ଇଲୋପେରିଡୋନ
| Clinical data | |
|---|---|
| Trade names | Fanapt, Zomaril |
| AHFS/Drugs.com | monograph |
| MedlinePlus | a609026 |
| data |
|
| Routes of administration | By mouth |
| Legal status | |
| Legal status |
|
| Pharmacokinetic data | |
| Bioavailability | 96% (by mouth; Tmax = 2–4 hours) |
| Protein binding | ~97% |
| Metabolism | Liver (CYP2D6-mediated hydroxylation and CYP3A4-mediated O-demethylation) |
| Onset of action | 2 to 3 wks[୧] |
| Elimination half-life | 18–33 hours |
| Excretion | urine (45.1–58.2%) and feces (19.9–22.1%) |
| Identifiers | |
| |
| ECHA InfoCard | 100.106.441 |
| Chemical and physical data | |
| Formula | C24H27FN2O4 |
| Molar mass | ୪୨୬.୪୯ g·mol−1 |
| 3D model (JSmol) | |
| |
| |
| (verify) | |
ଇଲୋପେରିଡୋନ, ଫାନାପ୍ଟ ଏବଂ ଜୋମାରିଲ୍ ଏହାର ବେପାର ନାମ, ହେଉଛି ଏକ ଏଟିପିକାଲ୍ ଆଣ୍ଟିସାଇକୋଟିକ ଔଷଧ ଯାହା ସିଜୋଫ୍ରେନିଆ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨] ପ୍ରଭାବ ମିଳିବାକୁ ଦୁଇରୁ ତିନି ସପ୍ତାହ ଲାଗିପାରେ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡ ବୁଲାଇବା, ଶୁଖିଲା ପାଟି, ଛିଡା ହେବା ସହିତ ନିମ୍ନ ରକ୍ତଚାପ ଏବଂ ଓଜନ ବୃଦ୍ଧି ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବୟସ୍କ ଲୋକଙ୍କର ଡିମେନ୍ସିଆ ସହିତ ମୃତ୍ୟୁ ସଙ୍କଟ, ପ୍ରିଆପିଜ୍ମ, ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ,ନ୍ୟୁରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ, ଟାର୍ଡିଭ୍ ଡିସକାଇନେସିଆ, ଦୁଗ୍ଧ ଉତ୍ପାଦନ ଏବଂ ମଧୁମେହ ହୋଇପାରେ ।[୨] ଡୋପାମାଇନ୍ ଏବଂ ୫-ହାଇଡ୍ରୋକ୍ସିଟ୍ରିପ୍ଟାମାଇନ ଦ୍ୱୟକୁ ପ୍ରଭାବିତ କରି ଏହା କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।[୧]
୨୦୦୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇଲୋପେରିଡୋନ ଅନୁମୋଦିତ ହୋଇଥିଲା ।[୨] ସାମାନ୍ୟ ଲାଭ ଏବଂ ପାର୍ଶ୍ୱ ପ୍ରତିକ୍ରିୟାର ଚିନ୍ତା ହେତୁ ୨୦୧୭ରେ ୟୁରୋପରେ ଏହାର ଅନୁମୋଦନ ମନା କରାଯାଇଥିଲା ।[୧] ଯୁକ୍ତରାଷ୍ଟ୍ରରେ, ଦିନକୁ ଦୁଇଥର ୬ ମିଗ୍ରା ମାତ୍ରାରେ ୨୦୨୧ ସୁଦ୍ଧା ଏକ ମାସର ଚିକିତ୍ସା ଖର୍ଚ୍ଚ ପ୍ରାୟ ୨୧୦୦ ଡଲାର ହେଉଥିଲା ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Fanaptum". Archived from the original on 27 February 2021. Retrieved 25 November 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Iloperidone Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 25 November 2021.
- ↑ "Fanapt Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 February 2021. Retrieved 25 November 2021.