ଆୟବହିର୍ଭୁତ ସମ୍ପତ୍ତି
ଆୟବହିର୍ଭୁତ ସମ୍ପତ୍ତି (ଇଂରାଜୀ:Disproportionate assets) ଭାରତୀୟ ଆଇନରେ ଫୌଜଦାରୀ ଅପରାଧ ସମ୍ପର୍କିତ ଏକ ଆଇନଗତ ବ୍ୟାଖ୍ୟା । ଭାରତରେ କାହାର ସମସ୍ତ ଆଇନସମ୍ମତ ଆୟର ଉତ୍ସଗୁଡ଼ିକୁ ହିସାବ କଲାପରେ ତାହାର ନିଜସ୍ୱ ସମଗ୍ର ଆର୍ଥିକ ସମ୍ପତ୍ତି ଆଇନ ସମ୍ମତ ତଥା ବୈଧ ଉତ୍ସରୁ ଯଦି ଅଧିକ ହେଉଥାଏ, ତେବେ ସେହି ଅଧିକା ପରିମାଣର ସମ୍ପତ୍ତିକୁ ଆୟବହିର୍ଭୁତ ସମ୍ପତ୍ତି ଭାବେ ଗଣନା କରାଯାଏ ।[୧] ଏପରି ଆୟବହିର୍ଭୁତ/ଅସମନ୍ୱିତ ସମ୍ପତ୍ତି ମାମଲାଗୁଡ଼ିକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (Central Bureau of Investigation) ଏବଂ ଆୟକର ବିଭାଗ ଦ୍ୱାରା ତଦନ୍ତ କରାଯାଏ ।
ଏହି ଆର୍ଥିକ ଅପରାଧ ବିଶେଷତଃ ଭାରତରେ ସରକାରୀ କର୍ମଚାରୀ ଏବଂ ନିର୍ବାଚିତ ରାଜନୈତିକ ନେତାମାନଙ୍କ ବିରୋଧରେ ଦୁର୍ନୀତି ତଦନ୍ତ ଆରମ୍ଭ କରିବା ପାଇଁ ବ୍ୟବହାର କରାଯାଏ ଏବଂ ଏହାକୁ ଜାତୀୟ ଓ ରାଜ୍ୟ ସ୍ତରର କିଛି ଆଇନ, ଯେପରିକି ଦୁର୍ନୀତି ନିବାରଣ ଆଇନ, ୧୯୮୮[୨], ମାଧ୍ୟମରେ ଆଇନସମ୍ମତ କରାଯାଇଛି ।
ବିଶେଷ ପ୍ରାବଧାନ
[ସମ୍ପାଦନା]ଆୟବହିର୍ଭୁତ ସମ୍ପତ୍ତି ମାମଲା ମୁଖ୍ୟତଃ ଦୁର୍ନୀତି ନିବାରଣ ଆଇନ, ୧୯୮୮ ର ଧାରା 13(1)(e)[୩] ଅନୁଯାୟୀ ପରିଚାଳିତ ହୋଇଥାଏ ।
ଐତିହାସିକ ଫୈସଲା
[ସମ୍ପାଦନା]୨୦୧୪ ସେପ୍ଟେମ୍ବର ୨୯ରେ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜେ ଜୟଲଲିତାକୁ ଆୟବହିର୍ଭୁତ ସମ୍ପତ୍ତି ମାମଲାରେ ଦୋଷୀ ସାବ୍ୟସ୍ତ କରି ଚାରି ବର୍ଷର କାରାବାସ ଦଣ୍ଡ ଦିଆଯାଇଥିଲା । ଏହି ସନ୍ଦର୍ଭରେ ଜୟଲଲିତା ଭାରତରେ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ପରେ ପଦ ଛାଡ଼ିବାକୁ ବାଧ୍ୟ ହେଉଥିବା ପ୍ରଥମ ସକ୍ରିୟ ମୁଖ୍ୟମନ୍ତ୍ରୀ ଥିଲେ ।[୪] ୨୦୧୫ ମେ ୧୧ ରେ, କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ତାଙ୍କୁ ଦୋଷମୁକ୍ତ କରିଥିଲା ।[୫] କିନ୍ତୁ ୨୦୧୭ ଫେବ୍ରୁଆରୀ ୧୪ରେ, ଭାରତର ସର୍ବୋଚ୍ଚ ନ୍ୟାୟାଳୟ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ନିଷ୍ପତ୍ତିକୁ ଖାରଜ କରିଥିଲା । ସଶିକଳା ଓ ଅନ୍ୟ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇ ଚାରି ବର୍ଷ କାରାବାସ ଏବଂ ପ୍ରତ୍ୟେକଙ୍କୁ ₹10 କୋଟି ଜରିମାନା (2019 ରେ ₹11 କୋଟି ବା US$1.6 ମିଲିଅନ ସମାନ) ଦଣ୍ଡ ଦିଆଯାଇଥିଲା । ମାମଲା ଶେଷ ହେବା ବେଳକୁ ଜୟଲଲିତାଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କ ବିରୋଧରେ ମାମଲା ବନ୍ଦ କରାଯାଇଥିଲା, କିନ୍ତୁ ତାଙ୍କର ସମ୍ପତ୍ତି ଉପରେ ଜରିମାନା ଲାଗୁ ହୋଇଥିଲା ।[୫]
ଆଧାର
[ସମ୍ପାଦନା]- ↑ "DISPROPORTIONATE ASSETS - Dictionary of Indian English™". web.archive.org. 2008-04-30. Archived from the original on 2008-04-30. Retrieved 2025-04-23.
{{cite web}}: CS1 maint: bot: original URL status unknown (link) - ↑ "THE PREVENTION OF CORRUPTION ACT, 1988" (PDF). www.indiacode.nic.in. Retrieved 23 April 2025.
- ↑ Bhardwaj, Prachi (2022-09-12). "Explained| "Known source of income" under Section 13(1)(e) of PC Act, 1988 means the sources known to the prosecution or the accused?". SCC Times (in ଆମେରିକୀୟ ଇଂରାଜୀ). Retrieved 2025-04-23.
- ↑ Romig, Rollo (2015-07-01). "What Happens When a State Is Run by Movie Stars?". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 2025-04-23.
- ↑ ୫.୦ ୫.୧ "Jayalalithaa's case was abated, not an exoneration: SC". Hindustan Times (in ଆମେରିକୀୟ ଇଂରାଜୀ). 2025-02-15. Retrieved 2025-04-23.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |