ଇ. ଏସ୍. ଭେଙ୍କେଟରାମେୟା
ଇ. ଏସ୍. ଭେଙ୍କେଟରାମେୟା (ଏଙ୍ଗଲଗୁପ୍ପେ ସୀତାରାମିଆ ୱେଙ୍କଟରାମିୟା) (18 ଡିସେମ୍ବର 1924 – 24 ସେପ୍ଟେମ୍ବର 1997) ଭାରତର ୧୯ତମ ମହାନ୍ୟାୟଧୀଶ ଥିଲେ । ସେ ୧୯ ଜୁନ ୧୯୮୯ରୁ ସେବା ନିବୃତ୍ତି ଦିନ ୧୭ ଡିସେମ୍ବର ୧୯୮୯ ପର୍ଯ୍ୟନ୍ତ ଏଇ ପଦବୀରେ କାର୍ଯ୍ୟରତ ଥିଲେ ।[୧]
ପେଶାଜୀବନ
[ସମ୍ପାଦନା]ସେ ୧୯୪୬ ମସିହାରେ ନିଜ ଓକିଲାତି ଜୀବନ ଆରମ୍ଭ କରିଥିଲେ ଏବଂ ନଭେମ୍ବର ୧୯୭୦ ରେ କର୍ଣ୍ଣାଟକ ହାଇକୋର୍ଟର ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିଲେ ।[୨] ୮ ମାର୍ଚ୍ଚ ୧୯୭୯ରେ ସେ ଭାରତୀୟ ସୁପ୍ରିମକୋର୍ଟର ନ୍ୟାୟାଧୀଶ ଭାବେ ନିଯୁକ୍ତ ହେଲେ ଏବଂ ଜୁନ ୧୯୮୯ରେ ଭାରତର ମୁଖ୍ୟନ୍ୟାୟଧୀଶ ହେଲେ । କର୍ଣ୍ଣାଟକରୁ ସୁପ୍ରିମକୋର୍ଟ ପହଞ୍ଚି ମହାନ୍ୟାୟଧୀଶ ହେବାରେ ସେ ପ୍ରଥମ ନ୍ୟାୟାଧୀଶ ଥିଲେ। ସୁପ୍ରିମକୋର୍ଟରେ ତାଙ୍କ ସେବାକାଳୀନେ ସେ ୨୫୬ଟି ରାୟ ଲେଖିଥିଲେ ଏବଂ ୭୨୦ଟି ବେଞ୍ଚରେ ବସିଥିଲେ। ସେ ମାର୍ଚ୍ଚ ୧୯୭୦ରୁ ଜୁନ ୧୯୭୦ ପର୍ଯ୍ୟନ୍ତ କର୍ଣ୍ଣାଟକ୍ (ତାତ୍କାଳିକ ମୈଶୁର) ର ଏଡଭୋକେଟ୍ ଜେନେରାଲ୍ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ୨୪ ସେପ୍ଟେମ୍ବର ୧୯୯୭ରେ ହୃଦ୍ରୋଗ ଆକ୍ରମଣରେ ହୋଇ ତାଙ୍କର ଦେହାନ୍ତ ହୋଇଥିଲା ।[୩]
ତାଙ୍କ ଝିଅ ବି. ଭି. ନାଗରଥ୍ନା ସୁପ୍ରିମକୋର୍ଟର ଏକ କାର୍ଯ୍ୟରତ ନ୍ୟାୟାଧୀଶ ଅଟନ୍ତି ଏବଂ ସେ ଅକ୍ଟୋବର ୨୦୨୭ ରେ ମହାନ୍ୟାୟଧୀଶ ହେବାକୁ ଯୋଗ୍ୟ ।
ଆଧାର
[ସମ୍ପାଦନା]- ↑ "Justice E.S. Venkataramiah". sci.gov.in/. Retrieved 4 December 2025.
- ↑ "E.S. Venkataramaiah". Supreme Court Observer (in ଆମେରିକୀୟ ଇଂରାଜୀ). Retrieved 2025-12-04.
- ↑ "Former chief justice of India E.S. Venkataramiah passes away". India Today (in ଇଂରାଜୀ). 1997-10-13. Retrieved 2025-12-04.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |