ଆଶା ଦେବୀ ଆର୍ଯ୍ୟନାୟକମ
ଆଶା ଦେବୀ ଆର୍ଯ୍ୟନାୟକମ | |
|---|---|
| ଜନ୍ମ | ୧୯୦୧ |
| ମୃତ୍ୟୁ | 1972 (aged 70–71) |
| ବୈବାହିକ-ସାଥୀ | ଇ. ଆର୍. ଡବ୍ଲ୍ୟୁ. ଆରଣ୍ୟକମ |
| ପିତାମାତା | ଫଣୀ ଭୂଷଣ ଅଧିକାରୀ ସରଜୁବାଳା ଦେବୀ |
| ପୁରସ୍କାର | ପଦ୍ମଶ୍ରୀ (୧୯୫୪) |
ଆଶା ଦେବୀ ଆର୍ଯ୍ୟନାୟକମ (୧୯୦୧–୧୯୭୨)[୧] ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତା ଓ ଗାନ୍ଧୀବାଦୀ ଥିଲେ ।[୨][୩] ସେ ମହାତ୍ମା ଗାନ୍ଧୀଙ୍କ ସେବାଗ୍ରାମ[୪] ଏବଂ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନ ସହିତ ଘନିଷ୍ଠ ଭାବରେ ଜଡ଼ିତ ଥିଲେ[୫]
ଜୀବନୀ
[ସମ୍ପାଦନା]ସେ ୧୯୦୧ ମସିହାରେ, ବ୍ରିଟିଶ ଭାରତ ଅନ୍ତର୍ଗତ ଲାହୋରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଫଣୀ ଭୂଷଣ ଅଧିକାରୀ ଜଣେ ପ୍ରାଧ୍ୟାପକ ଥିଲେ ଏବଂ ତାଙ୍କ ମାଆଙ୍କ ନାମ ସରଜୁବାଳା ଦେବୀ । ତାଙ୍କ ପିଲାଦିନ ଲୋହରରେ କଟିଥିଲା ଏବଂ ପରେ ସେ ବନାରସ ଆସିଯାଇଥିଲେ । ସେ ଘରେ ରହି ସ୍କୁଲ ଶିକ୍ଷା ଶେଷ କରିବା ପରେ କଲେଜରେ ପଢ଼ିଥିଲେ ଏବଂ କଳାରେ ସ୍ନାତକ କରିବା ପରେ, ବନାରସ ସ୍ଥିତ ଓମେନ୍ସ କଲେଜର ଜଣେ ଅଧ୍ୟାପିକା ଭାବରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ, ସେ ଶାନ୍ତିନିକେତନରେ ଯୋଗ ଦେଇଥିଲେ ଏବଂ ସେଠାରେ ସେ ରବୀନ୍ଦ୍ରନାଥ ଠାକୁରଙ୍କ ବ୍ୟକ୍ତିଗତ ସଚିବ ଇ. ଆର୍. ଡବ୍ଲ୍ୟୁ. ଆର୍ଯ୍ୟନାୟକମଙ୍କୁ ଭେଟିଥିଲେ ଏବଂ ଉଭୟ ବିବାହ କରିଥିଲେ ।[୨][୩] ଏହି ଦମ୍ପତିଙ୍କର ଦୁଇଜଣ ସନ୍ତାନ ଥିଲେ । ସେ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ତାଙ୍କ ସ୍ୱାମୀଙ୍କ ସହିତ ୱାର୍ଦ୍ଧା ଠାରେ ସେବାଗ୍ରାମରେ ଯୋଗ ଦେଇଥିଲେ । ଆରମ୍ଭରୁ ସେ ମାରୱାର୍ଡ଼ି ବିଦ୍ୟାଳୟରେ କାମ କରୁଥିଲେ ଏବଂ ପରେ, ହିନ୍ଦୁସ୍ତାନୀ ତାମିଲ ସଂଘରେ କାମ କରିଥିଲେ ।[୨][୩] ୧୯୫୪ ମସିହାରେ, ଭାରତ ସରକାର ତାଙ୍କୁ ଦେଶର ୪ର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ ।[୬]
ସେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କିତ ଦୁଇଖଣ୍ଡ ପୁସ୍ତକ ଦି ଟିଚର୍: ଗାନ୍ଧୀ[୭] ଏବଂ ଶାନ୍ତି-ସେନା: ଡାଏ ଇଣ୍ଡିସ୍କେ ଫ୍ରିଏଡେନଶ୍ୱେର[୮] ରଚନା କରିଥିଲେ । ୧୯୭୨ ମସିହାରେ, ତାଙ୍କର ମୃତ୍ୟୁ ହୋଇଥିଲା ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Boston University". Boston University. 2015. Retrieved 31 March 2015.
- ↑ ୨.୦ ୨.୧ ୨.୨ L. C. Jain (1998). The City of Hope: The Faridabad Story. Concept Publishing Company. p. 330. ISBN 9788170227489.
- ↑ ୩.୦ ୩.୧ ୩.୨ Aijazuddin Ahmad, Moonis Raza (1990). An Atlas of Tribal India. Concept Publishing Company. p. 472. ISBN 9788170222866.
- ↑ Geoffrey Carnall (2010). Gandhi's Interpreter: A Life of Horace Alexander. Edinburgh University Press. p. 314. ISBN 9780748640454.
- ↑ Bikram Sarkar (1989). Land Reforms in India, Theory and Practice. APH Publishing. p. 275. ISBN 9788170242604.
- ↑ "Padma Shri" (PDF). Padma Shri. 2015. Archived from the original (PDF) on 15 October 2015. Retrieved 11 November 2014.
- ↑ Asha Devi Aryanayakam (1966). The Teacher: Gandhi. Bharatiya Vidya Bhavan. p. 37.
- ↑ Asha Devi Aryanayakam (1958). Shanti-Sena: die indische Friedenswehr. Freundschaftsheim.
ଅଧିକ ପଠନ
[ସମ୍ପାଦନା]- Asha Devi Aryanayakam (1966). The Teacher: Gandhi. Bharatiya Vidya Bhavan. p. 37.
- Asha Devi Aryanayakam (1958). Shanti-Sena: die indische Friedenswehr. Freundschaftsheim.