋଚନାରେ ଭାଗ ନେଇ ଏହାକୁ ଆଗେଇନେବେ । ଆଗାମୀ ବର୍ଷରେ ଗୁଣାତ୍ମକ ମାନ ଓ ପରିମାଣ ଇତ୍ୟାଦି ଦେଖି ପୁରସ୍କୃତ କରାଯାଇପାରିବ, କେମିତି କରାଗଲେ ଭଲ ହେବ ଆପଣମାନେ ଆଲୋଚନା କରି ସ୍ଥିର କରନ୍ତୁ । ଏବର୍ଷ "ନିୟମିତ ଅବଦାନ ଓ ଉଇକିପିଡିଆକୁ ଆଗେଇନେବା" ପାଇଁ ପୁରସ୍କୃତ କରାଯାଉ । ମୋ ମତରେ ମୃତ୍ୟୁଞ୍ଜୟ ଭାଇଙ୍କୁ ୨୦୦୦, ଶିତିକଣ୍ଠ ଭାଇ ଏବଂ ଆଦିତ୍ୟ ଭାଇ ପ୍ରତ୍ୟେକଙ୍କୁ ୧୦୦୦, କେତେ କଣ ଖର୍ଚ୍ଚ ହେବ ବଜେଟ ଅନୁସାରେ କମ-ବେଶୀ ମଧ୍ୟ କରିପାରିବା । -- ଅଂଶୁମାନ ତାର ଯୋଡ଼ିବେ? ୧୫:୨୪, ୨୬ ଜାନୁଆରୀ ୨୦୧୪ (UTC)
ପୁରସ୍କାର ଯେଉଁଠି ଥାଏ, controversy ସେଇଠି ଥାଏ । ଏଣୁ ପୁରସ୍କାର ଦେବା ନିମନ୍ତେ କମିଟି କରାଯାଉ, କେଉଁ ଅନୁସାରେ ଦିଆଯିବ ତାହା ସ୍ଥିର କରାଯାଉ । ଉଇକିପିଡିଆରେ ଗୁଣାତ୍ମକ ମାନ ରକ୍ଷା କରିବା ଉପରେ ଯୋର ଦିଆଯାଇଛି, ସଂଖ୍ୟା ଉପରେ ନୁହେଁ । ଇଚ୍ଛା ଥିଲେ ମଧ୍ୟ ଅନେକ ବ୍ୟକ୍ତି ବହୁତ ଅଧିକ ଲେଖି ପାରିବେ ନାହିଁ । ଏହା ଏକ ସମ୍ବେଦନଶୀଳ କଥା । ଉପଯୁକ୍ତ ବିବେଚନା କରି ଚୁଡାନ୍ତ କରାଯାଉ । --Subas Chandra Rout (ମୋ ଆଲୋଚନା) ୦୪:୫୮, ୨୭ ଜାନୁଆରୀ ୨୦୧୪ (UTC)
ଠିକ କହିଛନ୍ତି ସାର, ତାହେଲେ କମିଟି ଗଠନ ହେଉ । କିନ୍ତୁ ସାର ମୁଁ ସଂଖ୍ୟାକୁ ଦେଖି ଚୟନ କରିନି, ଲେଖିଛି ଉପରେ "ନିୟମିତ ଅବଦାନ ଓ ଉଇକିପିଡିଆକୁ ଆଗେଇନେବା" ତାର ମାନେ କେବଳ ଲେଖା (ମେନସ୍ପେସ) ନୁହେଁ, ଛାଞ୍ଚ ଓ ଉଇକିପିଡିଆ ସ୍ପେସରେ ସମ୍ପାଦନା, ପ୍ରଧାନ ପୃଷ୍ଠାରେ ବଛା ଲେଖା ଓ ବଛା ଛବିକୁ ନିୟମିତରୂପେ ଅପଡେଟ କରିବା, ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ । ଆଊ ଗୋଟେ କଥା, ଯଦି ଆମେ କେବଳ ମେନସ୍ପେସ (Article)ର ଗୁଣାତ୍ମକ ମାନ ଦେଖି ସ୍ଥିର କରିବା ତାହେଲେ କିଛି ସଦସ୍ୟଙ୍କ ଅବଦାନ ଆମେ କେବେବି ଜାଣିପାରିବାନି, ଉଦାହରଣ ଭାବେ ଶ୍ରୀକାନ୍ତର ଅବଦାନ । ଏହା ପରେ ବି ଯଦି ଆପଣ କହିବେ କମିଟି ଗଠନ କରାଯାଇ ସ୍ଥିର କରାଯାଉ, ତାହେଲେ ସେହା ହେବ । ଆପଣ ଯାହା କହୁଛନ୍ତି ସମସ୍ତେ ସେହା ଚାହୁଁଛନ୍ତି, କିନ୍ତୁ ଏବେ ପାଇଁ ସମୟ ନାହିଁ, ଆଗାମୀ ବର୍ଷ ଠାରୁ ଆମେ ଏସବୁ ସ୍ଥିର କରି କରିପାରିବା । ତ ଆପଣଙ୍କୁ ମୋର ଅନୁରୋଧ, ଆଉଥରେ ଆପଣଙ୍କ ମତ ରଖିବାକୁ । ଧନ୍ୟବାଦ :) -- ଅଂଶୁମାନ ତାର ଯୋଡ଼ିବେ? ୦୭:୫୮, ୨୭ ଜାନୁଆରୀ ୨୦୧୪ (UTC)
  • ସୁଭାସିସ, ସମୟ ଥାଇ ଯଦି ଏବାବଦରେ ନିଷ୍ପତ୍ତି ନିଆଯାଇପାରିବ (ଯଦି ସାର ଓକେ କରିବେ) ଭଲ କଥା, ନହେଲେ ଏହାକୁ ବାତିଲ କରାଯାଉ । ମୁଁ ଭାବିଥିଲି ଜମାରୁ ନହେବା ଅପେକ୍ଷା ହେଲେ ଭଲ ହେବ । ଆଉ ତୋ ପାଖରେ ସମୟ ମଧ୍ୟ ନାହିଁ ମାନପତ୍ର ତିଆରି କରିବାକୁ, ତେଣୁ ଆଗକୁ ଯେବେ କମିଟି ଗଠନ କରାଯାଇ ସ୍ଥିର କରାଯିବ, ସେବେ ହେବ । :-) -- ଅଂଶୁମାନ ତାର ଯୋଡ଼ିବେ? ୧୫:୫୧, ୨୭ ଜାନୁଆରୀ ୨୦୧୪ (UTC)
କୌଣସି ମତେ ମାନପତ୍ର ତିଆରି ହୋଇଗଲା ଆଉ ଦସ୍ତଖତ ପରେ ସମସ୍ତଙ୍କ ପାଖକୁ ପଠାଯିବ । ଶିତିକଣ୍ଠ ସେଥିରେ ଦେବୀବାବୁଙ୍କ ଦସ୍ତଖତ ଆଣିବେ ଆଉ ସମସ୍ତଙ୍କୁ ପଠାଇବେ । ଯେଉଁମାନେ ଦୂରରେ ଅଛନ୍ତି ତାନୁ ଡାକ ଯୋଗେ ପଠାଇବାର ବ୍ୟବସ୍ଥା କଲେ ଭଲ ହେବ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୬:୫୩, ୩୦ ଜାନୁଆରୀ ୨୦୧୪ (UTC)
ଡେରିରେ ଜଣେଇଥିବାରୁ ଦୁଖିତ । ଦସ୍ତକତ କରାସରିଥିଲା କିନ୍ତୁ ପଠେଇବା କଥା ମୁଁ ଭୁଲିଯାଇଥିଲି । ଯେଉଁ ମାନେ ଭୁବନେଶ୍ଵରରେ ଉପସ୍ଥିତ ଅଛନ୍ତି ସେମାନଙ୍କୁ ମାନପତ୍ର ଏହି ଫେବୃୟାରି ମେଳଣ ସମୟରେ ଦିଆଯାଇପରିବ । ଭୁବନେଶ୍ଵର ବାହାରେ ରହୁଥିବା ଉଇକିଆଳିମାନେ ଦୟାକରି ନିଜ ଠିକଣା ଜଣେଇଲେ ମାନପତ୍ର ଗୁଡ଼ିକୁ ସେମାନଙ୍କ ପାଖକୁ ପଠାଇବାର ବ୍ୟବସ୍ଥା କରିଦିଆଯିବ ।
ନିମ୍ନରେ ମୁଁ ଉଇକିଆଳିଙ୍କ ନାମ ଲେଖିଦେଉଛି:
କୁପସିନ୍ଧୁ ମୁଦୁଲି, ଶୁଭ୍ରାଂଶୁ ଶେଖର ମିଶ୍ର, ମୃତ୍ୟୁଞ୍ଜୟ କର, ମନୋରଞ୍ଜନ ବେହେରା, ଜ୍ଞାନରଞ୍ଜନ ସାହୁ, ମନୋଜ ସାହୁକାର, ଗୋର୍ବାଚୋଭ ପୋଥାଳ, ଶଶାଙ୍କ ଶେଖର ଦାସ, ଶିଲେଶ ପଟ୍ଟନାୟକ, ସୁଭାସିସ ପାଣିଗ୍ରାହୀ, ଶ୍ରୀକାନ୍ତ କେଡିଆ, ସୂରଥ କୁମାର ପାଢୀ, ସତ୍ୟକାମ ଦାଶ, ଅଂଶୁମାନ ଗିରି, ଦୀପ୍ତିମାନ ପାଣିଗ୍ରାହୀ, ଆଦିତ୍ୟ ମାହାର, ମନୋରଞ୍ଜନ ମଲ୍ଲିକ, ପ୍ରୀତିରଞ୍ଜନ ତ୍ରିପାଠୀ, ସୁବାସ ଚନ୍ଦ୍ର ରାଉତ, କମଳାକାନ୍ତ ନାୟକ, ଆଶୁତୋଷ କର ।--ଶିତିକଣ୍ଠ (ଆଲୋଚନା) ୧୦:୫୬, ୧୫ ଫେବୃଆରୀ ୨୦୧୪ (UTC)

Dear Odia Wikimedians,
Glad to see that most of you will be coming together to celebrate the historic milestone of celebrating the 10th birth day of Odia Wikipedia! I am sure you will also take time out during this momentous occassion to reflect on the growth of the Odia Wikipedia thus far and imbibe lessons that you could carry forward to further grow this open knowledge repository in Odia. It will be nice to see you chart out a collective strategy to further enrich the Odia Wikipedia during the coming year. It would be wonderful if you could also factor-in how and where to utilize the movement resources effectively. Wishing you all the best for the event!! Will catch up on the happenings virtually :) --Visdaviva (ମୋ ଆଲୋଚନା) ୧୦:୫୩, ୨୭ ଜାନୁଆରୀ ୨୦୧୪ (UTC)

ଅତିଥିଙ୍କ ପାଇଁ ଓଡ଼ିଆ ଉଇକିଆଳିଙ୍କଠାରୁ ଅନୁରୋଧ[ସମ୍ପାଦନା]

ଉଇକିଆଳିଙ୍କୁ ବିନମ୍ର ଅନ୍ୁରୋଧ ଏଠାରେ ଚାରୋଟି ବିଷୟ ଉପରେ ନିଜର ମତାମତ ରଖନ୍ତୁ:

ପଦ୍ମଶ୍ରୀ ଡଃ ଦେବୀପ୍ରସନ୍ନ ପଟ୍ଟନାୟକ[ସମ୍ପାଦନା]

ପଦ୍ମଶ୍ରୀ ଡଃ ଦେବୀପ୍ରସନ୍ନ ପଟ୍ଟନାୟକ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦାବୀ ଓ ଏହାର ପରିଚାଳନା ନିମନ୍ତେ ଗଠିତ କମିଟିର ଜଣେ ମୁଖ୍ୟ ସଦସ୍ୟ । ସେ ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସକୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇ ଆସୁଛନ୍ତି । ଓଡ଼ିଆ ଉଇକିଆଳିମାନେ ଓଡ଼ିଆ ଶାସ୍ତ୍ରୀୟ ମାନ୍ୟତା ପାଇଲେ ଅନେକ ନୂଆ ନୁଆ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଓଡ଼ିଆ ଭାଷାର ବିଶାଳତମ ଅନଲାଇନ ଜ୍ଞାନ‌କୋଷ ଭାବେ ଓଡ଼ିଆ ଉଇକିପିଡ଼ିଆ ଏହି ସବୁ କାର୍ଯ୍ୟକ୍ରମରେ କି କି ଭୂମିକା ନେଇପାରିବ ଏ ବାବଦରେ ଆମେ ଦେବୀବାବୁଙ୍କୁ ଅନେକ ମତାମତ ଦେଇପାରିବ ଯାହା ସେ କମିଟି ସ‌ହ ଆଲୋଚନା କରିପାରିବେ ।

ଡଃ ଗୌରହରି ଦାସ ଓ ଶୁଭ୍ରାଂଶୁ ପଣ୍ଡା[ସମ୍ପାଦନା]

ସମ୍ବାଦରେ ଦୀର୍ଘଦିନ ଧରି ଜଡ଼ିତ ଥିବା ସାହିତ୍ୟିକ, ଓଡ଼ିଆ ସାହିତ୍ୟ ଏକାଡେମୀର ଆବାହକ ତ‌ଥା ସମ୍ବାଦ ସ୍କୁଲ ଅଫ ମିଡ଼ିଆର ଅଧ୍ୟକ୍ଷ ଡଃ ଗୌରହରି ଦାସ ଓ ବରିଷ୍ଠ ସାମ୍ବାଦିକ ଓ ସାହିତ୍ୟିକ ଶୁଭ୍ରାଂଶୁ ପଣ୍ଡା ଆମର ସମ୍ମାନୀତ ଅତିଥି ହେବେ । ଓଡ଼ିଆ ଉଇକିଆଳିଗଣ ତଳେ କି କି ବିଷୟରେ ଏହି ଅନୁଷ୍ଠାନମାନ ଆମର ଲକ୍ଷସାଧନ ନିମନ୍ତେ ସାହାଯ୍ୟ କରିପାରିବେ ତାହା ତଳେ ଲେଖନ୍ତୁ ।


ଉଷା ପାଢ଼ୀ[ସମ୍ପାଦନା]

ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ମୁଖ୍ୟ ସଚିବ ଢେଙ୍କାନାଳଠାରେ ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥିରେ ଯୋଗଦେବେ । ସରକାରଙ୍କ ଶିକ୍ଷାବିଭାଗ ପାଖରେ କି କି ବିଷୟରେ ଆମେମାନେ ଆବେଦନ କରିପାରିବେ, ପାଠ୍ୟଖସଡ଼ାରେ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଶିକ୍ଷାଦାନ ତ‌ଥା ସ୍କୁଲ ପିଲାଙ୍କୁ ଓଡ଼ିଆ ଉଇକିପିଡ଼ିଆରେ ଲେଖିବା ଓ ଉଇକିସ୍ରୋତରେ ବ‌ହି, ପୋଥିପୁରାଣ ଆଦିର ଡିଜିଟାଲକରଣ କରିବା ଆଦି ବିଷୟରେ ତଳେ ଲେଖନ୍ତୁ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୨:୪୩, ୨୭ ଜାନୁଆରୀ ୨୦୧୪ (UTC)