Jump to content

ଉଇକିପିଡ଼ିଆ:ମାସର ବଛା ଲେଖା/ଡିସେମ୍ବର ୨୦୨୪

ଉଇକିପିଡ଼ିଆ‌ରୁ

ମିଳିତ ଜାତିସଂଘ ସାଧାରଣ ସଭାର ପ୍ୟାରିସଠାରେ ଅନୁଷ୍ଠିତ ୧୮୩ତମ ଅଧିବେଶନରେ ୧୯୪୮ ଡିସେମ୍ବର ୧୯ରେ ମାନବ ଅଧିକାର ଗୃହୀତ ହୋଇଥିଲା

ମାନବିକ ଅଧିକାର ସମ୍ପର୍କରେ ବିଶ୍ୱଜନୀନ ଘୋଷଣା ବା ୟୁଡିଏଚଆର (ଇଂରାଜୀ: Universal Declaration of Human Rights (UDHR)) ଏକ ଐତିହାସିକ ଦଲିଲ ଯାହା ୧୯୪୮ ଡିସେମ୍ବର ୧୦ରେ ପ୍ୟାରିସଠାରେ ମିଳିତ ଜାତିସଂଘ ସାଧାରଣ ସଭାର ୨୧୭ତମ ସଂକଳ୍ପ ଧାରା ଅନୁସାରେ ତୃତୀୟ ଅଧିବେଶନରେ ବ‌ହୁମତରେ ଗୃହୀତ ହୋଇଥିଲା । ଏହି ଘୋଷଣା ପତ୍ରର ୩୦ଟି ଧାରାରେ ବ୍ୟକ୍ତିଗତ ଅଧିକାର ସ୍ୱୀକୃତ ହୋଇଥିଲା, ସେତେବେଳେ ବିଧିବଦ୍ଧ ଭାବରେ ବନ୍ଧିତ ନଥିଲେ ମଧ୍ୟ ପରବର୍ତ୍ତୀ କାଳର ଆନ୍ତର୍ଜାତିକ ସନ୍ଧି, ଅର୍ଥନୈତିକ ବଦଳ, କ୍ଷେତ୍ରୀୟ ମାନବ ଅଧିକାର ଇନସ୍ଟ୍ରେମେଣ୍ଟ, ଜାତୀୟ ସଂବିଧାନ ଓ ଅନ୍ୟାନ୍ୟ କାନୁନ ଯୋଗେ ଏହା ଗୃହୀତ ହୋଇଥିଲା । ଆନ୍ତର୍ଜାତୀୟ ମାନବ ଅଧିକାର ବିଲ ତିଆରି କରିବାର ଏହା ପ୍ରଥମ ସୋପାନ ଥିଲା ଓ ତାହା ୧୯୬୬ରେ ସମ୍ପୁର୍ଣ୍ଣ ହେବାପରେ ୧୯୭୬ରେ ଅଧିକ ସଂଖ୍ୟକ ଦେଶ ଏହାକୁ ମଞ୍ଜୁର କରିବା ପରେ ବଳବତ୍ତର ହେଲା । କେତେକ ବିଧି ବିଦ୍ୱାନଙ୍କ ମତରେ ଅନେକ ଦେଶ ନିୟମିତ ଭାଗରେ ୫୦ ବର୍ଷ ଧରି ଏହାକୁ ପ୍ରୟୋଗ କରିବାରୁ ଏହା ଏକ ବାଧ୍ୟତାମୂଳକ ଅଂଶ ହୋଇଗଲା ।


ପୂରା ପଢ଼ନ୍ତୁ...