Jump to content

ଇଡର୍ସଲଫେଜ

ଉଇକିପିଡ଼ିଆ‌ରୁ
ଇଡର୍ସଲଫେଜ
Clinical data
AHFS/Drugs.commonograph
data
Pregnancy
category
      (verify)

    ଇଡର୍ସଲଫେଜ, (ଇଂରାଜୀ ଭାଷାରେ Idursulfase), ବିକ୍ରୟ ନାମ ଇଲାପ୍ରେଜ (Elaprase), ହେଉଛି ଏକ ଔଷଧ ଯାହା ମ୍ୟୁକୋପଲିସାକାରାଇଡୋସିସ୍ II (MPS-II, ହଣ୍ଟର୍ ସିଣ୍ଡ୍ରୋମ) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ । ଏହା ଦୀର୍ଘକାଳୀନ ଭାବରେ ବ୍ୟବହୃତ ହୁଏ ।[] ଆୟୁଷ ଏବଂ ଜୀବନ ଗୁଣବତ୍ତା ଉପରେ ଏହାର ପ୍ରଭାବ ଅଦ୍ୟାପି ଅସ୍ପଷ୍ଟ ଅଛି ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ଜ୍ୱର, ମୁଣ୍ଡବିନ୍ଧା, ଉଚ୍ଚ ରକ୍ତଚାପ ଏବଂ ଲାଲ ମୁଖମଣ୍ଡଳ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଣନିଶ୍ୱାସ, ବୁକୁଜ୍ୱାଳା, ଛାତି ଯନ୍ତ୍ରଣା ଏବଂ ଆନାଫାଇଲକସିସ ଅନ୍ତର୍ଭୁକ୍ତ ହୋଇପାରେ । ଏହା ଲାଇସୋସୋମାଲ୍ ଏନଜାଇମର ଏକ ଭିନ୍ନ ରୂପ, ଯାହା ଇଡୁରୋନେଟ୍-୨-ସଲଫାଟେଜ୍ ଭାବରେ ଜଣାଶୁଣା ଏବଂ ରେକମ୍ବିନାଣ୍ଟ ଡିଏନଏ ଟେକ୍ନୋଲୋଜିଦ୍ୱାରା ପ୍ରସ୍ତୁତ ହୁଏ ।[]

    ୨୦୦୬ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୨୦୦୭ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଇଡର୍ସଲଫେଜ୍ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୩୫ କିଲୋଗ୍ରାମ ବିଶିଷ୍ଟ ଲୋକର ଏକ ବର୍ଷର ଚିକିତ୍ସା ପାଇଁ ପ୍ରାୟ ୪୭୫,୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[] ଯୁକ୍ତରାଜ୍ୟରେ ଏହି ପରିମାଣର ମୂଲ୍ୟ ୩୧୦,୦୦୦ ପାଉଣ୍ଡ ଅଟେ ।[]

    1. 1 2 3 4 "Idursulfase Monograph for Professionals". Drugs.com (in ଇଂରାଜୀ). Archived from the original on 2 December 2021. Retrieved 25 November 2021.
    2. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 1116. ISBN 978-0857114105.
    3. "Idursulfase" (PDF). September 2009. Archived (PDF) from the original on 15 April 2021. Retrieved 25 November 2021.
    4. 1 2 "Elaprase". Archived from the original on 11 December 2021. Retrieved 25 November 2021.
    5. "Idursulfase Prices, Coupons & Savings Tips - GoodRx". GoodRx. Retrieved 25 November 2021.