Jump to content

ଉଇକିପିଡ଼ିଆ:ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ୨୦୨୫

ଉଇକିପିଡ଼ିଆ‌ରୁ
ହୋମ୍ ୨୦୨୬ ୨୦୨୫ ୨୦୨୪

ଏହି ଗଣସମ୍ପାଦନାରେ ସମୁଦାୟ ୭୬ଟି ନୂଆ ପ୍ରସଙ୍ଗ ଗଢ଼ା କିମ୍ବା ବଦଳ ହୋଇଛି ।

ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ୨୦୨୫

ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ୨୦୨୫ ହେଉଛି ଏକ ଅନ୍‌ଲାଇନ୍ ଗଣ-ସମ୍ପାଦନା, ଯେଉଁଥିରେ ଓଡ଼ିଆ ସାହିତ୍ୟ ତଥା ସାହିତ୍ୟିକଙ୍କ ବିଷୟରେ ଓଡ଼ିଆ ଉଇକିପିଡ଼ିଆରେ ପୂର୍ବରୁ ଥିବା ପ୍ରସଙ୍ଗଗୁଡ଼ିକୁ ଉନ୍ନତ କରାଯିବ ଏବଂ ଅତ୍ୟନ୍ତ ଦରକାରୀ ପ୍ରସଙ୍ଗ ନୂଆ କରି ତିଆରି କରାଯିବ । ଆମର ଓଡ଼ିଆ ଉଇକିପିଡ଼ିଆରେ ଅନେକ ପ୍ରସଙ୍ଗ ଅଛି, ଯାହାକୁ ଉନ୍ନତ କରି, ଭରସାଯୋଗ୍ୟ ଆଧାର ଯୋଡ଼ି ସୁଧାରିବାକୁ ହେବ । ଏହି ଗଣ-ସମ୍ପାଦନା ୨୦୨୪ ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହା ହେଉଛି ୨ୟ ସଂସ୍କରଣ ।

ସମୟସୀମା

ସମୟସୀମା:ଉତ୍କଳ ଦିବସରୁ ପଣା ସଂକ୍ରାନ୍ତି (୧ରୁ ୧୫ ଅପ୍ରେଲ) ୨୦୨୫

ଗଣସମ୍ପାଦନାର ନିୟମ

  • ଓଡ଼ିଆ ସାହିତ୍ୟ ଉପରେ ଏହି ଗଣ-ସମ୍ପାଦନାଟି ଆୟୋଜନ କରାଯାଉଥିବାରୁ ଏଥିରେ ମୁଖ୍ୟତଃ ଓଡ଼ିଆ ଭାଷା ତଥା ଓଡ଼ିଆ ସାହିତ୍ୟ ଓ ସାହିତ୍ୟିକଙ୍କ ସମ୍ବନ୍ଧୀୟ ପ୍ରସଙ୍ଗକୁ ଉନ୍ନତ କରାଯିବ ।
  • ପୂର୍ବରୁ କରାଯାଇଥିବା କୌଣସି ପ୍ରସଙ୍ଗକୁ ଉନ୍ନତ କରିବା ପାଇଁ ତାକୁ ବାଗେଇକି ଲେଖିବା ସହିତ ସେଥିରେ ଭରସାଯୋଗ୍ୟ ଆଧାର ଯୋଡ଼ାଯିବ ।
  • ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ୍ୟ ହେଉଛି ପ୍ରସଙ୍ଗ ସଜାଡ଼ିବା, ତେଣୁ ପ୍ରସଙ୍ଗଗୁଡ଼ିକୁ ଏକ ସୁସଜ୍ଜିତ ଆକାରରେ ଲେଖିବା ଫଳରେ କେହି ପଢ଼ିଲାବେଳେ ସହଜରେ ପଢ଼ିକି ବୁଝିପାରୁଥିବେ ଆଉ ବର୍ଣ୍ଣିତ ତଥ୍ୟ ଗ୍ରହଣଯୋଗ୍ୟ ହୋଇଥିବା ଆବଶ୍ୟକ ।

ଆୟୋଜକ

  • ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ
ଯୋଗାଯୋଗ - ସଂଗ୍ରାମ କେଶରୀ ସେନାପତି (ଗପୁ)

ଅଶଂଗ୍ରହଣ କରିଥିବା ଉଇକିଆଳି


  1. ଗପୁ (ମୋ ଆଲୋଚନା) ୨୨:୦୭, ୨୫ ମାର୍ଚ୍ଚ ୨୦୨୫ (IST)reply
  2. Hpsatapathy (ମୋ ଆଲୋଚନା) ୧୫:୫୨, ୩୧ ମାର୍ଚ୍ଚ ୨୦୨୫ (IST)reply
  3. ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୯:୫୨, ୨ ଅପ୍ରେଲ ୨୦୨୫ (IST)reply
  4. Aliva Sahoo (ମୋ ଆଲୋଚନା) ୦୫:୩୭, ୧୩ ଅପ୍ରେଲ ୨୦୨୫ (IST)reply

ଏହି ବଟନ୍‌ରେ କ୍ଲିକ୍ କରି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରନ୍ତୁ ।

ପ୍ରସଙ୍ଗ ଯୋଡ଼ନ୍ତୁ

ନୂଆ ପ୍ରସଙ୍ଗ ଲେଖିବା ପରେ କିମ୍ବା ପୁରୁଣା ପ୍ରସଙ୍ଗର ଉନ୍ନତୀକରଣ କରିସାରିବାପରେ ତାକୁ ନିମ୍ନରେ ଥିବା ନିଜ ଅବଦାନ ଯୋଡ଼ନ୍ତୁ ବଟନ୍‌ରେ ଯାଇ ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ନ୍ତୁ ।

ପ୍ରସଙ୍ଗ ଓ ଆଧାର ତାଲିକା

ତଳ ତାଲିକାସବୁ ଖୋଲିଲେ ସେଥିରେ ବ୍ୟକ୍ତିତ୍ୱଙ୍କ ନାମ ଓ ଆଧାର ଆଦି ପାଇବେ । ପ୍ରସଙ୍ଗ ଉଇକିପିଡ଼ିଆରେ ଆଗରୁ ଥିଲେ ନାଁ ନୀଳ ଲିଙ୍କ ଓ ନଥିଲେ ନାଲି ଲିଙ୍କ । କେତେକାଂଶରେ ନ ଥିଲେ କଳା ରଙ୍ଗରେ ମଧ୍ୟ ଥିବ । ସେ ନାଁରେ ପ୍ରସଙ୍ଗ ଗଢ଼ିପାରିବେ ।

ଅନ୍ୟାନ୍ୟ ସାଧନ

ଗଢ଼ାଯାଇଥିବା ପ୍ରସଙ୍ଗ ତାଲିକା

ଫଳାଫଳ

ଏହି ଗଣ-ସମ୍ପାଦନାରେ ସମୁଦାୟ ୭୬ଟି ପ୍ରସଙ୍ଗ ଗଢ଼ାଯାଇଥିଲା, ଯେଉଁଥିରେ ସଂଗ୍ରାମ କେଶରୀ ସେନାପତି ୨୭ଟି, ହରିହର ପ୍ରସାଦ ଶତପଥୀ ୨୪ଟି, ଅଲିଭା ସାହୁ ୧୩ଟି ଓ ପ୍ରୀତିରଞ୍ଜନ ତ୍ରିପାଠୀ ୧୨ଟି ପ୍ରସଙ୍ଗ ଗଢ଼ିଥିଲେ । ଏହା ବ୍ୟତୀତ ଉଇକିଡାଟାରେ ମଧ୍ୟ କିଛି ଆଇଟମ୍ ଯୋଡ଼ାଯାଇଛି ।

ବ୍ଲଗ୍: https://w.wiki/Fqci