Jump to content

ଉଇକିପିଡ଼ିଆ:୨୫ ତମ ଜନ୍ମତିଥି

ଉଇକିପିଡ଼ିଆ‌ରୁ
ଉଇକିପିଡ଼ିଆର ୨୫ତମ ଜନ୍ମତିଥି ବ୍ୟାନର

୨୦୨୬ ମସିହା ଜାନୁଆରୀ ୧୫ ତାରିଖରେ ଉଇକିପିଡ଼ିଆକୁ ୨୫ ବର୍ଷ ପୂରୁଛି । ଏହି ୨୫ ତମ ଜନ୍ମତିଥି ପାଳନ ପାଇଁ ଆମେ ଉଇକିମିଡ଼ିଆ ଫାଉଣ୍ଡେସନ୍‌କୁ ଆବେଦନ କରିଥିଲୁ ଏବଂ ଏହାପାଇଁ ମଞ୍ଜୁରୀ ମିଳିସାରିଛି । ଏହି ସମୟରେ, ଏକ ଅନଲାଇନ ଗଣ-ସମ୍ପାଦନା କରିବା ।

ମେଳଣ ଓ ଜନ୍ମଦିନ ପାଳନ

[ସମ୍ପାଦନା]

ଏହାର ଦିନ ଧାର୍ଯ୍ୟ ପରେ ଅଦ୍ୟତନ କରାଯିବ ।

ବୁଦ୍ଧ ମନ୍ଦିର, ଭୁବନେଶ୍ୱେର

[ସମ୍ପାଦନା]
  •  ତାରିଖ: ୧୦ ଜାନୁଆରୀ ୨୦୨୬
  •  ସ୍ଥାନ: ବୁଦ୍ଧ ମନ୍ଦିର, ଭୁବନେଶ୍ୱର
  •  ଅବସର: ପ୍ରୀତିପ୍ରଣତି ୫ମ ବାର୍ଷିକ ଉତ୍ସବ
ଏହି କାର୍ଯ୍ୟକ୍ରମରେ ଉଇକିପଡ଼ିଆର ୨୫ ବର୍ଷ ପୂରଣ ପାଇଁ ଏକ ଷ୍ଟାଣ୍ଡି ଜରିଆରରେ ତଥ୍ୟ ଉପସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଆୟୋଜକଙ୍କ ସହ ଆଲୋଚନା କରିବା ପରେ ଏହି ସୁଯୋଗ ମିଳିଥିଲା । ଷ୍ଟାଣ୍ଡି ସହିତ କିଛି ଆଗନ୍ତୁକ ଅତିଥିମାନେ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ସେୟାର୍ କରିବା ସହିତ ଉଇକିପିଡ଼ିଆ ବାବଦରେ ସଂକ୍ଷିପ୍ତ ସୂଚନା ସେମାନଙ୍କର କାର୍ଯ୍ୟକ୍ରମ ସମୟରେ ପ୍ରଦାନ କରାଯାଇଥିଲା ।

ଭଦ୍ରକ ମହୋତ୍ସବ

[ସମ୍ପାଦନା]
  •  ତାରିଖ: ୨୩ - ୨୫ ଜାନୁଆରୀ ୨୦୨୬
  •  ସ୍ଥାନ: ନେହେରୁ ଷ୍ଟାଣ୍ଡିଅମ, ଭୁବନେଶ୍ୱର
  •  ଅବସର: ଭଦ୍ରକ ମହୋତ୍ସବ, ଭଦ୍ରାୟଣୀ
ଭଦ୍ରକ ଜିଲ୍ଲା ପ୍ରଶାସନ ଦାରା ଆୟୋଜିତ ବାର୍ଷିକ ଭଦ୍ରକ ମହୋତ୍ସବ, ଭଦ୍ରାୟଣୀରେ ଉଇକିପିଡ଼ିଆର ୨୫ ବର୍ଷ ପୂରଣ ପାଇଁ ଏକ ସେଲ୍‌ଫି ପଏଣ୍ଟ କରିବାର ପ୍ରସ୍ତାବ ଦିଆଯାଇଥିଲା । ଜିଲ୍ଲାପାଳଙ୍କ ଅନୁମତି କ୍ରମେ ଜାନୁଆରୀ ୨୩ ତାରିଖରେ ଏହି ମହୋତ୍ସବରେ ଆୟୋଜିତ 'ପୁସ୍ତକ ମହୋତ୍ସବ'ର ମଞ୍ଚ ନିକଟରେ ଏକ ସେଲ୍‌ଫି ପଏଣ୍ଟ କରାଯାଇଥିଲା । ଏଠାରେ ଭଦ୍ରକର ଜିଲ୍ଲାପାଳ, ଉପ ଜିଲ୍ଲାପାଳ ତଥା ବିଭିନ୍ନ ଅତିଥି ଓ ଆଗନ୍ତୁକମାନେ ସେଲ୍‌ଫି ନେଇଥିଲେ । ତନ୍ମଧ୍ୟରୁ କିଛି ସେଲ୍‌ଫି କମନ୍ସରେ ଅପଲୋଡ଼ କରାଯାଇଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମଞ୍ଚରେ ଆୟୋଜିତ କୁଇଜ୍ କାର୍ଯ୍ୟକ୍ରମରେ, ଉପସ୍ଥିତ ପିଲାମାନଙ୍କୁ ଉଇକିପିଡ଼ିଆ ବାବଦରେ ସମ୍ୟକ ସୂଚନା ପ୍ରଦାନ କରାଯିବା ସହିତ କୁଇଜ୍‌ରେ ଉଇକିପିଡ଼ିଆ ସମ୍ବନ୍ଧିତ ପ୍ରଶ୍ନମାନ ପଚାରାଯାଇଥିଲା । ୨୪ ତାରିଖ ସନ୍ଧ୍ୟାରେ, ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତରାୟ ନିଜେ ଉଇକିପିଡ଼ିଆ ବାବଦରେ ପିଲାମାନଙ୍କୁ ଅବଗତ କରାଇବା ସହିତ ୨୫ ବର୍ଷ ପୂରଣ ପାଇଁ କେକ୍‌ଟିଏ କାଟିଥିଲେ ।

ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟ, ପୁରୀ

[ସମ୍ପାଦନା]
  •  ତାରିଖ: ୬ ମାର୍ଚ୍ଚ ୨୦୨୬
  •  ସ୍ଥାନ: ପୁରୀ
ଉଇକି ଇନ୍ ଇନିଷ୍ଟିଚ୍ୟୁସନ୍ ପ୍ରକଳ୍ପ ଓ ଏହି କାର୍ଯ୍ୟକ୍ରମର ସହଯୋଗରେ ପୁରୀସ୍ଥିତ ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟରେ ଏକ କ୍ଷୁଦ୍ର କର୍ମଶାଳାର ଆୟୋଜନ କରାଯାଇଥିଲା । ଅଲିଭା ସାହୁଙ୍କ ସହଯୋଗିତାରେ ଏହି ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅନୁମତିରେ ୬ ମାର୍ଚ୍ଚ ୨୦୨୬ରେ ଦିନ ୧୦ ଘଟିକା ଠାରୁ ଏହି କର୍ମଶାଳାର ଆରମ୍ଭ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟାପକ ଡ. ଲୋକନାଥ ସୁଆରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଅଲିଭା ସାହୁ ଓ ସଂଗ୍ରାମ କେଶରୀ ସେନାପତି ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ । ୪୦ରୁ ଅଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଯୋଗ ଦେଇଥିବା ଏହି କର୍ମଶାଳାରେ, ଉଇକିମିଡ଼ିଆ ଫାଉଣ୍ଡେସନ, ଉଇକିପିଡ଼ିଆ, ଉଇକିଡାଟା, ଉଇକିପାଠାଗାର ବାବଦରେ ସମ୍ୟକ ସୂଚନା ଦେବା ସହିତ ଖୋଲା ଜ୍ଞାନର ଉପକାରିତା ଏବଂ ଏଥିରେ ଯୋଗ ଦେବା ଉପରେ ଆଲୋକପାତ କରାଯାଇଥିଲା । ଅନ୍ୟତମ ଉଇକିଆଳି ଅଭିଶେକ ଶ୍ରୀଚନ୍ଦନ ଏହି କର୍ମଶାଳା ଆୟୋଜନ ପାଇଁ ବାର୍ତ୍ତାଳାପ କରିଥିଲେ ଏବଂ ମହାବିଦ୍ୟାଳୟର ଛାତ୍ର ତନ୍ମୟ କୁମାର ଏଥିରେ ସହଯୋଗ କରିଥିଲେ । ଚିନ୍ମୟୀ ମିଶ୍ର ଏହି କର୍ମଶାଳା ପାଇଁ ପ୍ରେଜେଣ୍ଟେସନ୍ ପ୍ରସ୍ତୁତ କରିଥିଲେ ।

ଜନ୍ମତିଥି ପାଳନ, ମେଳଣ

[ସମ୍ପାଦନା]
  •  ତାରିଖ: ୧୩ ଜୁଲାଇ ୨୦୨୬
  •  ସ୍ଥାନ: ଷ୍ଟୁଡିଓ ଏନ୍ଆର୍, ଭୁବନେଶ୍ୱର
ଏହି କାର୍ଯ୍ୟକ୍ରମରେ ଉଇକିପଡ଼ିଆର ୨୫ ବର୍ଷ ପୂରଣ ପାଇଁ ଏକ କ୍ଷୁଦ୍ର ମେଳଣ ଆୟୋଜନ କରାଯାଇଥିଲା, ଯେଉଁଥିରେ ଓଡ଼ିଆ ଉଇକିଆଳି ଚିନ୍ମୟୀ ମିଶ୍ର ଓ ସଂଗ୍ରାମ କେଶରୀ ସେନାପତି ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି, ପ୍ରକାଶକ, ପତ୍ରିକା ସମ୍ପାଦକ ପତିତପାବନ ପାଣି, ଆକାଶବାଣୀ କଟକରେ କାର୍ଯ୍ୟରତା ଶୀତଲ ମିଶ୍ର, ଅଭିଲିପ୍ସା ପାଢ଼ୀ, ପ୍ରଦୀପ ସେଠୀଙ୍କ ସମେତ ୧୫ରୁ ଉର୍ଦ୍ଧ୍ୱ ସେଚ୍ଛେସେବୀମାନେ ଯୋଗଦେଇଥିଲେ ।

ଗଣ-ସମ୍ପାଦନା ବିଷୟ

[ସମ୍ପାଦନା]

ଗ୍ୟାଲେରୀ

[ସମ୍ପାଦନା]

ପ୍ରକାଶିତ ଖବର

[ସମ୍ପାଦନା]

କମକ୍ସ ଲିଙ୍କ୍

[ସମ୍ପାଦନା]