ଉଇକିପିଡ଼ିଆ:ଜନ୍ମତିଥି/୧୬/ଶିକ୍ଷଣ

ଉଇକିପିଡ଼ିଆ‌ରୁ

ଏହି କାର୍ଯ୍ୟକ୍ରମ ଅବସରରେ ଅନେକ ଉଇକିଆଳିଙ୍କ ସଙ୍ଗେ ମୁହାଁମୁହିଁ ଦେଖାହେବ । ତେଣୁ ତା'ର ସୁଯୋଗ ନେଇ ସେମାନଙ୍କ ସହ କିଛି ଉଇକିପିଡ଼ିଆ ଶିକ୍ଷଣ ତିଆରି ଯୋଜନା କରୁଛୁ । ଯଦିଓ ଆଗରୁ ଅନେକ ଥର ଏ ଯୋଜନା ହୋଇଥିଲା ବିଭିନ୍ନ କାରଣରୁ ସେସବୁ କାର୍ଯ୍ୟକାରୀ ହୋଇପାରିନି । ଏଥର ଲକ୍ଷ୍ୟ ହେଉଛି ଜଣେ ନୂଆ ଉଇକିଆଳି ଶିଖିବା ପାଇଁ ଯେତିକି ନିହାତି ଦରକାରୀ ସେତିକି ଅନ୍ତତଃ ତିଆରି କରିବୁ ।

ଶିକ୍ଷଣ ଗୁଡ଼ିକ ତିଆରି ସରିଲେ କେମିତି ଦିଶିବ?

ଅଡ଼ିଓ-ଭିଜୁଆଲ ମିଡ଼ିଅମରେ କିଛି ଦେଖିବାବେଳେ ଦର୍ଶକ ସବୁବେଳେ ଆଉ ଜଣେ ମଣିଷ ସଙ୍ଗେ ନିଜକୁ ସହଜରେ ଯୋଡ଼ିପାରେ । ଏଣୁ କେବଳ ସ୍କ୍ରିନରେ କିଛି ଘଟୁଥିବା ନ ଦେଖାଇ ଉଇକିଆଳିମାନେ ବାସ୍ତବ ଜୀବନରେ କେମିତି ସମ୍ପାଦନା କରୁଛନ୍ତି ତା' ଦେଖାଇଲେ ସେମାନେ ଦେଖିବାକୁ ବେଶୀ ଆଗ୍ରହୀ ହେବେ ।

ଶିକ୍ଷଣଗୁଡ଼ିକରେ ପ୍ରାୟତଃ ଦୁଇଜଣ ଉଇକିଆଳି ବସି କଥାହେଉଥିବେ । ଜଣେ ଆରକୁ ପଚାରୁଥିବ ଆଉ ଆର ଜଣକ କମ୍ପ୍ୟୁଟରରେ ବା ମୋବାଇଲରେ ବସି ବୁଝାଉଥିବ ।

କି କି ବିଷୟରେ ଶିକ୍ଷଣ ହେବ?

ଉଇକିପିଡ଼ିଆରେ କଣ ଲେଖାଯାଇପାରିବ କଣ ଲେଖାଯାଇପାରିବ ନାହିଁ[ସମ୍ପାଦନା]

ଦୃଶ୍ୟ ୧[ସମ୍ପାଦନା]

ଓଡ଼ିଆ ଭାଷାର ସ୍ଥିତି ଇଣ୍ଟରନେଟରେ ବିଶେଷ ଭଲ ନାହିଁ । ଆମେ ତାକୁ କେମିତି ସୁଧାରିବା?

ଦୃଶ୍ୟ ୨[ସମ୍ପାଦନା]

ଓଡ଼ିଆ ଭାଷା ଭାରତର ୬ଟି ଶାସ୍ତ୍ରୀୟ ଭାଷା ଭିତରୁ ଗୋଟେ । ହଜାର ହଜାର ଲେଖାରେ ଆମ ଭାଷାର ଇତିହାସ ସମୃଦ୍ଧ । ହେଲେ ଏସବୁ ଜ୍ଞାନର ଭଣ୍ଡାର କେଇ ଜଣଙ୍କ ହାତରେ ସୀମିତ ହୋଇ ରହିଗଲେ ତା'ର ମୂଲ୍ୟ କଣ? ପୋଥିର ଯୁଗ ତ ଗଲାଣି । ଏବେ ଇଣ୍ଟରନେଟର ଯୁଗ । ତଥାପି ଆମ ଭାଷାରେ ହାତଗଣତି ଲେଖା ଇଣ୍ଟରନେଟରେ ଉପଲବ୍ଧ ।

ଦୃଶ୍ୟ ୩[ସମ୍ପାଦନା]

ଇଣ୍ଟରନେଟରେ ଓଡ଼ିଆରେ ନିରପେକ୍ଷ ଓ ସଠିକ ତଥ୍ୟ ପାଇବାର ଏକ ଭଲ ବାଟ ହେଲା ଓଡ଼ିଆ ଉଇକିପିଡ଼ିଆ । ବିଗତ କେତେ ବର୍ଷ ହେଲା ଉଇକିପିଡ଼ିଆ ବିଶ୍ୱସ୍ତରରେ ଜ୍ଞାନ ବାଣ୍ଟିବାରେ ପ୍ରମୁଖ ଭୂମିକା ରହିଛି । ଦକ୍ଷିଣ ଏସୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରୁ ଓଡ଼ିଆ ଉଇକିପିଡ଼ିଆ ସବୁଠୁ ପୁରୁଣା ।

ଦୃଶ୍ୟ ୪: call to action[ସମ୍ପାଦନା]

ଓଡ଼ିଆ ଭାଷାର ବିକାଶ ଦିଗରେ ଓଡ଼ିଆ ଉଇକିପିଡ଼ିଆ କି କି ପଦଃକ୍ଷେପ ନେଇଛି ଆଉ ଆପଣ କେମିତି ଯୋଗଦେଇପାରିବେ ଆଗକୁ କେତୋଟି ଭିଡ଼ିଓରୁ ଦେଖିପାରିବେ ।

ନୂଆ ଖାତା ଖୋଲିବା, ଖୋଜିବା, ଲଗ ଇନ କରି ସମ୍ପାଦନା କରିବା[ସମ୍ପାଦନା]

ଆଧାର (ଆଧାର କାହିଁକି ଦରକାରୀ, କେମିତି ଯୋଡ଼ିବା, ବିଶ୍ୱସନୀୟ ଆଧାର)[ସମ୍ପାଦନା]

ଅଲଗା ଉଇକିପିଡ଼ିଆରୁ ଅନୁବାଦ[ସମ୍ପାଦନା]

ଛବି ଯୋଡ଼ା[ସମ୍ପାଦନା]

ସମସ୍ତେ (ସ୍କ୍ରିପ୍ଟ)[ସମ୍ପାଦନା]

ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇ ମଧ୍ୟ ଏଯାଏ ଇଣ୍ଟରନେଟରେ ବ୍ୟାପକ ହୋଇପାରିନାହିଁ । ଓଡ଼ିଆ ଉଇକିପିଡ଼ିଆରେ ଆମେ ବିଭିନ୍ନ ଦରକାରୀ ବିଷୟରେ ଲେଖୁଛୁ ଫଳରେ କେହି କିଛି ଇଣ୍ଟରନେଟରେ ଓଡ଼ିଆରେ ଖୋଜିଲେ ସହଜରେ ପାଇପାରିବେ । ଆସନ୍ତୁ ଆମେ ସମସ୍ତେ ଓଡ଼ିଆ ଉଇକିପିଡ଼ିଆରେ ମିଶି ଆମ ଭାଷାକୁ ଆଗେଇନେବା ।