Jump to content

ଉଇକିପିଡ଼ିଆ:ରଥଯାତ୍ରା ଗଣସମ୍ପାଦନା

ଉଇକିପିଡ଼ିଆ‌ରୁ
ହୋମ୍ ୨୦୨୫ ୨୦୨୪ ୨୦୨୩ ୨୦୧୬ ୨୦୧୫

ରଥଯାତ୍ରା ଗଣସମ୍ପାଦନା ହେଉଛି ଏକ ଅନ୍‌ଲାଇନ୍ ଗଣ-ସମ୍ପାଦନା, ଯାହାକି ପ୍ରଥମେ ନବକଳେବର ସମୟରେ ୨୦୧୫ ମସିହାରେ ଆରମ୍ଭ କରାଯାଇଥିଲା ଏବଂ ୨୦୧୬ ମସିହାରେ ମଧ୍ୟ ଆୟୋଜିତ ହୋଇଥିଲେ । ପରବର୍ତ୍ତୀ ସମୟରେ, ୨୦୨୩ ମସିହାରେ, ଏହାକୁ ପୁଣିଥରେ ଆୟୋଜନ କରାଯାଇଥିଲା ଏବଂ ପରବର୍ଷଗୁଡ଼ିକରେ ମଧ୍ୟ ଆୟୋଜିତ ହେଉଛି । ଏଥର ଏହି ଗଣ-ସମ୍ପାଦନାରେ ଜଗନ୍ନାଥଙ୍କ ସଂସ୍କୃତି ବିଷୟରେ ନୂଆ ପ୍ରସଙ୍ଗ ଗଢ଼ିବା ଓ ଆଗରୁ ଥିବା ପ୍ରସଙ୍ଗରେ ଅଧିକ ତଥ୍ୟ ଯୋଡ଼ି ସେଗୁଡ଼ିକର ମାନ ଉନ୍ନତ କରାଯିବ ।

ଆୟୋଜନ ସମୟ

[ସମ୍ପାଦନା]

୨୦୨୩ ମସିହାରୁ, ଏହି ଗଣ-ସମ୍ପାଦନା ରଥଯାତ୍ରାଠାରୁ ଆରମ୍ଭ ହୋଇ ନୀଳାଦ୍ରିବେଜେ ଯାଏଁ ଆୟୋଜନ ହୋଇ ଆସୁଛି ।

ନିୟମାବଳୀ

[ସମ୍ପାଦନା]
  • ଏହି ଗଣ-ସମ୍ପାଦନାରେ, ଶ୍ରୀଜଗନ୍ନାଥଙ୍କ ବିଷୟରେ ପ୍ରସଙ୍ଗମାନ ଗଢ଼ିପାରିବେ, ଯେଉଁଥିରୁ କିଛି ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ।
  • ନୂଆ ପ୍ରସଙ୍ଗ ଗଢ଼ୁଥିଲେ ସେଥିରେ ଅତି କମରେ *୩୦୦ ଶବ୍ଦ* ଯୋଡ଼ିବେ ଓ ୩ରୁ ଅଧିକ ଆଧାର ଦେବେ ।
  • ପୁରୁଣା ପ୍ରସଙ୍ଗରେ ଅଧିକ ତଥ୍ୟ ଓ ଆଧାର ଯୋଡ଼ୁଥିଲେ ୩୦୦ରୁ ଅଧିକ ଶବ୍ଦ ଯୋଡ଼ିବେ ଓ ୩ରୁ ଅଧିକ ଆଧାର ଦେବେ ।
  • ଆଧାର ଭରସାଯୋଗ୍ୟ (ପ୍ରତିଷ୍ଠିତ ଖବରକାଗଜ, ଜଣାଶୁଣା ବହି ଓ ପତ୍ରପତ୍ରିକା, ୱେବସାଇଟ ଜର୍ଣ୍ଣାଲ ଆଦି ସାଧାରଣତଃ ଗ୍ରହଣୀୟ; ବ୍ୟକ୍ତିଗତ ବ୍ଲଗ କିମ୍ବା ମନ୍ତବ୍ୟ ଅଯୋଗ୍ୟ) ହେବା ନିତାନ୍ତ ଆବଶ୍ୟକ ।