ଉଇକିପିଡ଼ିଆ:ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୫
ହୋମ୍ | ୨୦୨୫ | ୨୦୨୪ | ୨୦୨୩ | ୨୦୨୨ | ୨୦୨୧ | ୨୦୨୦ | ୨୦୧୯ |

ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ହେଉଛି ଉଇକିପିଡ଼ିଆର ଏକ ଆନ୍ତର୍ଜାତୀୟ ଲିଖନ ପ୍ରତିଯୋଗିତା, ଯେଉଁଥିରେ ସ୍ଥାନୀୟ ଉଇକିପିଡ଼ିଆ ଭାଷାରେ ବିଭିନ୍ନ ଲୋକକଥା ଏବଂ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳା ପ୍ରସଙ୍ଗ ଗଢ଼ାଯାଇଥାଏ । ପ୍ରତିଯୋଗିତାଟିର ମୂଳ ଉଦ୍ଦେଶ୍ୟ ହେଉଛି ଉଇକିପିଡ଼ିଆ ଏବଂ ଅନ୍ୟାନ୍ୟ ଉଇକିମିଡ଼ିଆ ଫାଉଣ୍ଡେସନ୍ ପ୍ରକଳ୍ପଗୁଡ଼ିକରେ ମାନବ ସଂସ୍କୃତିର ବିବିଧତା ଉପରେ ପ୍ରବନ୍ଧ ଗଢ଼ିବା । ଏହି ବର୍ଷ ଆମେ ବିଶ୍ୱ ସମୁଦାୟର ଲୋକକଥା ଏବଂ ଲିଙ୍ଗଗତ ଅନୁପାତକୁ ଲକ୍ଷ୍ୟ ରଖି ପ୍ରସଙ୍ଗ ଗଢ଼ିବାକୁ ଅନ୍ୟାନ୍ୟ ଗୋଷ୍ଠୀ ସହ ସହଭାଗୀତା ମଧ୍ୟ କରୁଛୁ ।
ଏହି ଗଣସମ୍ପାଦନାରେ ସମୁଦାୟ ୬୮ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି ।
ସମୟସୀମା
[ସମ୍ପାଦନା]୧ ଫେବୃଆରୀ–୩୧ ମାର୍ଚ୍ଚ ୨୦୨୫
ପୁରସ୍କାର
[ସମ୍ପାଦନା]ସର୍ବଶ୍ରେଷ୍ଠ ପ୍ରତିଯୋଗିଙ୍କ ପାଇଁ ପୁରସ୍କାର (ଅଧିକ ଗଢ଼ିଥିବା ପ୍ରସଙ୍ଗ ଅନୁସାରେ):
- ୧ମ ପୁରସ୍କାର: - ୨୫ ଡଲାର
- ୨ୟ ପୁରସ୍କାର: - ୨୦ ଡଲାର
- ଶ୍ରେଷ୍ଠ ଜୁରୀ ପ୍ରସଙ୍ଗ: - ୧୫ ଡଲାର
- ଆନ୍ତର୍ଜାତୀୟ ସ୍ତରର ଆୟୋଜକଙ୍କ ଠାରୁ ଆସିଥିବା ସୂଚନା ଅନୁସାରେ ଏହି ରାଶି ଅଦ୍ୟତନ କରାଯାଇଛି ଏବଂ ଏହି ପୁରସ୍କାର ପାଇଁ ଅତିକମରେ ୫ଟି ନିର୍ବାଚିତ ପ୍ରସଙ୍ଗ ଗଢ଼ାଯାଇଥିବା ଆବଶ୍ୟକ ।
ଅଧିକ ସୂଚନା ପାଇଁ ମେଟା ପୃଷ୍ଠା ଦେଖନ୍ତୁ ।
ପ୍ରତିଯୋଗିତାରେ ଲେଖା ଯୋଡ଼ିବେ
[ସମ୍ପାଦନା]ପ୍ରସଙ୍ଗ ଗଢ଼ିସାରିବା ପରେ ଏଥିରେରେ ଯୋଡ଼ନ୍ତୁ ।
ଅଂଶଗ୍ରହଣ
[ସମ୍ପାଦନା]- ଗପୁ (ମୋ ଆଲୋଚନା) ୦୦:୦୬, ୩ ଫେବୃଆରୀ ୨୦୨୫ (IST)
- Aliva Sahoo (ମୋ ଆଲୋଚନା) ୧୨:୦୮, ୩୦ ମାର୍ଚ୍ଚ ୨୦୨୫ (IST)
- ହରିହର ପ୍ରସାଦ ଶତପଥୀ
ଫଳାଫଳ
[ସମ୍ପାଦନା]ଫେବୃଆରୀ ୧ ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ଗଣ-ସମ୍ପାଦନାଟି ଚାଲିଥିଲା, ଯେଉଁଥିରେ ମାତ୍ର ତିନିଜଣ ଉଇକିଆଳି ଅଂଶଗ୍ରହଣ କରିଥିଲେ ଏବଂ ୬୮ଟି ପ୍ରସଙ୍ଗ ଗଢ଼ିଥିଲେ । ସଂଗ୍ରାମ କେଶରୀ ସେନାପତି ସମୁଦାୟ ୫୭ଟି ଗଢ଼ି ପ୍ରସଙ୍ଗ ଗଢ଼ିଥିବାବେଳେ ଅଲିଭା ସାହୁ ୬ଟି ଏବଂ ହରିହର ପ୍ରସାଦ ଶତପଥୀ ୫ଟି ପ୍ରସଙ୍ଗ ଗଢ଼ିଥିଲେ ।
ଶିକ୍ଷଣ/ମତାମତ
[ସମ୍ପାଦନା]- ସକ୍ରିୟ ଭାବରେ ଲେଖୁଥିବା ଉଇକିଆଳିଙ୍କ ସଂଖ୍ୟା ନ ବଢ଼ିବା ଯାଏଁ ଗଣ-ସମ୍ପାଦନାରେ ଅବଦାନ ସେତେ ମାତ୍ରାରେ ବଢ଼ିପାରିବ ନାହିଁ । ଗଣ-ସମ୍ପାଦନାରେ ଯେଉଁଠି ଅନ୍ୟ ଉଇକିପିଡ଼ିଆରେ, ଜଣେ ଉଇକିଆଳି ଦୁଇମାସରେ ୫୦୦ରୁ ଅଧିକ ପ୍ରସଙ୍ଗ ଗଢ଼ୁଛନ୍ତି, ଆମେ କେବେକେବେ ୫୦ ତ କେତେବେଳେ ୫ରେ ଅଟକିଯାଉଛୁ । ସଭିଙ୍କର ସହଯୋଗ ନ ରହିଲେ, ଏଭଳି ଗଣ-ସମ୍ପାଦନାର ଆୟୋଜନ କରି ମଧ୍ୟ କିଛି ଲାଭ ନାହିଁ । - ଗପୁ (ମୋ ଆଲୋଚନା) ୦୦:୧୧, ୧ ଅପ୍ରେଲ ୨୦୨୫ (IST)