ଇବ ତାପଜ ବିଦ୍ୟୁତ କେନ୍ଦ୍ର

ଉଇକିପିଡ଼ିଆ‌ରୁ

ଇବ ତାପଜ ବିଦ୍ୟୁତ କେନ୍ଦ୍ର, (ITPS) ଏକ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ ଉତ୍ପାଦନ କେଦ୍ର ଯାହା ଭାରତୀୟ ରାଜ୍ୟ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଅବସ୍ଥିତ ।[୧] ଇବ ନଦୀର ସନ୍ନିକଟରେ ଥିବା ହେତୁ ଏହାର ନାମକରଣ ଇବ ତାପଜ ବିଦ୍ୟୁତ କେନ୍ଦ୍ର ରଖାଯାଇଛି । ଏହି କେନ୍ଦ୍ରଟି ଓଡ଼ିଶା ପାୱାର ଗ୍ରୀଡ଼ କର୍ପୋରେସନଦ୍ୱାରା ପରିଚାଳିତ ।

ନିକଟରେ ଥିବା ମହାନଦୀ କୋଇଲା ଖଣିରୁ ନିର୍ଗତ କୋଇଲା ଏଠାରେ ବ୍ୟବହୃତ ହୁଏ ଏବଂ ସନ୍ନିକଟରେ ଥିବା ହୀରାକୁଦ ଜଳଭଣ୍ଡାରର ଜଳ ବ୍ୟବହାର ହୁଏ ।[୨] 

ଉତ୍ପାଦନ କ୍ଷମତା[ସମ୍ପାଦନା]

ଏହି କେନ୍ଦ୍ରର ପୂର୍ଣ ଉତ୍ପାଦନ କ୍ଷମତା ୪୨୦(୨*୨୧୦) ମେଗା ୱାଟ ।[୩][୪]   ଏହାର ନିକଟରେ ଆଉ  ଦୁଇଟି ଇଉନିଟ ୧୩୨୦ ମେଗା ୱାଟ କ୍ଷମତା ଥାଇ ବର୍ତ୍ତମାନ ନିର୍ମାଣାଧୀନ ଅଛି ।

ଆଧାର[ସମ୍ପାଦନା]

  1. Indian Journal of Power and River Valley Development. Books & Journals Private. 1991.
  2. "List of Consumers" (PDF). www.mahanadicoal.in. mahanadi coal fields Ltd. Retrieved 6 September 2019.[permanent dead link]
  3. "about us". www.opgc.co.in. Odisha Power Generation Corporation Limited. Retrieved 6 September 2019.
  4. Water and Energy International. Central Board of Irrigation and Power. 2008.