Jump to content

ଉଇକିପିଡ଼ିଆ:ଉଇକିପ୍ରକଳ୍ପ HIV/AIDS ଜ୍ଞାନ ସୁଧାର

ଉଇକିପିଡ଼ିଆ‌ରୁ
ଲାଲ ରିବନ ହେଉଛି HIV-ପଜିଟିଭ୍ ଏବଂ AIDS ସଂକ୍ରମିତ ଲୋକଙ୍କ ସହିତ ଏକତାର ପ୍ରତୀକ।

ଉଇକିପ୍ରକଳ୍ପ HIV/AIDS ଜ୍ଞାନ ସୁଧାର ଲକ୍ଷ୍ୟ ହେଉଛି ଓଡ଼ିଆ ଭାଷାରେ ଏଚଆଇଭି/ଏଡସ ବିଷୟରେ ସହଜ ଏବଂ ସଠିକ୍ ତଥ୍ୟ ଦେଇ ସମସ୍ତଙ୍କର ସ୍ୱାସ୍ଥ୍ୟ ସଚେତନତା ବଢ଼ାଇବା। ଏହି ପ୍ରକଳ୍ପରେ HIV/AIDS ପ୍ରତିରୋଧ, ଚିହ୍ନ ଓ ଲକ୍ଷଣ, ଚିକିତ୍ସା, ଯତ୍ନ ଏବଂ ସରକାରୀ ସହାୟତା ଯୋଜନା ବିଷୟରେ ତଥ୍ୟ ତିଆରି କରାଯିବ। ଏହି ସୂଚନା ଉଇକିପିଡ଼ିଆ ଲେଖା, ଉଇକିଡାଟା ଏବଂ ଉଇକିମିଡ଼ିଆ କମନ୍ସ ମାଧ୍ୟମରେ ସାଧାରଣ ଲୋକ, ସ୍ୱାସ୍ଥ୍ୟ କର୍ମଚାରୀ ଓ ନୀତି ନିର୍ମାତାଙ୍କ ପାଖରେ ପହଞ୍ଚିବ। ଏହା ଲୋକଙ୍କ ମଧ୍ୟରେ HIV/AIDS ବିଷୟରେ ଭୁଲ ଧାରଣା ହଟାଇବା ସହିତ, ଲଜ୍ଜା କମେଇବା ଏବଂ ସମୁଦାୟକୁ ସଶକ୍ତ କରିବାରେ ସାହାଯ୍ୟ କରିବ।

ପୃଷ୍ଠଭୂମି

[ସମ୍ପାଦନା]

HIV/AIDS ଓଡ଼ିଶା ଏବଂ ସମଗ୍ର ଭାରତରେ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ରହିଛି। ଏହା ବିଶେଷକରି ସମାଜର ସୁବିଧାବଞ୍ଚିତ ଓ ସୀମାନ୍ତବର୍ଗୀୟ ଲୋକମାନଙ୍କୁ ଅଧିକ ପ୍ରଭାବିତ କରୁଛି— ଯେପରିକି ଛୁଞ୍ଚି ଦ୍ୱାରା ନିଶା ବ୍ୟବହାରକାରୀ (IDU)/(FIDU), ମହିଳା ବେଶ୍ୟା (FSW), ପୁରୁଷ-ସହିତ-ପୁରୁଷ ସମ୍ପର୍କ (MSM) ଥିବା ବ୍ୟକ୍ତି, ଟ୍ରାନ୍ସଜେଣ୍ଡର (TG), ଟ୍ରକ ଚାଳକ, ପ୍ରବାସୀ ଶ୍ରମିକ ଏବଂ କମ୍ ଦରମାର ଋତୁକାଳୀନ କାର୍ଯ୍ୟ କରୁଥିବା ଶ୍ରମିକ (LWS) ମାନେ ଅନ୍ତର୍ଭୁକ୍ତ ଅଛନ୍ତି ।

ଯଦିଓ ଏହି ରୋଗକୁ ରୋକିବା ପାଇଁ ବିଭିନ୍ନ ପ୍ରୟାସ ଚାଲୁଛି, ତଥାପି ଓଡ଼ିଆ ଭାଷାରେ HIV/AIDS ବିଷୟରେ ସଠିକ୍ ଓ ପୂର୍ଣ୍ଣ ତଥ୍ୟର ଅଭାବ ରହିଛି। ଏହି ଅଭାବର କାରଣରୁ ସାଧାରଣ ଲୋକ ଓ ପ୍ରଭାବିତ ବର୍ଗମାନଙ୍କ ମଧ୍ୟରେ ସଚେତନତା, ବୁଝିବା କ୍ଷମତା ଏବଂ ଭରସାଯୋଗ୍ୟ ସୂଚନା ପାଇବାର ସୁବିଧା କମିଯାଇଛି।

HIV/AIDS ବିଷୟରେ ସହଜ, ସଠିକ୍ ଓ ସଂସ୍କୃତିସହିତ ମିଳିଥିବା ସୂଚନାର ଅଭାବ, ସମୁଦାୟମାନଙ୍କୁ ସଚେତନ କରିବା, ଶିକ୍ଷା ପ୍ରସାରଣ ଓ ଲଜ୍ଜା/ଭେଦଭାବ କମେଇବାରେ ବାଧା ସୃଷ୍ଟି କରୁଛି। ତେଣୁ, ଓଡ଼ିଆ ଭାଷାର ଡିଜିଟାଲ ସମ୍ପଦକୁ ଶକ୍ତିଶାଳୀ କରିବା ଅତ୍ୟାବଶ୍ୟକ—ଯାହା ଲୋକମାନଙ୍କୁ ସଶକ୍ତ କରିବ, ସଠିକ୍ ତଥ୍ୟର ଆଧାରରେ ସିଦ୍ଧାନ୍ତ ନେବାରେ ସହାୟତା କରିବ ଏବଂ ସ୍ୱାସ୍ଥ୍ୟ ସଚେତନତାକୁ ଆଗେଇ ନେବ।

ଏହି ପ୍ରକଳ୍ପ ଏହି ଅଭାବକୁ ପୂରଣ କରିବା ପାଇଁ ଓଡ଼ିଆ ଉଇକିମିଡ଼ିଆରେ HIV/AIDS ସମ୍ପର୍କିତ ବିଷୟବସ୍ତୁ ତିଆରି ଓ ସୁଧାର କରିବ। ଏହା ଫଳରେ, ଓଡ଼ିଆ ଭାଷାଭାଷୀ ଲୋକମାନେ ବିଭିନ୍ନ ମାଧ୍ୟମରେ ସଠିକ୍ ଏବଂ ଭରସାଯୋଗ୍ୟ ସୂଚନା ପାଇପାରିବେ।

ଲକ୍ଷ୍ୟ

[ସମ୍ପାଦନା]
  • HIV/AIDS ଓ ସ୍ୱାସ୍ଥ୍ୟ ବିଷୟରେ ଓଡ଼ିଆ ଉଇକିପିଡ଼ିଆରେ ନୂତନ ଲେଖା ଲେଖିବା ଏବଂ ପୁରୁଣା ଲେଖାକୁ ଉନ୍ନତ କରାଯିବ ।
  • ସମ୍ପର୍କିତ କାର୍ଯ୍ୟକ୍ରମ, ସଂସ୍ଥା ଓ ତଥ୍ୟଗୁଡ଼ିକୁ ଉଇକିଡାଟାରେ ଅପଲୋଡ୍ କରାଯିବ ।
  • ସରକାର ଓ NGO/CBO ଦ୍ୱାରା ଚାଲୁଥିବା ଯୋଜନା—ଯେପରି HIV ସହିତ ବଞ୍ଚୁଥିବା ବ୍ୟକ୍ତିଙ୍କ ପେନସନ୍ ଯୋଜନା ଓ ସାମାଜିକ ସହାୟତା କାର୍ଯ୍ୟକ୍ରମ—ସମ୍ପର୍କରେ ସହଜ ଭାଷାରେ ତଥ୍ୟ ରହିବ ।
  • ଡାକ୍ତର, ମେଡିକାଲ୍ ଅଫିସର, NGO କର୍ମଚାରୀ ଓ ଲକ୍ଷ୍ୟ ବର୍ଗର ଲୋକଙ୍କୁ ନେଇ HIV/AIDS ବିଷୟରେ ସେମାନଙ୍କର କଥା, ଅନୁଭବ ଓ ମତାମତକୁ ସଂଗ୍ରହ କରି—ଫଟୋ, ଭିଡ଼ିଓ, ଧ୍ୱନି ଓ ଲେଖାରେ; ସେଗୁଡ଼ିକୁ ଉଇକିମିଡ଼ିଆ କମନ୍ସରେ ଅପଲୋଡ୍ କରାଯିବ ।
  • ବିଷୟବସ୍ତୁରେ ମୁଖ୍ୟତଃ ଏହି ବିଷୟଗୁଡ଼ିକ ରହିବ— ରୋଗ ଓ ତାହାର ପରିସ୍ଥିତି, ପରୀକ୍ଷା ଓ ଚିହ୍ନଟ, ଚିକିତ୍ସା ଓ ଯତ୍ନ, ସେବା କାର୍ଯ୍ୟକ୍ରମ, ପ୍ରମୁଖ ଲୋକମାନଙ୍କ ସମୂହ ଓ ନୀତି-ନିୟମ ।

HIV/AIDS ଜ୍ଞାନ ସୁଧାର ପ୍ରକଳ୍ପର ତାଲିକା

[ସମ୍ପାଦନା]
ସଂଖ୍ୟା ଓଡ଼ିଆ ନାମ ଅନୁବାଦକ ଇଂରାଜୀ ନାମ ଉଇକିଡାଟା ଫଟୋ ଭିଡ଼ିଓ ଅଡ଼ିଓ
ଏଚଆଇଭି/ଏଡସ ସୁବାଷ ଚନ୍ଦ୍ର ରାଉତ HIV/AIDS Q12199
A large round blue object with a smaller red object attached to it. Multiple small green spots are speckled over both.
HIV ର ଉପପ୍ରକାର ଅଲିଭା ସାହୁ Subtypes of HIV Q7632279
ସିଫିଲିସ୍ ସୁବାଷ ଚନ୍ଦ୍ର ରାଉତ Syphilis Q41083
ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ ସୁବାଷ ଚନ୍ଦ୍ର ରାଉତ Sexually transmitted infection Q12198
ପ୍ରଜନନ ପଥ ସଂକ୍ରମଣ ଅଲିଭା ସାହୁ Reproductive system disease Q7314317
ପାପିଲୋମାଭୁତାଣୁ ସଂକ୍ରମଣ ସୁବାଷ ଚନ୍ଦ୍ର ରାଉତ Human papillomavirus infection Q184627
ହେପାଟାଇଟିସ ବି ସୁବାଷ ଚନ୍ଦ୍ର ରାଉତ Hepatitis B Q6853
ହେପାଟାଇଟିସ ସି ସୁବାଷ ଚନ୍ଦ୍ର ରାଉତ Hepatitis C Q154869
ହେପାଟାଇଟିସ ସୁବାଷ ଚନ୍ଦ୍ର ରାଉତ Hepatitis Q131742
୧୦ ହେପାଟାଇଟିସ ଏ ସୁବାଷ ଚନ୍ଦ୍ର ରାଉତ Hepatitis A Q157661
୧୧ ଯକ୍ଷ୍ମା ସୁବାଷ ଚନ୍ଦ୍ର ରାଉତ Tuberculosis Q12204
୧୨ HIV/AIDS ର ରୋଗନିର୍ଣ୍ଣୟ ଅଲିଭା ସାହୁ Diagnosis of HIV/AIDS Q337517
୧୩ HIV ଓ ଗର୍ଭାବସ୍ଥା ଅଲିଭା ସାହୁ HIV and pregnancy Q3537721
୧୪ ସ୍ତନ୍ୟପାନ ଓ HIV ଅଲିଭା ସାହୁ Breastfeeding and HIV Q3537720
୧୫ ନିରାକରଣ ଉଦ୍ୟମ ଅଲିଭା ସାହୁ Elimination Initiative Q5361056
୧୬ ଡ୍ରଗ ଓଭରଡୋଜ୍ ଅଲିଭା ସାହୁ Drug overdose Q3505252
୧୭ ଆଜନ୍ମ ସିଫିଲିସ ସୁବାଷ ଚନ୍ଦ୍ର ରାଉତ Congenital syphilis Q5160454
୧୮ ଆବସେସ୍ ସୁବାଷ ଚନ୍ଦ୍ର ରାଉତ Abscess Q164655
୧୯ ଭାଇରାଲ ଲୋଡ଼ ଅଲିଭା ସାହୁ Viral load Q2528140
୨୦ ଡାପିଭିରିନ୍ ଭାଜାଇନାଲ୍ ରିଙ୍ଗ ଅଲିଭା ସାହୁ Dapivirine Ring Q104843879
୨୧ HIV/AIDS ର ପରିଚାଳନା ଅଲିଭା ସାହୁ Management of HIV/AIDS Q583050
୨୨ ଏଚ.ଆଇ.ଭି./ଏଡ୍ସର ପ୍ରତିରୋଧ ଅଲିଭା ସାହୁ Prevention of HIV/AIDS Q7242372
୨୩ ଅଲିଭା ସାହୁ Serostatus
୨୪ କଣ୍ଡୋମ ସୁବାଷ ଚନ୍ଦ୍ର ରାଉତ Condom Q14076
୨୫ ଏଣ୍ଟିଭାଇରାଲ୍ ଡ୍ରଗ ଅଲିଭା ସାହୁ Antiviral drug Q846227
୨୬ HIV ପ୍ରତିରୋଧ ପାଇଁ ପ୍ରି-ଏକ୍ସପୋଜର ପ୍ରୋଫିଲାକ୍ସିସ (ପ୍ରେପ୍) ଅଲିଭା ସାହୁ Pre-exposure prophylaxis for HIV prevention
୨୭ ପୋଷ୍ଟ-ଏକ୍ସପୋଜର ପ୍ରୋଫିଲାକ୍ସିସ (ପେପ୍) ଅଲିଭା ସାହୁ Post-exposure prophylaxis
୨୮ ସୁରକ୍ଷା କ୍ଲିନିକ୍ ଅଲିଭା ସାହୁ Suraksha Clinic
୨୯ AIDS ବିରୋଧରେ ଯୁବସମାଜ ଅଲିଭା ସାହୁ Youth Against AIDS
୩୦ ଆନ୍ତର୍ଜାତୀୟ AIDS ସମାଜ ଅଲିଭା ସାହୁ International AIDS Society
୩୧ ସଂଯୁକ୍ତ ରାଷ୍ଟ୍ର ସଂଗଠନର HIV/AIDS କାର୍ଯ୍ୟକ୍ରମ (UNAIDS) ଅଲିଭା ସାହୁ Joint United Nations Programme on HIV/AIDS
୩୨ HIV/AIDS ନକାରାତ୍ମକତା ଅଲିଭା ସାହୁ HIV/AIDS denialism
୩୩ ରିସ୍କ୍ ଆସେସ୍ମେଣ୍ଟ ଅଲିଭା ସାହୁ Risk assessment Q1058438
୩୪ ହାର୍ମ ରିଡକ୍ସନ୍ ଅଲିଭା ସାହୁ Harm reduction
୩୫ ଅଲିଭା ସାହୁ Questioning (sexuality and gender)
୩୬ ଅଲିଭା ସାହୁ Needle and syringe programmes
୩୭ ଲକ୍ଷ୍ୟ କେନ୍ଦ୍ରିତ ଟି.ଆଇ ଅଧିନରେ ଥିବା କାର୍ଯ୍ୟ ଅଲିଭା ସାହୁ Components of TI
୩୮ ଅଲିଭା ସାହୁ Understanding Core Groups
୩୯ ଅଲିଭା ସାହୁ Community Based Screening Camp for HIV
୪୦ ଅଲିଭା ସାହୁ Opioid substitution therapy (OST)
୪୧ ଅଲିଭା ସାହୁ Drug rehabilitation
୪୨ ଅଲିଭା ସାହୁ Nikshay Poshan Yojana
୪୩ ଅଲିଭା ସାହୁ National AIDS Control Programme
୪୪ ଅଲିଭା ସାହୁ Madhu Babu Pension Yojana
୪୫ ଅଲିଭା ସାହୁ Janani Suraksha Yojana
୪୬ ଅଲିଭା ସାହୁ Ayushman Bharat Yojana
୪୭ ଅଲିଭା ସାହୁ Integrated Child Protection Scheme
୪୮ ଅଲିଭା ସାହୁ Gopabandhu Jan Arogya Yojana
୪୯ ଅଲିଭା ସାହୁ National Food Security Act, 2013
୫୦ ଅଲିଭା ସାହୁ Red ribbon
୫୧ HIV ସରକାରୀ ସୂଚନାକେନ୍ଦ୍ର ଅଲିଭା ସାହୁ HIV.gov Q4651857
୫୨ ଅଲିଭା ସାହୁ Nutritional challenges of HIV/AIDS
୫୩ ଅଲିଭା ସାହୁ National Health Mission
୫୪ ଅଲିଭା ସାହୁ Narcotics Anonymous
୫୫ ଅଲିଭା ସାହୁ International Overdose Awareness Day
୫୬ ଅଲିଭା ସାହୁ International Day Against Drug Abuse and Illicit Trafficking
୫୭ ଅଲିଭା ସାହୁ World AIDS Day
୫୮ ୱାଇଆରଜିକେୟାର ଅଲିଭା ସାହୁ YRGCARE Q30256223
୫୯ ଅଲିଭା ସାହୁ India HIV/AIDS Alliance
୬୦ ଅଲିଭା ସାହୁ Indian Council of Medical Research
୬୧ ଅଲିଭା ସାହୁ AIDS Helpline-1097
୬୨ ଅଲିଭା ସାହୁ National AIDS Control Organisation
୬୩ ଅଲିଭା ସାହୁ World Health Organization
୬୪ ଅଲିଭା ସାହୁ Human Immunodeficiency Virus and Acquired Immune Deficiency Syndrome (Prevention and Control) Act, 2017
୬୫ ଅଲିଭା ସାହୁ Discrimination against people with HIV/AIDS
୬୬ ତୀବ୍ର ସୂଚନା, ଶିକ୍ଷା ଏବଂ ସଂପ୍ରେଷଣ ପ୍ରଚାର ଅଲିଭା ସାହୁ Intensified IEC Campaigns
୬୭ ଅଲିଭା ସାହୁ History of HIV/AIDS
୬୮ ଅଲିଭା ସାହୁ HIV/AIDS in India
୬୯ ଅଲିଭା ସାହୁ Avahan
୭୦ ଅଲିଭା ସାହୁ HIV-positive people
୭୧ ଅଲିଭା ସାହୁ Prajwala
୭୨ ଏଚ୍‌ଏଲଏଫ୍‌ପିପିଟି ଅଲିଭା ସାହୁ HLFPPT
୭୩ ଅଲିଭା ସାହୁ CD4
୭୪ ଅଲିଭା ସାହୁ HIV vaccine development
୭୫ ଅଲିଭା ସାହୁ World AIDS Vaccine Day
୭୬ ଅଲିଭା ସାହୁ Signs and symptoms of HIV/AIDS
୭୭ ଅଲିଭା ସାହୁ Nevirapine
୭୮ ଅଲିଭା ସାହୁ Substance abuse
୭୯ ଅଲିଭା ସାହୁ Narcotic Drugs and Psychotropic Substances Act, 1985
୮୦ ଅଲିଭା ସାହୁ Needle sharing

ଉପସଂହାର

[ସମ୍ପାଦନା]

ଓଡ଼ିଆ ଉଇକିମିଡ଼ିଆ HIV/AIDS ଜ୍ଞାନ ସୁଧାର ପ୍ରକଳ୍ପ ଓଡ଼ିଆଭାଷୀ ସମୁଦାୟ ପାଇଁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟର ଅଭାବକୁ ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବ । ଏହି ପ୍ରୟାସରେ ସଠିକ୍, ଭରସାଯୋଗ୍ୟ ଏବଂ ସଂସ୍କୃତିସହିତ ମିଳିଥିବା ତଥ୍ୟକୁ ଓଡ଼ିଆ ଭାଷାରେ ଉପଲବ୍ଧ କରାଯିବ । ଏହା ଫଳରେ ଲୋକମାନେ ସଶକ୍ତ ହେବେ, ସ୍ୱାସ୍ଥ୍ୟ ସଚେତନତା ବଢ଼ିବ, ଏବଂ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ନୀତିନିର୍ମାତା ଓ ସମୁଦାୟ-ଭିତ୍ତିକ ସଂଗଠନମାନଙ୍କ କାମକୁ ସହାୟତା ମିଳିବ।

ଲେଖା, ତଥ୍ୟ, ଚିତ୍ର, ଭିଡ଼ିଓ ଓ ଅନୁଭବ କଥାକୁ ଏକସାଥିରେ ଆଣି ଏହି ପ୍ରକଳ୍ପରେ କେବଳ ଯୋଡ଼ିବା ଉଇକିମିଡ଼ିଆ ପ୍ଲାଟଫର୍ମକୁ ସମୃଦ୍ଧ କରିବା ନୁହେଁ, ବରଂ ଏହା ଦୀର୍ଘସ୍ଥାୟୀ ଓ ସୁସ୍ଥିର ଜ୍ଞାନ ବିନିମୟକୁ ଆଗେଇ ନେବ— ଯାହା ଏକ ସୁସ୍ଥ ଜୀବନ ବଞ୍ଚିପାରିବା ସହିତ HIV/AIDS ବିଷୟରେ ଥିବା ଲଜ୍ଜା ଓ ଭେଦଭାବକୁ କମେଇପାରିବ।

ଗ୍ୟାଲେରୀ

[ସମ୍ପାଦନା]

ଭିଡ଼ିଓ

[ସମ୍ପାଦନା]

ଅଡ଼ିଓ

[ସମ୍ପାଦନା]