ଆସୱାରି ଯୋଶୀ
ଦେଖଣା
ଆସୱାରି ଯୋଶୀ | |
|---|---|
୨୦୧୧ ମସିହାରେ ଆସୱାରି ଯୋଶୀ | |
| ଜନ୍ମ | ଆସୱାରି ଯୋଶୀ |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୧୯୮୬–୨୦୨୩ |
ଆସୱାରି ଯୋଶୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ଅନେକ ମରାଠୀ ଭାଷାର କଥାଚିତ୍ର ଓ ଧାରାବାହିକରେ ଅଭିନୟ କରିଛନ୍ତି । ସେ ହିନ୍ଦୀ ଟିଭି ଧାରାବାହିକ ଅଫିସ ଅଫିସରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ।[୧] ସେ ହିନ୍ଦୀ କଥାଚିତ୍ର ଓମ୍ ଶାନ୍ତି ଓମ୍ରେ ଲଭ୍ଲି କପୁର ଭୂମିକାରେ ଅଭିନୟ କରିଛନ୍ତି । ସେ ଡିଜ୍ନି ଚ୍ୟାନେଲରେ ପ୍ରସାରିତ ହିନ୍ଦୀ ଧାରାବାହିକ ଶେକ୍ ଇଟ୍ ଅପ୍ରେ ତାଙ୍କ ଭୂମିକା ପାଇଁ ମଧ୍ୟ ଜଣାଶୁଣା, ଯାହାକି ଆମେରିକୀୟ କାର୍ଯ୍ୟକ୍ରମ ଶେକ୍ ଇଟ୍ ଅପ୍ର ଭାରତୀୟ ସଂସ୍କରଣ ଅଟେ ।
ରାଜନୈତିକ ଜୀବନ
[ସମ୍ପାଦନା]୨୦୨୧ ମସିହାରେ ଆସୱାରି ଯୋଶୀ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ । ଏହାର ବର୍ଷକ ପରେ, ସେ ୨୦୨୨ ଅପ୍ରେଲରେ ନ୍ୟାସ୍ନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ରେ ଯୋଗ ଦେଇଥିଲେ ।[୨]
ଆଧାର
[ସମ୍ପାଦନା]- ↑ "Meet the characters of Naya Office Office". Rediff.com. July 21, 2006. Archived from the original on 3 April 2018. Retrieved 2019-06-18.
- ↑ "Who is Asawari Joshi? Renowned Marathi actress who joined the NCP".
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆସୱାରି ଯୋଶୀ