ଉଇକିପିଡ଼ିଆ:ମାସର ବଛା ଲେଖା/୨୦୨୪
- ଜାନୁଆରୀ ୨୦୨୪
କୋଣାର୍କ ସୂର୍ଯ୍ୟ ମନ୍ଦିର ଭାରତ ଅନ୍ତର୍ଗତ ଓଡ଼ିଶାର ପୁରୀ ଜିଲ୍ଲାରେ ଥିବା ଏକ ପୁରୁଣା ମନୋରମ ମନ୍ଦିର । ଏହାର କୋଣାର୍କ ସହରରେ ଅବସ୍ଥିତ । କୋଣାର୍କ ମନ୍ଦିର ହେଉଛି ସ୍ଥାପତ୍ୟ, ବୈଷୟିକ ଜ୍ଞାନ, ଶିଳ୍ପକଳା ଓ ସର୍ବୋପରି ଗୋଟିଏ ଉଚ୍ଚ ଜୀବନାଦର୍ଶର ଅପୂର୍ବ ସମନ୍ଵୟ । ଏପରି ସୃଷ୍ଟି ଖାଲି ଓଡ଼ିଶାରେ ନୁହେଁ, ସାରା ବିଶ୍ଵରେ ସମ୍ଭବ ହୋଇ ପାରିନାହିଁ । ତ୍ରୟୋଦଶ ଶତାବ୍ଦୀରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବ(୧୨୩୮ରୁ ୧୨୫୦ ଖ୍ରୀଷ୍ଟାବ୍ଦ) ଙ୍କଦ୍ୱାରା ନିର୍ମିତ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ । ଏହାକୁ କୃଷ୍ଣ ପାଗୋଡ଼ା ମଧ୍ୟ କୁହାଯାଏ । ଏହି ମନ୍ଦିର ହେଉଛି ଗଙ୍ଗ ବଂଶର କଳିଙ୍ଗୀୟ (ଓଡ଼ିଆ) ସ୍ଥାପତ୍ୟ କଳାର ଏକ ନିଦର୍ଶନ । ଏହି ମନ୍ଦିରଟି ଭାରତର କେତୋଟି ବହୁ ପ୍ରସିଦ୍ଧ ମନ୍ଦିର ମାନଙ୍କ ଭିତରୁ ଅନ୍ୟତମ ଏବଂ ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହା ଅନ୍ୟତମ ।
- ଫେବୃଆରୀ ୨୦୨୪
ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଏକ ଓଡ଼ିଆ ଭାଷା ସାହିତ୍ୟ କାର୍ଯ୍ୟକ୍ରମ ଓ ଏହା ୨୦୨୪ ମସିହା ଫେବୃଆରୀ ୩ରୁ ୫ ତାରିଖ ଯାଏଁ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହୋଇଥିଲା । ୨୦୨୩ ଡିସେମ୍ବର ୨୦ରେ ଓଡ଼ିଶା ସରକାରଙ୍କଦ୍ୱାରା ଏହି କାର୍ଯ୍ୟକ୍ରମର ଘୋଷଣା କରାଯାଇଥିଲା । ୨୦୨୪ ଜାନୁଆରୀ ୧୨ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚନ କରିଥିଲେ । ଲୋଗୋର ଟ୍ୟାଗ୍ ଲାଇନ୍ ଥିଲା, ‘ଭାଷା ହିଁ ଭବିଷ୍ୟତ’ । ଏହି ଲୋଗୋକୁ ସମସ୍ତ ବିଭାଗୀୟ ପତ୍ରାଳାପରେ ସ୍ଥାନିତ କରାଯିବା ସହିତ ବିଭିନ୍ନ ସ୍ଥାନ, ବିଦ୍ୟାଳୟ ଓ ମହାବିଦ୍ୟାଳୟ କାନ୍ଥରେ ମଧ୍ୟ ଏହାକୁ ଚିତ୍ରଣ କରାଯିବ ।
- ମାର୍ଚ୍ଚ ୨୦୨୪
ତୁଳସୀ ମୁଣ୍ଡା (ଜନ୍ମ: ୧୫ ଜୁଲାଇ ୧୯୪୭) ଓଡ଼ିଶାରେ ଜନ୍ମିତ ଜଣେ ଆଦିବାସୀ ସମାଜସେବୀ । ଓଡ଼ିଶାର ଆଦିବାସୀଙ୍କ ମଧ୍ୟରେ ସାକ୍ଷରତା ପ୍ରସାର କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ୨୦୦୧ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ସେ ବିନୋବା ଭାବେଙ୍କଦ୍ୱାରା ଆରମ୍ଭ ହୋଇଥିବା ଭୂଦାନ ଆନ୍ଦୋଳନରେ ୧୪ ବର୍ଷ ବୟସରେ ସାମିଲ ହୋଇଥିଲେ । ସେ ୧୯୬୪ ମସିହାରେ ଓଡ଼ିଶାର ଲୁହାପଥର ଖଣି ଅଞ୍ଚଳରେ ସ୍ଥାନୀୟ ଆଦିବାସୀ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ଅଣଆନୁଷ୍ଠାନିକ ବିଦ୍ୟାଳୟ ଆରମ୍ଭ କରିଥିଲେ । ଖଣିରେ ଶିଶୁଶ୍ରମିକ ହେବା ବଦଳରେ ଶିଶୁମାନେ ସେଠାରେ ଶିକ୍ଷାଲାଭ କରିଥିଲେ । ସେ ନିଜେ କେନ୍ଦୁଝରରେ ଖଣିରେ ଶିଶୁଶ୍ରମିକ ଥିଲେ ଓ ସେଥି ପାଇଁ ନିରକ୍ଷର ରହି କୌଣସି ଆନୁଷ୍ଠାନିକ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଥିଲେ । ଆଦିବାସୀ ପିଲାଙ୍କ ଶିକ୍ଷା ଓ ଅଧିକାର ପାଇଁଁ ସେ ୨୦ରୁ ଉର୍ଦ୍ଧ୍ୱ ଆବାସିକ ବିଦ୍ୟାଳୟର ପରିଚାଳନା କରନ୍ତି ଓ ଏହି ସ୍କୁଲମାନଙ୍କରେ ୨୦,୦୦୦ରୁ ଅଧିକ ଛାତ୍ର ଶିକ୍ଷାଲାଭ କରିଛନ୍ତି । ୨୦୧୭ ମସିହାରେ ତାଙ୍କ ଜୀବନୀ ଉପରେ ପର୍ଯ୍ୟବଶିତ ଓଡ଼ିଆ ଚଳଚ୍ଚିତ୍ର ତୁଳସୀ ଅପା ମୁକ୍ତିଲାଭ କରିଥିଲା ।
- ଅପ୍ରେଲ ୨୦୨୪
- The featured article for this month has not yet been chosen.
- You can make new requests or comment on current requests at ଉଇକିପିଡ଼ିଆ:ମାସର ବଛା ଲେଖା/ଅନୁରୋଧ. See ଉଇକିପିଡ଼ିଆ:ମାସର ବଛା ଲେଖା for full guidelines.
- ମଇ ୨୦୨୪

- ଜୁନ ୨୦୨୪

- ଜୁଲାଇ ୨୦୨୪

- ଅଗଷ୍ଟ ୨୦୨୪

- ସେପ୍ଟେମ୍ବର ୨୦୨୪

- ଅକ୍ଟୋବର ୨୦୨୪
ସ୍ତନ କର୍କଟ (ଇଂରାଜୀ: Breast cancer) ରୋଗ ସ୍ତନ ତନ୍ତୁରୁ ବାହାରୁଥିବା ଏକ କର୍କଟ ରୋଗର ନାମ । ସ୍ତନ ଭିତରେ ଗୋଟଳି ବାହାରିବା, ସ୍ତନ ଆକାର ବଦଳିବା ଓ କ୍ଷୁଦ୍ର ଗାତ ଦେଖାଯିବା, ସ୍ତନାଗ୍ରରୁ ତରଳ ପଦାର୍ଥ ବାହାରିବା ଓ ଚମରେ ଲାଲ କାତି ଚକଡ଼ା ଦେଖାଯିବା ଆଦି ଲକ୍ଷଣ ଏହି ରୋଗରେ ଦେଖାଯାଏ । ରୋଗ ଦୂରକୁ ବ୍ୟାପିଲେ ହାଡ଼ ଯନ୍ତ୍ରଣା, ଲସିକା ଗ୍ରନ୍ଥି ଫୁଲା, ଛୋଟ ଶ୍ୱାସ କ୍ରିୟା କିମ୍ବା ହଳଦିଆ ଚମ ଆଦି ଲକ୍ଷଣମାନ ଦେଖାଯାଏ । ପୃଥିବୀରେ ମହିଳାମାନଙ୍କଠାରେ ହେଉଥିବା ସମୁଦାୟ କର୍କଟ ମଧ୍ୟରେ ସ୍ତନ କର୍କଟ ହାର ସର୍ବାଧିକ, ପ୍ରାୟ ୨୫% ଓ ପୁରୁଷମାନଙ୍କ ରୋଗ ଅପେକ୍ଷା ଏହା ୧୦୦ ଗୁଣ ଅଧିକ ।
- ନଭେମ୍ବର ୨୦୨୪
- The featured article for this month has not yet been chosen.
- You can make new requests or comment on current requests at ଉଇକିପିଡ଼ିଆ:ମାସର ବଛା ଲେଖା/ଅନୁରୋଧ. See ଉଇକିପିଡ଼ିଆ:ମାସର ବଛା ଲେଖା for full guidelines.
- ଡିସେମ୍ବର ୨୦୨୪
ମାନବିକ ଅଧିକାର ସମ୍ପର୍କରେ ବିଶ୍ୱଜନୀନ ଘୋଷଣା ବା ୟୁଡିଏଚଆର (ଇଂରାଜୀ: Universal Declaration of Human Rights (UDHR)) ଏକ ଐତିହାସିକ ଦଲିଲ ଯାହା ୧୯୪୮ ଡିସେମ୍ବର ୧୦ରେ ପ୍ୟାରିସଠାରେ ମିଳିତ ଜାତିସଂଘ ସାଧାରଣ ସଭାର ୨୧୭ତମ ସଂକଳ୍ପ ଧାରା ଅନୁସାରେ ତୃତୀୟ ଅଧିବେଶନରେ ବହୁମତରେ ଗୃହୀତ ହୋଇଥିଲା । ଏହି ଘୋଷଣା ପତ୍ରର ୩୦ଟି ଧାରାରେ ବ୍ୟକ୍ତିଗତ ଅଧିକାର ସ୍ୱୀକୃତ ହୋଇଥିଲା, ସେତେବେଳେ ବିଧିବଦ୍ଧ ଭାବରେ ବନ୍ଧିତ ନଥିଲେ ମଧ୍ୟ ପରବର୍ତ୍ତୀ କାଳର ଆନ୍ତର୍ଜାତିକ ସନ୍ଧି, ଅର୍ଥନୈତିକ ବଦଳ, କ୍ଷେତ୍ରୀୟ ମାନବ ଅଧିକାର ଇନସ୍ଟ୍ରେମେଣ୍ଟ, ଜାତୀୟ ସଂବିଧାନ ଓ ଅନ୍ୟାନ୍ୟ କାନୁନ ଯୋଗେ ଏହା ଗୃହୀତ ହୋଇଥିଲା । ଆନ୍ତର୍ଜାତୀୟ ମାନବ ଅଧିକାର ବିଲ ତିଆରି କରିବାର ଏହା ପ୍ରଥମ ସୋପାନ ଥିଲା ଓ ତାହା ୧୯୬୬ରେ ସମ୍ପୁର୍ଣ୍ଣ ହେବାପରେ ୧୯୭୬ରେ ଅଧିକ ସଂଖ୍ୟକ ଦେଶ ଏହାକୁ ମଞ୍ଜୁର କରିବା ପରେ ବଳବତ୍ତର ହେଲା । କେତେକ ବିଧି ବିଦ୍ୱାନଙ୍କ ମତରେ ଅନେକ ଦେଶ ନିୟମିତ ଭାଗରେ ୫୦ ବର୍ଷ ଧରି ଏହାକୁ ପ୍ରୟୋଗ କରିବାରୁ ଏହା ଏକ ବାଧ୍ୟତାମୂଳକ ଅଂଶ ହୋଇଗଲା ।