ଆଲୋଚନା:ଲେପ୍ଟୋସ୍ପାଇରୋସିସ୍

Page contents not supported in other languages.
ଉଇକିପିଡ଼ିଆ‌ରୁ

ନାମରେ ସଂକ୍ଷିପ୍ତ ଯୋଡ଼ି ଲେଖିବା ବାବଦରେ[ସମ୍ପାଦନା]

ପରିଚାଳକମାନେ (MKar, Ansumang, Odisha1) ଦୃଷ୍ଟି ଦେବେ, Subas Chandra Rout ସାର ଏକ ନାମରେ କିଛି ଦୁଇ-ଦୁଇଟି ପ୍ରସଙ୍ଗ ତିଆରି କରିଛନ୍ତି ଓ ଆଗକୁ ଆହୁରି କରିବାକୁ ଯାଉଛନ୍ତି । ତେବେ ଆଗରୁ ଆମ ଉଇକିପିଡ଼ିଆରେ ଏଭଳି ପ୍ରସଙ୍ଗ ତିଆରି ହୋଇନଥିଲା । ତେବେ ଏବେ ସେ ସମାନ ପ୍ରସଙ୍ଗର ଏକ ସଂକ୍ଷିପ୍ତ ସଂସ୍କରଣ ଓ ଏକ ଲମ୍ବା ସଂସ୍କରଣ ଲେଖିବାକୁ ଯାଉଛନ୍ତି । ତେବେ ଏହା ବାକି ଉଇକିପିଡ଼ିଆରେ ମଧ୍ୟ ଏ ଯାଏ ଲେଖା ଯାଇନାହିଁ । ଆମେମାନେ ମିଳିତ ଭାବେ ଏକ ସିଦ୍ଧାନ୍ତ ନେଇ ତାହା ଉଇକିପିଡ଼ିଆ:ନିୟମାବଳୀରେ ଲେଖିପାରିବା କି? ଏଠାରେ ମୋ ମତରେ ଏକା ନାମରେ ଦୁଇଟି ପ୍ରସଙ୍ଗ ତିଆରି ନ କରି ମୂଳ ପୃଷ୍ଠାର ଉପ ପୃଷ୍ଠା ଭାବେ ଲମ୍ବା ପ୍ରସଙ୍ଗଟିକୁ ରଖି ପାରିବା । ଧରନ୍ତୁ ପ୍ରସଙ୍ଗଟିର ନାମ "ଲେପ୍ଟୋସ୍ପାଇରୋସିସ୍" ହେଲା, ତେବେ ତାହାର ଲମ୍ବା ସଂସ୍କରଣଟି "ଲେପ୍ଟୋସ୍ପାଇରୋସିସ୍/ଲମ୍ବା" ହୋଇ ରହିବ । ତେବେ ମୂଳ ପ୍ରସଙ୍ଗ ଉପରେ ଲମ୍ବା ପ୍ରସଙ୍ଗକୁ ଯିବା ପାଇଁ ଏକ ଛାଞ୍ଚ ରଖାଯିବ ଯାହା ଫଳରେ ପାଠକଟିଏ ଲମ୍ବା ପ୍ରସଙ୍ଗଟିଏ ଅଛି ବୋଲି ଜାଣିପାରିବ । --ସୁଭାସିସ ପାଣିଗାହି ଆଳାପ ୧୭:୪୮, ୨୪ ଫେବୃଆରୀ ୨୦୧୫ (UTC)

ପ୍ରଥମେ ସୁବାସ ସାରଙ୍କୁ ଏହି ନୂଆ ଫର୍ମାଟ ଆରମ୍ଭ କରିଥିବାରୁ ଧନ୍ୟବାଦ । ପ୍ରଥମ କଥା, ଉପପୃଷ୍ଠା କରିବାଦ୍ଵାରା ଏହା ଅନ୍ୟ ଲେଖା ଭାବେ ଗଣା ଯିବନି । ଏଣୁ ମୋ ମତରେ ଇଂରାଜୀ ଉଇକିର 'ଆଉଟ୍-ଲାଇନ୍' ଫର୍ମାଟରେ କିଛି ବ୍ୟବସ୍ଥା କଲେ ଭଲ ହେବ । ଦ୍ଵିତୀୟ କଥା ହେଲା, ଯଦି ଉପପୃଷ୍ଠା ହେବ- ତେବେ ଯେତେବେଳ ଯାଏଁ 'ଲମ୍ବା' ଲେଖାଟି ଲେଖାଯାଇ ନାହିଁ ସେ ପର୍ଯ୍ୟନ୍ତ ସଂକ୍ଷିପ୍ତ 'ପୋଷ୍ଟ-ଫିକ୍ସ'ଟିକୁ ହଟାଯାଉ; ପରେ ଅକ୍ଳେଶରେ ଏହା ଯୋଡ଼ା ଯାଇପରିବ । ଏହା ନାମକରଣ ବାବଦରେ ଦ୍ଵନ୍ଦ ସୃଷ୍ଟି କରୁଛି । ସଂକ୍ଷିପ୍ତ-କରଣ ବାବଦରେ ଆଗରୁ ସାଇନ୍-ପୋଷ୍ଟରେ ପଢିଥିଲି । ଯଦି ଏହାର ଲକ୍ଷ୍ୟ ପାଠକୀୟତା ହାସଲ କରିବା ହୋଇଥାଏ ତେବେ ଏହାକୁ ପଏଣ୍ଟ କରି ଲେଖିବା ବାବଦରେ ଲେଖକଙ୍କ ମତାମତ ଲୋଡିବି । ଯଦି ଉପପୃଷ୍ଠା ଭାବେ ରଖାଯାଏ ତେବେ ଲମ୍ବା-ପୃଷ୍ଠାଟିକୁ ମୁଖ୍ୟ ପୃଷ୍ଠା କରି ସଂକ୍ଷିପ୍ତ ପୃଷ୍ଠାକୁ ଉପପୃଷ୍ଠା କରାଯିବା ଠିକ ହେବ ( କି ?) --ଶିତିକଣ୍ଠ (ଆଲୋଚନା) ୧୯:୫୪, ୨୬ ଫେବୃଆରୀ ୨୦୧୫ (UTC)
ଭାଷା ଅଲଗା ଅଲଗା ହେଲେ ମଧ୍ୟ ସବୁ ଭାଷାର ଉଇକିପିଡ଼ିଆରେ ପ୍ରସଙ୍ଗ ସଜାଣି ଶୈଳୀ ସମାନ ରହୁଥିବାରୁ ଓ ଅନ୍ୟଭାଷାର ଉଇକିପିଡ଼ିଆରେ ଏହିଭଳି ପ୍ରସଙ୍ଗ ଏପର୍ଯ୍ୟନ୍ତ ତିଆରି ହୋଇନଥିବାରୁ ଏହାକୁ କିପରି ସଜାଇ ରଖାଯିବ, ସେ ବାବଦରେ ଚୁଡାନ୍ତ ନିଷ୍ପତ୍ତି ଆମେ ନେଇପାରିବାନି ।
ଶିତିକଣ୍ଠଙ୍କ ଉପରୋକ୍ତ ପ୍ରସ୍ତାବ ଭଳି ଲମ୍ବା ପୃଷ୍ଠାଟିକୁ ମୁଖ୍ୟ ପ୍ରସଙ୍ଗ ଭାବେ ରଖି ଛୋଟ ପୃଷ୍ଠାକୁ ଉପପୃଷ୍ଠା କରାଯିବା ଉଚିତ ହେବ । କେବଳ ଗୋଟିଏ ପ୍ରସଙ୍ଗ/ପୃଷ୍ଠା ଥିବାବେଳେ ନାମ ଶେଷରେ ସଂକ୍ଷିପ୍ତ ଲେଖିବାର କିଛି ଆବଶ୍ୟକତା ନାହିଁ ।
ଶୁଭାଶିଷଙ୍କ ପ୍ରସ୍ତାବ ଭଳି ଏକା ନାମରେ ଦୁଇଟି ପୃଷ୍ଠା ନ ରଖି, ଲମ୍ବା ପୃଷ୍ଠାର ଉପରେ ଛୋଟ ପୃଷ୍ଠା ବାବଦରେ ଏକ ସୂଚନା ରଖାଯିବା ଠିକ ହେବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୩୪, ୨୭ ଫେବୃଆରୀ ୨୦୧୫ (UTC)
Wiki Project Med foundation ର Medical translation project/Tanslation Task force ଏକ ଅଂଶ, ଯାହା James Heilmanଙ୍କଦ୍ୱାରା ପରିଚାଳିତ ହେଉଛି ଓ ଆଜି ପର୍ଯ୍ୟନ୍ତ ଯାହା (ଲମ୍ବା ବିଷୟ) ଲେଖାହୋଇଛି ତାହା ସେହି ପ୍ରୋଗ୍ରାମ ଅନ୍ତର୍ଭକ୍ତ । ସେମାନେ ଅଳ୍ପ ଦିନ ତଳେ ନୂଆ ପ୍ରୋଗ୍ରାମ ଆରମ୍ଭ କରିଛନ୍ତି । ଆଗରୁ ସେମାନେ ଏକ ପେଜରେ work order ପଠା‌ଥିଲେ ଓ ମୁଁ ସେହି ପୃଷ୍ଠାରେ ଅନୁବାଦ କରି ପେଷ୍ଟ କରୁଥିଲି ଯାହା ସ୍ୱୟଂ ଅପଲୋଡ ହେଉଥିଲା । ତାକୁ ପ୍ରଥମେ ସେମାନେ tableରେ complete ଲେଖୁଥିଲେ ଓ ପରେ ସମୟକ୍ରମେ live କରୁଥିଲେ । ଇବୋଲା ଭୂତାଣୁ ରୋଗକ୍ରନିକ ଅବ୍‌ସ୍ଟ୍ରକ୍ଟିଭ୍ ପଲ୍‌ମୋନାରି ଡିଜିଜ (ସି.ଓ.ପି.ଡି.) ଦୁଇଟି ସେହି କ୍ରମରେ ଲେଖାଯାଇଥିଲା ଓ ଏହି ଦୁଇଟି ଆମ ଓଡ଼ିଆ ଉଇକିପଡ଼ିଆରୁ upload ହୋଇ ନ ଥିଲା । ଏହି ନୂଆ ପ୍ରୋଗ୍ରାମ ଆରମ୍ଭ ବେଳେ ମୁଁ ତାଙ୍କୁ work order ବିଷୟରେ ଲେଖିଥିଲି କିନ୍ତୁ ନିଜେ James ମୋତେ ଲେଖିଲେ ତୁମେ ଆମ ପାଖକୁ ଅନୁବାଦ ଲେଖି E-Mailରେ ପଠାଅ ଓ ନିଜେ Live କର । ତା ପରେ ମୁଁ ଏହି heading problem ବିଷୟରେ ଲେଖିଥିଲି । ଗୋଟିଏ ବିଷୟକୁ କିପରି ଦୁଇଥର ଲେଖାଯିବ ? ସେ ବୋଧହୁଏ ବୁଝି ପାରିଲେନି । ସଠିକ ଉତ୍ତର ମିଳିଲାନି । ମୃତ୍ୟୁଞ୍ଜୟ ଓ ସୁଭାସିସଙ୍କୁ ମଧ୍ୟ ଫୋନରେ ଜଣାଇଥିଲି । ମୋ ମତରେ ଛୋଟ ହେଉ ବା ବଡ଼ ହେଉ, ବିଷୟଟି ଲେଖି ସବା ଉପରେ ଏହାର ଛୋଟ/ବଡ଼ ସଂସ୍କରଣ ଦେଖିବା ନିମନ୍ତେ ଏଠାରେ କ୍ଲିକ କରନ୍ତୁ ଲେଖିଲେ ଅସୁବିଧା ହେବ ନାହିଁ । ଏହା ଉପରେ ଆଡମିନମାନେ clarification ସେଠାରୁ ମାଗିପାରନ୍ତି । ବ‌ହୁତ communication gap ରହୁଛି ଏହି ସମ୍ପର୍କରେ । ଏହି ସଂକ୍ଷିପ୍ତ ସଂସ୍କରଣ‌ଟି ବୋଧହୁଏ ସାଧାରଣ ଲୋକଙ୍କ ନିମନ୍ତେ ଲେଖାଯାଇଛି ଓ ଏହା ବଡ଼ ଲେଖାଠାରୁ ଅଧିକ ଉପାଦେୟ । ବଡ଼ ଲେଖା ମେଡିକାଲ ଲୋକଙ୍କ ପାଇଁ ବା ରିସର୍ଚ କରୁଥିବା ଲୋକଙ୍କ ପାଇଁ ଉପାଦେୟ । ଏତେ ବଡ଼ ଲେଖା ସାଧାରଣ ଲୋକ ପଢ଼ିବାକୁ ଧୈର୍ଯ୍ୟ ଦରକାର । ସେହି ଟେବୁଲ ଦେଖିବା ନିମନ୍ତେ କ୍ଲିକ କରନ୍ତୁ । [[୧]] ଟେବୁଲ ୫ରେ ଓଡ଼ିଆ ଅଛି ।--Subas Chandra Rout (ମୋ ଆଲୋଚନା) ୦୫:୦୯, ୨୭ ଫେବୃଆରୀ ୨୦୧୫ (UTC)
ସୁବାସ ସାର, ମୃତ୍ୟୁଞ୍ଜୟ ଭାଇ କହିଲା ଭଳି ଏବେ ଆମେ ଚୂଡ଼ାନ୍ତ ସିଦ୍ଧାନ୍ତଟିଏ ନେଇପାରିବା ନାହିଁ । ତେବେ ଜେମ୍ସ ମଧ୍ୟ ଓଡ଼ିଆ ଉଇକିପିଡ଼ିଆ ବାବଦରେ ନିଷ୍ପତ୍ତି ନେଇପାରିବେ ନାହିଁ । ତେଣୂ "ସଂକ୍ଷିପ୍ତ" ଲେଖାଟି ମୁଖ୍ୟ ଓ "/ଲମ୍ବା" ଏକ ଉପପୃଷ୍ଠା କରିହେବ, "କିମ୍ବା" "ଲମ୍ବା" ପୃଷ୍ଠାଟି ମୁଖ୍ୟ ଓ "/ସଂକ୍ଷିପ୍ତ" ଉପପୃଷ୍ଠା ଭାବେ ରଖିହେବ । ମୋର ବ୍ୟକ୍ତିଗତ ମତ ଲମ୍ବା ଲେଖାରେ ଆପଣଙ୍କ ଶ୍ରମ ଆଉ ଏତେ ସମୟ ଯାଇଥିବାରୁ ସେଇଟି ମୁଖ୍ୟ ରହି ଛୋଟ ଲେଖାଟି ତା'ର ଉପପୃଷ୍ଠା ରହିଲେ ଟଃଇକ ହୁଅନ୍ତା । ତା'ପରେ କେହି ପୃଷ୍ଠାଟି ଖୋଲିଲେ ସଭା ଉପରେ ଏକ "ସୂଚନା" ଥିବାରୁ ତା' ପଢ଼ି ଜାଣିପାରିବ ଯେ ସଂକ୍ଷିପ୍ତ ଲେଖାଟେ ମଧ୍ୟ ରହିଛି । ତେଣୁ ଦ୍ୱନ୍ଦ ଉପୁଜିବାର ସମ୍ଭାବନା ନାହିଁ । ବାକିମାନେ ଏ ବାବଦରେ ନିଜ ମତ ଜଣାଇଲେ ଆମେ ସମସ୍ତ ପୃଷ୍ଠା ସଜାଡ଼ିଦେବୁ । --ସୁଭାସିସ ପାଣିଗାହି ଆଳାପ ୦୬:୨୯, ୨୭ ଫେବୃଆରୀ ୨୦୧୫ (UTC)
ଯେତେ ବିଷୟ ଏଥିରେ ଲେଖାଯାଇଛି ସେ ସମସ୍ତଙ୍କର ଲମ୍ବା ଲେଖା ନାହିଁ । ସୁତରାଂ କେବଳ ଛୋଟ ବିଷୟ ଥିଲେ ତାକୁ ଆଗ ଅପଲୋଡ଼ କରାଯାଉ । ଯାହାର ଲମ୍ବା ବିଷୟ ଅଛି ସେଥିରେ ଉପ‌ପୃଷ୍ଠା କରିଦେବା । ଯଦି ଅସୁବିଧା ହେଉଛି ତାହେଲେ ମୁଁ ଏହି ଲେଖା ବନ୍ଦ କରିଦେଉଛି । ଅଯଥା କାହିଁକି ଏତେ ପରିଶ୍ରମ କରିବି । --Subas Chandra Rout (ମୋ ଆଲୋଚନା) ୧୫:୦୪, ୨୭ ଫେବୃଆରୀ ୨୦୧୫ (UTC)
ସାର୍, ସଂକ୍ଷିପ୍ତ ଲେଖାରେ କାହାର କିଛି ଆପତ୍ତି ନାହିଁ । ତେବେ ଯଦି ସେଗୁଡିକର ଲମ୍ବା ପୃଷ୍ଠାବି ରହିଛି ତେବେ କିପରି ଏ ଉଭୟକୁ ସଜାଯିବ ତା' ବାବଦରେ ଆଲୋଚନା ହେଉଥିଲା । ଅନ୍ୟ କିଛି ଅସୁବିଧା ନାହିଁ । ସଂକ୍ଷିପ୍ତ ଲେଖା ଏକ ଭଲ ପ୍ରୟାସ ।--ଶିତିକଣ୍ଠ (ଆଲୋଚନା) ୧୦:୦୬, ୩ ମାର୍ଚ୍ଚ ୨୦୧୫ (UTC)
  • ହଁ, ଯଦି ଆବଶ୍ୟକ ପଡୁଛି ସଂକ୍ଷିପ୍ତ ଲେଖାଟିକୁ ମୁଖ୍ୟ ପୃଷ୍ଠାର ଉପପୃଷ୍ଠା କରି ରଖାଯାଉ । -- ଅଂଶୁମାନ ତାର ଯୋଡ଼ିବେ? ୧୨:୦୬, ୧ ମାର୍ଚ୍ଚ ୨୦୧୫ (UTC)