ଉଇକିପିଡ଼ିଆ:ମେଳଣ/ଅନଲାଇନ/୨୦୨୫/ମାର୍ଚ୍ଚ
ଦେଖଣା
ମାର୍ଚ୍ଚ ମାସ ୩୦ ତାରିଖ ଦିନ ଏହି ମାସର ମାସିକିଆ ଅନ୍ଲାଇନ୍ ମେଳଣର ଆୟୋଜନ କରାଯାଇଥିଲା । ଏହାର ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।
ଆଲୋଚନା ବିଷୟ
[ସମ୍ପାଦନା]- ଉଇକିମାନିଆ କମ୍ୟୁନିଟି ପୋଷ୍ଟର
- ପ୍ରୋଜେକ୍ଟ ପରିଚୟ ୨.୦ ଗ୍ରାଣ୍ଟ ବାବଦରେ ଆଲୋଚନା
- ଆଗାମୀ ମାସ କାମ ପାଇଁ ଯୋଜନା
- ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ଉପରେ ଆଲୋଚନା
- ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ୨୦୨୫ ଉପରେ ଆଲୋଚନା
- ଇଣ୍ଡିକ୍ ଓରାଲ୍ କଲ୍ଚର୍ କନ୍ଫରେନ୍ସର ଅଭିଜ୍ଞତା
ଯୋଗଦେଇଥିବା ଉଇକିଆଳି
[ସମ୍ପାଦନା]- ସଂଗ୍ରାମ କେଶରୀ ସେନାପତି
- ଚିନ୍ମୟୀ ମିଶ୍ର
- ଜ୍ଞାନରଞ୍ଜନ ସାହୁ
ଆଲୋଚିତ ପ୍ରସଙ୍ଗ
[ସମ୍ପାଦନା]ଗୁଗୁଲ୍ ମିଟ୍ ଜରିଆରେ ହୋଇଥିବା ଅନ୍ଲାଇନ୍ ମେଳଣରେ ହୋଇଥିବା ହୋଇଥିବା ଆଲୋଚନାର ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।
ଉଇକିମାନିଆ କମ୍ୟୁନିଟି ପୋଷ୍ଟର
[ସମ୍ପାଦନା]- ଓଡ଼ିଆ ଉଇକିଆଳି ଚିନ୍ମୟୀ ମିଶ୍ର ଉଇକିମାନିଆ ୨୦୨୫ରେ ଯୋଗଦେବେ, ଏହି କାର୍ଯ୍ୟକ୍ରମରେ, ସେ ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ୍ର ବାବଦରେ ଏକ ପୋଷ୍ଟର ପ୍ରେଜେଣ୍ଟ କରିବାକୁ ଇଚ୍ଛୁକ । ଏହି ଉପରେ ଚିନ୍ମୟୀ ଏକ ସମ୍ୟକ ବିବରଣୀ ଦେଇଥିଲେ ।
ଆଗାମୀ ମାସ କାମ ପାଇଁ ଯୋଜନା
[ସମ୍ପାଦନା]- ଅପ୍ରେଲ ମାସରେ କିଛି କୋଲାବୋରେସନ୍ ପାଇଁ କିଛି ସଂସ୍ଥା ସହ ଯୋଡ଼ି ହେବା ପାଇଁ ଆଲୋଚନା କରାଗଲା ଏବଂ ଆମ ଓଡ଼ିଶା ପ୍ରକାଶନ ଦ୍ୱାରା ୨୦୧୪ ମସିହାରେ ପ୍ରଦାନ କରାଯାଇଥିବା ବହିଗୁଡ଼ିକର ରିଲାଇସେନ୍ସ ପାଇଁ ପୁଣିଥରେ ଭେଟିବାକୁ ଆଲୋଚନା କରାଗଲା ।
ପ୍ରୋଜେକ୍ଟ ପରିଚୟ ୨.୦ ଗ୍ରାଣ୍ଟ ବାବଦରେ ଆଲୋଚନା
[ସମ୍ପାଦନା]- ପ୍ରୋଜେକ୍ଟ ପରିଚୟ ୨.୦ ଗ୍ରାଣ୍ଟ ଉପରେ ଗ୍ରାଣ୍ଟ ଆଡ଼ମିନ୍ଙ୍କୁ ରିମାଇଣ୍ଡ୍ ମେଲ୍ କରାଯାଇଥିଲା, କିନ୍ତୁ ସିଆଏସ୍ର ଅସୁବିଧା ହେତୁ, ଏବେ ଗ୍ରାଣ୍ଟ ମିଳିବା ସମ୍ଭବପର ନୁହେଁ । ତେଣୁ, ଏହି ପ୍ରକଳ୍ପ ବିନା ଗ୍ରାଣ୍ଟରେ ଆଗେଇ ନେବାକୁ ଯୋଜନା କରାଗଲା ଏବଂ ଅପ୍ରେଲ ୬ ତାରିଖରେ ଏକ କାର୍ଯ୍ୟକ୍ରମରେ କିଛି ସାହିତ୍ୟିକଙ୍କର ସାକ୍ଷାତକାର, ଫଟୋ ଓ ଦସ୍ତଖତ ନେବା ଉପରେ ସଂଗ୍ରାମ (ଗପୁ) ଏକ ପ୍ରସ୍ତାବ ରଖିଥିଲେ ।
ଲୋକକଥା ଓ ନାରୀବାଦ ଗଣ-ସମ୍ପାଦନା ବାବଦରେ ଆଲୋଚନା
[ସମ୍ପାଦନା]- ଫେବୃଆରୀ ୧ ରୁ ଆରମ୍ଭ ହୋଇଥିବା ଲୋକକଥା ଓ ନାରୀବାଦ ଗଣ-ସମ୍ପାଦନା ଚାଲିଥିଲା । ଏ ଗଣ-ସମ୍ପାଦନାରେ ପ୍ରାୟତଃ ଅଧିକ ଲୋକ ଭାଗ ନେଇନାହାନ୍ତି, କେବଳ ସଂଗ୍ରାମଙ୍କ ଦ୍ୱାରା ୫୫ଟି ପ୍ରସଙ୍ଗ ଏବେଯାଏଁ ଗଢ଼ାହୋଇଛି । ଏହା ମାର୍ଚ୍ଚ ୩୧ ତାରିଖରେ ଶେଷ ହେବ ।
ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ୨୦୨୫ ବାବଦରେ ଆଲୋଚନା
[ସମ୍ପାଦନା]- ୨୦୨୪ ମସିହାରୁ ଆରମ୍ଭ ହୋଇଥିବା ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନାର ୨ୟ ସଂସ୍କରଣ ଆସନ୍ତା ଅପ୍ରେଲ ୧ ତାରିଖ, ଉତ୍କଳ ଦିବସରୁ ଆରମ୍ଭ କରିବା ହେବ । ଏହି ଗଣ-ସମ୍ପାଦନା ବାବଦରେ ସଂଗ୍ରାମ ଡିଫ୍ରେ ଏକ ବ୍ଲଗ୍ ସମିଟ୍ କରିଛନ୍ତି, ଯାହାକି ଆଗାମୀ କିଛିଦିନରେ ପବ୍ଲିଶ୍ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।
ଇଣ୍ଡିକ୍ ଓରାଲ୍ କଲ୍ଚର୍ କନ୍ଫରେନ୍ସର ଅଭିଜ୍ଞତା
[ସମ୍ପାଦନା]- ଓଡ଼ିଆ ଉଇକିଆଳି ସଂଗ୍ରାମ ୨୦୨୨ ମସିହାରୁ ଇଣ୍ଡିକ୍ ଓରାଲ୍ କଲ୍ଚର୍ ଗ୍ରୁପ୍ ସହିତ ଜଡ଼ିତ ଅଛନ୍ତି । ପୂର୍ବରୁ ସେ ୨୦୨୨ ମସିହାରେ ଧର୍ମଶାଳାରେ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ପରେ, ୨୦୨୩ ମସିହାରେ ଓଡ଼ିଆ ଲୋକଗୀତ (କାନ୍ଦଣା ଗୀତ) ଓ ଲୋକନାଟ୍ୟ (ମୋଗଲ ତାମସା) ଉପରେ ଭିଡିଓ ରେକର୍ଡ଼ କରିଥିଲେ । ୨୦୨୪ ମସିହାରେ, ଏହି ପ୍ରକଳ୍ପ ପାଇଁ ସେ ଓଡ଼ିଆ ଲୋକନାଟ୍ୟ (ପାଲା), ଓଡ଼ିଆ ଲୋକକଥା ଓ ଲୋକଗୀତ ଉପରେ କିଛି ଭିଡିଓ କରିଥିଲେ । ୨୦୨୫ ମସିହାର ମାର୍ଚ୍ଚ ୨୦ ଓ ୨୧ ତାରିଖରେ, ବାଙ୍ଗାଲୋରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଯୋଗଦେଇଥିଲେ, ଯେଉଁଥିରେ ସେ ନିଜର ଅଭିଜ୍ଞତା ବଖାଣିବା ସହିତ ଲିଙ୍ଗୁଆ ଲିବ୍ରେ ଉପରେ ଏକ କର୍ମଶାଳାରେ ପ୍ରଶିକ୍ଷଣ ଦେଇଥିଲେ ।