ଆଶରମ୍ୟାନ ସିଣ୍ଡ୍ରୋମ
Asherman syndrome | |
---|---|
Intrauterine adhesions (IUA); intrauterine synechiae; uterine/cervical atresia, traumatic uterine atrophy, sclerotic endometrium, endometrial sclerosis[୧] | |
![]() Drawing of Asherman's syndrome showing scarring within the uterus | |
ବିଭାଗ | Gynecology |
ଲକ୍ଷଣ | Menstrual bleeding, pain with menstruation, recurrent miscarriages, infertility[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Saline sonography, hysterosalpingography, hysteroscopy, MRI[୨] |
ସଠିକ ରୋଗ ନିର୍ଣ୍ଣୟ | Polycystic ovarian disease, pelvic inflammatory disease, cervical stenosis, low thyroid, premature menopause[୨] |
ଚିକିତ୍ସା | Surgery, estrogen[୨] |
ପୁନଃପୌନିକ | 1.5% to 46% of infertile women[୨][୩] |
ଆଶରମ୍ୟାନ ସିଣ୍ଡ୍ରୋମ ( Asherman's syndrome/ AS), ନାମ ଦିଆଯାଏ ଯେତେବେଳେ ଗର୍ଭାଶୟ କିମ୍ବା ଗର୍ଭାଶୟ ଗ୍ରୀବା ସଂଲଗ୍ନ ହୋଇ (ସ୍କାର ଟିସୁ/ ତନ୍ତୁ) ସୃଷ୍ଟି ହୁଏ ଏବଂ ଏହାର ଫଳସ୍ୱରୂପ ନିମ୍ନ ଲିଖିତ ଲକ୍ଷଣ ଦେଖାଯାଏ ।[୨] [୩] ଲକ୍ଷଣଗୁଡ଼ିକ ମଧ୍ୟରେ ଋତୁସ୍ରାବର ରକ୍ତ ହ୍ରାସ, ଋତୁସ୍ରାବ ସମୟରେ ଯନ୍ତ୍ରଣା, ବାରମ୍ବାର ଅକାଳ ପ୍ରସବ ବା ଗର୍ଭପାତ କିମ୍ବା ବନ୍ଧ୍ୟାତ୍ୱ ହୋଇପାରେ ।[୨]
ଏହାର କାରଣରେ ସାଧାରଣତଃ ଗର୍ଭାଶୟ ଅସ୍ତ୍ରୋପଚାର ଯୋଗୁ ଯେପରିକି ଗର୍ଭାବସ୍ଥା ପରେ ବିସ୍ତାର ଏବଂ କ୍ୟୁରେଟେଜ ଏବଂ ଏହା ଯକ୍ଷ୍ମା କିମ୍ବା ସିଷ୍ଟୋସୋମିଆସିସ୍ ଭଳି ସଂକ୍ରମଣରୁ ମଧ୍ୟ ହୋଇପାରେ । [୨] [୩] ଏହାର ବିପଦ ସଙ୍କଟ ମଧ୍ୟରେ ଗର୍ଭାବସ୍ଥାରେ ପ୍ଲାସେଣ୍ଟା ଆକ୍ରେଟା ଅନ୍ତର୍ଭୁକ୍ତ । [୨] ସାଲାଇନ ସୋନୋଗ୍ରାଫି, ହିଷ୍ଟେରୋସାଲପିଙ୍ଗୋଗ୍ରାଫି, ହିଷ୍ଟେରୋସ୍କୋପି କିମ୍ବା ଏମଆରଆଇ (MRI) ଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ।[୨] ଏହାକୁ ମୃଦୁ, ମଧ୍ୟମ କିମ୍ବା ଗୁରୁତର ଭାବରେ ବର୍ଗୀକୃତ କରାଯାଇପାରେ ।[୨] ଲକ୍ଷଣ ବିନା ସଂଲଗ୍ନ ଥିଲେ ତାହାକୁ "ଲକ୍ଷଣହୀନ ଅନ୍ତଃଜରାୟୁ ସଂଲଗ୍ନ" କୁହାଯାଏ ।[୩]
ଚିକିତ୍ସା ସାଧାରଣତଃ ସ୍କାର ବା ତନ୍ତୁଦାଗକୁ କାଟିବା ପାଇଁ ହିଷ୍ଟେରୋସ୍କୋପ୍ ବ୍ୟବହାର କରି ଅସ୍ତ୍ରୋପଚାର ଦ୍ୱାରା କରାଯାଏ ।[୨] [୪] ପ୍ରତିଷେଧ ପଦ୍ଧତିଗୁଡ଼ିକ ମଧ୍ୟରେ ଗର୍ଭାଶୟ ଭିତରେ ଗର୍ଭାଶୟ ମଧ୍ୟସ୍ଥ ଉପକରଣ କିମ୍ବା ବେଲୁନ ବ୍ୟବହାର କରାଯାଏ ।[୩] ପୁନରାବୃତ୍ତିକୁ ରୋକିବା ପାଇଁ ଅସ୍ତ୍ରୋପଚାର ସମୟରେ ଏଷ୍ଟ୍ରୋଜେନ୍ ମଧ୍ୟ ବ୍ୟବହାର କରାଯାଏ ।[୨] [୩] ଚିକିତ୍ସା ସତ୍ତ୍ୱେ ମହିଳାମାନଙ୍କର ସନ୍ତାନ ଜନ୍ମ କରିବାରେ ସମସ୍ୟା ହୋଇପାରେ ଏବଂ ଯେଉଁମାନେ ଗର୍ଭଧାରଣ କରନ୍ତି ସେମାନଙ୍କର ଅକାଳ ଜନ୍ମ କିମ୍ବା ପ୍ଲାସେଣ୍ଟା ଧରି ରହିପାରେ ।[୨] ଷ୍ଟେମ୍ କୋଷଗୁଡ଼ିକର ବ୍ୟବହାର ବିଷୟ ଅଧ୍ୟୟନ କରାଯାଉଛି ।[୨]
ବନ୍ଧ୍ୟାତ୍ୱ ପାଇଁ ତଦନ୍ତ କରାଯାଉଥିବା ୧.୫%ରୁ ୪୬% ମହିଳାଙ୍କ ମଧ୍ୟରେ ଆଶରମ୍ୟାନ ସିଣ୍ଡ୍ରୋମ ଚିହ୍ନଟ ହୋଇଛି ।[୨] [୩] ଗର୍ଭପାତ ପରବର୍ତ୍ତୀ ବର୍ଷରେ ଏହାର ହାର ପ୍ରାୟ ୨୦% ।[୪] ଏହି ଅବସ୍ଥାର ପ୍ରଥମ ରିପୋର୍ଟ ୧୮୯୪ ମସିହାରେ ହେନରିଚ୍ ଫ୍ରିଟ୍ସଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲେ ମଧ୍ୟ ଜୋସେଫ ଆଶରମ୍ୟାନଙ୍କ ଦ୍ୱାରା ୧୯୫୦ ମସିହା ପର୍ଯ୍ୟନ୍ତ ଏହାର ସମ୍ପୂର୍ଣ୍ଣ ବର୍ଣ୍ଣନା ହୋଇନଥିଲା ।[୩] [୫]
ଆଧାର
[ସମ୍ପାଦନା]- ↑ Palter SF (2005). "High Rates of Endometriosis in Patients With Intrauterine Synechiae (Asherman's Syndrome)". Fertility and Sterility. 86 (Suppl 1): S471. doi:10.1016/j.fertnstert.2005.07.1239.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Smikle, C; Yarrarapu, SNS; Khetarpal, S (January 2024). "Asherman Syndrome". StatPearls. PMID 28846336. Archived from the original on 30 January 2021. Retrieved 31 August 2024.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Dreisler, E; Kjer, JJ (2019). "Asherman's syndrome: current perspectives on diagnosis and management". International journal of women's health. 11: 191–198. doi:10.2147/IJWH.S165474. PMID 30936754.
{{cite journal}}
: CS1 maint: unflagged free DOI (link) - ↑ ୪.୦ ୪.୧ Salazar, CA; Isaacson, K; Morris, S (August 2017). "A comprehensive review of Asherman's syndrome: causes, symptoms and treatment options". Current opinion in obstetrics & gynecology. 29 (4): 249–256. doi:10.1097/GCO.0000000000000378. PMID 28582327.
- ↑ Conforti A, Alviggi C, Mollo A, De Placido G, Magos A (December 2013). "The management of Asherman syndrome: a review of literature". Reproductive Biology and Endocrinology. 11: 118. doi:10.1186/1477-7827-11-118. PMC 3880005. PMID 24373209.
{{cite journal}}
: CS1 maint: unflagged free DOI (link)