Jump to content

ଆୟେଶା ଜୀନତ

ଉଇକିପିଡ଼ିଆ‌ରୁ
ଆୟେଶା ଜୀନତ
ଜନ୍ମ
ଆୟେଶା ଜୀନତ ବିବି

(1997-06-06) ୬ ଜୁନ ୧୯୯୭ (ବୟସ ୨୭)
କସରଗୋଡ଼, କେରଳ, ଭାରତ
ଅନ୍ୟ ନାମଆୟେଶା
ଶିକ୍ଷାଏମ୍.ଓ.ପି. ବୈଷ୍ଣବ କଲେଜ ଫର୍ ଓମେନ୍, ଚେନ୍ନାଇ[]
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୭ – ଏବେଯାଏଁ
ପ୍ରସିଦ୍ଧିସତ୍ୟା (୨୦୧୯-୨୦୨୧)
ସତ୍ୟା ୨ (୨୦୨୧-୨୦୨୨)
ବିଗ୍ ବସ୍ (ତାମିଲ ୬ଷ୍ଠ ସଂସ୍କରଣ)

ଆୟେଶା ଜୀନତ ବିବି (ଜନ୍ମ: ୬ ଜୁନ ୧୯୯୭) ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ତାମିଲ କଥାଚିତ୍ର ଓ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ସେ ୨୦୧୮ ମସିହାରେ ପୋନମଗଲ ଭାନ୍‌ଥଲ୍ ମାଧ୍ୟମରେ ତାମିଲ ଟେଲିଭିଜନ ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ପରେ ସେ ସମୀକ୍ଷକଙ୍କ ଦ୍ୱାରା ପ୍ରଶଂସିତ ଟିଭି ଧାରାବାହିକ ସତ୍ୟାରେ କାମ କରିଥିଲେ ।[][]

ଅଭିନୟ ଜୀବନ

[ସମ୍ପାଦନା]

ଥରେ କଲେଜ ସମୟରେ ଆୟେଶା ୨୦୧୭ ମସିହାରେ ଷ୍ଟାର ବିଜୟରେ ପ୍ରସାରିତ ରିୟାଲିଟି ଶୋ' "ରେଡି ଷ୍ଟେଡି ପୋ"ରେ ଭାଗ ନେଇଥିଲେ । ଏହାପରେ ସେ ତାମିଲ ଭାଷାରେ ପ୍ରସାରିତ ଧାରାବାହିକ ପୋନମଗଲ ଭାନ୍‌ଥଲ୍‌ରେ ତାଙ୍କର ପ୍ରଥମ ଅଭିନୟ କରିଥିଲେ ଯେଉଁଠାରେ ସେ ରୋହିଣୀ ଭୂମିକାରେ ଅଭିନୟ କରିଥିଲେ ।[] ପରବର୍ତ୍ତୀ ସମୟରେ, ସେ ଅନ୍ୟ ଏକ ତାମିଲ ଟିଭି ଧାରାବାହିକ ସତ୍ୟାରେ ମୁଖ୍ୟ ଚରିତ୍ର ସତ୍ୟା ଭୂମିକାରେ ଅଭିନୟ କରିଥିଲେ ।[] ପରବର୍ତ୍ତୀ ସମୟରେ ଏହି ଧାରାବାହିକଟି ପ୍ରଶଂସକ ଓ ଦର୍ଶକଙ୍କ ମଧ୍ୟରେ ପ୍ରଶଂସିତ ହୋଇଥିଲା ଏବଂ ପସନ୍ଦ କରାଯାଇଥିଲା ।[] ପରବର୍ତ୍ତୀ ସମୟରେ, ସେ ଜୀ ତାମିଲରେ ପ୍ରସାରିତ ଫ୍ୟାସନ-ରିଆଲିଟି ଶୋ ସୁପର କୁଇନ୍‌ରେ ପ୍ରତିଯୋଗୀ ଭାବରେ ନଜର ଆସିଥିଲେ ଯେଉଁଠାରେ ସେ ଏହି ଶୋ'ର ଦ୍ୱିତୀୟ ରନର୍ସ ଅପ୍ ଭାବରେ ଉଭା ହୋଇଥିଲେ ।[] ତାମିଲ ଭାଷାରେ ପ୍ରସାରିତ ରିଆଲିଟି ଶୋ' ବିଗ୍ ବସ୍ର ୬ଷ୍ଠ ସଂସ୍କରଣରେ ସେ ଭାଗ ନେଇଥିଲେ ।[]

ନଭେମ୍ବର ୨୧, ୨୦୨୪ରେ, ତାଙ୍କୁ ଆନୁଷ୍ଠାନିକ ଭାବରେ ମାଲାୟାଲମ କଥାଚିତ୍ର ଡକ୍ଟର ବେନ୍ନାଟ୍‌ର ମୁଖ୍ୟ ନାୟିକା ଭାବରେ ଘୋଷଣା କରାଯାଇଛି । ଏହି କଥାଚିତ୍ର ଜରିଆରେ, ସେ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିବେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

୨୦୨୩ ମସିହାର ଫେବୃଆରୀ ୧୪ ତାରିଖରେ, ଆୟେଶାଙ୍କର ସେଲିବ୍ରିଟି ଫଟୋଗ୍ରାଫର୍ ହରନ ରେଡ୍ଡୀଙ୍କ ସହ ନିର୍ବନ୍ଧ ହୋଇଥିଲା ।[]

ମିଡିଆରେ

[ସମ୍ପାଦନା]

୨୦୨୦ ମସିହାରେ, ଆୟେଶା ତାମିଲ ଟେଲିଭିଜନର ୧୦ ଜଣ ମହିଳାଙ୍କ ତାଲିକାରେ ଷଷ୍ଠ ସ୍ଥାନରେ ରହିଥିଲେ ।[୧୦]

  1. "Aysha Zeenath Education".
  2. "5 pictures of Sathya actress Ayesha in long hair that will leave her fans stunned". 19 November 2020.
  3. Cr, Sharanya. "Ayesha: If I do films, my roles should register in people's minds". The Times of India.
  4. "Sathya serial actress Ayesha is mind blowing in latest hot photoshoot". 26 November 2020.
  5. "Sathya: TV actress Ayesha to play a tomboy". The Times of India.
  6. "Daily soap Sathya crosses 400 episodes; Actress Ayesha thanks fans for the support". The Times of India.
  7. "Exclusive – I feel fitness is not all about gyming and running but one's mental strength: Actress Ayesha about challenges in Super Queen". The Times of India.
  8. "'Ayesha' is trending on Twitter! No, not the 'Tu Aaja' viral girl, the recent trend hints at Bigg Boss".
  9. "'Bigg Boss Tamil' fame Ayesha and fashion photographer Haran Reddy get engaged". The Times of India. ISSN 0971-8257. Retrieved 2024-12-24.
  10. "Ramya Pandian to Chandini Tamilarasan: Here's a look at 2020's Top 10 most desirable women of Tamil TV". The Times of India.

ବାହାର ଲିଙ୍କ୍

[ସମ୍ପାଦନା]