Jump to content

ଉଇକିପିଡ଼ିଆର ବିଶ୍ୱସନୀୟତା

ଉଇକିପିଡ଼ିଆ‌ରୁ
Two historical article versions of Klee Irwin's biography on the English Wikipedia illustrating the risks in Wikipedia's fundamental instability and the potential for bias.

ଉଇକିପିଡ଼ିଆ;ବିଶେଷକରି ଏହାର ଇଂରାଜୀ ସଂସ୍କରଣ—ଦୀର୍ଘ ସମୟ ଧରି ଏହାର ବିଶ୍ୱସନୀୟତାକୁ ନେଇ ଆଲୋଚନା ଓ ସମୀକ୍ଷାର ବିଷୟ ହୋଇଆସୁଛି । ଯେପରି ଏହାକୁ ସାରା ପୃଥିବୀର ସ୍ଵେଚ୍ଛାସେବୀ ସମ୍ପାଦକମାନେ ମିଶି ଲେଖନ ଓ ସଂଶୋଧନ କରନ୍ତି, ଏବଂ ଏହାର ନୀତିମାନେ ମଧ୍ୟ ଏହି ସମୁଦାୟ ଦ୍ୱାରା ପ୍ରସ୍ତୁତ, ସେହିପରି ଏହାର ବିଷୟବସ୍ତୁ ଉପରେ ସମ୍ପାଦକୀୟ ନିରୀକ୍ଷଣ ମଧ୍ୟ ସେହି ସ୍ଵେଚ୍ଛାସେବୀ ମାନଙ୍କ ଦ୍ୱାରା ହୋଇଥାଏ । ଉଇକିପିଡ଼ିଆର ବିଶ୍ୱସନୀୟତାକୁ ମୂଲ୍ୟାଙ୍କନ କରିବା ପାଇଁ ଅନେକ ଅଧ୍ୟୟନ ଏହାର ଇତିହାସଭିତ୍ତିକ ସମ୍ପାଦନ କାର୍ଯ୍ୟକଳାପ, ଏହାର ମଡେଲର ସୁବିଧା ଓ ଅସୁବିଧା ଏବଂ ଏହାସହିତ ସାଂଖ୍ୟିକ ଢାଞ୍ଚାମାନଙ୍କର ବିଶ୍ଳେଷଣ କରିଛି ।[] ଉଇକିପିଡିଆ ଭଳି ଖୋଲା ଜ୍ଞାନକୋଷଟିକୁ ପ୍ରାୟତ ତଥ୍ୟଗତ ତ୍ରୁଟି, ବିଷୟବସ୍ତୁର ଗୁଣମାନ, ପ୍ରସ୍ତୁତି ଏବଂ ସମ୍ପାଦନ ପ୍ରକ୍ରିୟା ସହିତ ସମ୍ପର୍କିତ ସମସ୍ୟାମାନଙ୍କ ପାଇଁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼େ। ବିଶ୍ୱସନୀୟତା ମାପିବା ସମ୍ପର୍କିତ ବିଭିନ୍ନ ଗବେଷଣା ଓ ସର୍ବେକ୍ଷଣଗୁଡ଼ିକ ମଧ୍ୟ ପରିଶେଷରେ ଏକାଭଳି ପରିଣାମକୁ ନ ପହଞ୍ଚିପାରି ମିଶ୍ରିତ ଫଳାଫଳ ଦେଇଛନ୍ତି।[][]

ଉଇକିପିଡ଼ିଆର ବିଶ୍ୱସନୀୟତା ମୂଲ୍ୟାଙ୍କନ ସମୟରେ କିଛି ଅଧ୍ୟୟନ ଏହା ଯାଞ୍ଚ କରିଛି ଯେ ସାଇଟ୍‌ରେ ଘଟୁଥିବା ଭଙ୍ଗଚୁର;ଅର୍ଥାତ୍ ଇଚ୍ଛାପୂର୍ବକ ଯୋଡ଼ାଯାଇଥିବା ଭୁଲ କିମ୍ବା ଭ୍ରାନ୍ତିକର ସୂଚନା, କେତେ ଶୀଘ୍ର ହଟାଯାଏ । ୨୦୦୩ ମସିହାରେ, ପ୍ରକଳ୍ପ ଆରମ୍ଭ ହେବାର ପ୍ରାୟ ଦୁଇ ବର୍ଷ ପରେ, ଆଇବିଏମ୍‌ର ଗୋଟିଏ ଅଧ୍ୟୟନରେ ପ୍ରମାଣିତ ହୋଇଥିଲା ଯେ ଭଙ୍ଗଚୁର ସାଧାରଣତଃ ବହୁତ ଶୀଘ୍ର ସଠିକ୍ କରାଯାଏ;ଏତେ ଶୀଘ୍ର ଯେ ଅଧିକାଂଶ ପାଠକ ଏହାକୁ ଦେଖିବା ସୁଯୋଗ ମଧ୍ୟ ପାଆନ୍ତି ନାହିଁ ।[]

ଲେଖାର ଅସ୍ଥିରତା ଓ ସଂଜ୍ଞାନାତ୍ମକ ପୂର୍ବାଗ୍ରହ ପ୍ରତି ସମ୍ବେଦନଶୀଳତା ଉଇକିପିଡ଼ିଆ ପରି ଭିଡ଼ସଂଗ୍ରହିତ (କ୍ରାଉଡ୍‌ସୋର୍ସଡ୍) କାର୍ଯ୍ୟରେ ଦୁଇଟି ସମ୍ଭାବ୍ୟ ସମସ୍ୟା କ୍ଷେତ୍ର ଭାବେ ଦେଖାଯାଏ। ତଥାପି, କେତେକ ସମୟରେ ଭୁଲ କିମ୍ବା ମନଘଡ଼ା ସୂଚନା ଦୀର୍ଘ ସମୟ ପର୍ଯ୍ୟନ୍ତ ଉଇକିପିଡ଼ିଆରେ ରହିଯାଏ, ଯାହାର ମୂଳ କାରଣ ହେଉଛି ଏହାର ସ୍ୱଇଚ୍ଛିକ ସମ୍ପାଦନ ମଡେଲ୍। ଏହି ମଡେଲ୍‌ଟି ଚୟନ ପୂର୍ବାଗ୍ରହ, ସମାବେଶ ପୂର୍ବାଗ୍ରହ, ଅଂଶଗ୍ରହଣ ପୂର୍ବାଗ୍ରହ ଏବଂ ଗୋଷ୍ଠୀ-ଚିନ୍ତନ ପୂର୍ବାଗ୍ରହ ପରି ବିଭିନ୍ନ ପ୍ରଣାଳୀଗତ ପୂର୍ବାଗ୍ରହକୁ ମଧ୍ୟ ଜନ୍ମ ଦିଏ।[] ଏହା ସହିତ, ଉଇକିପିଡ଼ିଆର ଅଧିକାଂଶ ସମ୍ପାଦକ ପୁରୁଷ ହୋଇ ଥିବାରୁ, ଏହାର ବିଷୟବସ୍ତୁରେ ଲିଙ୍ଗଭିତ୍ତିକ ପୂର୍ବାଗ୍ରହ ମଧ୍ୟ ଦେଖିବାକୁ ମିଳେ । ୨୦୧୨ ଓ ୨୦୧୪ ମସିହାରେ ହାର୍ଭାର୍ଡ ବିଜନେସ୍ ସ୍କୁଲ୍‌ ଦ୍ୱାରା କରାଯାଇଥିବା ଅଧ୍ୟୟନଗୁଡ଼ିକରେ ପ୍ରମାଣିତ ହୋଇଥିଲା ଯେ ଉଇକିପିଡ଼ିଆ ତୁଳନାରେ ଏନସାଇକ୍ଲୋପିଡ଼ିଆ ବ୍ରିଟାନିକା କମ୍ ପକ୍ଷପାତପୂର୍ଣ୍ଣ । ତଥାପି, ସେହି ଅଧ୍ୟୟନଗୁଡ଼ିକ ଏହା ମଧ୍ୟ ସୂଚିତ କରିଥିଲେ ଯେ ଉଇକିପିଡ଼ିଆରେ ଦେଖାଯାଉଥିବା ଅଧିକ ପକ୍ଷପାତ ଜାଣିଶୁଣି କରାଯାଇଥିବା ପକ୍ଷପାତପୂର୍ଣ୍ଣ ସମ୍ପାଦନର ଫଳ ନୁହେଁ, ବରଂ ଏହାର ବିଷୟବସ୍ତୁର ଅଧିକ ଦୀର୍ଘତାର ପରିଣାମ।[]

ଉଇକିପିଡ଼ିଆ ପ୍ରାଥମିକ ସ୍ରୋତ ନୁହେଁ ବୋଲି ଗଣ୍ୟ ହେଲେ ମଧ୍ୟ, କିଛି ଆଇନଗତ ମାମଲାରେ ଏହାକୁ ପ୍ରମାଣ ଭାବେ ଉଦ୍ଧୃତ/ପ୍ରସ୍ତୁତ କରାଯାଇଛି । ଜାନୁଆରୀ ୨୦୦୭ ମସିହାରେ ଦ ନ୍ୟୁୟର୍କ ଟାଇମ୍ସ ଖବର କରିଥିଲା ଯେ, ସୂଚନାର ସ୍ରୋତ ଭାବେ ଉଇକିପିଡ଼ିଆ ପ୍ରତି ଯୁକ୍ତରାଷ୍ଟ୍ରର ଅଦାଲତମାନଙ୍କ ଆଚରଣରେ ବହୁତ ପାର୍ଥକ୍ୟ ଦେଖାଯାଏ; ୧୦୦ରୁ ଅଧିକ ନ୍ୟାୟିକ ରାୟରେ ଏହି ଜ୍ଞାନକୋଷ ଉପରେ ଭରସା କରାଯାଇଛି, ଯେଉଁଥିରେ କର, ମାଦକ ଦ୍ରବ୍ୟ ସମ୍ବନ୍ଧୀୟ ଓ ବ୍ୟକ୍ତିଗତ ଆଘାତ ଏବଂ ବୈବାହିକ ମାମଲା ପରି ସିଭିଲ୍ ବିଷୟ ଅନ୍ତର୍ଭୁକ୍ତ ଅଛି ।[]

ଅନେକଙ୍କ ମତରେ, ଉଇକିପିଡ଼ିଆର ସୂଚନା ସାଧାରଣତଃ ଉପଯୋଗୀ ହେଲେ ମଧ୍ୟ, ଏହା ସ୍ୱଇଚ୍ଛିକ ସମ୍ପାଦକମାନଙ୍କ ଦ୍ୱାରା ଲେଖାଯାଉଥିବାରୁ ସବୁବେଳେ ସଂପୂର୍ଣ୍ଣ ଭରସାଯୋଗ୍ୟ ହେବା ନିଶ୍ଚିତ ନୁହେଁ । ସେହିପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଁ ଉଇକିପିଡ଼ିଆ ସହ ଅନ୍ୟ ଭରସାଯୋଗ୍ୟ ସ୍ରୋତକୁ ମଧ୍ୟ ଯାଞ୍ଚ କରିବା ଉଚିତ।

  1. "Rewriting History". www.nytimes.com. Retrieved 8 January 2026.
  2. "Wikipedia is 20, and its reputation has never been higher". The Economist. ISSN 0013-0613. Retrieved 2026-01-08.
  3. "Happy Birthday, Wikipedia". The Economist. ISSN 0013-0613. Retrieved 2026-01-08.
  4. Viégas, Fernanda B.; Wattenberg, Martin; Dave, Kushal (2003). "History flow: results". research.ibm.com. IBM Collaborative User Experience Research Group. Archived from the original on नवम्बर 2, 2006. Retrieved जुलाई 7, 2016. {{cite web}}: Check date values in: |access-date= and |archive-date= (help)
  5. Cooke, Richard. "Wikipedia Is the Last Best Place on the Internet". Wired (in ଆମେରିକୀୟ ଇଂରାଜୀ). ISSN 1059-1028. Retrieved 2026-01-08.
  6. Frick, Walter (2014-12-03). "Wikipedia Is More Biased Than Britannica, but Don't Blame the Crowd". Harvard Business Review (in ଇଂରାଜୀ). ISSN 0017-8012. Retrieved 2026-01-08.
  7. "Courts Turn to Wikipedia, but Selectively". www.nytimes.com. Retrieved 8 January 2026.