Jump to content

ଇଣ୍ଡିଗୋ ବିମାନ ଉଡାଣ ବିଭ୍ରାଟ-୨୦୨୫

ଉଇକିପିଡ଼ିଆ‌ରୁ
ଇଣ୍ଡିଗୋ ବିମାନ ଉଡାଣ ବିଭ୍ରାଟ-୨୦୨୫
ତାରିଖ୧ ଡିସେମ୍ବର ୨୦୨୫ – present (୨୦୨୫-୧୨-୦୧ – present)
ଅବସ୍ଥିତିIndia
କାରଣFailure to adjust secheduled to new crew worktime and rest rules
ଫଳାଫଳ3,800+ flights cancelled as of 7 December[]

୨୦୨୫ ମସିହାର ଡିସେମ୍ବର ପ୍ରାରମ୍ଭରେ ଆରମ୍ଭ ହୋଇଥିବା ଇଣ୍ଡିଗୋ ବିମାନ ଉଡାଣ ବିଭ୍ରାଟ ଫଳରେ ୫ ଡିସେମ୍ବର ସୁଦ୍ଧା ଭାରତରେ ଏହାର ୨,୧୦୦ ରୁ ଅଧିକ ଉଡାଣ ରଦ୍ଦ ହୋଇଥିଲା । ଭାରତର ସବୁଠୁ ବଡ଼ ବିମାନ ସେବା କମ୍ପାନୀ ଇଣ୍ଡିଗୋ ଡିସେମ୍ବର ୨୦୨୫ରେ ଭାରତ ସରକାରଙ୍କ ନୂଆ ଫ୍ଲାଇଟ୍‌ ଡ୍ୟୁଟି ଟାଇମ୍‌ ଲିମିଟେସନ୍‌ (FDTL) ନିୟମକୁ ଅନୁସରଣ କରିବାରେ ବିଫଳ ହେବା ପରେ ନିଜର କାର୍ଯ୍ୟପନ୍ଥୀରେ ସବୁଠାରୁ ସର୍ବବୃହତ ଉଡାଣ-ଅବ୍ୟବସ୍ଥାର ସମ୍ମୁଖୀନ ହେଲା ।[]

ପୃଷ୍ଠଭୂମି

[ସମ୍ପାଦନା]
IndiGo Airbus A320neo F-WWDG (to VT-ITI) (28915135713)

ଏଭଳି ବିଭ୍ରାଟ ସମୟରେ, ଇଣ୍ଡିଗୋର ଦେଶୀୟ ବଜାର ଶେୟର ୬୦% ରୁ ଅଧିକ ଥିଲା ।[] ୨୦୧୪ ରେ ଭାରତ ସରକାର ଘୋଷଣା କରିଥିଲା ଯେ ସେହି ବର୍ଷ ଜୁନ୍‌ରେ ନୂଆ ଫ୍ଲାଇଟ୍‌ ଡ୍ୟୁଟି ଟାଇମ୍‌ ଲିମିଟେସନ୍‌ (FDTL) ନିୟମ ଲାଗୁ ହେବ; ଯାହା ଫଳରେ ପାଇଲଟମାନଙ୍କ ବିଶ୍ରାମ ସମୟ ବଢିବା ସହ ରାତ୍ରି ସମୟରେ ପାଇଲଟ ମାନଙ୍କର ଉଡାଣ-କର୍ମ ସମୟ କମିବ ଏବଂ ଏହା ଫଳରେ ବିନା/ସ୍ଵଳ୍ପ ବିଶ୍ରାମରେ ଲଗାତର ଉଡାଣ କରୁଥିବା ପାଇଲଟମାନଙ୍କ ବିଶ୍ରାମ ସମୟ ବୃଦ୍ଧି ପାଇବ। ଇଣ୍ଡିଗୋ ଓ ଅନ୍ୟାନ୍ୟ ବିମାନସେବା ସଂସ୍ଥାମାନେ ଏହାକୁ ବିରୋଧ କରିଥିଲେ ଏବଂ ଏହି ମାମଲା ଦିଲ୍ଲୀ ଉଚ୍ଚନ୍ୟାୟାଲୟରେ ପହଞ୍ଚିଥିଲା[], ଯାହା ଫଳରେ ଏହାର ପୂରା ଲାଗୁ ହେବା ସମୟସୀମାକୁ ୨୦୨୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା ।[] ଇଣ୍ଡିଗୋ ୧ ଜୁଲାଇରୁ ପ୍ରଥମ ପର୍ଯ୍ୟାୟ ଆଇନ ନିଷ୍ପାଦନ ବିନା ସମସ୍ୟାରେ ପୂରା କରିଥିଲା, କିନ୍ତୁ ନିଜର ସ୍ଵଳ୍ପ-ଖର୍ଚ୍ଚ ମଡେଲ୍‌ ଏବଂ ଅଳ୍ପ କର୍ମଚାରୀ ସଂଖ୍ୟା ହେତୁ ୧ ନଭେମ୍ବରରେ ନିୟମର ପରବର୍ତ୍ତୀ ପର୍ଯ୍ୟାୟ ପୂରା ପାଳନ କରିପାରିଲା ନାହିଁ,ବିଶେଷତଃ ପାଇଲଟମାନଙ୍କ ପାଇଁ ରାତିରେ ଲ୍ୟାଣ୍ଡିଂର ସର୍ବାଧିକ ସୀମାକୁ ପ୍ରତି ସପ୍ତାହରେ ୬ ରୁ ୨ କମାଇବାର ନିୟମକୁ।

ଇଣ୍ଡିଗୋ ପୂର୍ବରୁ ଡିଜିସିଏକୁ ଜଣାଇଥିଲାଯେ ନଭେମ୍ବରରେ ସେମାନଙ୍କର ୧୨୩୨ ଉଡାଣ ରଦ୍ଦ କରାଗଲା, ଯେଉଁଥିରୁ ୭୫୫ କେବଳ FDTL ସମ୍ବନ୍ଧୀୟ ସୀମାବନ୍ଧନ ଯୋଗୁଁ, ୨୫୮ ହେଉଛି ଏୟାରସ୍ପେସ୍/ଏୟାରପୋର୍ଟ ନିୟନ୍ତ୍ରଣ କାରଣରୁ ଏବଂ ବାକି ୯୨ ଟି ଏୟାର ଟ୍ରାଫିକ୍‌ ସିଷ୍ଟମ୍‌ ବିଫଳତା ହେତୁ ଥିଲା । ଫଳରେ ସେମାନଙ୍କର ସମୟମାନ କାର୍ଯ୍ୟକ୍ଷମତା (OTP) ମଧ୍ୟ ଅକ୍ଟୋବରର 84.1% ରୁ 67.7% କୁ ହ୍ରାସ ହୋଇଥିଲା ।[]

ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ପାଇଲଟ୍‌ସ୍‌ କହିଥିଲେ ଯେ ଅନ୍ୟ ଏୟାରଲାଇନ୍‌ମାନେ କୌଣସି ମହତ୍ତ୍ୱପୂର୍ଣ୍ଣ କୁ-ପ୍ରଭାବ ବିନା ନିୟମକୁ ଅନୁସରଣ କରିପାରିଥିଲେ ଓ ଇଣ୍ଡିଗୋର ସମସ୍ୟା "ଦୀର୍ଘ ବର୍ଷ ଧରି ଅଧିକ କର୍ମଚାରୀ ନିଯୁକ୍ତି ଯୋଜନାର ଅଭାବ" ଓ ବିଳମ୍ବିତ ନିଯୁକ୍ତି ତଥା ଅଦୃଷ୍ଟିମୟ ପ୍ରଣାଳୀର ଫଳ ।[]

ଇଣ୍ଡିଗୋ ଦୁଃଖପ୍ରକାଶ କରି ୪୮ ଘଣ୍ଟାରେ କାର୍ଯ୍ୟ ସ୍ଥିର କରିବାକୁ ଅସ୍ଥାୟୀ ସୂଚୀ ପରିବର୍ତ୍ତନ କରିଥିଲା ।

ଘଟଣାକ୍ରମ

[ସମ୍ପାଦନା]

ଇଣ୍ଡିଗୋ ଉଡାଣ ରଦ୍ଦ ତଥ୍ୟ

ତାରିଖ ରଦ୍ଦ ଉଡାଣ ସମୟମାନ କାର୍ଯ୍ୟଦକ୍ଷତା(OTP)
୧ ଡିସେମ୍ବର 49.5%
୨ ଡିସେମ୍ବର 35%
୩ ଡିସେମ୍ବର 200+ 19.7%
୪ ଡିସେମ୍ବର 550 8.5%
୫ ଡିସେମ୍ବର ~1600
୬ ଡିସେମ୍ବର ~800
୭ ଡିସେମ୍ବର ୬୫୦
୮ ଡିସେମ୍ବର ୬୫୦ ‌‌‌---

ତତ୍‌କାଳ ପଦକ୍ଷେପ

[ସମ୍ପାଦନା]

ଏହି ବିଭ୍ରାଟର ବିମାନଯାତ୍ରୀଙ୍କ ସ୍ୱାର୍ଥକୁ ନଜରରେ ରଖି ତତକାଳ ପଦକ୍ଷେପ ସ୍ଵରୂପ ଡିଜିସିଏ ଇଣ୍ଡିଗୋକୁ,ନୂଆ FDTL ନିୟମରୁ ବିଶେଷତଃ ରାତି କାମ ଓ Leave-for-Rest ନିୟମରୁ, ଅସ୍ଥାୟୀ ଛାଡ ଦେଲା ।[] ପାଇଲଟ୍‌ ୟୁନିଅନ୍‌ମାନେ ଏହାକୁ ସୁରକ୍ଷାରେ ଅବହେଳା ବୋଲି ସମାଲୋଚନା କଲେ । ସଙ୍ଗେ ସଙ୍ଗେ ଭାରତ ସରକାର 24×7 ହେଲ୍ପଲାଇନ୍‌ ଆରମ୍ଭ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦେଲେ । ଏହାସହ ଭାରତର ରେଲ୍‌ ମନ୍ତ୍ରାଳୟ, ଯାତ୍ରୀମାନଙ୍କର ସୁବିଧା ପାଇଁ ୩୭ଟି ପ୍ରିମିୟମ୍‌ ଟ୍ରେନ୍‌ରେ ୧୧୬ କୋଚ୍‌ ବଢ଼ାଇଲା । ଇଣ୍ଡିଗୋ କମ୍ପାନୀ ତରଫରୁ 5–15 ଡିସେମ୍ବର ମଧ୍ୟରେ ରଦ୍ଦ ଉଡାଣର ପୂର୍ଣ୍ଣ ଫେରସ୍ତ ଦେବାକୁ ଘୋଷଣା କଲା । ଭାରତ ସରକାର,6 ଡିସେମ୍ବରରେ ଏୟାରଫେୟାର ଉପରେ ପ୍ରାଇସ୍‌ କ୍ୟାପ୍‌ ଲଗାଇଲା ଏବଂ ଇଣ୍ଡିଗୋକୁ ପରବର୍ତ୍ତୀ ଦିନ ମଧ୍ୟରେ ସମସ୍ତ ବକେୟା ରିଫଣ୍ଡ ସମାପ୍ତ କରିବାକୁ ଆଦେଶ କଲା । ଭାରତ ସରକାର ଏଭଳି ବିଭ୍ରାଟର ମୂଳ କାରଣ ଖୋଜି ଦୋଷୀ ବିରୁଦ୍ଧରେ ଆଇନାନୁମୋଦିତ କାର୍ଯ୍ୟାନୁଷ୍ଠାନ ନେବାକୁ ଘୋଷ୍ଣା କରିବା ସହ ଡିଜିସିଏ, ଇଣ୍ଡିଗୋର ସିଇଓ ପୀଟର୍ ଏଲବ୍ରସ୍‌ଙ୍କୁ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ ଶୋକଜ୍‌ ନୋଟିସ୍‌ ଦେଲା।[][]

୭ ଡିସେମ୍ବରରେ ଏକ ବାର୍ତ୍ତ ମାଧ୍ୟମରେ ଇଣ୍ଡିଗୋ ସିଇଓ ଏଭଳି ବିଭ୍ରାଟ ପାଇଁ କ୍ଷମା ପ୍ରାର୍ଥନା କରିବା ସହ କହିଲା ଯେ ୧୦ ଡିସେମ୍ବର ସୁଦ୍ଧା ଉଡାଣ କାର୍ଯ୍ୟ ସାମାନ୍ୟ ହେବ।[୧୦]

ଏହାର ପରବର୍ତ୍ତୀ ପଦକ୍ଷେପ ସ୍ଵରୂପ ୯ ଡିସେମ୍ବର ଦିନ ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍ (DGCA) ଇଣ୍ଡିଗୋକୁ ତାଙ୍କର ଉଡାଣ ସଂଚାଳନକୁ ୫% କମାଇବାକୁ ଆଦେଶ ଦେଲା, କାରଣ ଗତ ସପ୍ତାହରେ ଇଣ୍ଡିଗୋର ଖରାପ ପାଇଲଟ୍ ରୋଷ୍ଟର୍ ପ୍ରବନ୍ଧନ ହେତୁ ବିମାନ ସେବା କ୍ରମରେ ୨,୦୦୦ ରୁ ଅଧିକ ଉଡାଣ ବାତିଲ୍ ହୋଇଥିଲା ।[୧୧][୧୨]

ପରବର୍ତ୍ତୀ ସମୟରେ ଭାରତର ନାଗରିକ ବିମାନ ଉଡ୍ଡୟନ ମନ୍ତ୍ରାଳୟ ଇଣ୍ଡିଗୋର ଉଡାଣ ସଂଚାଲନକୁ ୧୦% କମାଇଦେବାକୁ ଆଦେଶ ଜାରୀ କଲେ ।[୧୩][୧୪]

୩ ଡିସେମ୍ବରରୁ ୫ ଡିସେମ୍ବର ମଧ୍ୟରେ ଉଡାଣ ବାତିଲ ହୋଇଥିବାରୁ ହଇରାଣ ହୋଇଥିବା ବିମାନ ଯାତ୍ରୀମାନଙ୍କ ପାଇଁ ଇଣ୍ଡିଗୋ କ୍ଷତିପୁରଣ ବାବଦକୁ ପ୍ରାୟ ୧୦,୦୦୦ ଟଂକା ଲେଖାଏଁ ଭାଉଚର ଆକାରରେ ଦେବାପାଇଁ ଘୋଷଣା କରିଛି । ବାତିଲ ହୋଇଥିବା ବିମାନ ଭଡା ଫେରସ୍ତ ବାଦ ଏହି କ୍ଷତିପୁରଣ କେଉଁମାନେ ପାଇବେ ଏହାର ବିସ୍ତୃତ ତଥ୍ୟ ଇଣ୍ଡିଗୋ ପ୍ରକାଶ କରିବ ।[୧୫] ଏହା ବ୍ୟତୀତ ଯେଉଁମାନଙ୍କର ବ୍ୟାଗ/ବ୍ୟାଗେଜ୍‌ ଏହି ସମୟରେ ଫେରସ୍ତ ପାଇନାହାନ୍ତି ଏବଂ ହଜିଯାଇଥିବା ସ୍ପଷ୍ଟ, ସେମାନେ ମଧ୍ୟ ଇଣ୍ଡିଗୋର ନିର୍ଦ୍ଧାରିତ ନୀତି ଅନୁଯାୟୀ ଉପଯୁକ୍ତ କ୍ଷତିପୁରଣ ପାଇବେ ।[୧୬]

  1. "IndiGo collapsed — and we'll still have to fly it, because we hardly have alternatives". The Indian Express. 6 December 2025. Retrieved 6 December 2025.
  2. "IndiGo collapsed — and we'll still have to fly it, because we hardly have alternatives". The Indian Express (in ଇଂରାଜୀ). 2025-12-07. Retrieved 2025-12-08.
  3. ୩.୦ ୩.୧ "Chaos as Indian airline IndiGo flights severely disrupted – DW – 12/04/2025". dw.com. Retrieved 6 December 2025.
  4. "W.P.(C) 9721/2019, CM APPL. 40106/2019, 64973/2023, 27136/2024 & 73851/2024" (PDF). delhihighcourt.nic.in. Retrieved 9 December 2025.
  5. "Why IndiGo has been hit so hard by new flight duty time limitation rules, explained". The Indian Express (in ଇଂରାଜୀ). 2025-12-08. Retrieved 2025-12-08.
  6. "Over 100 IndiGo Flights Cancelled As Major Disruptions Hit Delhi, Mumbai, Other Key Airports". News18 (in ଆମେରିକୀୟ ଇଂରାଜୀ). Retrieved 2025-12-08.
  7. "DGCA Eases Night-Duty Rules for IndiGo, Rolls Back Leave-For-Rest Norm; What it Means For Flyers Now?". www.timesnownews.com (in ଇଂରାଜୀ). 2025-12-05. Retrieved 2025-12-08.
  8. "Known for 'internationalisation' of IndiGo, its CEO for 3 years Pieter Elbers gets show cause notice". The Indian Express (in ଇଂରାଜୀ). 2025-12-07. Retrieved 2025-12-08.
  9. "India warns IndiGo of regulatory action and takes action to cap airfare surge". reuters.com. Retrieved 8 December 2025.
  10. "IndiGo flight cancellations highlights: DGCA says IndiGo 'profusely' apologetic, deeply regrets cancellation chaos". Hindustan Times (in ଇଂରାଜୀ). 2025-12-08. Retrieved 2025-12-09.
  11. "DGCA orders IndiGo to cut 5% of flights after massive cancellations". The Financial Express (in ଇଂରାଜୀ). 2025-12-09. Retrieved 2025-12-09.
  12. Chandra, Jagriti (2025-12-09). "IndiGo cuts 400-500 flights to achieve 'full stabilisation of schedule'". The Hindu (in Indian English). ISSN 0971-751X. Retrieved 2025-12-09.
  13. "IndiGo flight disruptions: Aviation Ministry directs airline to curtail ops by 10%". The Economic Times. 2025-12-09. ISSN 0013-0389. Retrieved 2025-12-10.
  14. "Civil Aviation Ministry Orders 10% Cut in IndiGo Flights as Airline Battles Disruptions". Deshabhimani (in ଇଂରାଜୀ). Retrieved 2025-12-10.
  15. "IndiGo fiasco: Airline offers Rs 10,000 vouchers to passengers stranded between Dec 3–5 — key details". The Times of India. 2025-12-12. ISSN 0971-8257. Retrieved 2025-12-12.
  16. "Delayed and Lost Baggage Protection Service, powered by Blue Ribbon Bags - IndiGo". www.goindigo.in (in ଇଂରାଜୀ). Retrieved 12 December 2025.