ଆଲେକଜାଣ୍ଡାର ସୁନ୍ଦରରାଜନ
ଆଲେକଜାଣ୍ଡାର ସୁନ୍ଦରରାଜନ | |
|---|---|
| ଜନ୍ମ | ୨ ନଭେମ୍ବର ୧୯୮୫ |
| Education | ବିଏ, ଏଲ୍ଏଲ୍ବି |
| Alma mater | ଡକ୍ଟର ଆମ୍ବେଦକର ଗ୍ଲୋବାଲ ଲ ଇନିଷ୍ଟିଚ୍ୟୁଟ୍ |
| ପେଷାs | ଅଭିନେତା, ବ୍ୟବସାୟୀ |
| କାର୍ଯ୍ୟକାଳ | ୨୦୦୬–ଏବେଯାଏଁ |
ଆଲେକଜାଣ୍ଡାର ସୁନ୍ଦରରାଜନ (ଜନ୍ମ: ୨ ନଭେମ୍ବର ୧୯୮୫) ଜଣେ ଭାରତୀୟ ଅଭିନେତା ଓ ବ୍ୟବସାୟୀ । ସେ ମୁଖ୍ୟତଃ ତାମିଲ କଥାଚିତ୍ରରେ କାମ କରନ୍ତି ଏବଂ ଟେଲିଭିଜନ କାର୍ଯ୍ୟକ୍ରମରେ ଉପସ୍ଥାପନା କରନ୍ତି । ସେ ବେନଗୟମ ଜରିଆରେ ତାମିଲ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧][୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଆଲେକଜାଣ୍ଡାର ସୁନ୍ଦରରାଜନ ଏକ ଆଇନଗତ ପୃଷ୍ଠଭୂମି ଥିବା ପରିବାରରେ ବଢ଼ିଥିଲେ, ଯାହା ତାଙ୍କୁ ଆଇନ ଅଧ୍ୟୟନ କରିବା ପାଇଁ ପ୍ରେରିତ କରିଥିଲା । ସେ ଡକ୍ଟର ଆମ୍ବେଦକର ଗ୍ଲୋବାଲ ଲ ଇନିଷ୍ଟିଚ୍ୟୁଟରୁ ଆଇନ ଅଧ୍ୟୟନ କରି ବି.ଏ., ଏଲ୍ଏଲ୍.ବି. ଡିଗ୍ରୀ ହାସଲ କରିଥିଲେ ।[୩][୪]
କର୍ମଜୀବନ
[ସମ୍ପାଦନା]ସୁନ୍ଦରରାଜନ ୨୦୦୬ ମସିହାରେ ମକ୍କଲ ଟିଭିରେ ଜଣେ ଉପସ୍ଥାପକ ଭାବରେ ନିଜ କର୍ମଜୀବନ ଆରମ୍ଭ କରିଥିଲେ । ୨୦୧୩ ପୂର୍ବରୁ ସେ ବିଭିନ୍ନ ଟେଲିଭିଜନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।
୨୦୧୧ରେ ମକ୍କଲ ଟିଭିରେ କାର୍ଯ୍ୟ କରୁଥିବା ସମୟରେ ସେ ୨୦୧୨ର ଚଳଚ୍ଚିତ୍ର ବେନଗୟମ ଜରିଆରେ ଅଭିନୟ ଜଗତରେ ପାଦ ଥାପିଥିଲେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଶଙ୍କରଗିରି ରାଜକୁମାର ଦେଇଥିଲେ, ଯେଉଁଥିରେ ଆଲେକଜାଣ୍ଡାର ସତ୍ୟରାଜଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହାର ପ୍ରଯୋଜନା ଭାର ନିର୍ଦ୍ଦେଶକ ଚେରନ ତୁଲାଇଥିଲେ ।
ସେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧୀନସ୍ଥ ଭାରତୀୟ ଖାଦ୍ୟ ନିଗମର ଜଣେ ବୋର୍ଡ ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୫]
ଆଲେକଜାଣ୍ଡାର ସୁନ୍ଦରରାଜନ ନିଜ ବାପା ଡ. ଏମ୍. ସୁନ୍ଦରରାଜନଙ୍କୁ ପାରିବାରିକ ବ୍ୟବସାୟ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲେ । ତାଙ୍କ ବାପା ହିଜାଉ ଗ୍ରୁପ୍ ଅଫ୍ କମ୍ପାନିଜ୍ର ଅଧ୍ୟକ୍ଷ ଥିଲେ, ଯିଏକି କୋଟି କୋଟି ଟଙ୍କାର ଆର୍ଥିକ ହେର୍ଫେର୍ ଅଭିଯୋଗରେ ଗିରଫ ହୋଇଥିଲେ । ସେ ଏନ୍ଆର୍ଆଇ ଲିଗାଲ୍ ସର୍ଭିସେସ୍ (ନୀତି ଫାଉଣ୍ଡେସନ୍),[୬] ହିଜାଉ ଆସୋସିଏଟ୍ସ୍ ପ୍ରାଇଭେଟ୍ ଲିମିଟେଡ୍,[୭] ହିଜାଉ ଆଗ୍ରୋ ଏଲ୍ଏଲ୍ପି[୮] ଏବଂ ଜିଲ୍ୟୁବ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଅଟନ୍ତି ।[୯]
ଟେଲିଭିଜନ
[ସମ୍ପାଦନା]- ମନ୍ମନମ (୨୦୦୮–୨୦୧୧)
- ଚିନ୍ନା ଚିନ୍ନା ଆସାଇ (୨୦୧୦–୨୦୧୩)
- ବେଡିକାଇ ବିଲୈୟାଟ୍ଟୁ (୨୦୦୭–୨୦୧୪)
- ସନ୍ଧାଇ (୨୦୧୧–୨୦୧୩)
- ଉଳବର୍ ସନ୍ଧାଇ
- ସଟ୍ଟମ ସୋଲଭଦୁ ଏନ୍ନା (୨୦୧୧–୨୦୧୩)
- ନୋଡିକ୍ସୁ ନୋଡି ଅଦିରଡ଼ି (୨୦୧୨–୨୦୧୩)
ପୁରସ୍କାର
[ସମ୍ପାଦନା]- ଶ୍ରେଷ୍ଠ ଟିଭି କାର୍ଯ୍ୟକ୍ରମ ଉପସ୍ଥାପକ, ୨୦୧୦ (ଲୋୟୋଲା କଲେଜ)
ଆଧାର
[ସମ୍ପାଦନା]- ↑ "அசத்தல் : மூன்றாவது முறையாக இடைக்கால ஈவுத்தொகை !". Samayam Tamil (in ତାମିଲ୍).
- ↑ "லிட்டில் ஜான் குடும்பத்திற்கு உதவிய நடிகர்!". Filmy Focus (in ତାମିଲ୍). 8 April 2022. Archived from the original on 25 May 2022. Retrieved 20 April 2025.
- ↑ "Vengayam". The New Indian Express.
- ↑ "Vengayam (2011) | Vengayam Movie | Vengayam Tamil Movie Cast & Crew, Release Date, Review, Photos, Videos". FilmiBeat (in ଇଂରାଜୀ).
- ↑ "SLCC Member List" (PDF). FCI.Gov.in.
- ↑ "Needhi Foundation". www.needhifoundation.com. Archived from the original on 2022-10-03. Retrieved 2025-04-20.
- ↑ "Home-Leading Consulting Firm" (in ଆମେରିକୀୟ ଇଂରାଜୀ). 2018-01-23. Archived from the original on 2022-04-19. Retrieved 2022-05-05.
- ↑ "Agro Hijau | Agro Hijau" (in ଆମେରିକୀୟ ଇଂରାଜୀ). Archived from the original on 2022-04-19. Retrieved 2022-05-05.
- ↑ "Glube Motor Oil Lubricant". www.glube.in. Archived from the original on 2022-04-19. Retrieved 2022-05-05.