ଇଉଷ୍ଟାସିଆନ ନଳୀ ଦୁଷ୍କ୍ରିୟା

ଉଇକିପିଡ଼ିଆ‌ରୁ
Eustachian tube dysfunction
Video explanation
ବିଭାଗENT surgery
ଲକ୍ଷଣFullness, popping, ear pain.[୧]
କାରଣUpper respiratory tract infection, allergic rhinitis, pressure changes, recent weight loss[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and examination[୧]
ସଠିକ ରୋଗ ନିର୍ଣ୍ଣୟEndolymphatic hydrops, temporomandibular joint dysfunction, superior canal dehiscence syndrome, labyrinthine fistula[୧]
ଚିକିତ୍ସାDepends on the cause[୨]
ପୁନଃପୌନିକ1%[୩]

ଇଉଷ୍ଟାସିଆନ ନଳୀ ଦୁଷ୍କ୍ରିୟା ବା ଇଉଷ୍ଟାସିଆନ୍ ଟ୍ୟୁବ୍ ଡିସଫଙ୍କସନ୍ (Eustachian tube dysfunction/ ETD ) ରୋଗରେ ମଧ୍ୟ କର୍ଣ୍ଣରେ ଅସ୍ୱାଭାବିକ ଚାପ ସୃଷ୍ଟି ହେବା ଯୋଗୁ ଲକ୍ଷଣ ଦେଖାଯାଏ | [୪] କାନରେ ପୂର୍ଣ୍ଣତା, ଶବ୍ଦ କିମ୍ବା ଯନ୍ତ୍ରଣା ହୁଏ ।[୧] ଅନ୍ୟାନ୍ୟ ଲକ୍ଷଣଗୁଡ଼ିକରେ କାନରେ ଝିଁ ଝିଁ ଶବ୍ଦ ବା ଦବିଯାଇଥିବା ସ୍ୱର ଶୁଣା ଯାଇପାରେ | [୧]

କାରଣ: ଉର୍ଦ୍ଧ୍ୱ ଶ୍ୱାସକ୍ରିୟା ନଳୀ ସଂକ୍ରମଣ, ଆଲର୍ଜିକ ରାଇନାଇଟିସ୍, ଚାପ ପରିବର୍ତ୍ତନ କିମ୍ବା ସାମ୍ପ୍ରତିକ ଓଜନ ହ୍ରାସ ହୋଇପାରେ | [୧] ଲକ୍ଷଣ ଏବଂ ଶାରୀରିକ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [୧] ଏହାକୁ ତିନୋଟି ପ୍ରକାରରେ ବିଭକ୍ତ କରାଯାଇଛି: ଡାଇଲେଟୋରୀରେ ଟ୍ୟୁବ୍ ଖୋଲା ନଥିବା; ବାରୋ-ଚ୍ୟାଲେଞ୍ଜ୍ ପ୍ରେରିତ, ଯାହା ଚାପ ପରିବର୍ତ୍ତନ ସହିତ ଘଟେ; ଏବଂ ପାଟୁଲସ ଯେଉଁଥିରେ ନଳୀ ସଠିକ୍ ଭାବରେ ବନ୍ଦ ହୋଇନଥାଏ | [୧] ରୋଗ ସମୟ ଉପରେ ନିର୍ଭର କରି ତିନି ମାସରୁ ଅଧିକ ହୋଇଥିଲେ କ୍ରନିକ ଓ ତା'ଠାରୁ କମ୍ ସମୟର ହୋଇଥିଲେ ତୀବ୍ର କୁହାଯାଏ । [୧]

ସମ୍ଭାବ୍ୟ କାରଣ ଉପରେ ଚିକିତ୍ସା ନିର୍ଭର କରେ | [୨] ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ ଥିଲେ ତାହାର ଚିକିତ୍ସା, ଆଲର୍ଜି କାରକଠାରୁ ଦୂରେଇ ରହିବା, ବର୍ଦ୍ଧିତ ଟନ୍ସିଲ୍ ଅପସାରଣ କରିବା କିମ୍ବା ନଳୀ ବିସ୍ତାର କରିବା ଚିକିତ୍ସା କରାଯାଇପାରେ | [୨] ଏହା ପ୍ରାୟ ୧୦% ବୟସ୍କ ଲୋକଙ୍କୁ ପ୍ରଭାବିତ କରିଥାଏ। [୨] କୋଡ଼ିଏ ବର୍ଷରୁ କମ୍ ବୟସର ପୁରୁଷମାନେ ଅଧିକ ପ୍ରଭାବିତ ହୋଇଥିବାବେଳେ ଅଧିକ ବୟସରେ ମହିଳାମାନେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ଥାଏ | [୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Schilder, AG; Bhutta, MF; Butler, CC; Holy, C; Levine, LH; Kvaerner, KJ; Norman, G; Pennings, RJ; Poe, D; Silvola, JT; Sudhoff, H; Lund, VJ (October 2015). "Eustachian tube dysfunction: consensus statement on definition, types, clinical presentation and diagnosis". Clinical Otolaryngology. 40 (5): 407–11. doi:10.1111/coa.12475. PMC 4600223. PMID 26347263.
  2. ୨.୦ ୨.୧ ୨.୨ ୨.୩ ୨.୪ ଆଧାର ଭୁଲ: ଅଚଳ <ref> ଚିହ୍ନ; Stat2020 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. Hamrang-Yousefi, S; Ng, J; Andaloro, C (January 2020). "Eustachian Tube Dysfunction". PMID 32310368. {{cite journal}}: Cite journal requires |journal= (help)
  4. Tysome, JR; Sudhoff, H (2018). "The Role of the Eustachian Tube in Middle Ear Disease". Advances in Oto-rhino-laryngology. 81: 146–152. doi:10.1159/000485581. ISBN 978-3-318-06314-1. PMID 29794454.