ଉଇକିପିଡ଼ିଆ:କର୍ମଶାଳା/ଅନୁଗୋଳ/୧

ଉଇକିପିଡ଼ିଆ‌ରୁ
(ଉଇକିପିଡ଼ିଆ:MANG1ରୁ ଲେଉଟି ଆସିଛି)
କର୍ମଶାଳାରେ ମୃତ୍ୟୁଞ୍ଜୟ କର ଓଡ଼ିଆ ଉଇକିପିଡ଼ିଆ ବାବଦରେ ଏକ ପ୍ରେଜେଣ୍ଟେସନ ଦେଉଛନ୍ତି ।

ଏହି କର୍ମଶାଳାଟି ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଉ ଏହାର ବିକାଶ କରିବାକୁ ଆରମ୍ଭ କରାଯାଇଛି । ଏହିଟି ୭ମ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ଓ ଅନୁଗୁଳରେ ହେଉଥିବା ୧ମ କର୍ମଶାଳା, ତେଣୁ ଇଚ୍ଛୁକ ଓଡ଼ିଆମାନଙ୍କୁ ଏଠାକୁ ଆସିବାକୁ ଅନୁରୋଧ କରାଯାଉଛି ।

ଏଥିରେ ଭାଗ ନେବା ନିମନ୍ତେ ଏହି ଲିଙ୍କକୁ ଯାଇ ଆବେଦନ କରନ୍ତୁhttp://tiny.cc/anugul1

ଜାଗା ଓ ଠିକଣା ( Venue and Date )[ସମ୍ପାଦନା]

ତାରିଖ/Date: : ଶୁକ୍ରବାର/Friday, ୨୦୧୨-ମାର୍ଚ୍ଚ-୩୦ / 2012-March-30 ପୂର୍ବାହ୍ନ ୧୦:୦୦ ଟା IST
ଜାଗା :
ନାସନାଲ ଇନଷ୍ଟିଚ୍ୟୁଟ ଅଫ କମ୍ପ୍ୟୁଟର ଏଜୁକେସନ, (ନାଇସ),
ଜେନେସିସ ଟେକନିକାଲ ହାଉସ
ଏଫ.ସି.ଆଇ. ରୋଡ଼, ନାଲକୋନଗର
ଅନୁଗୋଳ, ଓଡ଼ିଶା

Venue:
National Institute of Computer Education
Zenesys Technical House,
F.C.I. Road, Nalconagar
Odisha , India

କେଉଁ ମାନେ ଭାଗ ନେଇପାରିବେ (Who can participate)[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆ ପାଇଁ ଯେଉଁ ମାନେ କିଛି ଜାଣିବାକୁ ଚାହୁଁଛନ୍ତି ଆଉ ଭାଗନେଇ ଓଡ଼ିଆ ଭାଷାରେ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହାନ୍ତି ସେ ସମସ୍ତେ ଏଠାକୁ ଆସିପାରିବେ । ଓଡ଼ିଆ ଉଇକିପିଡ଼ିଆ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା ଯେବେ ଅନ୍ୟ ଭାରତୀୟ ଭାଷାରେ ଉଇକିପିଡ଼ିଆର ମୂଳଦୁଆ ବି ପଡ଼ିନଥିଲା, ହେଲେ କାମ ଅଭାବରୁ ସେଇଟି ଏବେ ବହୁତ ପଛରେ ପଡ଼ିଯାଇଛି, ତେଣୁ ଆମେ ଏହି ୭ମ ଓଡ଼ିଆ ଉଇକି କର୍ମଶାଳା ଜରିଆରେ ଦୁଇହଜାର ବର୍ଷର ପୁରୁଣା ସେହି ଓଡ଼ିଆ ଭାଷାକୁ ଉଇକିପିଡ଼ିଆ ଜରିଆରେ ପୁଣି ଆଗକୁ ବଢ଼ାଇବା । ଯଦି ଆପଣ ଇଛୁକ ତେବେ ତଳେ ନାମ ଲେଖାନ୍ତୁ । ମେଳଣ ଆଗରୁ କିଛି ଆଲୋଚନା ଆଲୋଚନା ପୃଷ୍ଠା କରିବାକୁ ଅନୁରୋଧ ।

ମୂଳ ପ୍ରସଙ୍ଗ (Agenda)[ସମ୍ପାଦନା]

ପ୍ରଥମ ପ୍ରସଙ୍ଗ: ଓଡ଼ିଆ ଉଇକିପିଡ଼ିଆକୁ ପାଛୋଟା ଓ ବାକି ପ୍ରକଳ୍ପ

  • ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଜାଣିବା କଥା, ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକି ପ୍ରକଳ୍ପ
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି

ଦ୍ଵିତୀୟ ପ୍ରସଙ୍ଗ: ଉଇକିପିଡ଼ିଆରେ ଲେଖା ଖୋଜା ଓ ବଦଳ

  • - କେମିତି ଖୋଜିବେ ଲେଖାଟିଏ
  • - କେମିତି ବଦଳାଇବେ ପୁରୁଣା ଲେଖା, ବୋଲ୍ଡ, ତେରେଛା ଓ ===ବଡ଼ ଅକ୍ଷର=== କେମିତି ଲେଖିବେ
  • - ରେଫେରେଁସ ଓ ବାହାର ଲିଙ୍କ ଯୋଡ଼ିବେ କେମିତି
  • - ବଦଳାଇବାରେ ଅସୁବିଧା ଓ ତାହାର ସମାଧାନ
  • - ଓଡ଼ିଆ ଉଇକିପିଡ଼ିଆରେ କଣ ଲେଖିବେ ଓ କଣ ଲେଖିବେ ନାହିଁ

ଦ୍ଵିତୀୟ ପ୍ରସଙ୍ଗ ପରର ଆଲୋଚନା:

  • - ଓଡ଼ିଆ ଉଇକିପିଡ଼ିଆ କାହିଁକି ?
  • - ଓଡ଼ିଆରେ ପଢ଼ିବାରେ ଅସୁବିଧା ଓ ତାହାର ସମାଧାନ
  • - ନଗଦ ଯୋଡ଼ାଯାଇଥିବା ନୂଆ ନୂଆ ସୁବିଧା
  • - ଓଡ଼ିଆ ଉଇକିପିଡ଼ିଆରେ ଆଗକୁ କରିବାକୁ ଥିବା କାମସବୁ
  • - ସଙ୍ଘ ଗଢ଼ା
  • - ଅନୁବାଦରେ ଅସୁବିଧା ଓ ସମାଧାନ

Main Agenda:
Session1:Introduction to Wikipedia and odia wiki projects

  • - Introduction about Wikipedia and Odia Wikipedia
  • - Current status of Odia Wikipedia

Session2:Introduction to Editing in Wikipedia

  • - How to edit any page in Odia Wikipedia
  • - How to add Bold, Italicised, === Headings === and "sign" and other commonly used syntaxes
  • - How to add references and external links
  • - Editing conflicts and how to solve them
  • - What to write and what NOT to add in Odia Wikipedia

Post Session2 discussions:

  • - Why Wikipedia Odia?
  • - Recent developments and new features added in Wikipedia
  • - Future deveopment and possible opportunities with Wikipedia
  • - Discussion of common problems raised (And by audience)
  • - Display and typing issues and solution
  • - Building community
  • - Translation issues & possible measures to solve them
  • - Incubation of new projects for students in Odia Wikipedia
  • - Future Projects for Odia Wikipedia

ଆୟୋଜନ କରୁଛନ୍ତି (Organizers)[ସମ୍ପାଦନା]

ନାମ ଲେଖାଇଥିଲେ (Signed up)[ସମ୍ପାଦନା]

ଏଥିରେ ଭାଗନେଇଥିଲେ (Attendees)[ସମ୍ପାଦନା]

ଖବରରେ (In News)[ସମ୍ପାଦନା]

ବିବରଣୀ (Report)[ସମ୍ପାଦନା]

ଗତ ମାର୍ଚ୍ଚ ମାସ ୩୦ ତାରିଖ ଦିନ ନାସନାଲ ଇନଷ୍ଟିଚ୍ୟୁଟ ଅଫ କମ୍ପ୍ୟୁଟର ଏଜୁକେସନ, ନାଲକୋନଗର, ଅନୁଗୋଳ ଠାରେ ଏକ ଉଇକିପିଡ଼ିଆ କର୍ମଶାଳା ଆୟୋଜିତ ହୋଇଥିଲା । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ୧୪ଜଣ ଆଗ୍ରହୀ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ । ଏଥି ମଧ୍ୟରୁ କିଛି ନାଲକୋ କର୍ମଚାରୀ ବାଚନିକ ଭାବେ ପୂର୍ବରୁ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଅବଗତ ଥିଲେ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଆ ଉଇକିଆଳି ମୃତ୍ୟୁଞ୍ଜୟ କର ଓଡ଼ିଆ ଉଇକିପିଡ଼ିଆ ବାବଦରେ ସୂଚନା ଦେଇ ଏହି କର୍ମଶାଳା ଆରମ୍ଭ କରିଥିଲେ । ଏଥିରେ ସେ ଉଇକିପିଡ଼ିଆ, ପାଞ୍ଚଟି ସ୍ତମ୍ଭ ଓ ନିୟମାବଳୀ ବାବଦରେ ସମ୍ୟକ ଧାରଣା ଦେଇଥିଲେ । ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମାର୍ଦ୍ଧରେ ଅଂଶଗ୍ରହଣକାରୀଙ୍କୁ ଓଡ଼ିଆ ଉଇକିପିଡ଼ିଆରେ ନାମ ପଞ୍ଜିକରଣ କରିବା ପ୍ରଣାଳି ସହ ପ୍ରସଙ୍ଗ ସମ୍ପାଦନ ବାବଦରେ ପ୍ରାରମ୍ଭିକ ସୂଚନା ଦେଇ ଜଣେ ଅଂଶଗ୍ରହଣକାରୀଙ୍କୁ ନିଜ ନାମ ପଞ୍ଜିକରଣ କରିବାକୁ କୁହାଗଲା । ଏହା ପରେ ସମ୍ପାଦନା ବାବଦରେ ଆହୁରି ଅଧିକ ଜାଣିବାକୁ ଚାହୁଁଥିବା ଓ ନିଜେ ସମ୍ପାଦନ କରି ଶିଖିବାକୁ ଆଗ୍ରହୀଥିବା ଅଂଶଗ୍ରହଣକାରୀଙ୍କୁ ରହିବାକୁ କହିବାରୁ କିଛି ଅଂଶଗ୍ରହଣକାରୀ ଚାଲିଗଲେ, ଏହାପରେ ବାକି ଥିବା ୯ ଜଣ ଅଂଶଗ୍ରହଣକାରୀ ନିଜ ନାମ ପଞ୍ଜିକରଣ କରିଥିଲେ । ତନ୍ମଧ୍ୟରୁ ୪ଜଣ ଛୋଟ ଛୋଟ ବଦଳ କରି ଓଡ଼ିଆ ଉଇକିପିଡ଼ିଆରେ ଲେଖିବା ଶିଖିଥିଲେ ।

ପ୍ରତିବନ୍ଧକ ଓ ସମାଧାନ[ସମ୍ପାଦନା]

  • ନୂଆ ବ୍ୟବହାରକାରୀମାନେ ଓଡ଼ିଆରେ ଟାଇପ କରିବାରେ ଅସୁବିଧାର ସମ୍ମୁଖିନ ହୋଇଥିଲେ । ଆମେ ସେମାନଙ୍କୁ ଟାଇପିଙ୍ଗ ସାହାଯ୍ୟ ଦେଖି, ବିଭିନ୍ନ ଅକ୍ଷର କିପରି ଠିକ ଭାବେ ଟାଇପ କରିପାରିବେ ସେ ବାବଦରେ ଅବଗତ କରାଇଥିଲୁ । ଦେଖଣାର ବ୍ୟବହାର କରି କିପରି ସେମାନେ ଲେଖା ଗୁଡ଼ିକ କ୍ରମେ ଠିକରୂପେ ଲେଖିପାରିବେ ଓ ଉକିପିଡ଼ିଆରେ ଉପଲବ୍ଧ ଥିବା ସଂଶୋଧନ ସୁବିଧା ବାବଦରେ ମୃତ୍ୟୁଞ୍ଜୟ ସୂଚନା ଦେଇଥିଲେ ।

ପରବର୍ତ୍ତୀ ପଦକ୍ଷେପ[ସମ୍ପାଦନା]

  • ମୃତ୍ୟୁଞ୍ଜୟ ବ୍ୟକ୍ତିଗତ ଭାବେ ନୂଆ ବ୍ୟବହାରକାରୀଙ୍କ ସହ ଜଣକିଆ କିମ୍ବା ଦଳଗତ ଭାବେ ଯୋଗାଯୋଗ କରି ସେମାନଙ୍କୁ ଲେଖିବାରେ ସାହାଯ୍ୟ କରିବା ସହ ସେମାନଙ୍କ ସନ୍ଦେହ ଦୁର କରିବାକୁ ଚେଷ୍ଟା କରିବେ ।
  • ଅନୁଗୋଳ ଅଞ୍ଚଳରେ ଅନେକ କର୍ମଶାଳା ଆୟୋଜନ କରି ଅଧିକ ନୂଆ ବ୍ୟବହାରକାରୀଙ୍କୁ ସମ୍ପାଦନ କରିବା ଶିଖାଇପାରିବେ ।

ଶିକ୍ଷା[ସମ୍ପାଦନା]

  • ନିଜ ସାଙ୍ଗ ଓ ସହକର୍ମଚାରୀଙ୍କୁ ଉଇକିପିଡ଼ିଆ ବାବଦରେ ଜଣାଇ ସେମାନଙ୍କୁ ଉଇକିପିଡ଼ିଆ କର୍ମଶାଳାରେ ଯୋଗଦେଇ ସମ୍ପାଦନ ଶିଖିବା ନିମନ୍ତେ ପ୍ରବର୍ତ୍ତାଇବା ଏକ ଭଲ ଉଦ୍ୟମ, କାରଣ ଏହାଦ୍ଵାରା ସମାନ ଚିନ୍ତାଧାରା ଥିବା ଅଂଶଗ୍ରହଣକାରୀମାନେ କର୍ମଶାଳାରେ ଯୋଗଦେବାର ସମ୍ଭାବନା ଅଧିକ ।
  • ଆମେ ପ୍ରସାର କର୍ମଶାଳା କରିବାବେଳେ, ପୂର୍ବରୁ ଉଇକିପିଡ଼ିଆ ସମ୍ବନ୍ଧିୟ ଦରକାରୀ ଲିଙ୍କ ଥିବା ଗୋଟିଏ ଛୋଟ ପୃଷ୍ଠା ଅଂଶଗ୍ରହଣକାରୀଙ୍କୁ ଦେବା ଭଲ ହେବ, ଯଦ୍ୱାରା ଆଗ୍ରହୀ ଅଂଶଗ୍ରହଣକାରୀ ମାନେ ପ୍ରକୃତ କର୍ମଶାଳାରେ ଯୋଗଦେବା ପୂର୍ବରୁ ଏହା ପଢ଼ି ଉଇକିପିଡ଼ିଆ ବାବଦରେ କିଛି ଜାଣିବେ ।
  • ପ୍ରସାର କର୍ମଶାଳାଟିକୁ ଏକାଧିକ ପର୍ଯ୍ୟାୟରେ ଭାଗ କରିବା ଏକ ଭଲ ଉଦ୍ୟମ କାରଣ ଏହାଦ୍ବାରା କେବଳ ପ୍ରକୃତରେ ଆଗ୍ରହୀ ଅଂଶଗ୍ରହଣକାରୀମାନଙ୍କୁ ଅଧିକ ସମୟ ଧରି ଭଲଭାବେ ଶିଖାଇ ହେଉଛି ।


ଛବି (Photos)[ସମ୍ପାଦନା]

ଛବିସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Anugul Odia Workshop 2012March30