ଆଶାଲତା ସେନ
ଆଶାଲତା ସେନ | |
|---|---|
| ଜନ୍ମ | 5 February 1894 |
| ମୃତ୍ୟୁ | 13 February 1986 |
| ଜାତୀୟତା | ଭାରତୀୟ |
| ପ୍ରସିଦ୍ଧି | ଭାରତୀୟ ସ୍ଵାଧୀନତା ସଂଗ୍ରାମୀ |
ଆଶାଲତା ସେନ (୫ ଫେବୃଆରୀ ୧୮୯୪ – ୧୩ ଫେବୃଆରୀ ୧୯୮୬) ଜଣେ ସାମାଜିକ କର୍ମୀ, କବି, ସମାଜସେବୀ ଏବଂ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଜଣେ ପ୍ରମୁଖ ନାୟିକା ଥିଲେ ।[୧][୨][୩]
ସଂକ୍ଷିପ୍ତ ଜୀବନ
[ସମ୍ପାଦନା]ଆଶାଲତା ସେନ ୧୮୯୪ ମସିହାରେ ନୂଆଖାଲିରେ ଜଣେ ଆଇନଜୀବୀ ପରିବାରରେ ଜନ୍ମଗ୍ରହଣ କଲେ । ତାଙ୍କ ପିତା ବଗଲାମୋହନ ଦାସଗୁପ୍ତ ନୋଆଖାଲି ଜଜକୋର୍ଟରେ ଜଣେ ଆଇନଜୀବୀ ଥିଲେ ଏବଂ ମାଆ ଥିଲେ ମନୋଦାସୁନ୍ଦରୀ ଦାସଗୁପ୍ତ । ପିଲାଟିଦିନରୁ ସେ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ । ୧୦ ବର୍ଷ ବୟସରେ ସେ ବଙ୍ଗଭଙ୍ଗ ବିରୋଧୀ ଜାତୀୟତାବାଦୀ ଉତ୍ସାହରେ କବିତା ଲେଖିଥିଲେ ଯାହା ଅନ୍ତଃପୁର ପତ୍ରିକାରେ ପ୍ରକାଶିତ ହୋଇଥିଲା । ତାଙ୍କ ଠାକୁରମା ନବଶଶୀ ଦେବୀଙ୍କ ପ୍ରେରଣାରେ ସେ ୧୯୦୫ରେ, ୧୧ ବର୍ଷ ବୟସରେ, ସ୍ୱଦେଶୀ ଆନ୍ଦୋଳନରେ ଯୋଗଦେଇ ରାଜନୈତିକ କ୍ଷେତ୍ରକୁ ପ୍ରବେଶ କଲେ । ଉଚ୍ଛ୍ୱାସ, ଉତ୍ସ, ବିଦ୍ୟୁତ୍ ଏବଂ ଛୋଟୋଦେର ଛାଡା ସେନଙ୍କ ରଚିତ କିଛି ପୁସ୍ତକ ।[୪]
୧୯୨୧ରେ ସେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ଯୋଗଦେଇଥିଲେ ଏବଂ ନାରୀ ସଶକ୍ତିକରଣ ପାଇଁ ନିଜ ଘରରେ ଏକ ଶିକ୍ଷା ଆଶ୍ରମ ସ୍ଥାପନ କଲେ । ୧୯୨୨ରେ ସେ ଢାକା ଜିଲ୍ଲାର ପ୍ରତିନିଧି ଭାବେ ଗୟା କଂଗ୍ରେସରେ ଯୋଗଦେଲେ । ୧୯୨୪ରେ ସେ ସର୍ମା ଗୁପ୍ତ ଏବଂ ସର୍ଜୁବାଲା ଗୁପ୍ତଙ୍କ ସହଯୋଗରେ ଗାନ୍ଧାରିଆ ମହିଳା ସମିତି ସ୍ଥାପନ କଲେ, ଯାହା ମାଧ୍ୟମରେ ଗାନ୍ଧୀୟ ଦର୍ଶନର ପ୍ରଚାର ଏବଂ ମହିଳାଙ୍କ ମନେ ଜାତୀୟତାବୋଧ ସୃଷ୍ଟି କରାଯାଇଥିଲା । ୧୯୨୫ରେ ସେ *ଆଲ ଇଣ୍ଡିଆ କାଟୁନି ସଂଘ (AIKS)*ର ସଦସ୍ୟା ହେଲେ ଏବଂ ପାଖପାଖିର ଗାଁଗୁଡ଼ିକରେ ଖଦି ବ୍ୟବହାରର ପ୍ରଚାର ଆରମ୍ଭ କଲେ ।[୪]
୧୩ ଫେବୃଆରୀ ୧୯୮୬ରେ ନୂଆଦିଲ୍ଲୀରେ ନିଜ ପୁଅଙ୍କ ଘରେ ତାଙ୍କର ଦେହାନ୍ତ ହେଲା ।
ଆଧାର
[ସମ୍ପାଦନା]- ↑ GUPTA, Sarmistha Dutta (2013). "Death and Desire in Times of Revolution". Economic and Political Weekly. 48 (37): 59–68. ISSN 0012-9976. JSTOR 23528276.
- ↑ "5 unknown women freedom fighters of India who did as much as Gandhi and Nehru". India Today (in ଇଂରାଜୀ). 27 June 2019. Retrieved 2021-02-05.
- ↑ "Remembering the women who fought for India's freedom". Deccan Herald (in ଇଂରାଜୀ). 2020-08-15. Retrieved 2021-02-05.
- ↑ ୪.୦ ୪.୧ Dasgupta, Kamala (2015). স্বাধীনতা সংগ্রামে বাংলার নারী. Radical Impression. pp. 106–112. ISBN 9788185459820.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |