Jump to content

ଉଇକିପିଡ଼ିଆ:ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା

ଉଇକିପିଡ଼ିଆ‌ରୁ
ହୋମ୍ ୨୦୨୫ ୨୦୨୩ ୨୦୧୮
ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା

ସ୍ୱାଧୀନତା ଦିବସ (ଅଗଷ୍ଟ ୧୫) ସମୟରେ ଆୟୋଜନ କରାଯାଉଥିବା ଏକ ଗଣ-ସମ୍ପାଦନା

ଭାରତୀୟ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ଦ୍ୱାରା ଓଡ଼ିଆ ଉଇକିପଡ଼ିଆରେ ଏକ ଗଣସମ୍ପାଦନା ଆୟୋଜନ କରାଯାଏ । ଏହି ଗଣସମ୍ପାଦନାରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯାଏ ।

ଇତିହାସ

[ସମ୍ପାଦନା]

୨୦୧୮ ମସିହାରେ, ଏହି ଗଣସମ୍ପାଦନା ପ୍ରଥମ ଥର ପାଇଁ ଆୟୋଜନ ହୋଇଥିଲା ଏବଂ ୮ ଦିନ ଧରି ଚାଲିଥିବା ଏହି ଗଣ-ସମ୍ପାଦନାରେ ୮ ଜଣ ଉଇକିଆଳି ସମୁଦାୟ ୩୦ଟି ନୂଆ ପ୍ରସଙ୍ଗ ଗଢ଼ିବା ସହିବା ୧୨ଟି ପ୍ରସଙ୍ଗ ଉନ୍ନତ କରାଯାଇଥିଲା । ୨୦୨୩ ମସିହାରେ ତିନି ଦିନ ଧରି ଆୟୋଜନ କରାଯାଇଥିବା ଗଣ-ସମ୍ପାଦନାରେ, ୬ ଜଣ ଉଇକିଆଳି ସମୁଦାୟ ୨୭ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଥିଲା ।

ଗଣସମ୍ପାଦନାର ନିୟମ

[ସମ୍ପାଦନା]
  1. ନୂଆ ପ୍ରସଙ୍ଗ ଗଢ଼ୁଥିଲେ ସେଥିରେ ଅତି କମରେ *୩୦୦ ଶବ୍ଦ* ଯୋଡ଼ିବେ ଓ ୩ରୁ ଅଧିକ ଆଧାର ଦେବେ ।
  2. ପୁରୁଣା ପ୍ରସଙ୍ଗରେ ଅଧିକ ତଥ୍ୟ ଓ ଆଧାର ଯୋଡ଼ୁଥିଲେ ୩୦୦ରୁ ଅଧିକ ଶବ୍ଦ ଯୋଡ଼ିବେ ଓ ୩ରୁ ଅଧିକ ଆଧାର ଦେବେ ।
  3. ଆଧାର ଭରସାଯୋଗ୍ୟ (ପ୍ରତିଷ୍ଠିତ ଖବରକାଗଜ, ଜଣାଶୁଣା ବହି ଓ ପତ୍ରପତ୍ରିକା, ୱେବସାଇଟ ଜର୍ଣ୍ଣାଲ ଆଦି ସାଧାରଣତଃ ଗ୍ରହଣୀୟ; ବ୍ୟକ୍ତିଗତ ବ୍ଲଗ କିମ୍ବା ମନ୍ତବ୍ୟ ଅଯୋଗ୍ୟ) ହେବା ନିତାନ୍ତ ଆବଶ୍ୟକ ।

ଆୟୋଜକ

[ସମ୍ପାଦନା]
ଯୋଗାଯୋଗ: ସଂଗ୍ରାମ କେଶରୀ ସେନାପତି