ଉଇକିପିଡ଼ିଆ:ଉଇକି ଟୁଙ୍ଗି ପୁରୀ
Jump to navigation
Jump to search
ମୁଖ୍ୟ ପୃଷ୍ଠା | ଉଇକି କର୍ମଶାଳା/ମେଳଣ/ପର୍ବ | ସଦସ୍ୟ ମଣ୍ଡଳୀ | ଯୋଗାଯୋଗ | ଗ୍ୟାଲେରୀ | ସଜସରଞ୍ଜାମ |
ପୁରୀରେ ଓଡ଼ିଆ ଉଇକିପିଡ଼ିଆ ଓ ଅନ୍ୟାନ୍ୟ ଓଡ଼ିଆ ଉଇକିମିଡ଼ିଆର ବିକାଶ ତଥା ଏଥିରେ ଅଧିକ ଉଇକିଆଳିଙ୍କୁ ଯୋଡ଼ିବା ପାଇଁ ଉଇକି ଟୁଙ୍ଗୀ ପୁରୀ କାର୍ଯ୍ୟରତ ।
- ଲକ୍ଷ୍ୟ
- ପୁରୀରେ ଯୁବପିଢ଼ିଙ୍କୁ ଉଇକିପିଡ଼ିଆ ସମ୍ପର୍କରେ ଅବଗତ କରିଇବା ।
- ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ କଲେଜରେ ଉଇକିପିଡ଼ିଆର ପ୍ରଚାର ପ୍ରସାର କରାଇବା ।
- ପୁରୀରେ କର୍ମଶାଳା ଓ ମେଳଣ ଇତ୍ୟାଦିର ବ୍ୟବସ୍ଥା କରିବା ।
- ଉଇକି କଥା ପ୍ରକଳ୍ପକୁ ଇନକୁବେଟରୁ ବାହାରକୁ ଆଣିବା ।
- ପୁରୀ ଉଇକିଆଳିଙ୍କର ଉଇକିପିଡ଼ିଆ ଜନିତ ବିଭିନ୍ନ ସମସ୍ୟାର ସମାଧାନ କରିବା ।
ନୂଆ ଉଇକିଆଳିଙ୍କ ପାଇଁ ଶିକ୍ଷଣ[ସମ୍ପାଦନା]

ଉଇକିପିଡ଼ିଆ ବାବଦରେ କିଛି ଜାଣିବା କଥା: ଓଡ଼ିଆରେ ଟାଇପିଂ, କିବୋର୍ଡ଼ ଲେଆଉଟ ଓ ଉଇକିପିଡ଼ିଆ ସମ୍ପାଦନା । (ପ୍ରିଣ୍ଟ କରିବା ପାଇଁ ଏହି ପୁସ୍ତିକାଟି ବ୍ୟବହାର କରିପାରିବେ)।
ଏଠାରେ ଯୋଗ ଦେଉଥିବା ଅନେକ ନୂଆ ଉଇକିଆଳି ଉଇକିପିଡ଼ିଆ କିପରି କାମ କରେ ତା' ବାବଦରେ ହୁଏତ ଭଲ କରି ଜାଣିନଥିବେ । ସେମାନେ ହୁଏତ ଅନେକ ବିଷୟରେ ପାରଙ୍ଗମ ହୋଇଥିବେ । ତେବେ ଉଇକିପିଡ଼ିଆ ବାବଦରେ ମୋଟାମୋଟି ନ ଜାଣିଲେ ଆଗକୁ ଲେଖିବାରେ ବହୁ ଅସୁବିଧା ହେବ । ତେଣୁ ତଳେ କିଛି ଲିଙ୍କ ଦିଆଗଲା । ପ୍ରତିଟି ଲିଙ୍କ ଉଇକିପିଡ଼ିଆର ବିଭିନ୍ନ ବିଭବ ବାବଦରେ ସଂକ୍ଷେପରେ ସୂଚନା ଦେଇଥାଏ । ସେଗୁଡ଼ିକ ଅଲଗା ପୃଷ୍ଠାରେ ଖୋଲି ଦେଖିନେବେ ଆଉ ତା' ପରେ ନୂଆ ପ୍ରସଙ୍ଗ ଲେଖିବେ ବା ପୁରୁଣା ପ୍ରସଙ୍ଗ ବଦଳାଇବା ଆରମ୍ଭ କରିବେ ।
- ଉଇକିପିଡ଼ିଆ ବାବଦରେ କିଛି ଜାଣିବା କଥା: ଓଡ଼ିଆରେ ଟାଇପିଂ, କିବୋର୍ଡ଼ ଲେଆଉଟ ଓ ଅସୁବିଧା ହେଲେ ପ୍ରଶ୍ନ ପଚାରିବାର ବାଟ
- ନୀତି ନିୟମ: କଣ କରିବେ ଓ କଣ କରିବେ ନାହିଁ
- ଓଡ଼ିଆରେ ଟାଇପ କିପରି କରିବେ ଓ ମୋବାଇଲରେ କିପରି ଓଡ଼ିଆ ସକ୍ରିୟ କରିବେ
- ବାକି ଉଇକିଆଳିଙ୍କ ସଙ୍ଗେ ଫେସବୁକ ଓ ଟୁଇଟରରେ ଆଳାପ-ଆଲୋଚନା