ଇସଲାମାବାଦ ଶାନ୍ତି ଆଲୋଚନା
The Jinnah Convention Centre was designated the 'Media Facilitation Centre'; the talks themselves were held at the Serena Hotel (right background) | |
| ତାରିଖ | 11–12 April 2026 |
|---|---|
| ଅବସ୍ଥିତି | ଇସଲାମାବାଦ, ପାକିସ୍ତାନ |
| ଆୟୋଜନକାରୀ | Government of Pakistan |
| ଅଂଶଗ୍ରହଣ | |
| ଫଳାଫଳ | ଏହି ଆଲୋଚନା କୌଣସି ସହମତି ବିନା ସମାପ୍ତ ହୋଇଥିଲା[୧][୨][୩] |
ଇସଲାମାବାଦ ଶାନ୍ତି ଆଲୋଚନା (Islamabad PeaceTalks), ଯାହାକୁ ଇସ୍ଲାମାବାଦ ଆଲୋଚନା (Islamabad Talks) ବୋଲି ମଧ୍ୟ କୁହାଯାଏ, ୧୧ ଓ ୧୨ ଏପ୍ରିଲ ୨୦୨୬ ତାରିଖରେ ପାକିସ୍ତାନର ଇସଲାମାବାଦରେ ଆୟୋଜିତ ଉଚ୍ଚସ୍ତରୀୟ କୂଟନୈତିକ ଆଲୋଚନା ଥିଲା । ଏହି ଆଲୋଚନାରେ ଇରାନ ଓ ଯୁକ୍ତରାଷ୍ଟ୍ର ଆମେରିକା ଅଂଶଗ୍ରହଣ କରିଥିଲେ ।ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ୨୦୨୬ ମସିହାର ଇରାନ ଯୁଦ୍ଧର ଅବସାନ କରିବା ଏବଂ ଏହାର ସମ୍ଭାବ୍ୟ ସମାଧାନ ନେଇ ଆଲୋଚନା କରିବା । ଏହି ଆଲୋଚନାରେ ପାକିସ୍ତାନ ମଧ୍ୟସ୍ଥତା କରିଥିଲା ଏବଂ ୧୯୭୯ ମସିହାର ଇରାନୀ ବିପ୍ଳବ ପରେ ଦୁଇ ଦେଶ ମଧ୍ୟରେ ସର୍ବୋଚ୍ଚ ସ୍ତରର ସିଧାସଳଖ ଆଲୋଚନା ଭାବେ ଏହା ଚିହ୍ନିତ ହୋଇଥିଲା।[୪] ତେବେ ଏହି ଆଲୋଚନା କୌଣସି ସହମତି ବିନା ସମାପ୍ତ ହୋଇଥିଲା।[୫]
ପୃଷ୍ଠଭୂମି
[ସମ୍ପାଦନା]୨୦୨୬ ମସିହାର ଫେବ୍ରୁଆରୀରେ ଯୁକ୍ତରାଷ୍ଟ୍ର ଏବଂ ତାହାର ମିତ୍ରଦେଶମାନଙ୍କ ଦ୍ୱାରା ଇରାନ ବିରୁଦ୍ଧରେ ସମନ୍ୱିତ ଆକ୍ରମଣ ଏକ ଭୀଷଣ ଆଞ୍ଚଳିକ ଯୁଦ୍ଧରେ ପରିଣତ ହେଲା, ଯେଉଁଥିରେ ମଧ୍ୟପୂର୍ବର ଅନେକ ପକ୍ଷ ଜଡିତ ହୋଇଥିଲେ। ଏହି ସଂଘର୍ଷରେ ଗୁରୁତର ମାନବହାନି, ଅଞ୍ଚଳୀୟ ଅସ୍ଥିରତା ଏବଂ ବିଶ୍ୱ ଶକ୍ତି ବଜାରରେ ବିଭ୍ରାଟ ସୃଷ୍ଟି ହୋଇଥିଲା, ବିଶେଷକରି ଇରାନ ଦ୍ୱାରା ହର୍ମୁଜ୍ ଜଳପଥ (Strait of Hormuz) ଅବରୋଧ କରାଯାଇଥିବାରୁ। ପାକିସ୍ତାନର କୂଟନୀତିକ ପ୍ରୟାସ ମାଧ୍ୟମରେ ହୋଇଥିବା ଏକ ଅସ୍ଥାୟୀ ବିରତି ବୁଝାମଣା ପରେ ଏହି ଆଲୋଚନା ହୋଇଥିଲା। ତେବେ ଏହି ବିରତି ଘୋଷଣା ସତ୍ତ୍ୱେ ଲେବାନନରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଥିଲା।
ଅଂଶଗ୍ରହଣକାରୀ
[ସମ୍ପାଦନା]ଏହି ଆଲୋଚନାରେ ଦୁଇ ଦେଶର ବରିଷ୍ଠ ରାଜନୈତିକ, କୂଟନୀତିକ ଓ ସୁରକ୍ଷା ସମ୍ବନ୍ଧୀୟ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ।
ଯୁକ୍ତରାଷ୍ଟ୍ର ଆମେରିକାର ପ୍ରାୟ ୩୦୦ ସଦସ୍ୟର ପ୍ରତିନିଧିମଣ୍ଡଳର[୬] ନେତୃତ୍ୱ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ନେଇଥିଲେ ଏବଂ ସ୍ଵତନ୍ତ୍ର ପ୍ରତିନିଧି ଭାବେ ଷ୍ଟିଭ୍ ୱିଟକଫ୍ ଓ ରାଷ୍ଟ୍ରପତି ପରାମର୍ଶଦାତା ଜାରେଡ୍ କୁଶନର୍ ପରି ବରିଷ୍ଠ କର୍ମକର୍ତ୍ତାମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଥିଲେ।[୭] ବିବିସି ନ୍ୟୁଜ୍ ଦ୍ୱାରା ଉଲ୍ଲିଖିତ ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କ ଅନୁସାରେ, ବିଶାଳ ପ୍ରତିନିଧିମଣ୍ଡଳରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଆଣ୍ଡ୍ରୁ ବେକର୍ ଏବଂ ଏସିଆ ମାମଲା ପରାମର୍ଶଦାତା ମାଇକେଲ୍ ଭାନ୍ସ ମଧ୍ୟ ଥିଲେ। ଅତିରିକ୍ତ ବିଷୟବସ୍ତୁ ବିଶେଷଜ୍ଞମାନେ ଇସ୍ଲାମାବାଦରେ ଉପସ୍ଥିତ ଥିଲେ, ଏବଂ ଅନ୍ୟ ସହଯୋଗୀ ଦଳମାନେ ୱାଶିଙ୍ଗଟନ୍, ଡି.ସି.ର ଥିଲେ।[୭]
ଇରାନର ପ୍ରତିନିଧିମଣ୍ଡଳ ପ୍ରାୟ ୭୦ ସଦସ୍ୟକୁ ନେଇ ଗଠିତ ଥିଲା,[୮] ଯାହାକୁ ସଂସଦ ସଭାପତି ମୋହମ୍ମଦ ବାଘେର ଘାଲିବାଫ ଏବଂ ବିଦେଶମନ୍ତ୍ରୀ ଆବାସ ଆରାଘଚି ନେତୃତ୍ୱ ଦେଇଥିଲେ । ଏହାସହିତ ଅନ୍ୟାନ୍ୟ ରାଜନୈତିକ, ସୁରକ୍ଷା ଓ ଅର୍ଥନୈତିକ କର୍ମକର୍ତ୍ତାମାନେ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ।[୯]
ଫଳାଫଳ
[ସମ୍ପାଦନା]ଆଲୋଚନା ୧୨ ଏପ୍ରିଲ ୨୦୨୬ ରେ ସମାପ୍ତ ହୋଇଥିଲା।[୮] ଏହି ଆଲୋଚନା ପ୍ରାୟ ୨୧ ଘଣ୍ଟା ଚାଲିଥିଲା ଏବଂ କୌଣସି ସହମତି ବିନା ଯୁକ୍ତରାଷ୍ଟ୍ର ଓ ଇରାନର ପ୍ରତିନିଧିମଣ୍ଡଳ ଇସ୍ଲାମାବାଦ ଛାଡ଼ିଥିଲେ। ବିବାଦିତ ମୁଖ୍ୟ ବିଷୟମାନଙ୍କ ମଧ୍ୟରେ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ହର୍ମୁଜ୍ ସଙ୍କୋଚନପଥ (Strait of Hormuz)ର ସ୍ଥିତି ସମ୍ମିଳିତ ଥିବା କୁହାଯାଇଛି। ପାକିସ୍ତାନୀ କର୍ମକର୍ତ୍ତାମାନେ ଏହି ଆଲୋଚନାକୁ ଯୁଦ୍ଧ ବିରତିକୁ ରକ୍ଷା କରିବା ଏବଂ ଦୁଇପକ୍ଷ ମଧ୍ୟରେ ଶାନ୍ତି ଆଲୋଚନାର ଅଧିକ କୂଟନୈତିକ ପ୍ରୟାସକୁ ଉତ୍ସାହିତ କରିବାର ଏକ ଚେଷ୍ଟା ଭାବେ ବର୍ଣ୍ଣନା କରିଥିଲେ।
ତେବେ ପ୍ରଥମ ସ୍ତରୀୟ ଆଲୋଚନା ବିଫଳ ହେବାପରେ ୧୪ ଏପ୍ରିଲ ୨୦୨୬ ସୁଦ୍ଧା ଲବ୍ଧ ତଥ୍ୟ ଅନୁସାରେ ପାକିସ୍ତାନ ଏକ ଉଚ୍ଚ-ସ୍ତରୀୟ ଆଲୋଚନା ମାଧ୍ୟମରେ ଇରାନ ଏବଂ ଯୁକ୍ତରାଷ୍ଟ୍ରକୁ ପୁନର୍ବାର ଆଲୋଚନା ଟେବୁଲକୁ ଆଣିବାକୁ ଚେଷ୍ଟା କରୁଛି, ଏବଂ ଦୁଇ ପକ୍ଷ ଦ୍ୱିତୀୟ ଚରଣର ଆଲୋଚନା ପାଇଁ ପୁଣିଥରେ ଇସ୍ଲାମାବାଦରେ ସାକ୍ଷାତ କରିପାରନ୍ତି ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ।[୧୦]
ତେବେ ୧୯ ଏପ୍ରିଲ ୨୦୨୬ ତାରିଖରେ ଆମେରିକା ଏକ ଇରାନୀ ତୈଳବାହି ଜାହାଜକୁ ହର୍ମୁଜ ପ୍ରଣାଳୀ ନିକଟରେ ଆମେରିକି ସେନାର ଅବରୋଧ ଅତିକ୍ରମଣ କରିବା ଆଳରେ ଆକ୍ରମଣ ସହ ଜବତ କରିବା ପରେ ଇରାନ ଦ୍ଵିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାରେ ଯୋଗ ଦେବନାହିଁ ବୋଲି ପ୍ରକାଶ କରିଛି ।[୧୧][୧୨]
ଆଧାର
[ସମ୍ପାଦନା]- ↑ "Direct U.S.-Iran talks fail to reach resolution after lengthy negotiation". The Washington Post (in ଆମେରିକୀୟ ଇଂରାଜୀ). 2026-04-11. ISSN 0190-8286. Retrieved 2026-04-12.
- ↑ "US and Iran fail to reach a deal after marathon talks in Pakistan". Al Jazeera (in ଇଂରାଜୀ). Retrieved 2026-04-12.
- ↑ Jones, Sam (2026-04-12). "JD Vance says talks failed due to Iran's refusal to give up nuclear programme". The Guardian (in ବ୍ରିଟିଶ୍ ଇଂରାଜୀ). ISSN 0261-3077. Retrieved 2026-04-12.
- ↑ "US-Iran talks: The five sticking points for Islamabad negotiations". www.bbc.com (in ବ୍ରିଟିଶ୍ ଇଂରାଜୀ). 2026-04-10. Retrieved 2026-04-12.
- ↑ Desk, News (2026-04-11). "Dar urges US, Iran to uphold commitment to ceasefire as talks conclude without deal". Dawn (in ଇଂରାଜୀ). Retrieved 2026-04-12.
{{cite web}}:|first=has generic name (help) - ↑ hejazi (2026-04-11). "What the Size and Structure of the Iran–U.S. Delegations Reveal". WANA (in ଆମେରିକୀୟ ଇଂରାଜୀ). Retrieved 2026-04-12.
- 1 2 "US military says blockade of Iran's ports to begin Monday, after Iran says it will not 'surrender'". BBC News (in ବ୍ରିଟିଶ୍ ଇଂରାଜୀ). 2026-04-12. Retrieved 2026-04-12.
- 1 2 Staff, Al Jazeera. "US and Iran fail to reach a deal after marathon talks in Pakistan". Al Jazeera (in ଇଂରାଜୀ). Retrieved 2026-04-12.
- ↑ "TRT World - Hawks or doves: Who are the key negotiators at Iran-US talks in Islamabad?". www.trtworld.com (in ଇଂରାଜୀ). Retrieved 2026-04-12.
- ↑ PTI (2026-04-14). "U.S., Iran may meet again in Islamabad for second round of talks by next week: Report". The Hindu (in Indian English). ISSN 0971-751X. Retrieved 2026-04-18.
- ↑ "'Blockade main obstacle': Iran rejects second round of talks with US in Pakistan". The Times of India. 2026-04-20. ISSN 0971-8257. Retrieved 2026-04-21.
- ↑ Joshi, Poorva (2026-04-19). "Iran 'rejects' participation in second round of talks; US negotiators to be in Islamabad". Hindustan Times (in ଇଂରାଜୀ). Retrieved 2026-04-23.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |