ଆୟୋଡିନ (ଡାକ୍ତରୀ ବ୍ୟବ‌ହାର)

ଉଇକିପିଡ଼ିଆ‌ରୁ
ଆୟୋଡିନ
Clinical data
Trade namesIodoflex, Iodosorb, others
AHFS/Drugs.commonograph
Pregnancy
category
  • US: D (Evidence of risk)
Routes of
administration
topical, by mouth, IM
ATC code
Identifiers
CAS Number

ଆୟୋଡିନ (ଇଂରାଜୀ ଭାଷାରେ Iodine) ଏକ ପଦାର୍ଥ ଯାହା ଆୟୋଡିନ ଅଭାବ (iodine deficiency) ରୋଗର ପ୍ରତିଷେଧ ଓ ଚିକିତ୍ସାରେ ତ‌ଥା ଏକ ଆଣ୍ଟିସେପ୍ଟିକ (antiseptic) ବା ବିଶୋଧକ ଭାବରେ ବ୍ୟବ‌ହାର କରାଯାଏ ।[୧][୨] ଆୟୋଡିନ ଅଭାବରେ ଏହା ପାଟିରେ ବା ମାଂସପେଶୀରେ (injection into a muscle) ଦିଆଯାଏ ।[୧] କ୍ଷତ ଓ ଅପରେଶନ (surgery) କରିବା ପୂର୍ବରୁ ଏହା ଚର୍ମ ବିଶୋଧନ (disinfect the skin) ନିମନ୍ତେ ଲଗାଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚମରେ ଲଗେଇଲେ ଜଳାପୋଡ଼ା ଓ ରଙ୍ଗ ପରିବର୍ତ୍ତନ ହୋଇପାରେ ।[୨] ପାଟିରେ ନେଲେ ବା ଇଞ୍ଜେକସନ ନେଲେ ଆଲର୍ଜି ପ୍ରତିକ୍ରିୟା, ଗଏଟର (goitre) ଓ ଥାଇରଏଡ କର୍ମଚ୍ୟୁତି (thyroid dysfunction) ହୋଇପାରେ ।[୧] ଆୟୋଡିନ ଅଭାବ ପରିଲକ୍ଷିତ ହେଉଥିବା ସ୍ଥାନମାନଙ୍କରେ ଗର୍ଭାବସ୍ଥାରେ ଆୟୋଡିନ ଦେବାକୁ ସୁପାରିସ କରାଯାଏ ଅନ୍ୟଥା ଏହା କରାଯାଏନାହିଁ ।[୧][୨] ଆୟୋଡିନ ଏକ ଅତ୍ୟାବଶ୍ୟକୀୟ ଟ୍ରେସ ଏଲିମେଣ୍ଟ (essential trace element) । [୧]

ସନ ୧୮୧୧ରେ ସାମୁଦ୍ରିକ ଶିଉଳିରୁ (seaweed) ବର୍ଣ୍ଣାର୍ଡ଼ କୋର୍ଟଏସ (Bernard Courtois) ଆୟୋଡିନ ପୃଥକ୍ କରିଥିଲେ ଓ ସନ ୧୮୨୦ରେ ଆୟୋଡିନ ଓ ଗଏଟର ଆକାରର ସମ୍ପର୍କ ବିଷୟ ଉଲ୍ଲେଖ କରିଥିଲେ ।[୩] ପ୍ରଥମେ ଏହା ବିଶୋଧନ ଓ ଗଏଟର ନିମନ୍ତେ ବ୍ୟବ‌ହାର କରାଗଲା ।[୪][୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏକ ଶହ ଦଶରୁ ଅଧିକ ଦେଶରେ ଏହାକୁ ଲୁଣ ଟେବୁଲ ସଲ୍ଟ (Table salt) ସାଥୀରେ ମିଶେଇ ଆୟୋଡାଇଜ୍‌ଡ ସଲ୍ଟ (iodized salt) ନାମରେ ବିକ୍ରୟ ହେଉଛି । ନାମରେ ବିକ୍ରୟ ହେଉଛି ।[୭] ଖାଦ୍ୟରେ ଆୟୋଡିନ ଅଭାବ ଥିବା ସ୍ଥାନମାନଙ୍କରେ ୦.୩୨ ଡଲାରରେ ମିଳୁଥିବା ଏକ ଡୋଜ ଆୟୋଡିନ ବର୍ଷକୁ ଥରେ ନେବାକୁ ସୁପାରିସ କରାଯାଏ ।[୮][୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ WHO Model Formulary 2008 (PDF). World Health Organization. 2009. p. 499. ISBN 9789241547659. Retrieved 8 January 2017.
  2. ୨.୦ ୨.୧ ୨.୨ ୨.୩ "Iodine". The American Society of Health-System Pharmacists. Retrieved 8 January 2017.
  3. Leung, AM; Braverman, LE; Pearce, EN (Nov 13, 2012). "History of U.S. iodine fortification and supplementation". Nutrients. 4 (11): 1740–6. doi:10.3390/nu4111740. PMC 3509517. PMID 23201844.{{cite journal}}: CS1 maint: unflagged free DOI (link)
  4. Preedy, Victor R.; Burrow, Gerard N.; Watson, Ronald Ross (2009). Comprehensive Handbook of Iodine: Nutritional, Biochemical, Pathological and Therapeutic Aspects (in ଇଂରାଜୀ). Academic Press. p. 135. ISBN 9780080920863.
  5. Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. ISBN 9780471899792.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. Watson, Ronald Ross; Gerald, Joe K.; Preedy, Victor R. (2010). Nutrients, Dietary Supplements, and Nutriceuticals: Cost Analysis Versus Clinical Benefits (in ଇଂରାଜୀ). Springer Science & Business Media. p. 37. ISBN 9781607613084.
  8. Rosso, Joy Miller Del; Marek, Tonia (1996). Class Action: Improving School Performance in the Developing World Through Better Health and Nutrition (in ଇଂରାଜୀ). World Bank Publications. p. 21. ISBN 9780821336724.