ଉଇକିପିଡ଼ିଆ:ଉଇକି ଟୁଙ୍ଗି

ଉଇକିପିଡ଼ିଆ‌ରୁ
(ଉଇକିପିଡ଼ିଆ:WikiTungiରୁ ଲେଉଟି ଆସିଛି)
ସମ୍ପୂର୍ଣ୍ଣ ସୂଚନା ଉଇକି ଟୁଙ୍ଗି ପୁରୀ ଉଇକି ଟୁଙ୍ଗି ଭୁବନେଶ୍ୱର  
ଉଇକି ଟୁଙ୍ଗି ପୁରୀ ଦ୍ୱାରା ଆୟୋଜିତ ପୁରୀ ସହରର ପ୍ରଥମ ଓଡିଆ ଉଇକିପିଡ଼ିଆ କର୍ମଶାଳାରେ ଭାଗ ନେଇଥିବା ଉଇକିଆଳିଗଣ ।

ଉଇକିଟୁଙ୍ଗି ଓଡିଆ ଉଇକିପିଡ଼ିଆର ପ୍ରଚାର ପ୍ରସାର ନିମନ୍ତେ ତଥା ସ୍ଥାନୀୟ ଉଇକିଆଳିଙ୍କୁ ନେଇ ସକ୍ରିୟ ଭାବେ ବିଭିନ୍ନ ଉଇକିପିଡ଼ିଆ ସମ୍ବନ୍ଧିତ କାର୍ଯ୍ୟକ୍ରମ କରିବା ଲକ୍ଷରେ ଗଠିତ ଦଳ । ଏହା ଗୋଟିଏ ସହରରେ ରହୁଥିବା ସବୁ ସକ୍ରିୟ ସଭ୍ୟଙ୍କୁ ନେଇ ତିଆରି ।

ଲକ୍ଷ୍ୟ[ସମ୍ପାଦନା]

  • ଏକ ସହରରେ ରହୁଥିବା ଉଇକିଆଳିଙ୍କୁ ଏକଜୁଟ କରି ଅଧିକରୁ ଅଧିକ କର୍ମଶାଳାମେଳଣର ଆୟୋଜନ ।
  • ଉଇକିଆଳିଙ୍କୁ ବୈଷୟିକ ଓ ଉଇକିପିଡ଼ିଆର ନିୟମାବଳୀ ବାବଦରେ ବିଶଦ ତାଲିମ ।
  • ସ୍ଥାନୀୟ କଲେଜ, ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ସଙ୍ଗଠନ ମାନଙ୍କରେ କର୍ମଶାଳା ପାଇଁ ଉଦ୍ୟମ ।
  • ଉଇକିପିଡ଼ିଆ ଓ ଉଇକିପାଠାଗାରର ବାର୍ଷିକ ଉତ୍ସବର ଆୟୋଜନ ।

ନୂଆ ଉଇକିଆଳିଙ୍କ ପାଇଁ ଶିକ୍ଷଣ[ସମ୍ପାଦନା]

ଉଇକିପିଡ଼ିଆ ବାବଦରେ କିଛି ଜାଣିବା କଥା: ଓଡ଼ିଆରେ ଟାଇପିଂ, କିବୋର୍ଡ଼ ଲେଆଉଟ ଓ ଉଇକିପିଡ଼ିଆ ସମ୍ପାଦନା । (ପ୍ରିଣ୍ଟ କରିବା ପାଇଁ ଏହି ପୁସ୍ତିକାଟି ବ୍ୟବହାର କରିପାରିବେ)

ଏଠାରେ ଯୋଗ ଦେଉଥିବା ଅନେକ ନୂଆ ଉଇକିଆଳି ଉଇକିପିଡ଼ିଆ କିପରି କାମ କରେ ତା' ବାବଦରେ ହୁଏତ ଭଲ କରି ଜାଣିନଥିବେ । ସେମାନେ ହୁଏତ ଅନେକ ବିଷୟରେ ପାରଙ୍ଗମ ହୋଇଥିବେ । ତେବେ ଉଇକିପିଡ଼ିଆ ବାବଦରେ ମୋଟାମୋଟି ନ ଜାଣିଲେ ଆଗକୁ ଲେଖିବାରେ ବହୁ ଅସୁବିଧା ହେବ । ତେଣୁ ତଳେ କିଛି ଲିଙ୍କ ଦିଆଗଲା । ପ୍ରତିଟି ଲିଙ୍କ ଉଇକିପିଡ଼ିଆର ବିଭିନ୍ନ ବିଭବ ବାଦରେ ସଂକ୍ଷେପରେ ସୂଚନା ଦେଇଥାଏ । ସେଗୁଡ଼ିକ ଅଲଗା ପୃଷ୍ଠାରେ ଖୋଲି ଦେଖିନେବେ ଆଉ ତା' ପରେ ନୂଆ ପ୍ରସଙ୍ଗ ଲେଖିବା ବା ପୁରୁଣା ପ୍ରସଙ୍ଗ ବଦଳାଇବା ଆରମ୍ଭ କରିବେ ।