ଉଇକିପିଡ଼ିଆ ଆଲୋଚନା:କର୍ମଶାଳା/କିସ/୨

Page contents not supported in other languages.
ଉଇକିପିଡ଼ିଆ‌ରୁ

ଉଚ୍ଚତର କାର୍ମଶାଳା?[ସମ୍ପାଦନା]

  • ଏଟୁକେର କାମ ବାବଦରେ ପ୍ରଶ୍ନ ଆଉ ପଚାରିବା ଆବଶ୍ୟକ ନା ନାହିଁ?
  • ଏଠାରେ m:India_Access_To_Knowledge/Reports/CIS-A2K_Quarterly_Report_2/Odia ଲେଖା ହେଇଛି, ଉଚ୍ଚତର କାର୍ମଶାଳା ବୋଲି? କିନ୍ତୁ ଜଣାପଡୁନି । ୧୧ ଶିକ୍ଷକ, 16 ଛାତ୍ର ଦେଖା ଯାଉନାହାନ୍ତି? ୪ ଟି ଜନଜାତି ଉପରେ ୮ ଟି ପ୍ରସଙ୍ଗ, ସାନ୍ତାଳୀ ଓ ହୋ ଜନଜାତି ଉପରେ ୩ ତିନୋଟି ପ୍ରସଙ୍ଗ! ହୋ ପରବରେ କିଛି ଲେଖା ନାହିଁ । ଆଧାର ତ ନାହିଁ କୌଣସି ପ୍ରସଙ୍ଗରେ, କିଛି ପ୍ରସଙ୍ଗରେ ବାକ୍ୟସବୁ ଅଧା, ସଫା ଜଣାପଡୁଛି କପି କରାଯାଇଛି ବୋଲି ।
  • ବିବରଣୀ ମଧ୍ୟ ନାହିଁ । ଏମିତି କାମ ହେବା ଅପେକ୍ଷା ନହେବା ଭଲ । -- ଅଂଶୁମାନ ତାର ଯୋଡ଼ିବେ? ୧୪:୦୯, ୧୪ ମାର୍ଚ୍ଚ ୨୦୧୪ (UTC)
ଅଂଶୁମାନ, ୧୧ ଜଣ ଶିକ୍ଷକ ୧୬ ଜଣ ଛାତ୍ର ପ୍ରଥମ କର୍ମଶାଳାରେ ଥିଲେ, ଦ୍ୱିତୀୟ କର୍ମଶାଳାରେ ତାଙ୍କ ଭିତରୁ ୯ ଜଣ ଶିକ୍ଷକ ଓ ୧୩ ଜଣ ଛାତ୍ର ଥିଲେ । ପ୍ରଥମ କର୍ମଶାଳାରେ ଥିବା ସମସ୍ତଙ୍କ ଭିତରୁ କେବଳ ଶିକ୍ଷକମାନେ ଠିକ ଭାବେ ବାକ୍ୟ ଗଢ଼ିପାରୁଥିଲେ ଆଉ ଛାତ୍ରମାନଙ୍କର ଓଡ଼ିଆରେ ଲେଖିବାର ଦକ୍ଷତା କମ ଥିଲା । ତେବେ ସେମାନଙ୍କ ବୌଦ୍ଧିକ‌ତା ବାବଦରେ କ‌ହୁନାହିଁ, କିନ୍ତୁ ଯେହେତୁ ଓଡ଼ିଆ ସେମାନଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ଅଲଗା ଭାଷା ସେମାନେ ଭାଷାରେ ଦକ୍ଷତା ହାସଲ କରିବା ପାଇଁ କିଛି ସମୟ ନେବେ । ଶିକ୍ଷକମାନଙ୍କ ଭିତରୁ କେବଳ ଜଣେ ଶିକ୍ଷକ ଦୀପ୍ତିରଞ୍ଜନ ବେହେରା ଓଡ଼ିଆ ଟାଇପ କରିବା ଜାଣିଥିଲେ । ବାକି ସମସ୍ତଙ୍କ ପାଇଁ ଏ ଥିଲା ଓଡ଼ିଆରେ ଟାଇପ କରିବାର ପ୍ରଥମ ସୋପାନ । ତେଣୁ ପ୍ରଥମ କର୍ମଶାଳାରେ ସମସ୍ତେ କେବଳ ଟାଇପ କରିବା ଶିଖିଥିଲେ ଓ କେଉଁ ଓଡ଼ିଆ ଅକ୍ଷର ପାଇଁ କେଉଁ ଇଂରାଜୀ ଅକ୍ଷର ତାହା ଶିଖିପାରିଥିଲେ । ଯଦିଓ ଆମେ ସେମାନଙ୍କୁ ବୋଲ୍ଡ଼, ଇଟାଲିସାଇଜ ଆଦି ଶିଖାଇଥିଲୁ ସେମାନଙ୍କ ପକ୍ଷେ ଏସବୁ ଶିଖି କାମରେ ଲଗାଇବା ସେଥର ସମ୍ଭବ ହୋଇନ‌ଥିଲା । ତେଣୁ ଦ୍ୱିତୀୟ କର୍ମଶାଳାରେ ସେମାନଙ୍କୁ ଆଉଥରେ ସବୁ ମୌଳିକ ଉଇକିକୋଡ଼ ଅଭ୍ୟାସ କରାଇଥିଲୁ ଯାହା ଫଳରେ ସେମାନେ ପ୍ରସଙ୍ଗରେ କିଛି କିଛି ଲେଖିପାରିଥିଲେ । ତେଣୁ ଆଧାର ନ‌ଥିବା ଆଉ ପ୍ରଥମ କରି ଓଡ଼ିଆରେ ଟାଇପ କରୁଥିବା ଛାତ୍ର ଓ ଶିକ୍ଷକମାନଙ୍କ ଦ୍ୱାରା ହୋଇଥିବା ଅଧାଗଢ଼ା ପ୍ରସଙ୍ଗ ବାବଦରେ ମୁଁ ଏତିକି କ‌ହିବି ସେମାନେ ଶିଖୁଛନ୍ତି ଓ ସମ୍ପୂର୍ଣ୍ଣ ପ୍ରସଙ୍ଗ ତିଆରି କରିବା ପାଇଁ ସେମାନେ ଅନେକ ଭୁଲ କରି ସମୟ ନେଇ ଶିଖିବେ । ମୁଁ ଜାଣିନାହିଁ ଏଠାରେ ତୋ ପ୍ରଶ୍ନର ଉତ୍ତର ଦେଇ ମୁଁ ବତାଇପାରିବି କି ନାହିଁ, କିନ୍ତୁ ମୁଁ ସେମାନଙ୍କଠାରେ ସ୍ପୃହା ଦେଖିଛି । ବୋଧେ ସୁବାସ ସାର ଯେ ମଧ୍ୟ ଏହି କର୍ମଶାଳାରେ ଥିଲେ ଏ ବାବଦରେ କ‌ହିପାରିବେ ଯେ ଗୋଟେ ଗୋଟେ ବାକ୍ୟ ଲେଖିବା ପାଇଁ ସେମାନେ କିଛି ମିନିଟ ନେଉଥିଲେ । ଆଉ କପିକରିବା ଦକ୍ଷତା ସେମାନଙ୍କର ମୋଟେ ନାହିଁ, ଆମେ ଦ୍ୱିତୀୟ କର୍ମଶାଳା ଆଗାରୁ କିଛି ଅଲଗା ଅଲଗା ବ‌ହିରୁ ମିଶାଇ କାଗଜରେ ଲେଖିଆଣିବାକୁ କ‌ହିଥିଲୁ, ସମସ୍ତେ ନିଜ ଭାଷାରେ ଭୁଲଭାଲ କରି ଲେଖିଥିଲେ, କପି କରିଥିଲେ ଠିକ ବ୍ୟାକରଣ‌ଗତ ଭୁଲ କରି ଲେଖିଥାନ୍ତେ । ଯଦି ମୋର ବା ଆଉ କାହାର ଉପସ୍ଥାପନା ଶୈଳୀ ବା କାର୍ଯ୍ୟକ୍ରମ ଯୋଜନା ବା ପରିଚାଳନାଗତ କିଛି ଭୁଲ ଅଛି ମୁଁ ଅନୁରୋଧ କରିବି କେବେ ସମୟ ଦେଖି ଆସି କର୍ମଶାଳାରେ ଉପସ୍ଥିତ ରହି କଣ କଣ ସୁଧାରିଲେ ଭଲ ହେବ ବତାଇବା ପାଇଁ । ତେବେ ଛାତ୍ର ଓ ଶିକ୍ଷକମାନଙ୍କ ଭୁଲ ସେମାନେ ନୂଆ ଶିଖୁଥିବାରୁ ରହିବ ଆଉ ସମୟକ୍ରମେ ଅଭ୍ୟାସ କରି କରି ସେମାନେ ତାକୁ ସୁଧାରିପାରିବେ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୭:୫୬, ୧୪ ମାର୍ଚ୍ଚ ୨୦୧୪ (UTC)
  • ସ୍ପୃହା ଅଛି ଯଦି ସେମାନେ ଅଧା ବାକ୍ୟ ଲେଖି ଛାଡିଦେଲେ! ପରେ ପୁଣି ଆସି ସମ୍ପୂର୍ଣ କଲେନି କଣପାଇଁ?
  • ଏହିଭଳି ପ୍ରସଙ୍ଗ ପାଇଁ ଆଧାର ମିଳିବା କଷ୍ଟ, ତେଣୁ ଗୋଟିଏ ଜନଜାତି ଉପରେ କେବଳ ଗୋଟିଏ ପ୍ରସଙ୍ଗ ରଖିବା ଠିକ ହେବ । ଅତି କମରେ ଏତିକି ତ ତାଙ୍କୁ ଜଣେଇବାର ଥିଲା ।
  • ସେହି ୯ଜଣ ଶିକ୍ଷକଙ୍କ ଭିତରୁ ଦୁଇ ଜଣ କିଛି ଲେଖିନାହାନ୍ତି ବୋଧେ, ଜଣଙ୍କର ଖାତା ଥିବ ଜଦିବି ଲିଙ୍କ କରାହେଇନି । ସବୁ ଛାତ୍ରମାନଙ୍କ ବ୍ୟବହାରକାରୀ ପୃଷ୍ଠା ମଧ୍ୟ ଠିକରେ ଲିଙ୍କ କରାହେଇନି । ଅପଡେଟ କରାହେଉ । -- ଅଂଶୁମାନ ତାର ଯୋଡ଼ିବେ? ୧୮:୫୮, ୧୪ ମାର୍ଚ୍ଚ ୨୦୧୪ (UTC)
* ସ୍ପୃହା କାହିଁକି କର୍ମଶାଳା ପରେ ରହିଲା ନାହିଁ ଆସିକି ଲେଖିବା ପାଇଁ ତା କ‌ହିବା ପାଇଁ ମୋ ପକ୍ଷରେ କଷ୍ଟ କାରଣ ସେମାନେ ଶିଖିବା ପାଇଁ ଆଗ୍ରହୀ ଥିଲେ କର୍ମଶାଳା ସମୟରେ ।
  • ପ୍ରସଙ୍ଗ ପାଇଁ ଆଧାର ଯୋଡ଼ା କାମଟା ଟିକେ ଅଭିଜ୍ଞ ଉଇକିଆଳିମାନେ ହାତକୁ ନେଲେ ଭଲ ହୁଅନ୍ତା, ପ୍ରଥମତଃ ନୂଆମାନେ ବେଶୀ କିଛି ଖୋଜି ପାଇବା ପାଇଁ ସବୁବେଳେ ଅସୁବିଧାରେ ପଡ଼ୁଛନ୍ତି । ତେବେ ଆଗାମୀ କର୍ମଶାଳାରେ ଏ ସବୁ ପ୍ରସଙ୍ଗରେ ଆଧାର ଯୋଡ଼ିବା ମୂଳ ଲକ୍ଷ ହେବ । ଆଉ ଏଥିରେ ସେମାନେ ହିଁ ନିଜେ ଖୋଜି ପାଇବେ । ଦ୍ୱିତୀୟ କ‌ଥା ହେଲା ଅନଲାଇନ ଆଧାର ସେମାନେ କିଛି ଖୋଜିପାଇପାରିଲେ ନାହିଁ । ଶିକ୍ଷକମାନଙ୍କୁ ଆଗାମୀ କର୍ମଶାଳା ପାଇଁ ଆଗୁଆ ଆଧାରର ନାମ ଲେଖି ଆଣିବାକୁ କ‌ହିବାକୁ ପଡ଼ିବ ଯାହା ସେମାନେ କର୍ମଶାଳା ସମୟରେ ଦେଇପାରିବେ ।
  • ଯେଉଁ ଦୁଇଜଣ କିଛି ଲେଖିନାହାନ୍ତି ସେମାନେ ଏକା ଦଳର । ଗୋଟେ ଦଳ ମିଶିକରି ଗୋଟେ ଲେଖା ଲେଖୁଥିବାରୁ ଜଣଙ୍କ ଖାତାରୁ ଲଗ-ଇନ କରି ଲେଖିଥିଲେ । ଆଉ ଜଣେ ଶିକ୍ଷକ ଯାହାଙ୍କ ଖାତା ଲିଙ୍କ କରା‌ଯାଇନାହିଁ ସେ ଯଦିଓ ପ୍ରସଙ୍ଗଟିଏ ବାଛିଥିଲେ ଦ୍ୱିତୀୟ କର୍ମଶାଳାରେ ଆସିପାରିନ‌ଥିଲେ । ତେଣୁ ପ୍ରସଙ୍ଗଟି ମଧ୍ୟ ତିଆରି କରାଯାଇପାରିନାହିଁ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୫:୧୨, ୧୫ ମାର୍ଚ୍ଚ ୨୦୧୪ (UTC)