ଉଇକିପିଡ଼ିଆ:ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା
| ହୋମ୍ | ୨୦୨୫ | ୨୦୨୪ |
|
ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ହେଉଛି ଏକ ଅନ୍ଲାଇନ୍ ଗଣ-ସମ୍ପାଦନା, ଯେଉଁଥିରେ ଓଡ଼ିଆ ସାହିତ୍ୟ ତଥା ସାହିତ୍ୟିକଙ୍କ ବିଷୟରେ ଓଡ଼ିଆ ଉଇକିପିଡ଼ିଆରେ ପୂର୍ବରୁ ଥିବା ପ୍ରସଙ୍ଗଗୁଡ଼ିକୁ ଉନ୍ନତ କରାଯିବ ଏବଂ ଅତ୍ୟନ୍ତ ଦରକାରୀ ପ୍ରସଙ୍ଗ ନୂଆ କରି ତିଆରି କରାଯାଏ । ଆମର ଓଡ଼ିଆ ଉଇକିପିଡ଼ିଆରେ ଅନେକ ପ୍ରସଙ୍ଗ ଅଛି, ଯାହାକୁ ଉନ୍ନତ କରି, ଭରସାଯୋଗ୍ୟ ଆଧାର ଯୋଡ଼ି ସୁଧାରିବାକୁ ହେବ । ଏହି ଗଣ-ସମ୍ପାଦନା ୨୦୨୪ ମସିହାରେ ଆରମ୍ଭ ହୋଇଥିଲା । ଇତିହାସ[ସମ୍ପାଦନା]ପୂର୍ବରୁ ୨୦୧୯ ଓ ୨୦୨୦ ମସିହାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ଓଡ଼ିଆ ଉଇକିପିଡ଼ିଆରେ ଆୟୋଜିତ ହୋଇଥିଲା, ଯାହା ଅଧିନରେ ଉଇକିଆଳିମାନେ ଓଡ଼ିଆ ସାହିତ୍ୟ ତଥା ସାହିତ୍ୟିକଙ୍କ ପ୍ରସଙ୍ଗ ବାବଦରେ କିଛି ପ୍ରସଙ୍ଗ ଗଢ଼ିଥିଲେ । ସେହିଭଳି ୨୦୨୨ ମସିହାରେ ପଞ୍ଜାବୀ ଉଇକିମିଡ଼ିଆନ୍ସଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଉଇକି ଲଭ୍ସ୍ ଲିଟେରେଚର୍ ୨୦୨୨ରେ ମଧ୍ୟ ଓଡ଼ିଆ ଉଇକିଆଳି ଅଂଗ୍ରହଣ କରିଥିଲେ ଏବଂ ଗଣ-ସମ୍ପାଦନାକୁ ସଫଳ କରାଇ କିଛି ପ୍ରସଙ୍ଗ ଗଢ଼ିଥିଲେ । ମାତ୍ର ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ଯୋଗୁଁ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ଆୟୋଜନ ହୋଇପାରିଲା ନାହିଁ ଏବଂ କିଛି ଯୋଗାଯୋଗ ଅସୁବିଧା ହେତୁ ଉଇକି ଲଭ୍ସ୍ ଲିଟେରେଚର୍ ମଧ୍ୟ ବନ୍ଦ ହୋଇଯାଇଛି । ତେଣୁ ୨୦୨୪ ମସିହାରୁ, ଏହି ଗଣ-ସମ୍ପାଦନା କେବଳ ଓଡ଼ିଆ ସାହିତ୍ୟ ଉପରେ ପ୍ରସଙ୍ଗ ଗଢ଼ିବା ପାଇଁ ଆରମ୍ଭ କରାଯାଇଛି, ଯେଉଁଥିରେ ସାହିତ୍ୟ, ସାହିତ୍ୟକୃତି ତଥା ସାହିତ୍ୟିକଙ୍କର ପ୍ରସଙ୍ଗମାନ ଗଢ଼ାଯିବ ବା ଉନ୍ନତ କରାଯିବ । ପ୍ରତ୍ୟେକ ବର୍ଷ ଅପ୍ରେଲ ମାସ ୧ ତାରିଖରୁ (ଉତ୍କଳ ଦିବସ) ଏହି ଗଣ-ସମ୍ପାଦନା ଆରମ୍ଭ ହୋଇଥାଏ ଏବଂ ୧୫ ତାରିଖ (ପଣା ସଂକ୍ରାନ୍ତି) ଯାଏଁ ଚାଲିଥାଏ । ଉଇକିପିଡ଼ିଆ ସବୁବେଳେ ବନ୍ଧୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପରେ ବିଶ୍ୱାସ ରଖେ । ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳୀମାନଙ୍କୁ କୌଣସି ଉପହାର ପ୍ରଦାନ କରାଯାଇପାରେନି, କିନ୍ତୁ ସଭିଙ୍କର ସହଯୋଗ ହିଁ ଓଡ଼ିଆ ଉଇକିପିଡ଼ିଆ ପାଇଁ ଏକ ଉପହାର ସ୍ୱରୂପ । |
