ଭାରତୀୟ ମହାକାଶ ଗବେଷଣା ସଂସ୍ଥା

ଉଇକିପିଡ଼ିଆ ରୁ
(ଇସରୋ ରୁ ଲେଉଟି ଆସିଛି)
Jump to navigation Jump to search

Coordinates: 12°58′0″N 77°34′0″E / 12.96667°N 77.56667°E / 12.96667; 77.56667

Indian Space Research Organization
ଭାରତୀୟ ମହାକାଶ ଗବେଷଣା ସଂସ୍ଥା
Indian Space Research Organisation Logo.svg
Establishedଅଗଷ୍ଟ 15, 1969 (1969-08-15) (50 years ago)
(Superseded INCOSPAR)
Headquartersବାଙ୍ଗାଲୋର
Primary spaceportସତୀଶ ଧୱନ ମହାକାଶ କେନ୍ଦ୍ର (SDSC), ଶ୍ରୀହରିକୋଟା,ଆନ୍ଧ୍ର ପ୍ରଦେଶ
MottoSpace technology in the service of human kind.
Administratorଡାଃ. କେ. ଶିଭନ୍, ଚେୟରମ୍ୟାନ୍[୧]
BudgetIndian Rupee ₹  ୧୦୭.୮୩୪୨ billion (US$୨.୩୯ billion) (୨୦୧୮-୧୯)[୨]
Websitewww.isro.gov.in

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ହେଉଛି ଭାରତ ସରକାରଙ୍କ ପ୍ରମୁଖ ମହାକାଶ ପ୍ରାଧିକରଣ । ଏହା ପୃଥିବୀର ଛଅଟି ବଡ ସରକାରୀ ମହାକାଶ ପ୍ରାଧିକରଣ ମଧ୍ୟରୁ ଅନ୍ୟତମ ଯଥା: ଆମେରିକାର ନାସା (NASA), ଋଷିଆର RKA, ଇଉରୋପର ଇସା (ESA), ଚୀନର ସିନସଏ (CNSA) ଓ ଜାପାନର JAXA । ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା - ମହାକାଶ ତଥା ଗ୍ରହଜଗତ ସମ୍ବନ୍ଧରେ ତାତ୍ତ୍ୱିକ ଗବେଷଣା, ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ଉନ୍ନତିରେ ମହାକାଶର ପ୍ରୟୋଗ ।[୩]

ଏହା ୧୯୬୯ରେ ପ୍ରତିଷ୍ଠା ହୋଇଥିଲା । ଭାରତୀୟ ରାଷ୍ଟ୍ରୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସମିତି (INCOSPAR) ବଦଳରେ ସ୍ଥାପିତ ହୋଇଥିଲା । ଇସ୍ରୋ ମୁଖ୍ୟ କାର୍ଯାଳୟ ବାଙ୍ଗାଲୋରଠାରେ ଅବସ୍ଥିତ । ଏହା ଭାରତ ସରକାରଙ୍କ ମହାକାଶ ବିଭାଗ ଅନ୍ତର୍ଗତ ଅଟେ, ଯାହାକି ବର୍ତମାନ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରୁଅଛି । ଇସ୍ରୋକୁ ପ୍ରତିଷ୍ଠା କରିବାରେ ଡକ୍ଟର ବିକ୍ରମ ଅମ୍ବାଲାଲ୍ ସରାଭାଇ‍ଙ୍କର ଉଲ୍ଲେଖନୀୟ ଯୋଗଦାନ ଓ ଆପ୍ରାଣ ପ୍ରଚେଷ୍ଟା ଯୋଁଗୁ ତାଙ୍କୁ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବୋଲି କୁହାଯାଏ ।

ଭାରତର ପ୍ରଥମ କୃତ୍ରିମ ଉପଗ୍ରହ "ଆର୍ଯ୍ୟଭଟ୍ଟ" ଇସ୍ରୋଦ୍ୱାରା ପ୍ରସ୍ତୁତ ହୋଇଥିଲା ଓ ନିଜସ୍ୱ ଉତକ୍ଷେପଣଯାନ ଅଭାବରୁ ରୁଷିଆ ନିର୍ମିତ କୋସମୋସ-୩M ଯାନଦ୍ୱାରା ୧୯ ଏପ୍ରିଲ, ୧୯୭୫ ମସିହାରେ କପୁସ୍ତିନ ୟାର (kapustin yar)ରୁ ଉତକ୍ଷେପଣ କରଯାଇଥିଲା । ପରବର୍ତ୍ତୀ ସମୟରେ ମହାକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବା ସହିତ ଇସ୍ରୋ ନିଜସ୍ୱ ଉତକ୍ଷେପଣଯାନ ନିର୍ମାଣ କାରିବାରେ ସମର୍ଥହେଲା । ବର୍ତ୍ତମାନ ଇସ୍ରୋଦ୍ୱାରା ନିର୍ମିତ ଏସଏଲଭି (SLV),ଏଏସଏଲଭି (ASLV), ପିଏଏଲଭି (PSLV) ଏବଂ ଜିଏଏଲଭି(GSLV) ଶ୍ରେଣୀର ଅନେକ ଉତକ୍ଷେପଣଯାନଦ୍ୱାରା ଶତାଧିକ କୃତ୍ରିମ ଉପଗ୍ରହ ମହାକାଶକୁ ସଫଳତାର ସହ ପ୍ରେରଣ କରାଯାଇପାରିଛି । ଏହାସହ ଏକାସଙ୍ଗେ ୧୦୪ଟି କୃତ୍ରିମ ଉପଗ୍ରହକୁ ବିଭିନ୍ନ କକ୍ଷରେ ପ୍ରତିସ୍ଥାପନ କରି ବିଶ୍ୱରେକର୍ଡ ଲାଭକାରିବାର ଗୌରବହାସଲ କରିଛି ।[୪] ୫ ଜୁନ୍, ୨୦୧୭ରେ ଇସ୍ରୋ ୪ଟନ୍ ଓଜନ ବିଶିଷ୍ଟ GSAT-19 କୁତ୍ରିମ ଉପଗ୍ରହକୁ ଜିଏସଏଲଭି-ଏମକେ୩ (GSLV-Mk III)ଦ୍ୱାରା କକ୍ଷରେ ସ୍ଥାପନ କରିପାରିଲା ।

ଅକ୍ଟୋବର ୨୨, ୨୦୦୮ରେ ଇସ୍ରୋ ଚନ୍ଦ୍ରକୁ ଏକ ମାନବହୀନ ମହାକାଶଯାନ ପ୍ରେରଣ କରିଥିଲା । ଏହା ନଭେମ୍ବର ୮, ୨୦୦୮ରେ ଚନ୍ଦ୍ର କକ୍ଷରେ ଅବସ୍ଥାବିତ ହୋଇଥିଲା । ତତ୍ପରେ ନଭେମ୍ବର ୫, ୨୦୧୩ରେ ଭାରତର ପ୍ରଥମ ଅର୍ନ୍ତଗ୍ରହ ଅଭିଯାନ ମଙ୍ଗଳଯାନ ଆରମ୍ଭ କରିଥିଲା । ସେପ୍ଟେମ୍ବର ୧୪, ୨୦୧୪ରେ ମଙ୍ଗଳଯାନକୁ ମଙ୍ଗଳ କକ୍ଷରେ ଅବସ୍ଥାବିତ କରିପାରିଲା । ଅତଏବ ଏହିକ୍ଷେତ୍ରରେ ଭାରତ (ଇସ୍ରୋ) ଚୀନ୍ ଓ ଜାପାନକୁ ପଛରେ ପକାଇ ଏସିଆରେ ପ୍ରଥମ ଏବଂ ବିଶ୍ୱରେ ଚତୁର୍ଥ ସ୍ଥାନ ହାସଲ କାରିପାରିଥିଲା ।[୫] ବିଗତ କିଛି ବର୍ଷରେ ଇସ୍ରୋ ୧୯୦ଟି ବିଦେଶୀ କୃତ୍ରିମ ଉପଗ୍ରହ ସଫଳତାର ସହ ପ୍ରକ୍ଷେପଣ କରି ବୈଦେଶିକ ମୁଦ୍ରା ବୃଦ୍ଧି କରିବାରେ ସମର୍ଥ ହୋଇଛି ଏବଂ ଆଗାମୀ ଦିନରେ ଏହା ଅଧିକ ହେବ ବୋଲି ଆଶା କରାଯାଉଛି । ଏହାକୁ ଦେଖାଶୁଣା କରିବା ପାଇଁ ଆଣ୍ଟ୍ରିକ୍ଷ୍ କର୍ପୋରେଶନ (Antrix Corporation) ନାମକ ଏକ ବ୍ୟବସାୟିକ ବିଭାଗର ଗଠନ କରାଯାଇଛି ।

ଇସ୍ରୋ ଭବିଷ୍ୟତ ପାଇଁ ଅନେକ କାର୍ଯ୍ୟକ୍ରମର ଯୋଜନା କରୁଅଛି । ତନ୍ନମଧ୍ୟରୁ ୟୁଏଲଭି (ULV), ପୁନ୍ନଃ-ବ୍ୟବହାରଯ୍ୟୋଗ୍ୟ (RLV), ମହାକାଶଚାରୀ ପ୍ରେରଣ, ମହାକାଶ ଷ୍ଟେସନ ନିର୍ମାଣ ଆଦି ଉଲ୍ଲେଖନୀୟ ।

ବିଷୟସୂଚୀ

ଐତିହାସିକ ପୃଷ୍ଠଭୁମି[ସମ୍ପାଦନା]

ଭାରତରେ ନିଜସ୍ୱ ଆଧୁନିକ ମହାକାଶ ଗବେଷଣାର ଭତ୍ତିପ୍ରସ୍ତର ବୈଜ୍ଞାନିକ ଡକ୍ଟର ବିକ୍ରମ ଅମ୍ବାଲାଲ୍ ସରାଭାଇ‍ଙ୍କ ନେତୃତ୍ୱରେ ୧୯୬୨ରେ ଆରମ୍ବ ହୋଇଥିଲା । ଏହାକୁ ସଫଳ ରୂପାୟନ କରିବାଲାଗି ତତ୍କାଳିନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ଅକୁଣ୍ଠ ସହଯୋଗ ରହିଥିଲା । ପରିଣାମସ୍ୱରୁପ, ଥିରୁଅନନ୍ତପୁରମ୍ (ଥୁମ୍ବା)ଠାରେ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅନିଷ୍ଠାନ (Space Science and Technology)ର ପ୍ରତିଷ୍ଠା କରାଯାଇଥିଲା । ସେଠାରୁ ନାଇକ ଆପାଚେ ନାମକ ରକେଟର ପରୀକ୍ଷାମୂଳକ ଉତକ୍ଷେପଣ ମାଧ୍ୟମରେ ଆମ ଭାରତରେ ମହାକାଶ ଯୁଗର ଅୟମାରମ୍ବ ଘଟିଥିଲା ।

ଏହାର ପୂର୍ବରୁ ଆମ ଦେଶରେ ପ୍ରାରମ୍ଭିକ ସ୍ତରରେ ମହାକାଶ ଗବେଷଣାର ମୂଳଦୁଆ ୧୯୨୦ରୁ ଘଟିଥିଲା ବୋଲି କୁହାଯାଇପାରେ । ସେହିସମୟରେ କଲିକତାଠାରେ ବୈଜ୍ଞାନିକ ଏସ. କେ. ମିତ୍ର ରେଡିଓ ସଙ୍କେତ ଜରିଆରେ ବାୟୁମଣ୍ଡଳର ଆୟୋନୋସ୍ଫିୟର ଉପରେ ଅଧ୍ୟୟନ କରୁଥିଲେ । ତତ୍ପରେ ଅନ୍ୟ ଭାରତୀୟ ବୈଜ୍ଞାନିକ ଯେପରିକି ସି.ଭି. ରମଣ, ମେଘନାଦ ଶାହା ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ଅନେକ ବୈଜ୍ଞାନିକ ତତ୍ତ୍ୱର ଅବଲୋକନ କରିଥିଲେ । ତେବେ ଏହିପରି ସ୍ୱତନ୍ତ୍ର ରୂପେ କାର୍ଯକରୁଥିବା ବୈଜ୍ଞାନିକମାନଙ୍କୁ ଏକତ୍ରିତ କରିବା ତଥା ବିଧିବଦ୍ଧ ଭାବେ ସୁସଙ୍ଗଠିତ କରେଇବାରେ ଦୁଇ ଜଣ ବୈଜ୍ଞାନିକ ବିକ୍ରମ ସରାଭାଇ‍ଜାହାଙ୍ଗୀର ହୋମିଭାବାଙ୍କ ପ୍ରମୁଖ ଭୁମିକା ରହିଛି । ୧୯୪୫ ମସିହା ପରଠାରୁ ଡାଃ. ସାରାଭାଇଙ୍କଦ୍ୱାରା ଅହମଦାବାଦଠାରେ ଭୌତିକ ଗବେଷଣାଗାର ଏବଂ ମୁମ୍ବାଇଠାରେ ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନର ସ୍ଥାପନା କରାଗଲା । ପ୍ରାଥମିକ ଅବସ୍ଥାରେ ମହାକାଶ ଗବେଷଣା କାର୍ଯକ୍ରମ ମହାଜାଗତିକ ରଶ୍ମିର ଅଧ୍ୟୟନ, ଉପର ବାୟୁମଣ୍ଡଳରେ ବିବିଧ ଯନ୍ତ୍ରପାତିର ପରୀକ୍ଷା ନିରୀକ୍ଷା ଏବଂ କୋଲାରସ୍ଥିତ ଗଭୀର ଖଣି ଗୁଡିକର ଅଭ୍ୟନ୍ତର ପରିକ୍ଷା ଇତ୍ୟାଦି । ୧୯୫୦ରେ ଭାଭାଙ୍କ ନେତୃତ୍ୱରେ ପରମାଣୁଶକ୍ତି ବିଭାଗ ସ୍ଥାପିତହେଲା । ଏହା ପରମାଣୁ ଗବେଷଣାସହ ମହାକାଶ ଗବେଷଣାର ଦାୟିତ୍ୱ ମଧ୍ୟ ବହନ କଲା । ସେସମୟରେ ଜଳବାୟୁର ବିଭିନ୍ନ ଦିଗ ଏବଂ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଆଦି ଉପରେ ଅନେକ ଅଧ୍ୟୟନ କରାଗଲା । ସେଥିପାଇଁ ୧୮୨୩ ମସିହାରେ କୋଲବାରଠାରେ ପ୍ରତିଷ୍ଠିତ ମାନମନ୍ଦିରକୁ ପୁର୍ନ ବିନ୍ୟାସ କରାଯିବା ସଙ୍ଗେ ସଙ୍ଗେ ୧୯୫୪ ମସିହାରେ ଉତ୍ତରପ୍ରଦେଶରେ ହିମାଳୟର ପାଦଦେଶରେ ଏବଂ ୧୯୫୭ ମସିହାରେ ଓସମାନିଆ ବିଶ୍ୱବିଦ୍ୟାଳୟ (ହାଇଦ୍ରାବାଦ)ଠାରେ ନୂତନ ମାନମନ୍ଦିରମାନ ସ୍ଥାପନ କରାଗଲା । ୧୯୫୭ ମସିହାରେ ତତକାଳିନ ସୋଭିଏତ୍ ୟୁନିୟନ୍ (ବର୍ତ୍ତମାନର ଋଷ୍)ଦ୍ୱାରା ସର୍ବପ୍ରଥମ କୃତ୍ରିମ ଉପଗ୍ରହ ସ୍ଫୁଟନିକର ଉତକ୍ଷେପଣ ବିଶ୍ୱରେ ଶିହରଣ ସୃଷ୍ଠିକଲା ତଥା ମହାକାଶ ଗବେଷଣା, ପ୍ରାଧାନ୍ୟଲାଭ କରିବାକୁ ଲାଗିଲା । ତତ୍କାଳିନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଉଦ୍ୟମରେ ମହାକାଶ ଗବେଷଣା ପାଇଁ ଭାରତୀୟ ଜାତୀୟ କମିଟି (Indian National Committee for Space Research, INCOSPAR) ୧୯୬୨ ମସିହାରେ ସ୍ଥାପନ କରାଗାଲା ଏବଂ ୧୫ ଅଗଷ୍ଟ, ୧୯୬୯ରେ ଏହାର ସ୍ଥାନ ନେଲା ଭାରତୀୟ ମହାକାଶ ସଂସ୍ଥା (Indian Space Research Organisation) ବା ଇସ୍ରୋ (ISRO) ।

ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ[ସମ୍ପାଦନା]

ଇସ୍ରୋର ଗଠନ ମହାକାଶ ତଥା ଗ୍ରହଜଗତ ସମ୍ବନ୍ଧରେ ତାତ୍ତ୍ୱିକ ଗବେଷଣା, ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ଉନ୍ନତିରେ ମହାକାଶର ପ୍ରୟୋଗ [୩] ଉଦ୍ଦେଶ୍ୟରେ କରାଯାଇଥିଲା ।

ଏହି ସଂସ୍ଥାନର ମୁଖ୍ୟ ମିଶନ୍ ଗୁଡିକ ହେଲା[୩]:

  • ମହାକାଶରେ ପହଁଚିବା ପାଇଁ ବାହାନ ତଥା ସେ ସମ୍ବଧିତ ପ୍ରଯୁକ୍ତିବିଦ୍ୟାର ପରିକଳ୍ପନା ଓ ବିକାଶ।
  • ପୃଥିବୀର ପର୍ଯ୍ୟବେକ୍ଷଣ, ଯୋଗାଯୋଗ, ପଥ ପ୍ରଦର୍ଶନ (Navigation), ଜଳବାୟୁ ବିଜ୍ଞାନ ଏବଂ ମହାକାଶ ବିଜ୍ଞାନ ପାଇଁ କୃତ୍ରିମ ଉପଗ୍ରହ ତଥା ସମ୍ବଧିତ ପ୍ରଯୁକ୍ତିବିଦ୍ୟାର ପରିକଳ୍ପନା ଓ ବିକାଶ ।
  • Indian National Satellite (INSAT) କାର୍ଯ୍ୟକ୍ରମ: ଦୂରସଂଚାର, ଟେଲିଭିଜନ୍ ପ୍ରସାରଣ ଏବଂ ସମ୍ବଧିତ ପ୍ରଯୁକ୍ତିବିଦ୍ୟାର ବିକାଶ ।
  • ଭାରତୀୟ ଦୂର-ସଂବେଦୀ ସାଟେଲାଇଟ୍ (IRS) କାର୍ଯ୍ୟକ୍ରମ: ମହାକାଶରୁ ଚିତ୍ର ଉତ୍ତୋଳନ କରି ପ୍ରାକୃତିକ ସମ୍ବଳର ସୁପରିଚାଳନା ଏବଂ ଜଳବାୟୁ ତଥା ପରିବେଶର ପର୍ଯବେକ୍ଷଣ ।
  • ସାମାଜିକ ବିକାଶରେ ମହାକାଶ ବିଜ୍ଞାନର ଉପଯୋଗ ।
  • ମହାକାଶ ବିଜ୍ଞାନ ଓ ଗ୍ରହ ଅନୁସନ୍ଧାନ ସଂବନ୍ଧିତ ଗବେଷଣା ।

ବିଭାଗୀୟ ସରଞ୍ଚନା[ସମ୍ପାଦନା]

ଇସ୍ରୋ ଭାରତ ସରକାରଙ୍କ ମହାକାଶ ବିଭାଗ (DoS)ର ଅଧିନସ୍ଥ ଏକ ସଂସ୍ଥା । ମହାକାଶ ବିଭାଗ ସିଧାସଳଖ ପ୍ରଧାନମନ୍ତ୍ରୀ ତଥା ମହାକାଶ କମିଶନଙ୍କ ଅଧୀନରେ କାର୍ଯ୍ୟକରେ ଏବଂ ନିମ୍ନଲିଖୀତ ଅନୁଷ୍ଠାନ ଗୁଡିକୁ ସଂଚାଳିତ କରେ:

ମହାକାଶ ଗବେଷଣାର ଦୁଇଟି ପ୍ରମୁଖ ଦିଗ ହେଲା:

  1. ଶକ୍ତିଶାlଳୀ ଉତକ୍ଷେପଣ ଯାନ ବା ରକେଟର ବିକାଶ ଏବଂ
  2. କୃତ୍ରିମ ଉପଗ୍ରହ (ସାଟେଲାଇଟ୍)ର ବିକାଶ

ଉତକ୍ଷେପଣଯାନ ବା ରକେଟ୍ ସମୂହ[ସମ୍ପାଦନା]

ଇସ୍ରୋଦ୍ୱାରା ନିର୍ମିତ ରକେଟ୍ ଯାନ ସମୂହ। ବାମରୁ ଡହାଣକୁ SLV, ASLV, PSLV, GSLV, GSLV Mk.III।

୧୯୬୦-୭୦ ଦଶକରେ ଇସ୍ରୋ ଉତକ୍ଷେପଣଯାନ ନିର୍ମାଣ କରିବାର ପରିକଳ୍ପନା ଆରମ୍ଭ କରିଥିଲା । ଏହି ଦଶକରେ ଅନେକ ସାଉଣ୍ଡିଂ ରକେଟ୍ (sounding rockets) ସାହାଯ୍ୟରେ ଉର୍ଦ୍ଧ୍ୱାକାଶ ସଂମ୍ପର୍କିତ ତଥ୍ୟ ସଂଗ୍ରହ କରାଗଲା । କାଳକ୍ରମେ ଅନେକ ଉନ୍ନତ ଧରଣର ରକେଟ୍ ର୍ନିମାଣ କରାଗଲା ।

କୃତ୍ରିମ ଉପଗ୍ରହ (ସାଟେଲାଇଟ୍) ଉତକ୍ଷେପଣଯାନ (ଏସଏଲଭି, SLV)[ସମ୍ପାଦନା]

ଏସଏଲଭି-୩ (ଏସଏଲଭି-୩ଇ୨) ଜୁଲାଇ ୧୮, ୧୯୮୦ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯାଇ ରୋହିଣୀ-ଆରଏସ୍୧ ସାଟେଲାଇଟକୁ ନିର୍ଦ୍ଧାରିତ କକ୍ଷରେ ସଫଳତା ପୂର୍ବକ ସ୍ଥାପନ କରାଯାଇଥିଲା । ଏହି ରକେଟଟି ୨୨ ମିଟର ଉଚ୍ଚତା ଏବଂ ଚାରି ସୋପନ ବିଶିଷ୍ଟ କଠିନ ଇନ୍ଧନ ଇଞ୍ଜିନଦ୍ୱାରା ପ୍ରାୟ ୫୦୦ କିଲୋମିଟର ଉପରକୁ ପ୍ରକ୍ଷେପଣ କରଯାଇପାରେ । ଏହି ଯାନର ଓଜନ ୧୭ ଟନ୍ ହୋଇଥିବା ବେଳେ ଏହା ୪୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ନିମ୍ନ ପୃଥିବୀ କକ୍ଷପଥରେ ସ୍ଥାପନ କରିପାରେ ।[୬] ଏହିପରି ଚାରୋଟି ରକେଟ୍ ପ୍ରକ୍ଷେପଣ କରଯାଇଥିଲା, ତନ୍ମଧ୍ୟରୁ ପ୍ରଥମ ପ୍ରକ୍ଷେପଣଟି ଅସଫଳ ହୋଇଥିଲା ।[୭]

ଊନ୍ନତ କୃତ୍ରିମ ଉପଗ୍ରହ (ସାଟେଲାଇଟ୍) ଉତକ୍ଷେପଣଯାନ (ଏଏସଏଲଭି , ASLV)[ସମ୍ପାଦନା]

ଏଏସଏଲଭି ଉତକ୍ଷେପଣଯାନଟି ୧୫୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନର ସାଟେଲାଇଟ୍ ନିମ୍ନ ପୃଥିବୀ କକ୍ଷପଥରେ ସ୍ଥାପନ କରିପାରେ । ଏହି ଉତକ୍ଷେପଣଯାନର ଓଜନ ୪୦ ଟନ ହୋଇଥିବବେଳେ, ଉଚ୍ଚତା ୨୪ ମିଟର।[୮] ଏହା ପାଞ୍ଚ ସୋପନ ବିଶିଷ୍ଟ କଠିନ ଇନ୍ଧନ ଇଞ୍ଜିନଦ୍ୱାରା ପରିଚାଳିତ । ମାର୍ଚ୍ଚ ୨୪, ୧୯୮୭ରେ ଏହାର ପ୍ରଥମ ପ୍ରକ୍ଷେପଣ କରାଯାଇଥିଲା । ସମୁଦାୟ ଚାରୋଟି ରକେଟ୍ ପ୍ରକ୍ଷେପଣ କରଯାଇଥିଲା, ତନ୍ମଧ୍ୟରୁ ଦୁଇଟିରେ ସଫଳତା ହାସଲ ହୋଇଥିଲା ।[୯]

ଧ୍ରୃବୀୟ ଉତକ୍ଷେପଣଯାନ (ପିଏସଏଲଭି PSLV)[ସମ୍ପାଦନା]

ପିଏସଏଲଭି ଇସ୍ରୋଦ୍ୱାରା ନିର୍ମିତ ସବୁଠାରୁ ସଫଳତମ ଉତକ୍ଷେପଣଯାନ । ଏହା ୧୭୫୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନର ପେ-ଲୋଡ୍ ବହନ କରିପାରେ । ଏହାର ଉଚ୍ଚତା ୪୪ ମିଟର । ସେପ୍ତେମ୍ବେର ୨୦, ୧୯୯୩ରେ ଏହାର ପ୍ରଥମ ପ୍ରକ୍ଷେପଣ କରାଯାଇଥିଲା । ପିଏସଏଲଭି ଯାନର କର୍ଯ୍ୟକରିତ ସୁଦୂର ପ୍ରସାରୀ । ଏହା ଚାରୋଟି ସୋପନରେ ସାଟେଲାଇଟକୁ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରିଥାଏ । ପ୍ରଥମ ସୋପାନଟି କଠିନ ଇନ୍ଧନ ଇଞ୍ଜିନଦ୍ୱାରା ପରିଚାଳିତ ଏବଂ ୬ଟି ଷ୍ଟ୍ରାପ୍-ଅନ ବୁଷ୍ଟର୍ ଏହା ସହ ସଂଯୋଜିତ । ଦ୍ୱିତୀୟ ଓ ଚତୁର୍ଥ ସୋପାନ ତରଳ ଇନ୍ଧନ ଇଞ୍ଜିନଦ୍ୱାରା ପରିଚାଳିତ ହେଉଥିବବେଳେ, ତୃତୀୟ ସୋପାନଟି କଠିନ ଇନ୍ଧନ ଇଞ୍ଜିନଦ୍ୱାରା ପରିଚାଳିତ ।[୧୦] ଫେବୃୟାରୀ ୧୫, ୨୦୧୭ରେ ପିଏସଏଲଭି ବ୍ୟବହାର କରି ସର୍ବଧିକ ୧୦୪ଟି ସାଟେଲାଇଟ୍ ଏକସଙ୍ଗେ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରାଯାଇଥିଲା ।[୧୧]

ଭୂ-ସ୍ଥିର କୃତ୍ରିମ ଉପଗ୍ରହ (ସାଟେଲାଇଟ୍) ଉତକ୍ଷେପଣଯାନ (ଜିଏସଏଲଭି, GSLV)[ସମ୍ପାଦନା]

ଜିଏସଏଲଭି ଇସ୍ରୋଦ୍ୱାରା ନିର୍ମିତ ସର୍ବବୃହତ ଉତକ୍ଷେପଣଯାନ । ଏହକୁ ଇନସାଟ୍, ଜିସାଟ୍, ଏଡୁସାଟ୍ ପରି ଓଜନିଆ ଉପଗ୍ରହ ଉତକ୍ଷେପଣ କରିବାରେ ବ୍ୟବହାର କରାଯାଇଅଛି । ଏହାର ଉଚ୍ଚତା ୪୯.୧୩ ମିଟର । ଏହା ତିନୋଟି ସୋପାନରେ ୫୦୦୦ କୋଲୋଗ୍ରାମ୍ ପର୍ଯ୍ୟନ୍ତ ଓଜନର ପେ-ଲୋଡ୍କୁ ନିମ୍ନ ପୃଥିବୀ କକ୍ଷପଥରେ ସ୍ଥାପନ କରିପାରେ । ପ୍ରଥମ ସୋପନଟି ୩ଟି ତରଳ ଇନ୍ଧନ ଇଞ୍ଜିନ୍ ଚାଳିତ ଷ୍ଟ୍ରାପ୍-ଅନ ବୁଷ୍ଟର୍ ସହ ସଂଯୁକ୍ତ । ୧୩୮ କିଲୋଗ୍ରାମ୍ ବିଶିଷ୍ଟ ପ୍ରଥମ ସୋପାନଟି କଠିନ ଇନ୍ଧନ ଇଞ୍ଜିନଦ୍ୱାରା ପରିଚାଳିତ । ଦ୍ୱିତୀୟ ସୋପାନଟି ତରଳ ଇନ୍ଧନ ଇଞ୍ଜିନଦ୍ୱାରା ପରିଚାଳିତ । ତୃତୀୟ ସୋପାନଟିରେ ଇସ୍ରୋଦ୍ୱାରା ନିର୍ମିତ ସ୍ୱଦେଶୀ କ୍ରାୟୋଜେନିକ ଇଞ୍ଜିନର ବ୍ୟବହାର କରଯାଇଛି । [୧୨] ଏପ୍ରିଲ୍ ୧୮, ୨୦୦୧ରେ ଏହାର ପ୍ରଥମ ପରୀକ୍ଷଣ ହୋଇଥିଲା । ସମୁଦାୟ ୧୩ ଥର ପରୀକ୍ଷଣ କରାଯାଇଛି, ଏବଂ ୩ ଥର ପରିକ୍ଷଣ ଅସଫଳ ହୋଇଥିଲା ।[୧୩]

ଜିଏସଏଲଭି-ଏମକେ ୩ (GSLV-III)[ସମ୍ପାଦନା]

ଜିଏସଏଲଭି-ଏମକେ ୩ ଉତକ୍ଷେପଣଯାନ ତିନୋଟି ସୋପାନରେ ୪୦୦୦ କୋଲୋଗ୍ରାମ୍ ପର୍ଯ୍ୟନ୍ତ ଓଜନର ପେ-ଲୋଡ୍ ଜିଓଷ୍ଟେସନରୀ-ଟ୍ରାନସଫର୍-ଅରବିଟ୍ (GTO) କକ୍ଷପଥରେ ସ୍ଥାପନ କରିପାରେ । ଏହାର ଉଚ୍ଚତା ୪୩ ମିଟର ଏବଂ ବ୍ୟାସର୍ଦ୍ଧ ୪ ମିଟର । ଏହାର ଇଞ୍ଜିନ୍ ସଂରଚନା ଜିଏସଏଲଭି ପରି, କିନ୍ତୁ ପ୍ରଥମ ସୋପନରେ ଦୁଇଟି କଠିନ ଇନ୍ଧନ ଇଞ୍ଜିନ୍ ଚାଳିତ ଷ୍ଟ୍ରାପ୍-ଅନ ବୁଷ୍ଟର୍ ବ୍ୟବହାର କରାଯାଇଛି ।[୧୪]

ଜିଏସଏଲଭି-ଏମକେ ୩କୁ ମାନବଯୁକ୍ତ ମହାକାଶ ଅଭିଯାନରେ ବ୍ୟବହାର କରଯିବ ।[୧୫] ଏହି ଅଭିଯାନ ସଫଳତା ଅନେକ ଜଟିଳ ପ୍ରଯୁକ୍ତି ଉପରେ ନିର୍ଭର କରେ । ଯେପରିକି କ୍ରିଉ ଏସକେପ୍‌ ବ୍ୟବସ୍ଥା, କ୍ରିଉ ମଡ୍ୟୁଲ କନଫିଗୁରେସନ୍‌, ଥର୍ମାଲ ସୁରକ୍ଷା ବ୍ୟବସ୍ଥା, ଡ଼େସିଲେରେସନ୍‌ ଏବଂ ଫ୍ଲୋଟେସନ୍‌ ବ୍ୟବସ୍ଥା, ଜୀବନ ରକ୍ଷାକାରୀ ସବ୍‌-ସିଷ୍ଟମ୍‌ ଇତ୍ୟାଦି । ଇସ୍ରୋ ଏବେ ସୁଦ୍ଧା ଏ ଦିଗରେ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶର ବିକାଶ ଓ ପରୀକ୍ଷଣ କରିସାରିଲଣି । ସ୍ପେସ୍‌ କ୍ୟାପସୁଲ୍‌ ରିକଭରୀ ଏକ୍ସପେରିମେଣ୍ଟ (ଏସ୍‌ଆର୍‌ଇ-୨୦୦୭ କ୍ରିଉ ମଡ଼୍ୟୁଲ ବାୟୁମଣ୍ଡଳୀୟ ପୁନଃପ୍ରବେଶ ପରୀକ୍ଷଣ (କେୟାର ୨୦୧୪ ଏବଂ ପ୍ୟାଡ଼୍‌ ଆବୋର୍ଟ ଟେଷ୍ଟ (୨୦୧୮) ଭଳି ପରୀକ୍ଷଣ ସେଥି ମଧ୍ୟରେ ସାମିଲ ।[୧୫] ଏ ପର୍ଯ୍ୟନ୍ତ ଜିଏସଏଲଭି-ଏମକେ ୩ ପରୀକ୍ଷଣ କରଯାଇସାରିଲାଣି ।

କୃତ୍ରିମ ଉପଗ୍ରହ ଉତକ୍ଷେପଣ କାର୍ଯ୍ୟକ୍ରମ[ସମ୍ପାଦନା]

ଆର୍ଯ୍ୟଭଟ୍ଟ- ପ୍ରଥମ ଭାରତୀୟ କୃତ୍ରିମ ଉପଗ୍ରହ

ଆର୍ଯ୍ୟଭଟ୍ଟ[ସମ୍ପାଦନା]

ଆର୍ଯ୍ୟଭଟ୍ଟ ଭାରତର ପ୍ରଥମ ପରୀକ୍ଷାମୂଳକ କୃତ୍ରିମ ଉପଗ୍ରହ। ଏହା ମହାନ ଭାରତୀୟ ଗଣିତଜ୍ଞ, ଆର୍ଯ୍ୟଭଟ୍ଟଙ୍କ ନାମରେ ନାମିତ କରାଯାଇଥିଲା । ସୋଭିଏତ ଯୁନିୟନର ସହାୟତାରେ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। [୧୬] ୧୯ ଅପ୍ରେଲ ୧୯୭୫ ମସିହାରେ ବର୍ତ୍ତମାନ ରୁଷିଆର କାପୁସ୍ତିନ ୟାର ଉତକ୍ଷେପଣ କେନ୍ଦ୍ରରୁ କସମୋସ-୩ଏମ ରକେଟ ଜରିଆରେ ଆର୍ଯ୍ୟଭଟ୍ଟ ଉପଗ୍ରହର ଉତକ୍ଷେପଣ ହେଇଥିଲା ।


ଭାସ୍କର-୧[ସମ୍ପାଦନା]

ଭାସ୍କର-୧ ଉପଗ୍ରହଟି ଜୁନ ୭, ୧୯୭୯ରେ ଏଏସଏଲଭି ଉତକ୍ଷେପଣଯାନ ଉତକ୍ଷେପଣ ହେଇଥିଲା। ଏହା ଏକ୍ ଭୂ-ପର୍ଯ୍ୟବେକ୍ଷଣକାରୀ କୃତ୍ରିମ ଉପଗ୍ରହ ।

ରୋହିଣୀ[ସମ୍ପାଦନା]

୧୯୮୦ ମସିହାରେ ଏଏସଏଲଭି ଉତକ୍ଷେପଣଯାନଦ୍ୱାରା ଏହାର ଉତକ୍ଷେପଣ କରାଯାଇଥିଲା। ଏହା ଏକ ପରୀକ୍ଷାମୂଳକ କୃତ୍ରିମ ଉପଗ୍ରହ

ଆପଲୋ[ସମ୍ପାଦନା]

୧୯୮୧ ମସିହାରେ ଇଉରୋପିୟନ ମହାକାଶ ସଂସ୍ଥା (ESA)ଦ୍ୱାରା ନିର୍ମିତ ଆରିଅନ୍ ଉତକ୍ଷେପଣଯାନଦ୍ୱାରା ଭୂ-ସ୍ଥିର କକ୍ଷରେ ସ୍ଥାପନା କରଗଲା ।

ଭାସ୍କର-୨[ସମ୍ପାଦନା]

୧୯୮୧ ମସିହାରେ ସୋଭିଏତ ଯୁନିୟନର ସହାୟତାରେ ଉତକ୍ଷେପଣ କରାଯାଇଥିଲା । ଏହା ଏକ ଭୂ-ପର୍ଯ୍ୟବେକ୍ଷଣକାରୀ କୃତ୍ରିମ ଉପଗ୍ରହ । ମହାକଶରୁ ଏହା ୨୦୦୦ରୁ ଉର୍ଦ୍ଧ୍ୱ ଚିତ୍ର ଉତ୍ତୋଳନ କରିଥିଲା ।

ଇନସାଟ୍-1B

ଇନସାଟ୍ (INSAT) ମାଳା[ସମ୍ପାଦନା]

ଇନସାଟ୍ (Indian National Satellite) ପର୍ଯ୍ୟାୟରେ ଅନେକ ବହୁମୂଖୀ ଭୂ-ସ୍ଥିର ଉପଗ୍ରହ ଉତକ୍ଷେପଣ କରାଯାଇଛି । ୧୯୮୨ ମସିହାରେ ଇନସାଟ୍-1A ନାମକ ଯୋଗଯୋଗ ଉପଗ୍ରହ ଉତକ୍ଷେପଣ କରାଯାଇଥିଲା, କିନ୍ତୁ ଏହା କକ୍ଷରେ ସ୍ଥାପନ ବିଫଳ ହେଲା ।[୧୭]

ସମୂଦାୟ ୨୯ଟି ଇନସାଟ୍ ଉପଗ୍ରହ ଇସ୍ରୋଦ୍ୱାରା ପ୍ରକ୍ଷେପଣ କରାଯାଇଛି, ତନ୍ମଧ୍ୟରୁ ୧୫ଟି ନିର୍ଦ୍ଧାରିତ କକ୍ଷରେ ସଫଳତା ପୂର୍ବକ ସ୍ଥାପନ କରାଯାଇପାରିଛି ।

ଇନସାଟ୍-3D

Jul 26, 2013

2060 Kg

Ariane-5 VA-214

Climate & Environment, Disaster Management System

ଇନସାଟ୍-3D Jul 26, 2013 2060 Kg Ariane-5 VA-214 Climate & Environment, Disaster Management System
ଇନସାଟ୍ ପର୍ଯ୍ୟାୟରେ ସଫଳତା ପୂର୍ବକ ପ୍ରକ୍ଷେପଣ କରାଯାଇଥିବା ଉପଗ୍ରହ ସମୂହ
ଉପଗ୍ରହ ପ୍ରକ୍ଷେପଣ ତାରିଖ ଓଜନ ଉତକ୍ଷେପଣ ଯାନ ବ୍ୟବହାର
ଇନସାଟ୍-3DR Sep 08, 2016 2211 kg GSLV-F05 / INSAT-3DR Climate & Environment, Disaster Management System
ଇନସାଟ୍-3D Jul 26, 2013 2060 Kg Ariane-5 VA-214 Climate & Environment, Disaster Management System
ଇନସାଟ୍-4CR Sep 02, 2007 2,130 kg GSLV-F04 / INSAT-4CR Communication
ଇନସାଟ୍-4B Mar 12, 2007 3025 Kg Ariane5 Communication
ଇନସାଟ୍-4A Dec 22, 2005 3081 Kg Ariane5-V169 Communication
ଇନସାଟ୍-3E Sep 28, 2003 2,775 Kg Ariane5-V162 Communication
ଇନସାଟ୍-3A Apr 10, 2003 2,950 Kg Ariane5-V160 Climate & Environment, Communication
ଇନସାଟ୍-3C Jan 24, 2002 2,650 Kg Ariane5-V147 Climate & Environment, Communication
ଇନସାଟ୍-3B Mar 22, 2000 2,070 Kg Ariane-5G Communication
ଇନସାଟ୍-2E Apr 03, 1999 2,550 Kg Ariane-42P H10-3 Communication
ଇନସାଟ୍-2C Dec 07, 1995 2106 Kg Ariane-44L H10-3 Communication
ଇନସାଟ୍-1D Jun 12, 1990 Delta 4925 Communication
ଇନସାଟ୍-2B Jul 23, 1993 1906 kg Ariane-44L H10+ Communication
ଇନସାଟ୍-2A Jul 10, 1992 1906 kg Ariane-44L H10 Communication
ଇନସାଟ୍-1B Aug 30, 1983 Shuttle [PAM-D] Communication

ଜିସାଟ୍ (GSAT) ମାଳା[ସମ୍ପାଦନା]

ଜିସାଟ୍ ପର୍ଯ୍ୟାୟରେ ଇସ୍ରୋଦ୍ୱାରା ଅନେକ ଗୁଡିଏ ଭୂ-ସ୍ଥିର ଉପଗ୍ରହ ଉତକ୍ଷେପଣ କରାଯାଇଛି । ଏଗୁଡିକ ଇନସାଟ୍ ଠାରୁ ଓଜନିଆ ଏବଂ ମୂଖ୍ୟତଃ ଧ୍ୱନି, ଭିଡିଓ ତଥା ତଥ୍ୟ ଆଦାନପ୍ରଦାନ କ୍ଷେତ୍ରରେ ବ୍ୟବହୃତ ହେଉଛି । ପ୍ରଥମ ଜିସାଟ୍-୧ ସାଟେଲାଇଟ୍ ୧୮, ଅପ୍ରେଲ୍ ୨୦୦୧ରେ ଉତକ୍ଷେପଣ କରାଯାଇଥିଲା ।


ଜିସାଟ୍ ପର୍ଯ୍ୟାୟରେ ସଫଳତା ପୂର୍ବକ ପ୍ରକ୍ଷେପଣ କରାଯାଇଥିବା ଉପଗ୍ରହ ସମୂହ
ଉପଗ୍ରହ ପ୍ରକ୍ଷେପଣ ତାରିଖ ଓଜନ ଉତକ୍ଷେପଣ ଯାନ ବ୍ୟବହାର
ଜିସାଟ୍-31 Feb 06, 2019 2535 kg Ariane-5 (VA 247) communication satellite
ଜିସାଟ୍-7A Dec 19, 2018 GSLV-F11 / ଜିସାଟ୍-7A Mission Communication
ଜିସାଟ୍-11 Mission Dec 05, 2018 5854 kg Ariane-5 VA-246 Communication
ଜିସାଟ୍-29 Nov 14, 2018 3423 kg GSLV Mk III-D2 / ଜିସାଟ୍-29 Mission Communication
ଜିସାଟ୍-6A Mar 29, 2018 GSLV-F08/ଜିସାଟ୍-6A Mission Communication
ଜିସାଟ୍-17 Jun 29, 2017 3477 kg Ariane-5 VA-238 Communication
ଜିସାଟ୍-19 Jun 05, 2017 3136 Kg GSLV Mk III-D1/ଜିସାଟ୍-19 Mission Communication
ଜିସାଟ୍-9 May 05, 2017 2230 kg GSLV-F09 / ଜିସାଟ୍-9 Communication
ଜିସାଟ୍-18 Oct 06, 2016 3404 kg Ariane-5 VA-231 Communication
ଜିସାଟ୍-15 Nov 11, 2015 3164 kg Ariane-5 VA-227 Communication, Navigation
ଜିସାଟ୍-6 Aug 27, 2015 2117 kg GSLV-D6 Communication
ଜିସାଟ୍-16 Dec 07, 2014 3181.6 kg Ariane-5 VA-221 Communication
ଜିସାଟ୍-14 Jan 05, 2014 1982 kg GSLV-D5/ଜିସାଟ୍-14 Communication
ଜିସାଟ୍-7 Aug 30, 2013 2650 kg Ariane-5 VA-215 Communication
ଜିସାଟ୍-10 Sep 29, 2012 3400 kg Ariane-5 VA-209 Communication, Navigation
ଜିସାଟ୍-12 Jul 15, 2011 1410 kg PSLV-C17/ଜିସାଟ୍-12 Communication
ଜିସାଟ୍-8 May 21, 2011 3093 kg Ariane-5 VA-202 Communication, Navigation
ଜିସାଟ୍-2 May 08, 2003 1800 Kg GSLV-D2 / ଜିସାଟ୍-2 Communication
ଜିସାଟ୍-1 Apr 18, 2001 1530 Kg GSLV-D1 / ଜିସାଟ୍-1 Communication

ଭାରତୀୟ ଦୂର-ସଂବେଦୀ ସାଟେଲାଇଟ୍ (IRS) ମାଳା[ସମ୍ପାଦନା]

୧୯୮୮ ମସିହା ମାର୍ଚ୍ଚ ୧୭ ତାରିଖରେ ଇସ୍ରୋ ଦୂର-ସଂବେଦୀ ସାଟେଲାଇଟ୍ ଆଇଆରଏସ୍-୧ଏ (IRS-1A) ମହାକାଶକୁ ପ୍ରକ୍ଷେପଣ କରିଥିଲା ।

ଭାରତୀୟ ଦୂର-ସଂବେଦୀ ସାଟେଲାଇଟ୍ ମାଳା
ଉପଗ୍ରହ ପ୍ରକ୍ଷେପଣ ତାରିଖ ଓଜନ ଉତକ୍ଷେପଣ ଯାନ କକ୍ଷ ବ୍ୟବହାର
ଆଇଆରଏସ୍-P6 / ରିସୋର୍ସସଟ୍-1 Oct 17, 2003 1360 kg PSLV-C5 /RESOURCESAT-1 SSPO Earth Observation
ଓସେନସାଟ୍(ଆଇଆରଏସ୍-P4) May 26, 1999 1050 kg PSLV-C2/IRS-P4 SSPO Earth Observation
ଆଇଆରଏସ୍-1D Sep 29, 1997 1250kg PSLV-C1 / IRS-1D SSPO Earth Observation
ଆଇଆରଏସ୍-P3 Mar 21, 1996 920 kg PSLV-D3 / IRS-P3 SSPO Earth Observation
ଆଇଆରଏସ୍-1C Dec 28, 1995 1250 kg Molniya SSPO Earth Observation
ଆଇଆରଏସ୍-P2 Oct 15, 1994 804 kg PSLV-D2 SSPO Earth Observation
ଆଇଆରଏସ୍-1E Sep 20, 1993 846 kg PSLV-D1 LEO Earth Observation
ଆଇଆରଏସ୍-1B Aug 29, 1991 975 kg Vostok SSPO Earth Observation
ଆଇଆରଏସ୍-1A Mar 17, 1988 975 kg Vostok SSPO Earth Observation
ଆଇଆରଏନଏସଏସ କାର୍ଯ୍ୟ ପରିସର

ଭାରତୀୟ ଦିଗସୂଚକ ଉପଗ୍ରହ ପ୍ରଣାଳୀ (IRNSS)[ସମ୍ପାଦନା]

୧୯୯୯ କାରଗିଲ ଯୁଦ୍ଧ ପରେ ଭାରତ ନିଜସ୍ୱ ଦିଗସୂଚକ ପ୍ରଣାଳୀ (Navigation system)ର ଆବଶ୍ୟକତା ପଡିଲା । ଭାରତୀୟ ଦିଗସୂଚକ ଉପଗ୍ରହ ପ୍ରଣାଳୀ (ଇଂରାଜୀ: Indian Regional Navigational Satellite System) ଇସ୍ରୋଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ ସ୍ୱୟଂଶାସିତ ଆଞ୍ଚଳିକ ଦିଗସୂଚକ ପ୍ରଣାଳୀ । ମତ୍ସ୍ୟଜୀବି ମାନଙ୍କୁ ସମର୍ପଣ କରିବା ଉଦ୍ଦେଶ୍ୟରେ ଏହାର ବ୍ୟବହାରିକ ନାମକୁ ନାବିକ (NavIC) ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ[୧୮]

ଦିଗସୂଚକ ପ୍ରଣାଳୀ ଭାରତ ବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକା (ଜିପିଏସ୍), ଋଷ୍ (ଗ୍ଲୋନାସ୍), ଇଉରୋପୀୟ ସଂଘ (ଗାଲିଲିଓ) ଓ ଚୀନ୍ (ବାଇଡୁ)ଦ୍ୱାରା ପୁର୍ବରୁ ବିକାଶ କରାଯାଇଛି ।[୧୯] ଜିପିଏସ୍ ଓ ବାଇଡୁ ସାରା ବିଶ୍ୱରେ ବ୍ୟବହାରକାରୀଙ୍କୁ ସେବା ପ୍ରଦାନ କରୁଥିବାବେଳେ ଗ୍ଲୋନାସ୍, ଗାଲିଲିଓ ପରି ନାବିକର ସୀମିତ ପରିସର କାର୍ଯ୍ୟରେ ଉପଲବ୍ଧ ହେବ । ଭାରତ ତଥା ଏହାର ସୀମାରୁ ୧୫୦୦ କିଲୋମିଟର ଦୂରତା ମଧ୍ୟରେ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଏହି ବ୍ୟବସ୍ଥାର ବ୍ୟବହାରକାରୀଙ୍କୁ ସଠିକ ସ୍ଥାନର ସୂଚନା ମିଳିପାରିବ । ପୃଥିବୀ ପୃଷ୍ଠରୁ ଏହି ସୂଚନା ପାଇବା ପାଇଁ ଟ୍ରାଇଙ୍ଗୁଲେସ୍ନ୍ (Triangulation) ଆଲଗୋରିଦମର ବ୍ୟବହାର କରଯାଏ । ଏହି ଆଲଗୋରିଦମରେ ଏକ ନିର୍ଦ୍ଧିଷ୍ଟ ପରିସୀମାରେ ନିକଟବର୍ତ୍ତି ଅନ୍ୟ ୩ଟି ସ୍ଥାନର ଅବସ୍ଥିତିର ସୂଚନାକୁ ବ୍ୟବହାର କରି କୈଣସି ସ୍ଥାନର ସଠିକ ଅବସ୍ଥିତିକୁ ଅନୁମାନ କରାଯାଇପାରେ । କିନ୍ତୁ ପୃଥିବୀର ଗୋଲାକାର ଆକାର ଯୋଗୁଁ ନାବିକ ପ୍ରଣାଳି କାର୍ଯ୍ୟକରିବା ପାଇଁ ଅତିକମରେ ୪ଟି ଉପଗ୍ରହ ଦରକାର । ପୃଥିବୀପୃଷ୍ଠରୁ ପ୍ରାୟ ୩୬୦୦୦ କିଲୋମିଟର ଊର୍ଦ୍ଧ କକ୍ଷପଥରେ ୮ଟି କୃତ୍ରିମ ଉପଗ୍ରହର ଏକ ଉପଗ୍ରହ ପୁଞ୍ଜ ବା ଉପଗ୍ରହ ମଣ୍ଡଳୀ ଏହି ପ୍ରଣାଳୀରେ ଅନ୍ତର୍ଭୁକ୍ତ ।


ଆଇଆରଏନଏସଏସ ପ୍ରଣାଳୀ ଅନ୍ତର୍ଗତ ପ୍ରକ୍ଷେପଣ କରାଯାଇଥିବା ଉପଗ୍ରହ ସମୂହ
ଉପଗ୍ରହ ପ୍ରକ୍ଷେପଣ ତାରିଖ ଓଜନ ଉତକ୍ଷେପଣ ଯାନ କକ୍ଷ
ଆଇଆରଏନଏସଏସ-1I Apr 12, 2018 1425 kg PSLV-C41/IRNSS-1I GSO
ଆଇଆରଏନଏସଏସ-1G Apr 28, 2016 1425 kg PSLV-C33/IRNSS-1G GEO
ଆଇଆରଏନଏସଏସ-1F Mar 10, 2016 1425 kg PSLV-C32/IRNSS-1F GEO
ଆଇଆରଏନଏସଏସ-1E Jan 20, 2016 1425 kg PSLV-C31/IRNSS-1E GSO
ଆଇଆରଏନଏସଏସ-1D Mar 28, 2015 1425 kg PSLV-C27/IRNSS-1D GSO
ଆଇଆରଏନଏସଏସ-1C Oct 16, 2014 1425 kg PSLV-C26/IRNSS-1C GEO
ଆଇଆରଏନଏସଏସ-1B Apr 04, 2014 1432 kg PSLV-C24/IRNSS-1B GSO
ଆଇଆରଏନଏସଏସ-1A Jul 01, 2013 1425 kg PSLV-C22/IRNSS-1A GSO

ପ୍ରତ୍ୟେକ ଉପଗ୍ରହରେ ନୈସଂଚାଳନ ଉପକରଣ, ପରମାଣୁ ଘଡ଼ି, ସି-ବ୍ୟାଣ୍ଡ ଟ୍ରାନ୍ସପଣ୍ଡର ଆଦି ଖଚିତ । ପ୍ରତି ଉପଗ୍ରହରେ ୩ଟି ଲେଖାଏଁ ରୁବିଡିୟମ୍ ଘଡ଼ି ବ୍ୟବହାର କରଯାଇଛି । ପ୍ରତି ଉପଗ୍ରହର କର୍ଯ୍ୟକାଳ ୧୦ ବର୍ଷ ଏବଂ ଏମାନଙ୍କ ନିୟନ୍ତ୍ରଣ ହସାନ୍ ସ୍ଥିତ ମୂଖ୍ୟ ନିୟନ୍ତ୍ରଣ କେନ୍ଦ୍ରରୁ କରାଯାଏ ।[୨୦]

ମହାକାଶଚାରୀ ପ୍ରେରଣ[ସମ୍ପାଦନା]

ISRO's human spaceflight displayed at 6th Bangalore Space Expo 2018, 6-8 September 2018
ଇସ୍ରୋଦ୍ୱାରା ମହାକାଶଚାରୀଙ୍କ ପାଇଁ ନିର୍ମିତ ପୋଷାକ

୧୯୮୪ ମସିହା ଏପ୍ରିଲ ମାସରେ ସୋଭିଏତ ୟୁନିୟନ ସହାୟତାରେ ରାକେଶ ଶର୍ମା ପ୍ରଥମ ଭରତୀୟ ମହାକାଶଚାରୀ ଭାବେ ମହାକାଶଯାନରେ ୮ ଦିନ ବିଚରଣ କରିଥିଲେ ।[୨୧]

ନଭେମ୍ବର ୦୭, ୨୦୦୬ ମସିହାରେ ମାନବଯୁକ୍ତ ମହାକାଶ ଅଭିଯାନ ପାଇଁ ଇସ୍ରୋ ବୈଜ୍ଞାନିକ ମାନେ ବେଙ୍ଗାଲୁରୁଠାରେ ପ୍ରଥମ ବୈଠକ କରିଥିଲେ ।[୨୨] ଏହି ଅଭିଯାନରେ ମାନବବାହୀ ଯାନ ନିର୍ମାଣ ଏକ ଜଟିଳ ତଥା ଗୁରୁତ୍ୱପୁର୍ଣ୍ଣ ପର୍ଯ୍ୟାୟ । ଜୁଲାଇ ୦୫, ୨୦୧୮ରେ ଇସ୍ରୋ କ୍ରିଉ ଏସ୍‌କେପ୍‌ ସିଷ୍ଟମ୍ (Crew Escape System)ର ସଫଳ ପରୀକ୍ଷଣ କରିଥିଲା ।[୨୩] ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫, ୨୦୧୮ରେ ପ୍ରଥମ ମହାକାଶଚାରୀ ପ୍ରେରଣ ମିଶନ ବିଷୟରେ ସୂଚନା ଦେଇଥିଲେ । ସ୍ୱାଧୀନତା ଦିବସର ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ ୨୦୨୨ସୁଦ୍ଧା ନିଜସ୍ୱ ମାନବଯୁକ୍ତ ମହାକାଶ ଅଭିଯାନକୁ ସାକାର କରିବାକୁ ଆହ୍ୱାନ ଦେଇଥିଲେ ।[୨୪] ମାନବଯୁକ୍ତ ମହାକାଶ ଅଭିଯାନରେ ୨୦୨୨ ସୁଦ୍ଧା ୩ ଜଣ ମହାକାଶଚାରୀ ମହାକାଶ ଯାତ୍ରା କରି ମହାକାଶରେ ୭ ଦିନ ଧରି ଅନୁଧ୍ୟାନ କରିବାର ଇସ୍ରୋଦ୍ୱାରା ଯୋଜନା କରାଯାଇଛି । ଭାରତୀୟ ମାନବଯୁକ୍ତ ମହାକାଶ ଅଭିଯାନ କାର୍ଯ୍ୟକ୍ରମର ନାମ 'ଗଗନାୟନ ମିଶନ' ରଖାଯାଇଛି ।[୨୫] ଏନେଇ ୧୦ ହଜାର କୋଟି ଟଙ୍କାର ବଜେଟକୁ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ (ଭାରତ ସରକାର) ଅନୁମୋଦନ କରିଛି ।[୨୬] ନାସା ଏବଂ ଋଷ୍ ଦ୍ୱରା ପ୍ରେରିତ ମହାକାଶଚାରୀ ମାନଙ୍କୁ ଯଥାକ୍ରମେ ଆଷ୍ଟ୍ରୋନଟ ଓ କସ୍ମୋନଟ୍ କୁହାଯାଉଥିବବେଳେ, ଇସ୍ରୋ ଏହାର ମହାକାଶଚାରୀ ଦଳର ନାମ `ଭ୍ୟୋମନଟ` (vyomanaut) ରଖିବାକୁ ଯାଉଥିବା ମଧ୍ୟ ଜଣାପଡିଛି । ଭ୍ୟୋମନଟ ସଂସ୍କୃତ ଶବ୍ଦରୁ ଉଦୃତ ଭ୍ୟୋମ ଯାହାର ଅର୍ଥ ହେଉଛି ଅନ୍ତରୀକ୍ଷ । ବେଙ୍ଗାଲୁରୁରେ ଆୟୋଜିତ ସ୍ପେଶ୍‌ ଏକ୍ସପୋରେ ଇସ୍ରୋ ପକ୍ଷରୁ ମହାକାଶ ଯାତ୍ରୀଙ୍କ ପୋଷାକ ଏବଂ କ୍ରିଉ ଏସ୍‌କେପ୍‌ ମଡେଲ ପ୍ରଦର୍ଶିତ କରାଯାଇଥିଲା ।[୨୭]

୨୦୩୦ ମଧ୍ୟରେ ମହାକାଶରେ ଭାରତର ନିଜସ୍ୱ ସ୍ପେସ୍‌ ଷ୍ଟେସନ୍‌ (ମହାକାଶ କେନ୍ଦ୍ର) ନିର୍ମାଣ କରିବାର ଲକ୍ଷ ରଖିଛି ବୋଲି (ଇସ୍ରୋ) ଅଧ୍ୟକ୍ଷ କେ. ଶିବନ ସୂଚନା ଦେଇଛନ୍ତି।[୨୮] ଏହି ସ୍ପେସ ଷ୍ଟେସନ ପ୍ରତିଷ୍ଠା ପରେ ଭାରତର ଅନ୍ତରୀକ୍ଷ ଯାତ୍ରୀ ୧୫-୨୦ ଦିନ ମହାକାଶରେ ବିତେଇ ପାରିବେ। ଏବେ ସୁଦ୍ଧା କେବଳ ଆମେରିକା, ରୁଷ୍‌ ଏବଂ ଚୀନ୍‌ ହିଁ ସ୍ପେସ୍‌ ଷ୍ଟେସନ ନିର୍ମାଣ କରିଛନ୍ତି। ଅନ୍ୟ ରାଷ୍ଟ୍ରମାନେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନର ବ୍ୟବହାର କରୁଛନ୍ତି। ସ୍ପେସ୍‌ ଷ୍ଟେସନ ପ୍ରକଳ୍ପ ଗଗନଯାନ ମିସନ୍‌ର ପରିବର୍ଦ୍ଧିତ କାର୍ଯ୍ୟକ୍ରମ ହେବ।

ଅର୍ନ୍ତଗ୍ରହ ଅଭିଯାନ[ସମ୍ପାଦନା]

ଚନ୍ଦ୍ରଯାନ-୧

ଚନ୍ଦ୍ରଯାନ-୧[ସମ୍ପାଦନା]

ଚନ୍ଦ୍ରଯାନ-୧ ଚନ୍ଦ୍ର ଅଭିମୁଖେ ଭାରତର ପ୍ରଥମ ଅଭିଯାନ ଥିଲା । ୨୦୦୮ ମସିହା ଅକ୍ଟୋବର ୨୨ ତାରିଖ ସକାଳ ୬ଟା ୨୨ ମିନିଟରେ ଶ୍ରୀହରିକୋଟାର ସତୀଶ ଧବନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୧୧ଦ୍ୱାରା ଏହି ଯାନର ପ୍ରକ୍ଷେପଣ କରାଯାଇଥିଲା ।[୨୯] ସମୂଦାୟ ୧୧ଟି ଯନ୍ତ୍ରାଶଂ (ପେଲୋଡ୍) ରକେଟ୍ର ଓଜନ ପଖାପାଖି ୧୩୮୦ କେଜି ଥିଲା। ପେଲୋଡ୍ ମଧ୍ୟରୁ ୫ଟି ଭାରତର ଥିବା ବେଳେ ୬ଟି ବିଦେଶୀ ପେଲୋଡ୍ ଥିଲା। ଅଧିକାଶଂ ପେଲୋଡ୍ ଅର୍ବିଟର୍‌ ସହ ସଂଯୁକ୍ତ ହୋଇ ଚନ୍ଦ୍ର ଚାରିପଟେ ପ୍ରଦକ୍ଷଣ କରିଥିଲେ। ପେଲୋଡ୍ ଗୁଡିକରେ ଲୁନାର୍-ଇମ୍ପାକ୍ଟର୍ ଏକ ମହତତ୍ତ୍ୱପୂର୍ଣ୍ଣ ପେଲୋଡ୍। ଏହା ଅର୍ବିଟର୍‌ରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠକୁ ଓହ୍ଲାଇଥିଲା।

ନଭେମ୍ବର ୮, ୨୦୦୮ରେ ଏହି ଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା। ନଭେମ୍ବର ୧୪ ତରିଖରେ ଭାରତୀୟ ସମୟ ୮:୩୦ମିନିଟ୍ରେ ଅର୍ବିଟର୍‌ରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠକୁ ଗତି କରିଥିଲା। ପାଖାପାଖି ୨୫ ମିନିଟର ଯାତ୍ରା ସମୟରେ ଚନ୍ଦ୍ରପୃଷ୍ଠର ଅନେକ ଚିତ୍ର ଉତ୍ତୋଳନ କରିବା ସହ ଅନେକ ତଥ୍ୟ ସଂଗ୍ରହ କରିଥିଲା। ଚନ୍ଦ୍ରପୃଷ୍ଠରେ ଆଘାତ ପରେ ଇମ୍ପାକ୍ଟର୍ଟି ନଷ୍ଟ ହୋଇଯାଇଥିଲା।[୩୦] ଯାନ୍ତ୍ରିକ ତ୍ରୁଟି ଦେଖାଯିବା ସହ ୨୦୦୯ ଅଗଷ୍ଟ ୨୮ରେ ରେଡିଓ ସଙ୍କେତ ଦେବା ବନ୍ଦ କରି ଦେଇଥିଲା । ଏହାର କିଛି ସମୟ ପରେ ମିଶନ୍‌ ଶେଷ ହୋଇଥିବା ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଥିଲା । କିନ୍ତୁ ସେହି ସମୟରେ ‘ଚନ୍ଦ୍ରଯାନ ୧’ ୯୫% ଲକ୍ଷ୍ୟ ପୂରଣ କରି ସାରିଥିଲା ।

ଉତ୍‌କ୍ଷେପଣ କରାଯିବାର ୧୦ ବର୍ଷ ପରେ ଚନ୍ଦ୍ରଯାନ-୧ରୁ ପ୍ରାପ୍ତ ତଥ୍ୟର ଅନୁସନ୍ଧାନ ପରେ ଆମେରିକା ମହାକାଶ ଗବେଷଣା ସଂସ୍ଥାର ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ବରଫ ଅବସ୍ଥାରେ ଜଳ ଉପସ୍ଥିତ ଥିବା ଦାବି କରିଛନ୍ତି ।[୩୧][୩୨]

ମଙ୍ଗଳଯାନ-୧

ମଙ୍ଗଳଯାନ-୧[ସମ୍ପାଦନା]

ମଙ୍ଗଳଯାନ ମଙ୍ଗଳ ଗ୍ରହ ଅଭିମୁଖେ ଭାରତର ପ୍ରଥମ ଅଭିଯାନ ଥିଲା । ୨୦୧୩ ମସିହା ନଭେମ୍ବର ୫ ତାରିଖ ଅପରାହ୍ନ ୨ଟା ୩୮ ମିନିଟରେ ଶ୍ରୀହରିକୋଟାର ସତୀଶ ଧବନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୨୫ଦ୍ୱାରା ଏହି ଯାନର ପ୍ରକ୍ଷେପଣ କରାଯାଇଥିଲା ।[୩୩] ପୃଥିବୀ କକ୍ଷପଥରେ ପାଖାପାଖି ଏକ ମାସ ସମୟ ଅତିବାହିତ କଲାପରେ ୩୦ ନଭେମ୍ବର ୨୦୧୩ରେ ଏହି ଯାନ ମଙ୍ଗଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଦୀର୍ଘ ୨୯୮ ଦିନର ଯାତ୍ରା ପରେ ୨୪ ସେପ୍ଟେମ୍ବର ୨୦୧୪ରେ ସଫଳତାର ସହ ମଙ୍ଗଳ ଗ୍ରହର କକ୍ଷପଥରେ ଅନୁପ୍ରବେଶ କରି ମଙ୍ଗଳଯାନ ଆନ୍ତର୍ଗ୍ରହ ମହାକାଶ ଯାତ୍ରା ଇତିହାସରେ ପ୍ରଥମ ପ୍ରଚେଷ୍ଟାରେ ସଫଳ ହୋଇଥିବା ପ୍ରଥମ ଅଭିଯାନର ଖ୍ୟାତି ଲାଭ କଲା ।

ଚନ୍ଦ୍ରଯାନ-୨[ସମ୍ପାଦନା]

ଚନ୍ଦ୍ରଯାନ-୧ର ସଫଳତା ପରେ ୨୦୧୯ ମସିହାରେ ଚନ୍ଦ୍ର ଅଭିମୁଖେ ଦ୍ୱିତୀୟ ଅଭିଯାନ ଚନ୍ଦ୍ରଯାନ-୨ ପ୍ରକ୍ଷେପଣ କରିବାକୁ ଇସ୍ରୋଦ୍ୱାରା ଘୋଷଣା କରାଯାଇଥିଲା। [୩୪] ଚନ୍ଦ୍ରଯାନ-୨ରେ ୩ଟି ଅଂଶ ବା ମଡ୍ୟୁଲ ରହିଛି। ସେଗୁଡିକ ହେଉଛି ମୁନ୍-ଅର୍ବିଟର୍‌, ମୁନ୍-ଲ୍ୟାଣ୍ଡର୍‌-ବିକ୍ରମ ଓ ମୁନ୍-ରୋବର୍‌-ପ୍ରଜ୍ଞାନ। ରୋଭର (ପ୍ରଜ୍ଞାନ) ୧ ମିଟର ଲମ୍ବ ଏବଂ ୨୫ କେଜି ଓଜନର। ଏହି ମହାକାଶ ଯାନର ମୋଟ ଓଜନ ୩.୮୮ ଟନ୍‌ ବୋଲି ଜଣାପଡ଼ିଛି। ସାଇଣ୍ଟିଫିକ୍‌ ପେଲୋଡ୍‌ ସହିତ ଅର୍ବିଟର ଚନ୍ଦ୍ର ଚାରିପଟେ ପ୍ରଦିକ୍ଷଣ କରିବ। ଏହାପରେ ନିର୍ଦ୍ଧାରିତ ସ୍ଥାନରେ ଲ୍ୟାଣ୍ଡର ରୋଭରକୁ ଅବସ୍ଥାପିତ କରିବ। ଏହାପରେ ରୋଭର ଚନ୍ଦ୍ରପୃଷ୍ଠରେ ବୈଜ୍ଞାନିକ ପରୀକ୍ଷଣ ଆରମ୍ଭ କରିବ। ଲ୍ୟାଣ୍ଡର ଏବଂ ଅର୍ବିଟର ଉପରେ ମଧ୍ୟ କିଛି ବୈଜ୍ଞାନିକ ଇନ୍‌ଷ୍ଟ୍ରୁମେଣ୍ଟ ପରୀକ୍ଷଣ ଜାରି ରଖିବ।

ବିଭିନ୍ନ ସମସ୍ୟା ଯୋଗୁଁ ଚନ୍ଦ୍ରଯାନ-୨ ପ୍ରକ୍ଷେପଣ ବାରମ୍ବାର ସ୍ଥଗିତ କରାଯାଇଥିଲା। [୩୫] ୨୦୧୯ ଜୁଲାଇ ୧୫ ତାରିଖ ରାତି ୨ଟା ୫୧ ମିନିଟରେ ଚନ୍ଦ୍ରଯାନ-୨ ଜିଏସଏଲଭି-ଏମକେ ୩ଦ୍ୱାରା ଲଞ୍ଚ କରାଯିବ ବୋଲି ଭାରତୀୟ ଗବେଷଣା କେନ୍ଦ୍ର(ଇସ୍ରୋ) ପକ୍ଷରୁ ଘୋଷଣା କରାଯାଇଛି।

ମଙ୍ଗଳଯାନ-୨[ସମ୍ପାଦନା]

ମଙ୍ଗଳଯାନ ୨ ହେଉଛି ଭାରତର ଦ୍ୱିତୀୟ ମଙ୍ଗଳ ଗ୍ରହ ଉଦ୍ଦେଶ୍ୟରେ ୨୦୨୨-୨୦୨୩ ମସିହା ମଧ୍ୟରେ ହେବାକୁ ଯାଉଥିବା ମିଶନ ।[୩୬] ଏହି ଥର ଯାନଟି ମଙ୍ଗଳ ଗ୍ରହର ଆହୁରି ପାଖକୁ ଯାଇ ଛବି ଉତ୍ତୋଳନ କରିବାକୁ ଚେଷ୍ଟା କରିବ ।


ମହାକାଶ ବିଜ୍ଞାନ[ସମ୍ପାଦନା]

ଏହାର ସ୍ଥାପନା ସମୟରେ ଇସ୍ରୋ ସାଉଣ୍ଡିଙ୍ଗ୍ ରକେଟ୍‌ରେ ବିଜ୍ଞାନ ଉପକରଣ ରଖି ଉପର ବାୟୁମଣ୍ଡଳର ଅଧ୍ୟୟନ କରିଥିଲା । ୧୯୭୫ରେ ପ୍ରକ୍ଷେପଣ କରଯାଇଥିବା ଉପଗ୍ରହ ଆର୍ଯ୍ୟଭଟ୍ଟରେ ଏକ ରଞ୍ଜନ-ରଶ୍ମୀ (X-ray) କ୍ୟାମେରା ଥିଲା । ୧୯୯୪ରେ ପ୍ରକ୍ଷେପଣ କରଯାଇଥିବା ଉପଗ୍ରହ ସ୍ରୋସ୍-ସି୨ରେ ଗାମା ରଶ୍ମୀ ବିସ୍ଫୋଟ୍ ଯନ୍ତ୍ର ଥିଲା, ଯାହା ୨୦ଟି ବିସ୍ଫୋଟ୍ ଠାବ କରିଥିଲା ।୧୯୯୬ରେ ପ୍ରକ୍ଷେପଣ କରଯାଇଥିବା ଆଇଆରଏସ୍-ପି୩ ଉପଗ୍ରହ ରଞ୍ଜନ-ରଶ୍ମୀ ନିର୍ଗତ କରୁଥିବା ଅନେକ ଯୁଗ୍ମ ନକ୍ଷତ୍ର, ପଲସାର୍, କୃଷ୍ଣଗର୍ତ୍ତର ପର୍ଯ୍ୟବେକ୍ଷ୍ୟଣ ଓ ଅଧ୍ୟୟନ କରଯୈଥିଲା । ଭାରତୀୟ ମହାକାଶ ପର୍ଯ୍ୟବେକ୍ଷଣାଗାର କୁହାଯାଉଥିବା ଆଷ୍ଟ୍ରୋସାଟ୍କୁ ୨୦୧୫ରେ ପ୍ରକ୍ଷେପଣ କରଯାଇଥିଲା । ଏହା ଅନେକ ଗୁଡିଏ ମହତ୍ତ୍ୱପୁର୍ଣ୍ଣ ମହାଜଗତିକ ଘଟଣାର ସୂଚନା ପ୍ରଦନ କରିଛି ।

ଭବିଷ୍ୟତ କାର୍ଯ୍ୟକ୍ରମ[ସମ୍ପାଦନା]

ଭବିଷ୍ୟତରେ ଇସ୍ରୋ ଅନେକ ଗୁଡିଏ ଭୂ-ପର୍ଯ୍ୟବେକ୍ଷଣକାରୀ ଉପଗ୍ରହ ପ୍ରକ୍ଷେପଣ କରିବାର ଯୋଜନା ରହିଛି । ମାନବଯୁକ୍ତ ମହାକାଶ ଅଭିଯାନ ପାଇଁ ମହାକଶ ବିମାନ ନିର୍ମାଣ, ସୂର୍ଯ୍ୟ, ଚନ୍ଦ୍ର ତଥା ମଙ୍ଗଳ ପରି ପୃଥିବୀ ନିକଟବର୍ତ୍ତି ଖଗୋଳିୟ ପିଣ୍ଡକୁ ପର୍ଯ୍ୟବେକ୍ଷଣକାରୀ ଯାନର ପ୍ରରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଆଧାର[ସମ୍ପାଦନା]

  1. "ISRO Website". Retrieved ୧୬ ନଭେମ୍ବର ୨୦୧୯. Check date values in: |access-date= (help)
  2. "Notes on Demands for Grants,୨୦୧୮-୨୦୧୯" (PDF). Retrieved ୧୬ ନଭେମ୍ବର ୨୦୧୮. Check date values in: |access-date= (help)
  3. ୩.୦ ୩.୧ ୩.୨ https://www.isro.gov.in/about-isro/vision-and-mission-statements
  4. "PSLV-C37 Successfully Launches 104 Satellites in a Single Flight".
  5. "PSLV-C25/Mars Orbiter Mission - ISRO".
  6. https://www.isro.gov.in/launcher/slv-3e2
  7. https://www.isro.gov.in/launchers/list-of-slv-launches
  8. https://www.isro.gov.in/launchers/aslv
  9. https://www.isro.gov.in/launchers/list-of-aslv-launches
  10. https://www.isro.gov.in/launchers/pslv
  11. https://odishatime.com/%E0%AC%B0%E0%AD%87%E0%AC%95%E0%AC%B0%E0%AD%8D%E0%AD%9C-%E0%AC%8F%E0%AC%95%E0%AC%B8%E0%AC%99%E0%AD%8D%E0%AC%97%E0%AC%B0%E0%AD%87-%E0%AC%AE%E0%AC%B9%E0%AC%BE%E0%AC%95%E0%AC%BE%E0%AC%B6%E0%AC%95/
  12. https://economictimes.indiatimes.com/definition/gslv
  13. https://www.isro.gov.in/launchers/gslv
  14. "GSLV Mk III - ISRO". www.isro.gov.in. Retrieved 2019-02-04.
  15. ୧୫.୦ ୧୫.୧ "ଗଗନଯାନରେ ୨୦୨୨ରେ ମହାକାଶକୁ ଯିବେ ତିନି ଭାରତୀୟ, ୨୦୧୯ ଜାନୁଆରୀ ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୨". Odishanext.com (in ଇଂରାଜୀ). Retrieved 2019-02-04.
  16. https://www.isro.gov.in/Spacecraft/aryabhata-1
  17. https://www.isro.gov.in/Spacecraft/insat-1a
  18. "IRNSS Launch: PM Modi Names New Navigation System As 'NAVIC'". NDTV.com. Retrieved 2019-02-03.
  19. "IRNSS and Other Satellite Navigation Systems: Key Differences - General Knowledge Today" (in ଇଂରାଜୀ). Retrieved 2019-02-03.
  20. ଫତେସିଂହ, ହିମାସୁଂ ଶେଖର (December 01, 2017). "ଭାରତର ନିଜସ୍ୱ ଜିପିଏସ୍- ନାବିକ୍". ବିଜ୍ଞାନ ଦିଗନ୍ତ. Check date values in: |date= (help)
  21. http://www.samajalive.in/gaganyan/52258.html
  22. https://www.isro.gov.in/update/07-nov-2006/scientists-discuss-indian-manned-space-mission
  23. https://www.isro.gov.in/update/05-jul-2018/successful-flight-testing-of-crew-escape-system-technology-demonstrator
  24. http://sambad.in/india-and-beyond/gaganayan-avhiyana-217770/
  25. https://groundzerolive.com/3-indians-to-spend-7-days-in-space/
  26. http://m.khabarodisha.com/Khabar-Odisha-Special-and-Odisha-News-Detail/3-Indians-To-Spend-7-days-In-Space-In-Rs-10000-Crore-Gaganyaan-Plan-45614
  27. http://sambad.in/india-and-beyond/isro-displays-space-suit-for-2022-mission-208192/
  28. "ମହକାଶରେ ଭାରତର ବଡ଼ ପ୍ରସ୍ତୁତି: ନିଜସ୍ବ ସ୍ପେସ୍‌ ଷ୍ଟେସନ୍‌ ନିର୍ମାଣ କରିବ". Sambad (in ଇଂରାଜୀ). 2019-06-13. Retrieved 2019-06-21.
  29. "Chandrayaan-1 - ISRO". www.isro.gov.in. Retrieved 2019-02-03.
  30. "NASA - NSSDCA - Spacecraft - Details". nssdc.gsfc.nasa.gov. Retrieved 2019-06-21.
  31. Dharitri. "ଚନ୍ଦ୍ରଯାନ ତଥ୍ୟରୁ ସ୍ପଷ୍ଟ: ଚନ୍ଦ୍ରରେ ଜଳର ସନ୍ଧାନ". Dharitri.com (in ଇଂରାଜୀ). Retrieved 2019-02-03.
  32. Li, S., Lucey, P. G., Milliken, R. E., Hayne, P. O., Fisher, E., Williams, J.-P., … Elphic, R. C. (2018). Direct evidence of surface exposed water ice in the lunar polar regions. Proceedings of the National Academy of Sciences, 115(36), 8907–8912. https://doi.org/10.1073/pnas.1802345115
  33. "Mars Orbiter Mission Spacecraft - ISRO". www.isro.gov.in. Retrieved 2019-02-03.
  34. "GSLV-Mk III / Chandrayaan-2 Mission - ISRO". www.isro.gov.in. Retrieved 2019-02-03.
  35. "E-paper | Newage Media & Publications Pvt. Ltd". odishanewsnitidin.com. Retrieved 2019-06-21.
  36. "India plans second Mars mission in 2018". News18. Retrieved 2019-02-03.

ବାହାର ଆଧାର[ସମ୍ପାଦନା]