ଇଣ୍ଟସସେପସନ (ମେଡିକାଲ ବେମାରି)

ଉଇକିପିଡ଼ିଆ‌ରୁ
ଇଣ୍ଟସସେପସନ
ସିଟି ସ୍କାନରେ ଇନ୍ଟସସେପସନ ଚିତ୍ର ଦେଖାଯାଉଛି ।
ବିଭାଗଶିଶୁରୋଗ ବିଭାଗ (Pediatrics), ସାଧାରଣ ଶଲ୍ୟ ବିଭାଗ (general surgery) ।
ଲକ୍ଷଣପେଟ ଯନ୍ତ୍ରଣା, ବାନ୍ତି, ପେଟ ଫୁଲା, ଓ ରକ୍ତମିଶା ଝାଡ଼ା ।[୧]
ଆକ୍ରାନ୍ତ ସମୟ୬-୧୮ ମାସ ବୟସରେ କିଛି ଦିନରୁ କିଛି ସପ୍ତାହ ପୁରୁଣା ।[୧]
କାରଣଅଜ୍ଞାତ, ଲିଡ ପଏଣ୍ଟ lead point[୧]
ରୋଗ ନିର୍ଣ୍ଣୟ ପଦ୍ଧତିମେଡିକାଲ ଇମେଜିଙ୍ଗ (Medical imaging)[୧]
ସଠିକ ରୋଗ ନିର୍ଣ୍ଣୟପାଇଲୋରିକ ସ୍ଟେନୋସିସ (Pyloric stenosis) ।[୧]
ଚିକିତ୍ସାଏନିମା (Enema), ଅପରେଶନ।[୧]

ଇଣ୍ଟସସେପସନ (ଇଂରାଜୀ ଭାଷାରେ Intussusception) ଏକ ବେମାରୀ ଯେଉଁଥିରେ ଅନ୍ତନଳୀର (intestine) କିଛି ଅଂଶ ତା' ପରବର୍ତ୍ତୀ ଅଂଶ ଭିତରକୁ ପଶିଯାଏ (folds into) । ଏହା ସାଧାରଣତଃ କ୍ଷୁଦ୍ରାନ୍ତ୍ରରେ (small bowel) ହୁଏ, କ୍ୱଚିତ ବୃହଦନ୍ତ୍ରରେ (large bowel) ହୁଏ । ଏହି ରୋଗରେ ପେଟରେ ବାରମ୍ବାର ଯନ୍ତ୍ରଣା ହୁଏ ଓ ବନ୍ଦ ହୋଇଯାଏ, ବାନ୍ତି, ପେଟ ଫୁଲା, ଓ ରକ୍ତମିଶା ଝାଡ଼ା ହୁଏ । ଏହା ଫଳରେ କ୍ଷୁଦ୍ରାନ୍ତ୍ର ଅବରୋଧ (small bowel obstruction) ହୋଇଯାଏ । ଅନ୍ୟ ଜଟିଳତା ମଧ୍ୟରେ ପେରିଟୋନାଇଟିସ (peritonitis) ବା ଅନ୍ତନଳୀ ଛିଦ୍ର (bowel perforation) ହୋଇଯାଏ ।[୧]

ପିଲାଙ୍କର ଏହି ରୋଗର କାରଣ ଏ ପର୍ଯ୍ୟନ୍ତ ଅଜ୍ଞାତ ଅଛି କିନ୍ତୁ ବୟସ୍କ ଲୋକଙ୍କ ମଧ୍ୟରୁ ୧୦% ରୋଗୀଙ୍କର ଏକ ଲିଡ ପଏଣ୍ଟ (lead point) ଥାଏ । ସଙ୍କଟ କାରକ ମଧ୍ୟରେ ସଂକ୍ରମଣ, ସିସ୍ଟିକ ଫାଇବ୍ରୋସିସ (cystic fibrosis) ଓ ଇଣ୍ଟେସ୍ଟାଇନାଲ ପଲିପ (intestinal polyp) ହୋଇପାରେ । ବୟସ୍କ ଲୋକଙ୍କର ସଙ୍କଟ କାରକ ମଧ୍ୟରେ ଏଣ୍ଡୋମେଟ୍ରିଓସିସ, ବାୱେଲ ଆଡ‌ହେସନ (bowel adhesions) ଓ ଇଣ୍ଟେସ୍ଟାଇନାଲ ଅର୍ବୁଦ (intestinal tumors) ହୋଇପାରେ । Diagnosis is often supported by ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ରୋଗ ନିଧାର୍ଯ୍ୟ କରାଯାଏ । ପିଲାଙ୍କ କ୍ଷେତ୍ରରେ ଅଲଟ୍ରାସାଉଣ୍ଡ (ultrasound) ଓ ବଡ଼ ମଣିଷଙ୍କ କ୍ଷେତ୍ରରେ ସିଟି ସ୍କାନ (CT scan) ଅଧିକ ପସନ୍ଦ ଯୋଗ୍ୟ ହୁଏ । [୧]

ଇଣ୍ଟସସେପସନ ଏକ ଆଶୁ ଅବସ୍ଥା ଯେଉଁଥିରେ ଯଥା ଶୀଘ୍ର ଚିକିତ୍ସା ଆବଶ୍ୟକ ହୁଏ । ପିଲାଙ୍କୁ ଏନିମା (enema) ଦେଇ ଫଳପ୍ରଦ ନ ହେଲେ ଅପରେଶନ କରାଯାଏ । ବଡ଼ ମଣିଷଙ୍କ କ୍ଷେତ୍ରରେ ଖାଦ୍ୟ ନଳୀର ପ୍ରଭାବିତ ଅଂଶକୁ ଅପରେଶନ କରି କାଢ଼ିଦିଆଯାଏ । ବଡ଼ ମଣିଷଙ୍କ ଅପେକ୍ଷା ପିଲାଙ୍କର ଏହି ରୋଗ ଅଧିକ ହୁଏ । ପିଲାଙ୍କ ମଧ୍ୟରୁ ଝିଅଙ୍କ ଅପେକ୍ଷା ପୁଅଙ୍କୁ ଏ ରୋଗ ଅଧିକ ହୁଏ । ଛଅ ମାସରୁ ଅଠର ମାସ ବୟସ ମଧ୍ୟରେ ଏହି ରୋଗ ଅଧିକ ହୁଏ । [୧]

Video explanation

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Marsicovetere, P; Ivatury, SJ; White, B; Holubar, SD (February 2017). "Intestinal Intussusception: Etiology, Diagnosis, and Treatment". Clinics in colon and rectal surgery. 30 (1): 30–39. PMID 28144210.