ଉଇକିପିଡ଼ିଆ ଆଲୋଚନା:ଜନ୍ମତିଥି/୧୪

Page contents not supported in other languages.
ଉଇକିପିଡ଼ିଆ‌ରୁ

ଆଉ ୩ ମାସ ରହିଲା ଜନ୍ମତିଥି ପାଳନ ଲାଗି । ଆଉ ଏ ବାବଦରେ ଭାବିବା ବେଳେ କିଛି ଚିନ୍ତା ମୁଣ୍ଡକୁ ଆସିବାରୁ ଭାବିଲି ଯେ ଆପଣ ସଭିଙ୍କ ସମ୍ମୁଖରେ ଏବେଠୁ ବାଢ଼ିଲେ କିଛି ସୁଚିନ୍ତିତ ମତାମତ କାର୍ଯ୍ୟକ୍ରମର ରୂପରେଖ ବଦଳାଇବ । ତଳ ସମସ୍ତ ଲେଖାକୁ ଛାଞ୍ଚ ଭାବେ ଦେଖିବେ, ମୋର ବ୍ୟକ୍ତଗତ ମତ ନୁହେଁ । ଏଥିରେ ଅନେକ ଜିନିଷ ବାକି ରହିଯାଇଥାଇପାରେ । ତାହା ଆପଣମାନେ ଆଲୋଚନା ପରିସରକୁ ଆଣିଲେ ଏ ମାସ ଶେଷ ଆଡ଼କୁ ଗୋଟେ ମୋଟାମୋଟି ଯୋଜନା ତିଆରି ହୋଇପାରିବ । --ସୁଭାସିସ ପାଣିଗାହି (ଆଳାପ) ୧୨:୦୩, ୬ ମାର୍ଚ୍ଚ ୨୦୧୬ (IST)[reply]

ସ୍ଥାନ[ସମ୍ପାଦନା]

ତଳେ ନିଜ ପସନ୍ଦର ସ୍ଥାନ ବାଛି ଠିକଣା ଜାଗାରେ ନିଜ ମତ ଦିଅନ୍ତୁ । ଆଉ ଟେବୁଲ ଭିତରେ କିଛି ବାକି ରହିଯାଇଥିଲେ ଯୋଡ଼ନ୍ତୁ ବା କିଛି ଭୁଲ ତଥ୍ୟ ଥିଲେ ବଦଳାଇବାକୁ ମତାମତ ଦିଅନ୍ତୁ ।

ସ୍ଥାନ ସୁବିଧା ଅସୁବିଧା ସପକ୍ଷ (କାରଣ) ବିରୋଧ/ଭିନ୍ନମତ (କାରଣ)
ଭୁବନେଶ୍ୱର
  • ଅତିଥି, ଜନତା ଓ ପ୍ରେସ ଉପସ୍ଥିତି ଅଧିକ
  • ଯୋଗଦାନକାରୀଙ୍କ କମ୍ପ୍ୟୁଟର ପରିଚିତି ଅଧିକ
  • ପାଠ୍ୟକ୍ରମରେ କମ୍ପ୍ୟୁଟର ଶିକ୍ଷା ଥିବା ଅଧିକ ଶିକ୍ଷାନୁଷ୍ଠାନ
  • ୪ ଜଣ ସକ୍ରିୟ ଉଇକିଆଳି ସହରରେ ରହନ୍ତି
  • ଆଗରୁ ପ୍ରାୟ ସବୁ ବଡ଼ କାର୍ଯ୍ୟକ୍ରମ ଏଠାରେ ହୋଇଛି
  • ଅନ୍ୟ ସ୍ଥାନରେ ଥିବା ଆଗ୍ରହୀ ଯୋଗଦାନକାରୀଙ୍କୁ ଅଣଦେଖା
  • ବାକି ଜାଗା ଅପେକ୍ଷା ଅନେକ ଲୋକ ଇଂରାଜୀ/ହିନ୍ଦୀ ମୁହାଁ
ନାଲକୋନଗର
  • ୫ରୁ ଅଧିକ ସକ୍ରିୟ ଉଇକିଆଳି
  • ସୁବିଧାରେ ସ୍ଥାନୀୟ ପରିଚାଳନା ଓ ନେତୃତ୍ୱ ନେବା ପାଇଁଁ ଅନେକ ହାତ
  • ଭୁବନେଶ୍ୱର/କଟକ ଯିବା ଆସିବାରେ ଖୁବ ବେଶୀ ସମୟ ଲାଗିବ ନାହିଁ
  • ପୁରୀରୁ ଆସୁଥିବା ଅନେକ ଉଇକିଆଳିଙ୍କ ଯିବାଆସିବାରେ ଅସୁବିଧା
  • ସବୁ ପ୍ରେସ/ମିଡ଼ିଆ ଭୁବନେଶ୍ୱରରେ ଥିବାରୁ ବେଶି ଖବର ବାହାରିପାରିବ ନାହିଁ
ଉଦାହରଣ ଉଦାହରଣ ଉଦାହରଣ

ମତାମତ[ସମ୍ପାଦନା]

  • ଯେହେତୁ ଜନ୍ମତିଥି ଟା ଗୋଟେ ବଡ କାର୍ଯ୍ୟକ୍ରମ ତେଣୁ ମିଡିଆ କଭରେଜ ଟା ନିତାନ୍ତ ଆବଶ୍ୟକ । ତେବେ ଯେପରି କି ପ୍ରସ୍ତାବ ଦିଆହେଇଥିଲା ଯେ ଖାଲି ଉଇକିଆଳିଙ୍କୁ ନେଇ ଗୋଟେ କାର୍ଯ୍ୟକ୍ରମ କରିବା, ନୂଆ ଲୋକ ଆସିଲେ ଆସିବେ, ସେଥିରେ ମିଡିଆ ନ ଆସିଲେ ମଧ୍ୟ ଚଳିବ । ଜନ୍ମତିଥି ପରେ ସେମିତି ଗୋଟେ ସମ୍ମିଳନୀ ହେଉ। ଛୋଟକାଟର ହେଲେ ମଧ୍ୟ ବେଶ୍ କାମ କରିହେବ । ଆଉ ମିଡିଆ ବା ନୂଆ ଲୋକଙ୍କୁ ଧ୍ୟାନ ଦେବାର ଦାୟିତ୍ୱ ନଥିଲେ ଅଧିକ କାମ ବି ହେବ । Coldbreeze16 (ମୋ ଆଲୋଚନା) ୧୨:୨୫, ୧୨ ମାର୍ଚ୍ଚ ୨୦୧୬ (IST)[reply]
  • ଜନ୍ମତିଥି ପାଳନ ଗୋଟାଏ ଛୁଟିଦିନ(ରବିବାର)ରେ କଲେ ଅଧିକ ବ୍ୟବ‌ହାରକାରୀଙ୍କ ସ‌ହ କିଛି ନୂଆ ଲୋକ ଯୋଗଦେଇପାରିବେ ବୋଲି ମୋର ଆଶା । ମୁଖ୍ୟତଃ ରବିବାରରେ ଅନେକ ଲୋକ ଖାଲି ଥାଆନ୍ତି, ସେଥିପାଇଁ ରବିବାରରେ ପାଳନ କଲେ ଅଧିକରୁ ଅଧିକ ଲୋକ ଯୋଗଦେଇପାରିବେ ଏବଂ ସାମ୍ବାଦିକମାନେ ମଧ୍ୟ ଅଧିକ ଆସିପାରିବେ । --Ssgapu (ମୋ ଆଲୋଚନା) ୦୯:୫୬, ୭ ମଇ ୨୦୧୬ (IST)[reply]

ମୂଳ ଫଳାଫଳ[ସମ୍ପାଦନା]

ଆମ ପୁରୁଣା ଜନ୍ମତିଥି ପାଳନରେ ଧୀରେ ଧୀରେ ଉନ୍ନତି ଦେଖିବାକୁ ମିଳିଛି । ତେବେ ଏଥିରେ ଶ୍ରମ, ସମୟ ଓ ଅର୍ଥ ଖର୍ଚ୍ଚ ହେଉଥିବାରୁ ଏହି ଦିବସ ପାଳନର ଫଳାଫଳ ବାବଦରେ ଆଲୋଚନା ଅତ୍ୟନ୍ତ ଜରୁରୀ । ତେଣୁ ତଳେ ଦୟାକରି ଲେଖନ୍ତୁ ଏ କର୍ମଶାଳାର ମୂଳ ଫଳାଫଳ କଣ ହେବା ଉଚିତ ।

ସମ୍ଭାବିତ ଫଳାଫଳ
ଉଇକିଆଳିଙ୍କ ଭିତରେ ଆଲୋଚନା/କର୍ମଶାଳା
(୬୦-୭୦% ସମୟ)
ଗଣ-କାର୍ଯ୍ୟକ୍ରମ
(୩୦-୪୦% ସମୟ)

ଖର୍ଚ୍ଚ ଅଟକଳ[ସମ୍ପାଦନା]

କେଉଁଥିରେ କେତେ ଖର୍ଚ୍ଚ ହେବା ଉଚିତ ?

  • ମୋଟ ଖର୍ଚ୍ଚ:
  • ଯିବାଆସିବା:
  • ଉଇକିଆଳିଙ୍କୁ ପୁରସ୍କାର:
  • ଖାଦ୍ୟ:
  • ମଞ୍ଚସଜ୍ଜା ଓ ପରିଚାଳନା (ଅତିଥିଙ୍କୁ ସୌଜନ୍ୟମୂଳକ ଫୁଲ ଓ ଆଉ କିଛି, ମାଇକ-ସାଉଣ୍ଡ, ବ୍ୟାନର-ପୋଷ୍ଟର):
  • ଉଇକିଆଳିଙ୍କ ପାଇଁ ଟିସାର୍ଟ, ଟ୍ୟାଗ, ଷ୍ଟିକର ଓ ଅନ୍ୟାନ୍ୟ ଉପକରଣ:
  • ବାକି ସମ୍ଭାବିତ ଖର୍ଚ୍ଚ: