ଉଇକିପିଡ଼ିଆ:ମାସର ବଛା ଲେଖା/୨୦୨୦

ଉଇକିପିଡ଼ିଆ‌ରୁ

ଜାନୁଆରୀ ୨୦୨୦

ଅଜନ୍ତା ଗୁମ୍ଫା

ଅଜନ୍ତା ଗୁମ୍ଫା (ଇଂରାଜୀରେ Ajanta Caves,ମରାଠୀ ଭାଷାରେ अजिंठा लेणी - ଅର୍ଥାତ୍ ଅଜିଣ୍ଠା ଗୁମ୍ଫା) ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀ ମଧ୍ୟରେ ଭାରତରେ ନିର୍ମିତ ପ୍ରାୟ ୩୦ଟି ବୌଦ୍ଧ ଗୁମ୍ଫାକୁ ବୁଝାଇଥାଏ । ଏହି ଗୁମ୍ଫାଗୁଡ଼ିକ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ । ଏହି ଗୁମ୍ଫାମାନଙ୍କରେ ପ୍ରସ୍ତରକୁ କାଟି ନିର୍ମିତ ମୂର୍ତ୍ତି ସହିତ ଗୁମ୍ଫା କାନ୍ଥ ଓ ଛାତରେ ବହୁ ସୁନ୍ଦର ଚିତ୍ର ମଧ୍ୟ ଦେଖିବାକୁ ମିଳେ । ମୂର୍ତ୍ତିଗୁଡ଼ିକ ପ୍ରାଚୀନ ଭାରତୀୟ ସ୍ଥାପତ୍ୟ କଳାର ଜୀବନ୍ତ ଦୃଷ୍ଟାନ୍ତ ଏବଂ ଚିତ୍ରଗୁଡ଼ିକରେ ଭାବଭଙ୍ଗୀ ଅତି ନିଖୁଣ ଭାବରେ ପ୍ରକାଶିତ । ୟୁନେସ୍କୋ (UNESCO) ଅନୁସାରେ ଭାରତୀୟ କଳାକୁ ପ୍ରଭାବିତ କରିଥିବା ବୌଦ୍ଧ ଧାର୍ମିକ କଳାର ଏକ ଶ୍ରେଷ୍ଠ ଉଦାହରଣ ହେଉଛି ଅଜନ୍ତା । ଏହି ଗୁମ୍ଫାଗୁଡ଼ିକ ମୁଖ୍ୟତଃ ଦୁଇଟି ପର୍ଯ୍ୟାୟରେ ନିର୍ମିତ ହୋଇଥିଲା । ପ୍ରଥମ ନିର୍ମାଣ ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀରୁ ଆରମ୍ଭ ହୋଇଥିଲା । ଦ୍ଵିତୀୟ ନିର୍ମାଣ ପାରମ୍ପରିକ ଲେଖା ଅନୁସାରେ ଖ୍ରୀ. ୪୦୦-୬୫୦ ମଧ୍ୟରେ ଓ ନୂତନ ଗବେଷକଙ୍କ ମତରେ ଖ୍ରୀ. ୪୬୦-୪୮୦ ମଧ୍ୟରେ ହୋଇଥିଲା ।


ପୁରା ପଢନ୍ତୁ...


ଫେବୃଆରୀ ୨୦୨୦

ଶିଶୁ ପ୍ରସବ ପ୍ରତି ମାତୃ ମୃତ୍ୟୁ ହାର

ପରିବାର ନିୟୋଜନ (ଇଂରାଜୀ ଭାଷାରେ Family planning) ସଂଜ୍ଞା:- "ବ୍ୟାପକ ଶିକ୍ଷା, ଡାକ୍ତରୀ ବା ସାମାଜିକ କାର୍ଯ୍ୟକଳାପ ସାହାଯ୍ୟରେ ନାବାଳିକ ସ‌ହିତ ବ୍ୟକ୍ତିମାନଙ୍କୁ ତାଙ୍କର ସନ୍ତାନ ସଂଖ୍ୟା ଓ ସେମାନଙ୍କ ମଧ୍ୟରେ ଅନ୍ତର ଓ ମାଧ୍ୟମ ବାଛିବା କ୍ଷମତାକୁ ପରିବାର ନିୟୋଜନ କୁହାଯାଏ ।" ଏହା ସ‌ହିତ ମହିଳାକୁ ଜନ୍ମ କରିବା ପିଲା ସଂଖ୍ୟା, ପିଲା ଜନ୍ମ କରିବାର ବୟସ, ଆଦୌ ପିଲା ଜନ୍ମ ନ‌କରିବା ମଧ୍ୟ ପରିବାର ନିୟୋଜନ ମଧ୍ୟରେ ଆସେ । ବିବାହ ପରିସ୍ଥିତି, ପେଷାଗତ ବିଚାର, ଅର୍ଥନୈତିକ ସ୍ଥିତି ଓ ପଙ୍ଗୁତ୍ୱ ଭଳି ବାହ୍ୟ କାରକମାନ ଶିଶୁ ଜନ୍ମ ଓ ଲାଳନ ପାଳନ କରିବା ଦାୟୀତ୍ୱକୁ ଏହା ପ୍ରଭାବିତ କରେ । ଯୌନ ସକ୍ରିୟ ଥିଲେ ଜନ୍ମ ନିୟନ୍ତ୍ରଣ କରିବା ଉପାୟ ଓ ପ୍ରଜନନ (reproduction) ସମୟ ଓ ଜନ୍ମ ନିୟନ୍ତ୍ରଣ ଉପାୟମାନ ବିଚାର କରିବାକୁ ମଧ୍ୟ ପରିବାର ନିୟୋଜନ କୁହାଯାଏ

ପୁରା ପଢନ୍ତୁ...


ମାର୍ଚ୍ଚ ୨୦୨୦

ଆନି ବେସାନ୍ତ

ଆନି ବେସାନ୍ତ (୧ ଅକ୍ଟୋବର ୧୮୪୭ – ୨୦ ସେପ୍ଟେମ୍ବର ୧୯୩୩) ବ୍ରିଟେନର ଜଣେ ପ୍ରମୁଖ ଜାତୀୟତାବାଦୀ, ବ୍ରହ୍ମ‌ବିଦ୍ୟା ବିଶେଷଜ୍ଞ, ଲେଖିକା ଏବଂ ବକ୍ତା ଥିଲେ। ସେ ସମାଜରେ ମହିଳା ମାନ‌ଙ୍କ ଅଧିକାର ରକ୍ଷା ନିମନ୍ତେ ଅତ୍ୟନ୍ତ କ୍ରିୟାଶୀଳ ଥିଲେ। ସେ ମଧ୍ୟ ଆୟର୍‌ଲ୍ୟାଣ୍ଡ୍ ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଦୃଢ଼ ସମର୍ଥକ ଥିଲେ।

୧୮୬୭ ମସିହାରେ ଆନି ୨୦ବର୍ଷ ବୟସରେ ଫ୍ରାଙ୍କ୍ ବେସାନ୍ତ ନାମକ ଜଣେ ପାଦ୍ରୀଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଥିଲେ। କିନ୍ତୁ ଆନିଙ୍କ ମନରେ ବୃଦ୍ଧି ପାଉଥିବା ଧର୍ମ ବିରୋଧି ଚିନ୍ତାଧାରା ୧୮୭୩ ମସିହାରେ ଆନି ଏବଂ ଫ୍ରାଙ୍କ୍‌ଙ୍କ ବିବାହ ବିଚ୍ଛେଦର କାରଣ ହୋଇଥିଲା। ଏହା ପରେ ସେ ଜାତୀୟ ଧର୍ମନିରପେକ୍ଷ ସମାଜ ନାମକ ସଂଘ ବା National Secular Society (NSS)ର ଜଣେ ପ୍ରମୁଖ ବକ୍ତା, ଲେଖିକା ଏବଂ ଚାର୍ଲସ୍ ବ୍ରାଡ୍‌ଲାଫ୍‌ (Charles Bradlaugh) ଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ଭା‌ବେ ପରିଚିତି ଲାଭ କରିଥିଲେ। ୧୮୭୭ ମସିହାରେ ଏକ ବ‌ହି ପ୍ରକାଶନ କରିଥିବା ଯୋଗୁଁ ପରିବାର ନିୟନ୍ତ୍ରଣ ଉପରେ ଅଭିଯାନ ଚଳାଇଥିବା ଚାର୍ଲସ୍ ନଲ୍‌ଟନ୍ (Charles_Knowlton) ସେମାନ‌ଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। କିନ୍ତୁ ଏହି ଅପବାଦ ସେମାନ‌ଙ୍କୁ ପ୍ରସିଦ୍ଧ କରିଥିଲା ଏବଂ ବ୍ରାଡ୍‌ଲାଫ୍ ୧୮୮୦ ମସିହାରେ ନର୍ଥମ୍ପଟନର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ପୁରା ପଢନ୍ତୁ...


ଅପ୍ରେଲ ୨୦୨୦

କରୋନାଭୂତାଣୁ ରୋଗ ୨୦୧୯‌

ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ (SARS-CoV-2) ଦ୍ୱାରା ସୃଷ୍ଟି ହୋଇଥିବା ସଂକ୍ରାମକ ରୋଗ କରୋନାଭୂତାଣୁର ବିଶ୍ୱବ୍ୟାପୀ ମହାମାରୀ ୨୦୧୯ (କୋଭିଡ-୧୯) ପ୍ରଥମେ ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାରେ ବ୍ୟାପିଥିବା କଥା ନିଶ୍ଚିତ ହୋଇଥିଲା । ପ୍ରଥମ ସଂକ୍ରମିତ ରୋଗୀ ଇଟାଲୀରୁ ନୂଆ ଦିଲ୍ଲୀ ଦେଇ ଫେରିଥିବା ଜଣେ ଓଡ଼ିଆ । ରୋଗ ଚିହ୍ନଟ ହେବା ପରେ ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇ ଅପ୍ରେଲ ୩ ତାରିଖ ଦିନ ସୁସ୍ଥ ହୋଇ ବାହାରିଥିଲେ । ଅପ୍ରେଲ ୪ ତାରିଖ ସୁଦ୍ଧା ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୨୦ ହୋଇଥିଲା । ଆଗରୁ ସମଗ୍ର ଭାରତରେ ୨୦୨୦ ଅପ୍ରେଲ ୨୪ରୁ ଅପ୍ରେଲ ୧୪ ଯାଏ ଲାଗୁ ହୋଇଥିବା ତାଲାବନ୍ଦ (ଲକଡାଉନ) ଭିତରେ କୋଭିଡ-୧୯ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅପ୍ରେଲ ୪ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ ।

ପୁରା ପଢନ୍ତୁ...


ମଇ ୨୦୨୦

କରୋନାଭୂତାଣୁ ରୋଗ ୨୦୧୯‌

ଓଧ (ଇଂରାଜୀ ଭାଷାରେ Otter) ଏକ ମାଂସଭୋଜୀ ସ୍ତନ୍ୟପାୟୀ ପ୍ରାଣୀ ଓ ଲୁଟ୍ରିନାଏ ପରିବାରର ଅଂଶବିଶେଷ । ଜଳଚର, ଉଭୟଚର ଓ ସାମୁଦ୍ରିକ ସବୁ ପ୍ରକାରର ମିଶାଇଲେ ପ୍ରାୟ ୧୩ଟି ଉପପ୍ରଜାତିର ଓଧ ଦେଖିବାକୁ ମିଳନ୍ତି । ମାଛ ଓ ଅନ୍ୟ ଅମେରୁଦଣ୍ଡୀ ପ୍ରାଣୀ ଏମାନଙ୍କ ମୁଖ୍ୟ ଆହାର । ଲୁଟ୍ରିନାଏ ପ୍ରକୃତରେ ୱିଜେଲ୍ ମଷ୍ଟେଲିଡାଏ ପରିବାରର (ମିଂକ୍, ମାର୍ଟେନ୍, ଗାଡ଼ଭାଲୁ ପ୍ରଭୃତିଙ୍କ ପରିବାର) ଏକ ଶାଖା ।

ପୁରା ପଢନ୍ତୁ...


ଜୁନ ୨୦୨୦

ଏଡା ଲଭ୍‌ଲେସ୍‌

ଅଗଷ୍ଟା ଏଡା କିଙ୍ଗ, କାଉଣ୍ଟେସ୍‌ ଅଫ୍‌ ଲଭ୍‌ଲେସ୍‌ (୧୦ ଡିସେମ୍ବର ୧୮୧୫-୨୭ ନଭେମ୍ବର ୧୮୫୨, ଜନ୍ମନାମ - ଅଗଷ୍ଟା ଏଡା ବାଇରନ୍‌) ଜଣେ ବ୍ରିଟିଶ ଗଣିତଜ୍ଞ ଥିଲେ ଏବଂ ଏଡା ଲଭ୍‌ଲେସ୍‌ ନାମରେ ଜଣାଶୁଣା । ସେ ମୁଖ୍ୟତଃ ଭାବେ ଚାର୍ଲସ୍‌ ବ୍ୟାବେଜ୍‌ଙ୍କଦ୍ୱାରା ଆଦ୍ୟ ନିର୍ମିତ ଯାନ୍ତ୍ରିକ କମ୍ପ୍ୟୁଟର ଆନାଲିଟିକାଲ୍‌ ଇଞ୍ଜିନ ଉପରେ ଅନେକ କାର୍ଯ୍ୟ କରିଥିଲେ । ତାଙ୍କଦ୍ୱାରା ପ୍ରସ୍ତୁତ ନୋଟ୍‌ ବା ତମସୁକ ଗୁଡ଼ିକୁ କୌଣସି ଏକ ଯନ୍ତ୍ର ବା ମେସିନ ଉଦ୍ଦେଶ୍ୟରେ ଲିଖିତ ପ୍ରଥମ ଆଲ୍‌ଗୋରିଦମ୍ ବୋଲି ମାନ୍ୟତା ମିଳିଛି ଏବଂ ସେଥି ନିମନ୍ତେ ଏଡାଙ୍କୁ ପୃଥିବୀର ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମର କୁହାଯାଇଥାଏ ।

ଏଡା ଲଭ୍‌ଲେସ୍‌ଙ୍କ ଜନ୍ମ ୧୦ ଡିସେମ୍ବର ୧୮୧୫ରେ ପ୍ରସିଦ୍ଧ ଇଂରାଜୀ କବି ଲର୍ଡ ବାଇରନ୍‌ ଓ ଆନେ ଇଜାବେଲା ବାଇରନ୍‌ଙ୍କ ଔରସରୁ ହୋଇଥିଲା । ଏଡାଙ୍କ ଜନ୍ମର ଏକମାସ ପରେ ତାଙ୍କ ବାପା, ମାଆଙ୍କ ଠାରୁ ଅଲଗା ହୋଇଯାଇଥିଲେ ଓ ଚାରିମାସ ପରେ ଇଂଲଣ୍ଡ ଛାଡ଼ି ଚାଲିଯାଇଥିଲେ; ଏବଂ ଶେଷରେ "ଗ୍ରୀକ୍‌ ସ୍ୱାଧୀନତା ସଂଗ୍ରାମ" ସମୟରେ ରୋଗରେ ପୀଡ଼ିତ ହୋଇ ଏଡାଙ୍କୁ ୮ ବର୍ଷ ହୋଇଥିବା ସମୟରେ ମୃତ୍ୟୁବରଣ କରିଥିଲେ । ଏଡାଙ୍କ ମାଆ ଲର୍ଡ ବାଇରନ୍‌ଙ୍କ ପ୍ରତି ତିକ୍ତତା ହେତୁ ଏଡାଙ୍କୁ ତାଙ୍କଠାରୁ ଦୂରେଇ ରଖିବାକୁ, ଏଡାଙ୍କୁ ଗଣିତ ଓ ତର୍କ ପଢ଼ିବାକୁ ଅଧିକା ଉତ୍ସାହିତ କରିଥିଲେ । ଏହା ସତ୍ତ୍ୱେ ଏଡା ନିଜ ବାପାଙ୍କ ପ୍ରତି ଆଗ୍ରହ ରଖିଥିଲେ (ଏବଂ ନିଜର ଶେଷ ଇଚ୍ଛା ଅନୁସାରେ, ନିଜ ବାପାଙ୍କ ସମାଧି କଡ଼ରେ ସମାଧି ନେବାର ଅଭିଳାଷ ପୂରଣ କରିଥିଲେ ।)

ପୁରା ପଢନ୍ତୁ...


ଜୁଲାଇ ୨୦୨୦

ହିମାଳୟ ପର୍ବତଶ୍ରେଣୀ

ହିମାଳୟ ପର୍ବତଶ୍ରେଣୀ ବା ହିମାଳୟ ପର୍ବତମାଳା ବା କେବଳ ହିମାଳୟ (ଇଂରାଜୀରେ Himalayas) ଏସିଆ ମହାଦେଶର ଏକ ପର୍ବତଶ୍ରେଣୀ ଯାହା ଭାରତୀୟ ଉପମହାଦେଶ ଓ ତିବ୍ବତୀୟ ମାଳଭୂମି ମଧ୍ୟରେ ଅବସ୍ଥିତ । ପୃଥିବୀର ଅନେକ ଉଚ୍ଚ ଗିରିଶୃଙ୍ଗ ଏହି ପର୍ବତମାଳାର ଅଂଶବିଶେଷ । ତନ୍ମଧ୍ୟରୁ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟ ଅନ୍ୟତମ । ହିମାଳୟ ପର୍ବତମାଳାରେ ୫୦ରୁ ଅଧିକ ପର୍ବତ ରହିଛି ଯାହାର ସମୁଦ୍ରପତନରୁ ଉଚ୍ଚତା ୭୨୦୦ ମିଟର ବା ତତୋଧିକ । ୮୦୦୦ ମିଟର‌ରୁ ଉଚ୍ଚ ୧୪ଟି ଶୃଙ୍ଗ ମଧ୍ୟରୁ ୧୦ଟି ହିମାଳୟରେ ରହିଛି । ଏସିଆ ବାହାରେ ରହିଥିବା ସର୍ବୋଚ୍ଚ ଗିରିଶୃଙ୍ଗ ହେଉଛି ଆଣ୍ଡିଜ୍ ପର୍ବତମାଳାର ଆକାଙ୍କାଗୁଆ (୬୯୬୧ ମିଟର) ।

ପୁରା ପଢନ୍ତୁ...


ଅଗଷ୍ଟ ୨୦୨୦

ଗୋପୀନାଥ ମହାନ୍ତି

ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍‍ଜୋସ୍‍ ଷ୍ଟେଟ୍‍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା । ପୁରା ପଢନ୍ତୁ...


ସେପ୍ଟେମ୍ବର ୨୦୨୦

ରିଆ ଉପଗ୍ରହ

ରିଆ (ଇଂରାଜୀରେ Rhea) ଶନି ଗ୍ରହର ଦ୍ୱିତୀୟ ବୃହତ୍ତମ ପ୍ରାକୃତିକ ଉପଗ୍ରହ ଏବଂ ବ୍ୟାସର ମାପ ଅନୁସାରେ ଆମ ସୌର ମଣ୍ଡଳର ନବମ ସର୍ବବୃହତ୍ ଚନ୍ଦ୍ର (ପ୍ରାକୃତିକ ଉପଗ୍ରହ) । ସୌର ମଣ୍ଡଳରେ ଯେଉଁ ସବୁ କ୍ଷୁଦ୍ର ଗ୍ରହ ଉପଗ୍ରହମାନଙ୍କ ମାପ ନିଆଯାଇପାରିଛି ଓ ସେମାନଙ୍କ ଆକାର ଗୋଲକ ପରି ବୋଲି ପ୍ରମାଣିତ ହୋଇଛି ସେମାନଙ୍କ ମଧ୍ୟରେ ରିଆ ଦ୍ୱିତୀୟ କ୍ଷୁଦ୍ରତମ (ବାମନ ଗ୍ରହ “ସିରିଜ୍ (Ceres)” ପ୍ରଥମ) । ୧୬୭୨ ମସିହାରେ ଜିଓଭାନି ଡୋମେନିକୋ କ୍ୟାସିନି ରିଆ ଉପଗ୍ରହର ଆବିଷ୍କାର କରିଥିଲେ । ପୁରା ପଢନ୍ତୁ...


ଅକ୍ଟୋବର ୨୦୨୦

ସିନ୍ଧୁ ନଦୀର ଚିତ୍ର (ଖାରମାଂଗ ଜିଲ୍ଲା, ପାକିସ୍ତାନ)

ସିନ୍ଧୁ ନଦୀ(ଇଂରାଜୀରେ Indus River) ଏସିଆ ମହାଦେଶର ଦୀର୍ଘତମ ନଦୀମାନଙ୍କ ମଧ୍ୟରୁ ଅନ୍ୟତମ । ତିବ୍ବତ ମାଳଭୂମିରେ ମାନସରୋବର ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରୁ ଏହି ନଦୀର ଉତ୍ପତ୍ତି । ନିଜ ଉତ୍ପତ୍ତିସ୍ଥଳରୁ ବାହାରି ଏହି ନଦୀ ଲଦାଖ ଅଞ୍ଚଳ ଅତିକ୍ରମ କରି ଗିଲ୍‍ଗିଟ୍-ବାଲ୍‍ଟିସ୍ତାନରେ ହିନ୍ଦୁକୁଶ ପର୍ବତମାଳାର ଉପତ୍ୟକାରେ ପ୍ରବେଶ କରିଛି । ତାହା ପରେ ଏହା ଦକ୍ଷିଣମୁଖୀ ହୋଇ ପାକିସ୍ତାନରେ ପ୍ରବାହିତ ହୋଇ ବନ୍ଦର ନଗରୀ କରାଚୀ ନିକଟରେ ଆରବ ସାଗର ସହିତ ସମ୍ମିଳିତ ହୋଇଛି । ସିନ୍ଧୁ ନଦୀ ପାକିସ୍ତାନର ଦୀର୍ଘତମ ନଦୀ ଓ ଏହାକୁ ପାକିସ୍ତାନର ଜାତୀୟ ନଦୀ ବୋଲି କୁହାଯାଏ ।

ସିନ୍ଧୁ ନଦୀର ଅବବାହିକା ୧୧,୬୫,୦୦୦ ବର୍ଗ କିଲୋମିଟର୍ ଅଞ୍ଚଳରେ ବ୍ୟାପ୍ତ । ଏହାର ବାର୍ଷିକ ପ୍ରବାହ ହାରାହାରି ୨୪୩ ଘନ କିଲୋମିଟର୍ ଯାହା ନୀଳ ନଦୀର ବାର୍ଷିକ ପ୍ରବାହର ୨ ଗୁଣ ଓ ୟୁଫ୍ରେଟିସ୍-ଟାଇଗ୍ରିସ୍ ନଦୀର ମିଳିତ ପ୍ରବାହର ୩ ଗୁଣ । ଏହି କାରଣରୁ ଜଳ ନିଷ୍କାସନ ହାର ଦେଖିଲେ ସିନ୍ଧୁ ନଦୀକୁ ବିଶ୍ୱର ବୃହତ୍ତମ ନଦୀମାନଙ୍କ ଶ୍ରେଣୀରେ ଗଣନା କରାଯାଇପାରେ । ଲଦାଖରେ ଜାନ୍‍ସ୍କାର ନଦୀ ଏହାର ବାମ ତୀରର ଉପନଦୀ ।


ପୁରା ପଢନ୍ତୁ...


ନଭେମ୍ବର ୨୦୨୦
The featured article for this month has not yet been chosen.
You can make new requests or comment on current requests at ଉଇକିପିଡ଼ିଆ:ମାସର ବଛା ଲେଖା/ଅନୁରୋଧ. See ଉଇକିପିଡ଼ିଆ:ମାସର ବଛା ଲେଖା for full guidelines.

ଡିସେମ୍ବର ୨୦୨୦

ବତିଘର

ବତିଘର ବା ବତିଘରା (ଇଂରାଜୀରେ lighthouse – ଲାଇଟ୍ ହାଉସ୍) ଏକ ଉଚ୍ଚ ସ୍ତମ୍ଭ ବା ମୀନାର ଯାହାର ଶୀର୍ଷ ଭାଗରେ ଏକ ପ୍ରଜ୍ଜ୍ୱଳିତ ଆଲୋକ ରହିଥାଏ । ଏହି ଆଲୋକ ବା ବତୀ ବହୁ ଦୂର ପର୍ଯ୍ୟନ୍ତ ଦେଖାଯାଉଥିବାରୁ ସମୁଦ୍ରରୁ କୂଳ ଆଡ଼କୁ ଆସୁଥିବା ଜାହାଜର ନାବିକ, ନଦୀନାଳ ପରି ଅନ୍ୟ ଜଳପଥ ବ୍ୟବହାର କରୁଥିବା ନାବିକଙ୍କୁ ଦିଗ ଠଉରାଇବାରେ ସହାୟକ ହୋଇଥାଏ ।

ବିପଦସଙ୍କୁଳ ଉପକୂଳ, ପଥୁରିଆ ଉପକୂଳ, ବନ୍ଦର ମଧ୍ୟକୁ ପଶିବା ପାଇଁ ସୁରକ୍ଷିତ ସ୍ଥଳ ଇତ୍ୟାଦି ନିକଟରେ ବତିଘରମାନ ନିର୍ମାଣ କରାଯାଇଥାଏ । ଆକାଶପଥରେ ଉଡ଼ୁଥିବା ବିମାନ ପାଇଁ ମଧ୍ୟ ଏହା ଏକ ଦିଗବାରେଣୀ ପରି କାମ କରିଥାଏ । ପୂର୍ବ କାଳରେ ସମୁଦ୍ରପଥରେ ଯାତାୟାତ ଓ ବାଣିଜ୍ୟ ପାଇଁ ସ୍ଥାନେ ସ୍ଥାନେ ବତିଘର ନିର୍ମିତ ହୋଇଥିଲା । ଆଧୁନିକ ଯୁଗରେ ବୈଷୟିକ ଜ୍ଞାନକୌଶଳ ଓ ଆଧୁନିକ ଉପକରଣ ସହାୟତାରେ ନାବିକମାନେ ଦିଗ ଓ ପଥ ନିର୍ଣ୍ଣୟ କରିପାରୁଛନ୍ତି । ତେଣୁ ରକ୍ଷଣାବେକ୍ଷଣ ଓ ଅର୍ଥାଭାବ ଯୋଗୁଁ ବର୍ତ୍ତମାନ ସମୟରେ ବହୁ ବତିଘର ଅଚଳ ହୋଇଗଲାଣି ।

ପୁରା ପଢନ୍ତୁ...