ଉଇକିପିଡ଼ିଆ:ଭିଡିଓୱିକି/ଏଚଆଇଭି/ଏଡସ

ଉଇକିପିଡ଼ିଆ‌ରୁ
ଭିଡିଓୱିକି/ଏଚଆଇଭି/ଏଡସ (Tutorial)
ଫାଇଲ:ଉଇକିପିଡ଼ିଆ-ଭିଡିଓୱିକି-ଏଡସ.webm
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ସଂଜ୍ଞା[ସମ୍ପାଦନା]

ଏଚଆଇଭି ବା ହ୍ୟୁମ୍ୟାନ ଇମ୍ମୂନୋଡେଫିସିଏନ୍ସି ସିଣ୍ଡ୍ରୋମ ଓ ଏଡସ ବା ଆକ୍ୱାର୍ଡ଼ ଇମ୍ମ୍ୟୁନୋଡେଫିସିଏନ୍ସି ସିଣ୍ଡ୍ରୋମ ବେମାରୀଦ୍ୱୟ ଏଚଆଇଭି ଭୂତାଣୁ ସଂକ୍ରମଣ ଯୋଗୁ ହୁଏ । [୧][୨][୩]

ପ୍ରାରମ୍ଭିକ ଲକ୍ଷଣ[ସମ୍ପାଦନା]

ସଂକ୍ରମଣ ଆରମ୍ଭରେ ପିଡ଼ିତ ଲୋକ କୌଣସି ଲକ୍ଷଣ ଥିବା ଲକ୍ଷ କରିପାରେନି ବା ଇନ୍‌ଫ୍ଲୁଏଞ୍ଜା ଭଳି ଅବସ୍ଥା ଅଳ୍ପ କିଛି ସମୟ ପାଇଁ ଅନୁଭବ କରିପାରିବ । [୪] ଏହା ପରେ ଦୀର୍ଘକାଳ ନିମନ୍ତେ ଲକ୍ଷଣହୀନ ହୋଇ ରହିପାରେ । [୫]

ବିଳମ୍ବିତ ଲକ୍ଷଣ[ସମ୍ପାଦନା]

ସଂକ୍ରମଣ ଅଗ୍ରଗତି ସଙ୍ଗେ ସଙ୍ଗେ ଇମ୍ମୁନ ପ୍ରଣାଳୀ ଅବରୋଧ ହେବା ଫଳରେ ଯକ୍ଷ୍ମା, କ୍ୱଚିତ ହେଉଥିବା ଦୁର୍ବଳ ଇମ୍ମ୍ୟୁନିଟି ସମ୍ଭୁତ ଅର୍ବୁଦ ଓ ଅନ୍ୟାନ୍ୟ ସଂକ୍ରମଣ ସମ୍ଭାବନା ବୃଦ୍ଧି ପାଏ । [୪]

ଏଡସ‌ ଲକ୍ଷଣ[ସମ୍ପାଦନା]

ରୋଗର ବିଳମ୍ବିତ ଲକ୍ଷଣ ଗୁଡ଼ିକୁ ଏଡସ‌ କୁହାଯାଏ ।[୫] ଏହା ସ‌ହିତ କାଚେକ୍ସିଆ ବା ଅନିଚ୍ଛକୃତ ଓଜନ ହ୍ରାସ ହେବା ଦେଖାଯାଏ ।[୫]

ବିସ୍ତାର[ସମ୍ପାଦନା]

ଅସୁରକ୍ଷିତ ଯେ କୌଣସି ମାଧ୍ୟମର ଯୌନ ସମ୍ଭୋଗ, ପ୍ରଦୂଷିତ ରକ୍ତ ପରିଦାନ ଓ ଇଞ୍ଜେକସନ ଛୁଞ୍ଚି ସାହାଯ୍ୟରେ ଏଚଆଇଭି ବିସ୍ତାର ଲାଭ କରିଥାଏ । ସଂକ୍ରମିତ ମାତାଠାରୁ ଗର୍ଭାବସ୍ଥା, ପ୍ରସବ ଓ ସ୍ତନ୍ୟପାନ ସମୟରେ ଶିଶୁକୁ ରୋଗ ବିସ୍ତାର ଲାଭ କରେ ଯାହାକୁ ଭୂଲମ୍ବ ବିସ୍ତାର କ‌ହନ୍ତି ।[୬] କେତେକ ଶାରୀରିକ ତରଳ ପଦାର୍ଥ ଯେପରିକି ଲାଳ ଓ ଲୁହ ସାହାଯ୍ୟରେ ସଂକ୍ରମଣ ହୁଏ ନାହିଁ । [୭]

ପ୍ରତିଷେଧ[ସମ୍ପାଦନା]

ରୋଗ ପ୍ରତିଷେଧ ନିମନ୍ତେ ସୁରକ୍ଷିତ ଯୌନ ସମ୍ପର୍କ, ଇଞ୍ଜେକସନ ଛୁଞ୍ଚି ପରିବର୍ତ୍ତନ, ସଂକ୍ରମିତ ଲୋକର ଚିକିତ୍ସା, ପୁରୁଷଙ୍କର ସୁନ୍ନତ ଓ ସଂସ୍ପର୍ଶର ପୂର୍ବ ଓ ପରକାଳର ନିବାରକ ଚିକିତ୍ସା ଆବଶ୍ୟକ ।[୪]

ମାତୃ-ଶିଶୁ ପ୍ରତିଷେଧ[ସମ୍ପାଦନା]

ଉଭୟ ମାଆ ଓ ଶୁଶୁକୁ ଆଣ୍ଟିରେଟ୍ରୋଭାଇରାଲ ଔଷଧ ସାହାଯ୍ୟରେ ପ୍ରତିଷେଧ ବ୍ୟବସ୍ଥା କରାଯାଇପାରେ । [୪]

ଚିକିତ୍ସା[ସମ୍ପାଦନା]

ଏହି ରୋଗର କୋଣସି ଚିକିତ୍ସା ଅଦ୍ୟାବଧି ନାହିଁ କିନ୍ତୁ ଆଣ୍ଟିରେଟ୍ରୋଭାଇରାଲ ଔଷଧ ଚିକିତ୍ସାରେ ରୋଗର ଅଗ୍ରଗତି ଧୀର ହେବାଯୋଗୁ ପ୍ରାୟ ସାଧାରଣ ଆୟୁଷର ଜୀବନ‌ ଯାପନ ସମ୍ଭବ ହୋଇପାରେ । [୫][୮]

ଚିକିତ୍ସା ପ୍ରଭାବ[ସମ୍ପାଦନା]

ରୋଗ ନିର୍ଣ୍ଣୟ ହେବା କ୍ଷଣି ଚିକିତ୍ସା ଆରମ୍ଭ କରିବାକୁ ସୁପାରିସ କରାଯାଏ । [୯] ବିନା ଚିକିତ୍ସାରେ ପ୍ରାୟ ୧୧ ବର୍ଷ ବଞ୍ଚିବା ସମ୍ଭବ ହୁଏ । [୧୦]

ରୋଗାନୁଶୀଳନ[ସମ୍ପାଦନା]

ସନ ୨୦୧୬ରେ ପ୍ରାୟ ୩୬.୭ ନିୟୁତ ଲୋକଙ୍କର ଏଚଆଇଭି ଥିଲା ଓ ଏହା ଫଳରେ ପ୍ରାୟ ୧ ନିୟୁତ ଲୋକଙ୍କର ମୃତ୍ୟୁ ହୋଇଥିଲା ।[୧୧] ସନ ୨୦୧୫ ଅପେକ୍ଷା ୨୦୧୬ରେ ନୂଆ ଏଚଆଇଭି ରୋଗୀ ସଂଖ୍ୟା ୩୦୦,୦୦୦ କମ୍ ଥିଲେ ।[୧୨] ଅଧିକାଂଶ ସଂକ୍ରମିତ ଲୋକ ସବ-ସାହାରା ଆଫ୍ରିକାର ବାସିନ୍ଦା ଥିଲେ । [୪]

ପ୍ରାରମ୍ଭିକ ଚିହ୍ନଟ[ସମ୍ପାଦନା]

ଏଡସ‌ ଚିହ୍ନଟ ହେବାପରେ ସନ ୧୯୮୦ରୁ ୨୦୧୭ ପର୍ଯ୍ୟନ୍ତ ସାରା ପୃଥିବୀରେ ପ୍ରାୟ ୩୫ ନିୟୁତ ରୋଗୀଙ୍କର ମୃତ୍ୟୁ ହୋଇଥିଲା । [୧୩]

ଚଳିତ ଅବସ୍ଥା[ସମ୍ପାଦନା]

ଏଚଆଇଭି ଏଡସ‌କୁ ବିଶ୍ୱବ୍ୟାପୀ ବିବେଚନା କରାଯାଏ ଯେହେତୁ ଏହା ବ‌ହୁତ ବଡ଼ ସ୍ଥାନରେ ମହାମାରୀ ରୂପ ଧାରଣକରି ରହିଛି ଓ ସକ୍ରିୟ ଭାବରେ ବ୍ୟାପୁଛି ।[୧୪]

ଇତିହାସ[ସମ୍ପାଦନା]

ଊନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ପଶ୍ଚିମ-ମଧ୍ୟ ଆଫ୍ରିକାର ଉପନିବେଶମାନଙ୍କରେ ଏହି ରୋଗ ସୃଷ୍ଟି ହେବା ଦେଖାଯାଇଥିଲା ।[୧୫]

ଉତ୍ତର ଆମେରିକାରେ ମହାମାରୀ[ସମ୍ପାଦନା]

ସନ ୧୯୮୧ରେ ପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ସଂସ୍ଥାଦ୍ୱାରା ଏଡସ‌ ରୋଗ ଚିହ୍ନଟ ହୋଇଥିଲା ଅଳ୍ପ ସମୟ ବ୍ୟବଧାନରେ ଏଚଆଇଭି ଭୂତାଣୁ ଚିହ୍ନଟ ହୋଇଥିଲା ।[୧୬]

ସାମାଜିକ ପ୍ରଭାବ[ସମ୍ପାଦନା]

ଏଚଆଇଭି/ଏଡସ‌ ରୋଗର ସମାଜରେ ରୋଗ ଭାବରେ ଓ ଭେଦ ଭାବନାରେ ବିରାଟ ପ୍ରଭାବ ଅଛି । [୧୭]

ଅର୍ଥନୈତିକ ପ୍ରଭାବ[ସମ୍ପାଦନା]

ଏହି ରୋଗର ବିରାଟ ଅର୍ଥନୈତିକ ପ୍ରଭାବ ରହିଛି । [୧୭] ଏହା ବିଷୟରେ ଅଣ‌ଯୌନ ସ୍ପର୍ଶରେ ବ୍ୟାପିବା ଭଳି ଅନେକ ଭୂଲ ଧାରଣା ସବୁ ଅଛି । [୧୮]

ଧାର୍ମିକ ପ୍ରଭାବ[ସମ୍ପାଦନା]

ଏହି ରୋଗ ବିଷୟରେ କାଥୋଲିକ ଚର୍ଚ୍ଚ ଭଳି ଅନେକ ଧାର୍ମିକ ଅନୁଷ୍ଠାନମାନଙ୍କରେ ବିବାଦାତ୍ମକ ଧାରଣା ଥିବା ଯୋଗୁ ରୋଗ ପ୍ରତିଷେଧ ନିମନ୍ତେ କଣ୍ଡୋମ ବ୍ୟବ‌ହାରକୁ ସମର୍ଥନ କରୁନାହାନ୍ତି । [୧୯]

ବିତ୍ତ ସଂଗ୍ରହ[ସମ୍ପାଦନା]

ଏହା ସତ୍ୱେ ସନ ୧୯୮୦ରେ ଚିହ୍ନଟ ପରଠାରୁ ଏଚଆଇଭି/ଏଡସ‌ ରୋଗ ଅନେକ ଆନ୍ତର୍ଜାତିକ ଡାକ୍ତରୀ ଓ ରାଜନୈତିକ ଧ୍ୟାନ ଆକର୍ଷଣ କରି ଅଜସ୍ର ବିତ୍ତ ପାଣ୍ଠି ସଂଗ୍ରହ କରିବାରେ ସକ୍ଷମ ହୋଇଛି । [୨୦]

  1. Sepkowitz KA (June 2001). "AIDS – the first 20 years". The New England Journal of Medicine. 344 (23): 1764–72. doi:10.1056/NEJM200106073442306. PMID 11396444.
  2. Krämer, Alexander; Kretzschmar, Mirjam; Krickeberg, Klaus (2010). Modern infectious disease epidemiology concepts, methods, mathematical models, and public health (Online-Ausg. ed.). New York: Springer. p. 88. ISBN 978-0-387-93835-6. {{cite book}}: Unknown parameter |name-list-format= ignored (|name-list-style= suggested) (help)
  3. Kirch, Wilhelm (2008). Encyclopedia of Public Health. New York: Springer. pp. 676–77. ISBN 978-1-4020-5613-0. {{cite book}}: Unknown parameter |name-list-format= ignored (|name-list-style= suggested) (help)
  4. ୪.୦ ୪.୧ ୪.୨ ୪.୩ ୪.୪ "HIV/AIDS Fact sheet N°360". WHO. ନଭେମ୍ବର 2015. Archived from the original on ଫେବୃଆରୀ 17, 2016. Retrieved ଫେବୃଆରୀ 11, 2016.
  5. ୫.୦ ୫.୧ ୫.୨ ୫.୩ "About HIV/AIDS". CDC. ଡିସେମ୍ବର 6, 2015. Retrieved ଫେବୃଆରୀ 11, 2016.
  6. Rom WN, Markowitz SB, eds. (2007). Environmental and occupational medicine (4th ed.). Philadelphia: Wolters Kluwer/Lippincott Williams & Wilkins. p. 745. ISBN 978-0-7817-6299-1.
  7. "HIV and Its Transmission". Centers for Disease Control and Prevention. 2003. Archived from the original on February 4, 2005. Retrieved May 23, 2006.
  8. UNAIDS (ମଇ 18, 2012). "The quest for an HIV vaccine". Archived from the original on ମଇ 24, 2012.
  9. Guideline on when to start antiretroviral therapy and on pre-exposure prophylaxis for HIV (PDF). WHO. 2015. p. 13. ISBN 978-92-4-150956-5. Archived (PDF) from the original on ଅକ୍ଟୋବର 14, 2015.
  10. UNAIDS, WHO (December 2007). "2007 AIDS epidemic update" (PDF). Archived from the original (PDF) on May 27, 2008. Retrieved March 12, 2008.
  11. "Fact sheet – Latest statistics on the status of the AIDS epidemic | UNAIDS". www.unaids.org. Archived from the original on ଜୁଲାଇ 13, 2017. Retrieved ଜୁଲାଇ 21, 2017.
  12. "Global HIV and AIDS statistics". AVERT (in ଇଂରାଜୀ). 2015-07-16. Retrieved 2017-10-07.
  13. "Fact sheet – Latest statistics on the status of the AIDS epidemic". www.unaids.org (in ଇଂରାଜୀ). UNAIDS. Retrieved 2018-03-16.
  14. Kallings LO (March 2008). "The first postmodern pandemic: 25 years of HIV/ AIDS". Journal of Internal Medicine. 263 (3): 218–43. doi:10.1111/j.1365-2796.2007.01910.x. PMID 18205765.(subscription required)
  15. Sharp PM, Hahn BH (September 2011). "Origins of HIV and the AIDS pandemic". Cold Spring Harbor Perspectives in Medicine. 1 (1): a006841. doi:10.1101/cshperspect.a006841. PMC 3234451. PMID 22229120.
  16. Gallo RC (October 2006). "A reflection on HIV/AIDS research after 25 years". Retrovirology. 3 (1): 72. doi:10.1186/1742-4690-3-72. PMC 1629027. PMID 17054781.{{cite journal}}: CS1 maint: unflagged free DOI (link)
  17. ୧୭.୦ ୧୭.୧ "The impact of AIDS on people and societies". 2006 Report on the global AIDS epidemic. UNAIDS. 2006. ISBN 978-92-9173-479-5. {{cite book}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)
  18. Endersby, Jim (2016). "Myth Busters". Science. 351 (6268): 35. Bibcode:2016Sci...351...35E. doi:10.1126/science.aad2891. Archived from the original on ଫେବୃଆରୀ 22, 2016. Retrieved ଫେବୃଆରୀ 14, 2016.
  19. McCullom, Rob (ଫେବୃଆରୀ 26, 2013). "An African Pope Won't Change the Vatican's Views on Condoms and AIDS". The Atlantic. Archived from the original on ମାର୍ଚ୍ଚ 8, 2016. Retrieved ଫେବୃଆରୀ 14, 2016.
  20. Harden, Victoria Angela (2012). AIDS at 30: A History. Potomac Books Inc. p. 324. ISBN 978-1-59797-294-9.