ଆଶା ପଟେଲ
ଆଶା ପଟେଲ | |
|---|---|
| Member of Gujarat Legislative Assembly | |
| କାର୍ଯ୍ୟକାଳ 2017–2021 | |
| ପୂର୍ବ ଅଧିକାରୀ | Narayanbhai Patel |
| ନିର୍ବାଚନ ମଣ୍ଡଳୀ | Unjha |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୬ ସେପ୍ଟେମ୍ବର ୧୯୭୭ |
| ମୃତ୍ୟୁ | ୧୨ ଡିସେମ୍ବର ୨୦୨୧ (ବୟସ ୪୪) Ahmedabad, Gujarat, India |
| ରାଜନୀତିକ ଦଳ | Bharatiya Janata Party |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | Indian National Congress |
| ଶିକ୍ଷା | PhD (Chemistry) |
| ଶିକ୍ଷାନୁଷ୍ଠାନ | Hemchandracharya North Gujarat University |
| ବୃତ୍ତି | Business and Farming |
ଆଶା ପଟେଲ (୬ ସେପ୍ଟେମ୍ବର ୧୯୭୭ - ୧୨ ଡିସେମ୍ବର ୨୦୨୧) ଗୁଜୁରାଟର ଜଣେ ଭାରତୀୟ ରାଜନେତା ଥିଲେ ।
ଜୀବନୀ
[ସମ୍ପାଦନା]ପଟେଲ ଗୁଜୁରାଟର ମେହସାଣା ଜିଲ୍ଲାର ବିଶୋଳ ଗ୍ରାମର ଦ୍ୱାରକାଦାସ ଏବଂ ହୀରାବେନଙ୍କ ଝିଅ ଥିଲେ। [୧]
ସେ ୧୯୯୭ ମସିହାରେ ବି.ଏସ୍.ସି., ୨୦୦୦ ମସିହାରେ ଏମ୍.ଏସ୍.ସି. ପଢିଥିଲେ ଏବଂ ୨୦୦୫ ମସିହାରେ ହେମଚନ୍ଦ୍ରାଚାର୍ଯ୍ୟ ଉତ୍ତର ଗୁଜରାଟ ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ପିଏଚଡି ହାସଲ କରିଥିଲେ । ସେ ଜଣେ ପ୍ରଫେସର ଥିଲେ। ସେ ଉଞ୍ଜାର ଉମିଆ ମନ୍ଦିରର କାର୍ଯ୍ୟନିର୍ବାହୀ ସଦସ୍ୟ ଥିଲେ ।
ସେ ୨୦୧୫ ମସିହା ପାଟିଦାର ସଂରକ୍ଷଣ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ।
ସେ ୨୦୧୭ ମସିହାରେ ଗୁଜରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଭାବରେ ଉଞ୍ଝାରୁ ଗୁଜରାଟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।[୨][୩][୪][୫] ପରେ ସେ ଭାରତୀୟ ଜାତୀୟ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେ ୨୦୧୯ ମସିହାରେ ସେହି ଆସନ ପାଇଁ ଏକ ଉପନିର୍ବାଚନ ଜିତିଥିଲେ।[୬]
ପଟେଲଙ୍କର ୧୨ ଡିସେମ୍ବର ୨୦୨୧ରେ ୪୪ ବର୍ଷ ବୟସରେ ଡେଙ୍ଗୁ ଜ୍ୱରରେ ପୀଡ଼ିତ ହୋଇ ଅହମ୍ମଦାବାଦରେ ମୃତ୍ୟୁ ହୋଇଥିଲା।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ପଟେଲ ଅବିବାହିତ ଥିଲେ। ତାଙ୍କର ତିନି ବଡ଼ ଭଉଣୀ ଏବଂ ଗୋଟିଏ ସାନ ଭାଇ ଥିଲେ।
ଆଧାର
[ସମ୍ପାଦନା]- ↑ "Patel Ashaben Dwarkadas(Indian National Congress(INC)):Constituency- UNJHA(MAHESANA) - Affidavit Information of Candidate". myneta.info. Retrieved 2021-12-13.
- ↑ "Asha Patel joins Gujarat BJP, says 25 more Congress MLAs unhappy". DNA India (in ଇଂରାଜୀ). Retrieved 2021-12-13.
- ↑ "Asha Patel-backed panel emerges victorious in Unjha APMC election". The Times of India. 11 June 2019. Retrieved 8 September 2019.
- ↑ "Gujarat: Narayan Lallubhai Patel's reign ends in Unjha APMC, Asha Patel bags 10 seats". DNA India (in ଇଂରାଜୀ). Retrieved 2021-12-13.
- ↑ "Guj: BJP MLA-backed panel wins Unjha APMC polls". Business Standard India. Press Trust of India. 2019-06-10. Retrieved 2021-12-13.
- ↑ 3 Congress MLAs quit party in Gujarat in last 4 days: Turmoil in Grand Old Party?