ଆର୍ଥ୍ରାଇଟିସ

ଉଇକିପିଡ଼ିଆ ରୁ
(ଆର୍ଥ୍ରାରାଇଟିସ ରୁ ଲେଉଟି ଆସିଛି)
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଆର୍ଟେରାଇଟିସ ଗୋଟିଏ ଅଲଗା ରୋଗ ।

ଆର୍ଥ୍ରାଇଟିସ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ରିଉମାଟଏଡ ଆର୍ଥ୍ରାଇଟିସଦ୍ଵାରା (ଏକ ପ୍ରକାର ଅଟୋଇମ୍ମ୍ୟୁନ ଆର୍ଥ୍ରାଇଟିସ) ହାତର ପରିବର୍ତ୍ତିତ ଆକାର
ଆଇସିଡ଼ି-୧୦ M00.-M25.
ଆଇସିଡ଼ି- 710 -719
ରୋଗ ଡାଟାବେସ 15237
ମେଡ଼ିସିନ-ପ୍ଲସ 001243
ଇ-ମେଡ଼ିସିନ topic list
MeSH D001168

ଆର୍ଥ୍ରାଇଟିସ ଶବ୍ଦଟି ଆର୍ଥ୍ରୋସ (ଯାହାର ଅର୍ଥ ଗଣ୍ଠି) ଓ ଆଇଟିସ (ଯାହାର ଅର୍ଥ ପ୍ରଦାହ) ନାମକ ଦୁଇଟି ଗ୍ରୀକ ଶବ୍ଦର ମିଶ୍ରଣରୁ ସୃଷ୍ଟି ହୋଇଛି । ଏହି ରୋଗ ଏକ ବା ଏକାଧିକ ଗଣ୍ଠିକୁ ଆକ୍ରମଣ କରିପାରେ[୧][୨] । ଏହା ଗୋଟିଏ ନିର୍ଦ୍ଦିଷ୍ଟ ରୋଗକୁ ବୁଝାଏନି । ଗଣ୍ଠିର ପ୍ରଦାହ ଥାଇ ୧୦୦ ରୁ ଅଧିକ ରୋଗ ଅଛି[୩][୪] ଓ ସେ ସମସ୍ତ ରୋଗମାନଙ୍କର ସାଧାରଣ ନାମ ଆର୍ଥ୍ରାଇଟିସ । ବହୁଳ ଦୃଷ୍ଟ ଆର୍ଥ୍ରାଇଟିସ ମଧ୍ୟରେ ଓଷ୍ଟିଓଆର୍ଥ୍ରାଇଟିସ, ରିଉମାଟଏଡ ଆର୍ଥ୍ରାଇଟିସ, ସୋରିଆଟିକ ଆର୍ଥ୍ରାଇଟିସ, ଅଟୋଇମ୍ମ୍ୟୁନ ଆର୍ଥ୍ରାଇଟିସ, ସେପ୍ଟିକ ଆର୍ଥ୍ରାଇଟିସ ଅତି ସାଧାରଣ ଭାବେ ଦେଖାଯାଆନ୍ତି । ଆଘାତ ଜନିତ ଓଷ୍ଟିଓଆର୍ଥ୍ରାଇଟିସ ଗୋଟିଏ ସାଧାରଣ ରୋଗ ।
ଗଣ୍ଠି ଯନ୍ତ୍ରଣା ଆର୍ଥ୍ରାଇଟିସ ରୋଗର ମୂଖ୍ୟ ଲକ୍ଷଣ । କଷ୍ଟ ଲାଗି ରହେ ଓ ନିର୍ଦ୍ଦିଷ୍ଟ ଗଣ୍ଠିରେ ସୀମାବଦ୍ଧ ରହେ । ଗଣ୍ଠି ପ୍ରଦାହ ଯୋଗୁ ଯନ୍ତ୍ରଣା ସୃଷ୍ଟି ହୁଏ । ଏହା ଛଡା ଦୈନନ୍ଦିନ ଗଣ୍ଠି ଘର୍ଷଣ ଯୋଗୁ, ରୋଗ ତଥା ଆଘାତ ଯୋଗୁ ନଷ୍ଟ ହୋଇଥିବା ଗଣ୍ଠି ଯୋଗୁ, ଷ୍ଟିଫ ଗଣ୍ଠି ଚାଳନା ଜନିତ ପେଶୀ ଷ୍ଟ୍ରେନ ଯୋଗୁ, ଓ ଅତ୍ୟଧିକ ଥକ୍କାଣ ଯୋଗୁ ଏହି ରୋଗ ହୁଏ । ବିଭିନ୍ନ ପ୍ରକାରର ଆର୍ଥ୍ରାଇଟିସ ନିମନ୍ତେ ଭିନ୍ନ ଭିନ୍ନ ରୋଗ ଚିହ୍ନିବା ପଦ୍ଧତି ଓ ଚିକିତ୍ସା ଅଛି । ମୂଖ୍ୟ ଲକ୍ଷଣ ମଧ୍ୟରେ ଗଣ୍ଠି ଯନ୍ତ୍ରଣା, ଗଣ୍ଠି ଚାଳନା ଅକ୍ଷମତା, ଗଣ୍ଠି ଚାଳନା କଲେ ଅଧିକ କଷ୍ଟ, ଗଣ୍ଠି ପାର୍ଶ୍ଵବର୍ତ୍ତୀ ମାଂସପେଶୀରେ ଯନ୍ତ୍ରଣା ଓ ଗଣ୍ଠି ଦରଜ ଦେଖାଯାଏ ।

ବର୍ଗୀକରଣ[ସମ୍ପାଦନା]

ଏ ଭଳି ଅନେକ ରୋଗ ଅଛି ଯେଉଁଥିରେ ଗଣ୍ଠି ଯନ୍ତ୍ରଣା ମୂଖ୍ୟ ଲକ୍ଷଣ ଥାଏ । ଆର୍ଥ୍ରାଇଟିସ ଲକ୍ଷଣ ଥିବା ରୋଗମାନଙ୍କ ନାମ ପ୍ରଦତ୍ତ ନିମ୍ନରେ ପ୍ରଦତ୍ତ ହେଲା ।

ମୂଖ୍ୟ ଲକ୍ଷଣ ନ ଥାଇ ଅନେକ ରୋଗ ଅଛି ଯେଉଁଥିରେ ଗଣ୍ଠି ଯନ୍ତ୍ରଣା ହୁଏ । ମୂଖ୍ୟ ରୋଗର ଏହା ଗୌଣ ରୋଗ । ଏହିଭଳି ରୋଗମାନଙ୍କ ନାମ ଦିଆଗଲା ।

ପୃଥକୀକରଣହୀନ ଆର୍ଥ୍ରାଇଟିସ ନାମ ଦିଆଯାଏ ଯେତେବେଳେ ଗୋଟିଏ ଆର୍ଥ୍ରାଇଟିସ କୌଣସି ନିର୍ଦ୍ଦିଷ୍ଟ ଜଣାଶୁଣା ଦଳରେ ରହିପାରେ ନାହିଁ, ସମ୍ଭବତଃ ଆରମ୍ଭ ହେଉଥିବା ରିଉମାଟଏଡ ରୋଗ[୫]

ପ୍ରାଧାନ୍ୟ[ସମ୍ପାଦନା]

ସନ ୧୯୯୦ରୁ ୨୦୧୦ ମଧ୍ୟରେ ପେଶୀଅସ୍ଥି ରୋଗ ଜନିତ ଶାରୀରିକ ଅସାମର୍ଥ୍ୟ ୪୫ % ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରେ ଓଷ୍ଟିଓଆର୍ଥ୍ରାଇଟିସ ମୂଖ୍ୟ ସ୍ୱାସ୍ଥ୍ୟ ସମସ୍ୟାରୂପେ ଉଭାହୋଇଛି ।[୬] ଗୋଟିଏ ଅନୁଶୀଳନରରେ ୨୦ଟି ସ୍ଥାନ ଓ ୭ଟି ଡାକ୍ତରଖାନାର ତ‌ଥ୍ୟ ନିଆଯାଇଥିଲା ।[୭] ଏଥିରେ ୧୨ଟି ଦକ୍ଷିଣ ଆଫ୍ରିକା ଦେଶ ଥିଲା । ୯ଟି ଉତ୍ତମ ଅନୁଶୀଳନ, ୧୧ଟି ମଧ୍ୟମ ଧରଣର ଓ ୭ଟି ନିକୃଷ୍ଟ ଧରଣର ଅନୁଶୀଳନ ଥିଲା । ଏହାର ଫଳ ନିମ୍ନରେ ଦିଆଗଲା ।

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ରୋଗୀ ପରୀକ୍ଷା, ଲାବୋରେଟରୀ ପରୀକ୍ଷା ଓ ଏକ୍ସ-ରେ ଆଦି କରି ନିର୍ଦ୍ଦିଷ୍ଟ ଆର୍ଥ୍ରାଇଟିସ ରୋଗ ନିର୍ଣ୍ଣୟ କରାଯାଏ ।[୮] ସମସ୍ତ ଆର୍ଥ୍ରାଇଟିସରେ କଷ୍ଟ ହେଉଛି ମୁଖ୍ୟ ଲକ୍ଷଣ । ଆର୍ଥ୍ରାଇଟିସର ପ୍ରକାର ଭେଦ ଓ ସ୍ଥାନ ଅନୁସାରେ ଯନ୍ତ୍ରଣାର ପ୍ରକାର ଅଲଗା ହୁଏ । ରିଉମାଟଏଡ ଆର୍ଥ୍ରାଇଟିସରେ ସାଧାରଣତଃ ସକାଳେ ଲକ୍ଷଣ ତୀବ୍ର ହୁଏ ଓ ଗଣ୍ଠି ଶକ୍ତ ରହେ; ରୋଗ ଆରମ୍ଭ ହେଉଥିବା ବେଳେ ସକାଳ ସ୍ନାନ ପରେ ଲକ୍ଷଣ ଉଭେଇ ଯାଏ । ଅନ୍ୟ ପକ୍ଷରେ ଓଷ୍ଟିଓଆର୍ଥ୍ରାଇଟିସରେ ବ୍ୟାୟାମ ପରେ ଲକ୍ଷଣ ତୀବ୍ର ହୁଏ । ବୟସ୍କ ଅଳ୍ପ ବୁଲାଚଲା କରନ୍ତ ଓ ପିଲାମାନେ ଚଳପ୍ରଚଳ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି ଓ ସେମାନଙ୍କର ଯନ୍ତ୍ରଣା ମୂଖ୍ୟ ଲକ୍ଷଣ ନ ହୋଇପାରେ ।

ରୋଗର ଇତିହାସ ହିଁ ରୋଗ ନିର୍ଣ୍ଣୟ କରିବାରେ ସାହାଯ୍ୟ କରେ । ରୋଗ ଆରମ୍ଭ ସମୟ, କେତେ ଶୀଘ୍ର ରୋଗ ଆଗଉଛି, କେଉଁ କେଉଁ ଗଣ୍ଠିରେ ରୋଗ ହେଉଛି, ଲକ୍ଷଣମାନଙ୍କର ସମନ୍ୱୟତା, ପ୍ରାତଃ ଶକ୍ତ‌ତା, ଦରଜ, ଲକ୍ଷଣ ବଢ଼ିବା ଓ କମିବା ସମୟ ଓ ଅନ୍ୟ ସାମଗ୍ରିକ ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ । ଶାରୀରିକ ପରୀକ୍ଷା କଲେ ରୋଗ ନିର୍ଣ୍ଣୟ ହୁଏ ବା ସିସ୍ଟେମିକ ରୋଗ ନିର୍ଣ୍ଣୟ କରାଯାଏ ।ଏକ୍ସ-ରେ କରି ତୀବ୍ରତା ଦେଖାଯାଏ ଓ କମ ବେଶୀ ଆକଳନ କରାଯାଏ ।

ରକ୍ତ ପରୀକ୍ଷାଏକ୍ସ-ରେ ଆବଶ୍ୟକ ହୁଏ । ରକ୍ତ ପରୀକ୍ଷା ମଧ୍ୟରେ ରିଉମାଟଏଡ ଫ୍ୟାକ୍ଟର, ଆଣ୍ଟିନ୍ୟୁକ୍ଲିଆର ଫ୍ୟାକ୍ଟର (ଏଏନଏଫ) ଓ ନିର୍ଦ୍ଦିଷ୍ଟ ଆଣ୍ଟବଡି ନିମନ୍ତେ ପରୀକ୍ଷା କରାଯାଏ ।

ଓଷ୍ଟିଓଆର୍ଥ୍ରାଇଟିସ[ସମ୍ପାଦନା]

ଓଷ୍ଟିଓଆର୍ଥ୍ରାଇଟିସ ହେଉଛି ସର୍ବାଧିକ ହେଉଥିବା ଆର୍ଥ୍ରାଇଟିସ ।[୯] ଏହା ଛୋଟ, ବଡ଼ ସବୁ ଗଣ୍ଠିମାନଙ୍କୁ ଆକ୍ରମଣ କରେ ଯଥା:- କଚଟି (wrist), ପାଦ, ପିଠି, ହିପ ଓ ଆଣ୍ଠୁ । ସାଧାରଣ ଦୈନ‌ନ୍ଦିନ ଗଣ୍ଠି ଘର୍ଷଣ ଯୋଗୁ ଏହା ହୁଏ, କିନ୍ତୁ ଏହା ଆଘାତ ଯୋଗୁ ମଧ୍ୟ ହୁଏ । ବିକୃତ ଗଣ୍ଠି ବା ଅବୟବ ଥିଲେ ସେଥି ଯୋଗୁ ମଧ୍ୟ ଏହି ରୋଗ ଆଣ୍ଠୁ ଓ ହିପ୍‌ରେ ହୁଏ । ଓଷ୍ଟିଓଆର୍ଥ୍ରାଇଟିସ ଗଣ୍ଠି ଅଭ୍ୟନ୍ତରରେ ଥିବା ଉପାସ୍ଥିକୁ ନଷ୍ଟ କରି ଧୀରେ ଧୀରେ ସଂଲଗ୍ନ ସାମନା ସାମନି ଅସ୍ଥିକୁ ଘୋରି ଦିଏ । ରୋଗ ଆରମ୍ଭ ସମୟରେ କାମ କଲାବେଳେ ସାମାନ୍ୟ ଯନ୍ତ୍ରଣା ହୁଏ, କ୍ରମେ ଯନ୍ତ୍ରଣା ନିରନ୍ତର ହୁଏ ଓ ବିଶ୍ରାମ ସମୟରେ ମଧ୍ୟ ହୁଏ । ଅଧିକ ଯନ୍ତ୍ରଣା ଯୋଗୁ କେତେକ କାମ କରିହୁଏ ନାହିଁ । ସ୍ୱାଭାବିକ ଭାବରେ ଏହା ଓଜନ ନେଉଥିବା ଗଣ୍ଠିରେ ହୁଏ ଯେପରିକି ମେରୁ ଅସ୍ଥି ଓ ପେଲଭିସ୍ । ଏହା ବୟସ୍କ ଲୋକଙ୍କୁ ଅଧିକ ହୁଏ । ୩୦ % ମହିଳାମାନଙ୍କର ୬୫ ବର୍ଷ ବୟସ ବେଲକୁ ରୋଗ ହୋଇଥାଏ । ପୂର୍ବରୁ ହୋଇଥିବା ଆଘାତ, ମୋଟାପା ଓ ଏକାନ୍ତ ଜୀବନ ଯାତ୍ରା ଯୋଗୁ ରୋଗ ହେଉଥିବା ସମ୍ଭାବନା ଅଧିକ ରହେ ।

ରିଉମାଟଏଡ ଆର୍ଥ୍ରାଇଟିସ[ସମ୍ପାଦନା]

ରିଉମାଟଏଡ ଆର୍ଥ୍ରାଇଟିସ (ଆରଏ) ଏଭଳି ଏକ ରୋଗ ଯେଉଁଥିରେ ନିଜ ଦେହର ଇମ୍ମ୍ୟୁନ ସିସ୍ଟମ ନିଜ ଦେହ ତନ୍ତୁ ବିରୁଦ୍ଧରେ ଆକ୍ରମଣ କରେ । ଏହା କେବଳ ଗଣ୍ଠି ବିରୁଦ୍ଧରେ ନୁହେଁ, ଅନ୍ୟ ବିଭାଗକୁ ମଧ୍ୟ ଆକ୍ରମଣ କରେ । ରିଉମାଟଏଡ ଆର୍ଥ୍ରାଇଟିସରେ ଉପାସ୍ଥି(cartilage) ଓ ଗଣ୍ଠି ଆବରଣକୁ ନଷ୍ଟ କରିଦେବା ଫଳରେ ସାମନା ସାମନି ଥିବା ଅସ୍ଥି ଘର୍ଷଣ ହୋଇ କ୍ଷୟପ୍ରାପ୍ତ ହୁଏ । ହାତ ଆଙ୍ଗୁଠିର ଗଣ୍ଠି, କଚଟି(wrist) ଆଣ୍ଠୁ ଓ କ‌ହୁଣୀରେ ଏହି ରୋଗ ଦେହର ଉଭୟ ପାର୍ଶ୍ୱରେ ହୁଏ ଓ ଚିକିତ୍ସା ନ ହେଲେ ଅଧିକ ବିକଳାଙ୍ଗ ହୁଏ । ରିଉମାଟଏଡ ଆର୍ଥ୍ରାଇଟିସ ୨୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ହୁଏ । ପିଲାମାନଙ୍କ ଦେହରେ ଏହା ଯୋଗୁ ଚର୍ମ ରାସ, ଜ୍ୱର, ଯନ୍ତ୍ରଣା, ବିକଳାଙ୍ଗ ଓ ଦୈନ‌ନ୍ଦିନ କାର୍ଯ୍ୟ ନିର୍ବାହ କମିଯାଏ । ଆରମ୍ବରୁ ଚିକିତ୍ସିତ ହେଲେ ରୋଗୀ ଏକ ଉନ୍ନତ ଜୀବନ ଯାପନ କରିବାକୁ ସକ୍ଷମ ହୁଏ । ଏହାର ଚିକିତ୍ସାରେ କର୍ଟିକୋସ୍ଟିରଏଡ ଓ ଶୀରା ମଧ୍ୟମରେ ମୋନୋକ୍ଲୋନାଲ ଆଣ୍ଟିବଡି ଦିଆଯାଏ । ଏହା ବ୍ୟତୀତ ଏନଏସଆଇଡିଡିଜିଜ-ମଡିଫାଇଙ୍ଗ ଆଣ୍ଟିରିଉମାଟିକ ଡ୍ରଗs (ଡିଏମଆରଡି) ଦିଆଯାଏ ଓ କ୍ୱଚିତ ଗଣ୍ଠି ରୋପଣ ଆବଶ୍ୟକ ହୁଏ, କିନ୍ତୁ ରୋଗ ଆରୋଗ୍ୟ ହୁଏ ନାହିଁ ।[୧୦]

ଆଡାପ୍‌ତିଭ ଇମ୍ମ୍ୟୁନ ସିସ୍ଟମ ରେସପନ୍ସକୁ ସିଡି୪+ ଟି ହେଲ୍‌ପର୍ (ଟିଏଚ) ଜୀବକୋଷ ବିଶେଷତଃ ଟି ଏଚ୧୭ ଜୀବକୋଷ ଜାଗ୍ରତ କରିବାକୁ ଡିଏମଆରଡି ଦେଇ ଚିକିତ୍ସା କରାଯାଏ ।[୧୧] ଟି ଏଚ୧୭ ଜୀବକୋଷ ନଷ୍ଟ ହେଉଥିବା ସ୍ଥାନରେ ଥାଇ ପ୍ରଦାହ ସୃଷ୍ଟକାରୀ ସାଇଟିକାଇନିନ ଯେପରିକି ଇଣ୍ଟରଲିଉକିନ-୧୭ (ଆଇଏଲ ୧୭) ତିଆରି କରନ୍ତି ।[୧୨]

ଅସ୍ଥି କ୍ଷୟ ଏହି ରୋଗର ଏକ ମୂଖ୍ୟ ବିଶେଷତ୍ତ୍ୱ । ସୁସ୍ଥ ହାଡ଼ରେ ଅହରହ ରିମଡେଲ ହେଉଥାଏ; ଓଷ୍ଟିଓକ୍ଲାସ୍ଟ କୋଷ ଏହାକୁ କ୍ଷୟ କରେ ଓ ଓଷ୍ଟିଓବ୍ଲାସ୍ଟ ଏହାକୁ ତିଆରି କରେ । ସାଇନୋଭିଆଲ ମେମ୍ବ୍ରେନର ପ୍ରଦାହ ଏହି କ୍ଷୟକୁ ସକ୍ରିୟ କରାଏ; ଏହା ସାଇଟିକାଇନ ଓ ଏକ ଜୀବକୋଷ ଉପର ସ୍ତରରେ ଥିବା ରିସେପ୍ଟର ଆକ୍ଟିଭେଟର କାପା ବି ଲିଗାଣ୍ଡଦ୍ୱାରା(ଆରଏଏନ‌କେଏଲ) ହୁଏ ଯାହା ଓଷ୍ଟିଓବ୍ଲାସ୍ଟ ଓ ଟିଏଚ୧୭ ଜୀବକୋଷରେ ଥାଏ ।[୧୨] ଆରଏଏନ‌କେଏଲ ମେକାନିଜ୍‌ମ ଦ୍ୱାରା ଓଷ୍ଟିଓବ୍ଲାସ୍ଟ ଏହି ଓଷ୍ଟିଓକ୍ଲାସ୍ଟ କାମ କରେଇପାଏ ।[୧୩]

ଲୁପସ୍[ସମ୍ପାଦନା]

ଲୁପସ୍ ଏକ ସାଧାରଣ କୋଲାଜେନ ରକ୍ତନଳୀ ରୋଗ ଯାହା ଗମ୍ଭୀର ଧରଣର ଆର୍ଥ୍ରାଇଟିସ ରୋଗରେ ଥାଇପାରେ । ଅନ୍ୟ ଲକ୍ଷଣ ମଧ୍ୟରେ ଚର୍ମ ରାସ୍, ଫଟୋସେନ୍‌ସିଟିଭିଟି, ମୁଣ୍ଡବାଳ ହାନୀ, ବୃକ୍‌କ ସମସ୍ୟା, ଫୁସ୍‌ଫୁସ୍ ଫାଇବ୍ରଏଡ଼ ଓ ଅହରହ ଗଣ୍ଠି ଯନ୍ତ୍ରଣା ଦେଖାଯାଏ । [୧୪]

ଗାଉଟ[ସମ୍ପାଦନା]

ଗାଉଟ ରୋଗରେ ଗଣ୍ଠିରେ ୟୁରିକ ଏସିଡ୍ କ୍ରିସ୍ଟାଲ ଜମା ହୋଇ ପ୍ରଦାହ ସୃଷ୍ଟି କରେ । ଏକ ରମ୍ବଏଡ ଆକାରର କ୍ୟାଲସିୟମ ପାଇରୋଫସ୍‌ଫେଟ କ୍ରିସ୍ଟାଲ ଜମା ହୋଇ ସୁଡୋଗାଉଟ ନାମକ ଏକ ରୋଗ ମଧ୍ୟ ହୁଏ । ପ୍ରାରମ୍ଭରେ ଗୋଟିଏ ଗଣ୍ଠିରେ ରୋଗ ଆରମ୍ଭ ହୁଏ ଓ ସମୟକ୍ରମେ ଅନେକ ଗଣ୍ଠିରେ ହୁଏ ଓ ପଙ୍ଗୁ କରିଦିଏ । ଗାଉଟରେ ଗଣ୍ଠି ଫୁଲିଯାଏ ଓ ଅକାମୀ ହୋଇଯାଏ । ଉପ‌ଯୁକ୍ତ ଚିକିତ୍ସା ନ ପାଇଲେ ଅତ୍ୟଧିକ ଯନ୍ତ୍ରଣା ହୋଇ ଶେଷରେ ପଙ୍ଗୁ ହେବା ସମ୍ଭାବନା ରହେ ।[୧୫] ଆଲୋପ୍ୟୁରିନଲ ଓ ଫେବୁକ୍‌ସୋସ୍ଟାଟ ଇତ୍ୟାଦି ଔଷଧଦ୍ୱାରା ଏହି ରୋଗ ଲକ୍ଷଣର ଉପସମ ନ ହେଲେ ବା ପ୍ରୋବେନେସିଡ ଦେଇ ଯୁରିକ ଏସିଡ୍ ନିଷ୍କସନ ନ ହୋଇପାରିଲେ ରୋଗକୁ ରିଫ୍ରାକ୍ଟରି କ୍ରନିକ ଗାଉଟ କୁହାଯାଏ ।[୧୬]

ମୁଖ୍ୟ ଆର୍ଥ୍ରାଇଟିସ ରୋଗମାନଙ୍କର ତୁଳନା[ସମ୍ପାଦନା]

କେତେକ ମୂଖ୍ୟ ଆର୍ଥ୍ରାଇଟିସ ରୋଗମାନଙ୍କର ତୁଳନା ।[୧୭]
ଓଷ୍ଟିଓଆର୍ଥ୍ରାଇଟିସ ରିଉମାଟଏଡ ଆର୍ଥ୍ରାଇଟିସ ଗାଉଟ ଆର୍ଥ୍ରାଇଟିସ
ରୋଗର ବେଗ ମାସ ସପ୍ତାହ-ମାସ[୧୮] ଆକ୍ରମଣ ପାଇଁ କିଛି ଘଣ୍ଟା[୧୯]
ରୋଗର ମୂଖ୍ୟ ସ୍ଥାନ ଓଜନ ନେଉଥିବା ଗଣ୍ଠି (ଯେପରିକି ଆଣ୍ଠୁ), ହିପ୍, ମେରୁଦଣ୍ଡ) ଓ ହାତ ସମୂହ ହାତ ସମୂହ (ପ୍ରକ୍‌ସିମାଲ ଇଣ୍ଟରଫାଲାଞ୍ଜିଆଲ ଗଣ୍ଠି and ମେଟାକାର୍ପୋଫାଲାଞ୍ଜିଆଲ ଗଣ୍ଠି ସମୂହ) କଚଟିସମୂହ, ବଳାଗଣ୍ଠି ବା ଆଙ୍କ୍‌ଲ୍ ସମୂହ, ଆଣ୍ଠୁ ସମୂହ and ହିପ ସମୂହ । ଗୋଡ଼ ବୁଢ଼ା ଆଙ୍ଗୁଠି, ବଳାଗଣ୍ଠି ସମୂହ, ଆଣ୍ଠୁ ସମୂହ ଓ କ‌ହୁଣୀ ସମୂହ
ପ୍ରଦାହ ହୋଇପାରେ, ରିଉମାଟଏଡ ଅପେକ୍ଷା ସାମାନ୍ୟ ହୁଏ । ହଁ ହଁ
ଏକ୍ସ-ରେ ଚିତ୍ରରେ ପରିବର୍ତ୍ତନ
  • ଗଣ୍ଠି ସ୍ଥାନ ଅଣଓସାରିଆ
  • ଅସ୍ଥିକ୍ଷୟ
  • "ପଞ୍ଚ୍‌ଡ୍ ଆଉଟ" ଅସ୍ଥିକ୍ଷୟ
ଲାବୋରେଟରୀ ପରିଣାମ ନାହିଁ ଆନିମିଆ, ଅଧିକ ଇଏସଆରସି-ରିଆକ୍ଟିଭ ପ୍ରୋଟିନ (ସିଆରପି), ରିଉମାଟଏଡ ଫ୍ୟାକ୍ଟର, ଆଣ୍ଟି-ସିଟ୍ରୁଲିନେଟେଡ ପ୍ରୋଟିନ ଆଣ୍ଟିବଡି ଗଣ୍ଠିରେ କ୍ରିସ୍ଟାଲ
ଅନ୍ୟାନ୍ୟ ବିଶେଷତ୍ତ୍ୱ

ଅନ୍ୟାନ୍ୟ[ସମ୍ପାଦନା]

ସଂକ୍ରମଣ ଆର୍ଥ୍ରାଇଟିସ ଆଉ ଏକ ପ୍ରକାର ଆର୍ଥ୍ରାଇଟିସ । ଏଥିରେ ହଠାତ୍ ଥଣ୍ଡା ଲାଗେ, ଜ୍ୱର ଓ ଗଣ୍ଠି ଯନ୍ତ୍ରଣା ହୁଏ । ଶରୀରର ଅନ୍ୟ କୌଣସି ସ୍ଥାନରେ ଥିବା ଜୀବାଣୁ ଯୋଗୁ ଏହି ରୋଗ ହୁଏ । ଏହି ରୋଗ ଅତି ଶୀଘ୍ର ନିର୍ଣ୍ଣୟ କରି ଗଣ୍ଠି ନଷ୍ଟ ହେବାରୁ ରକ୍ଷା କରିବା ନିମନ୍ତେ ଚିକିତ୍ସା କରିବା ଆବଶ୍ୟକ ।[୨୦]

ସୋରିଆସିସ୍ ରୋଗରେ ସୋରିଆଟିକ ଆର୍ଥ୍ରାଇଟିସ ହୁଏ । ଏଥିରେ ଚର୍ମ ରୋଗ ପ୍ରଥମେ ହେବା ପରେ ଆର୍ଥ୍ରାଇଟିସ ହୁଏ । ଏହି ରୋଗରେ ଅନବରତ ଗଣ୍ଠି ଯନ୍ତ୍ରଣା, ଫୁଲା ଓ ଗଣ୍ଠିକାଠିନ୍ୟ ହୁଏ । ମଝିରେ ମଝିରେ ରୋଗ ଛାଡ଼ିଯାଇ ଆଉଥରେ ହୁଏ ଓ ଏହା ଆରୋଗ୍ୟ ସାଧ୍ୟ ନୁହେଁ । କିଛି ଅଂଶ ରୋଗୀମାନଙ୍କର ଅତିଶୟ ଯନ୍ତ୍ରଣାଦାୟକ ଓ କ୍ଷୟିଷ୍ଣୁ ଆର୍ଥ୍ରାଇଟିସ ହୋଇ ହାତର ଛୋଟ ଗଣ୍ଠିଗୁଡ଼ିକ ନଷ୍ଟ ହୋଇଯାଏ ଓ ସବୁଦିନ ନିମନ୍ତେ ପଙ୍ଗୁ କରିଦିଏ । [୨୧]

ଚିକିତ୍ସା[ସମ୍ପାଦନା]

ରିଉମାଟଏଡ ଆର୍ଥ୍ରାଇଟିସ ଓ ଓଷ୍ଟିଓଆର୍ଥ୍ରାଇଟିସ ରୋଗ ଆରୋଗ୍ୟ ହୁଏନାହିଁ । ଆର୍ଥ୍ରାଇଟିସର ପ୍ରକାର ଉପରେ ଏହାର ଚିକିତ୍ସା ନିର୍ଭର କରେ; ଫିଜିଓଥେରାପି, ଜୀବନ‌ଚର୍ଯ୍ୟାର ପରିବର୍ତ୍ତନ (ବ୍ୟାୟାମ ଓ ଓଜନ ନିୟନ୍ତ୍ରଣ), ଅର୍ଥୋପେଡିକ ବ୍ରେସ ଓ ଔଷଧ ସାହାଯ୍ୟରେ ଚିକିତ୍ସା କରାଯାଏ । ଗଣ୍ଠିକ୍ଷୟ ଅଧିକ ଥିଲେ ଆବଶ୍ୟକ ସ୍ଥଳେ ଗଣ୍ଠି ପ୍ରତିରୋପଣ କରାଯାଏ । ଔଷଧ ସାହାଯ୍ୟରେ ଯନ୍ତ୍ରଣା ଓ ପ୍ରଦାହ କମିଯାଏ । ପ୍ରଦାହ କମିଗଲେ ଗଣ୍ଠିକ୍ଷୟ ହାର କମିଯାଏ ।

ଫିଜିଓଥେରାପି[ସମ୍ପାଦନା]

ଅନୁଶୀଳନରୁ ଦେଖାଯାଇଛି, ବ୍ୟାୟାମ କଲେ ରୋଗା ଗଣ୍ଠିର ଯନ୍ତ୍ରଣା ଦୀର୍ଭକାଳୀନ ଭିତ୍ତିରେ କମିଯାଏ । ଗଣ୍ଠିର ସ୍ୱାସ୍ଥ୍ୟ ଓ ଶରୀର ସ୍ୱାସ୍ଥ୍ୟ ବ୍ୟାୟାମଦ୍ୱାରା ଭଲ ରହେ ।[୨୨]

ଆର୍ଥ୍ରାଇଟିସ ରୋଗୀ ଉଭୟ ଫିଜିଓଥେରାପି ଓ ଅକୁପେସନାଲ ଥେରାପିଦ୍ୱାରା ଉପକୃତ ହୁଏ । ଆର୍ଥ୍ରାଇଟିସରେ ଗଣ୍ଠି ଶକ୍ତ ଥାଏ ଓ ଚଳନ ପରିମାଣ କମ ଥାଏ । ଫୁଜିକାଲ ଥେରାପି କଲେ ଗଣ୍ଠିର କାମରେ ଉନ୍ନତି ହୁଏ, ଯନ୍ତ୍ରଣା କମିଯାଏ ଓ ଅପରେଶନ ଆବଶ୍ୟକତାରେ ବିଳମ୍ବ ଲାଗେ ।[୨୩] ଓଷ୍ଟିଓଆର୍ଥ୍ରାଇଟିସ ରୋଗରେ ଔଷଧ ଅପେକ୍ଷା ଫିଜିଓଥାରାପିସ୍ଟ ପ୍ରସ୍ତୁତ ବ୍ୟାୟାମ ଅଧିକ କାର୍ଯ୍ୟକ୍ଷମ ସାବ୍ୟସ୍ତ ହୁଏ । ବ୍ୟାୟାମରେ ମାଂସପେଶୀ ଶକ୍ତି ବୃଦ୍ଧି, ସ‌ହ‌ନଶୀଳତା ଓ ନମନୀୟତା ଉପରେ ଅଧିକ ଜୋର ଦିଆଯାଏ । କେତେକ ସ୍ଥଳରେ ନିୟନ୍ତ୍ରଣ ରଖିବାକୁ ଟ୍ରେନିଙ୍ଗ ଦିଆଯାଏ । ବିଭିନ୍ନ କାମ ଓ ଯନ୍ତ୍ରପାତି ବିଷୟରେ ଅକୁପେସନାଲ ଥେରାପିରେ ଶିକ୍ଷା ଦିଆଯାଏ ।

ଔଷଧ[ସମ୍ପାଦନା]

ଆର୍ଥ୍ରାଇଟିସ ଚିକିତ୍ସାରେ ଅନେକ ପ୍ରକାର ଔଷଧ ବ୍ୟବ‌ହୃତ ହୁଏ । ସ୍ୱଳ୍ପ ପାର୍ଶ୍ୱପ୍ରତିକ୍ରିୟା ଜଣାଥିବା ଔଷଧ ପ୍ରଥମେ ଦିଆଯାଏ ଓ ଉପକାର ନ ମିଳିଲେ ଅନ୍ୟ ଔଷଧ ଯୋଗ କରାଯାଏ ।[୨୪]

ଓଷ୍ଟିଓଆର୍ଥ୍ରାଇଟିସ ରୋଗରେ ଆସେଟାମିନୋଫେନ (ପାରାସେଟାମୋଲ) ହେଉଛି ପ୍ରଥମ ଶ୍ରେଣୀ ଔଷଧ କିନ୍ତୁ ପ୍ରଦାହ ହେଉଥିବା ଆର୍ଥ୍ରାଇଟିସରେ ଆଇବୁପ୍ରୋଫେନ ଭଳି ନନ୍-ସ୍ଟିରଏଡାଲ ଆଣ୍ଟି-ଇନଫ୍ଲାମେଟରି ଡ୍ରଗ(ଏନ‌ଏସ‌ଏ‌ଆଇ‌ଡି) ଦିଆଯାଏ । ଏନ‌ଏସ‌ଏ‌ଆଇ‌ଡି ଓ ଓପିଅଏଡ ଔଷଧ ଦେହ ଭଲ ସମ୍ଭାଳି ପାରେନାହିଁ । [୨୫]

ରିଉମାଟଏଡ ଆର୍ଥ୍ରାଇଟିସ ଏକ ଅଟୋଇମ୍ମ୍ୟୁନ ରୋଗ, ଏଣୁ ଆଣ୍ଟି-ଇନଫ୍ଲାମେଟରି ଔଷଧ ସ‌ହିତ ରୋଗ ବଦଳକାରୀ ଔଷଦ ଡିଏମଆରଡି ଦିଆଯାଏ । ମେଥୋଟ୍ରେକ୍‌ସେଟ ଏହିଭଳି ଏକ ଔଷଧ । ଏହା ଇମ୍ମ୍ୟୁନ ସିସ୍ଟମ ଉପରେ କାମ କରି ସେହି ପ୍ରକ୍ରିୟାର ପ୍ରଗତିକୁ ଧୀର କରିଦିଏ ।

ଅନ୍ୟ ଚିକିତ୍ସା[ସମ୍ପାଦନା]

ସୁବ୍ୟବସ୍ଥିତ କ୍ଲିକିକମାନଙ୍କରେ ପ୍ରାକୃତିକ ଔଷଧକୁ ନେଇ ପରୀକ୍ଷା ଚାଲିଛି । ରିଉମାଟଏଡ ଆର୍ଥ୍ରାଇଟିସ, ଓଷ୍ଟିଓଆର୍ଥ୍ରାଇଟିସ ଓ ଅନ୍ୟାନ୍ୟ ଆର୍ଥ୍ରାଇଟିସମାନଙ୍କରେ ବିଜ୍ଞାନ ସମ୍ମତ ୯ଟି ଅନୁପୂରକ (ସପ୍ଲିମେଣ୍ଟ) କାର୍ଯ୍ୟକ୍ଷମ ହେବା ଜଣାଯାଇଛି: 9 Supplements for Arthritis

ଓଷ୍ଟିଓଆର୍ଥ୍ରାଇଟିସରେ ଆର୍ଥ୍ରୋସ୍କୋପିକ ଅପରେଶନ ଉପକାରୀତା ଶାରୀରିକ ଓ ଔଷଧ ଚିକିତ୍ସା ଅପେକ୍ଷା କିଛି ଅଧିକ ଉପକାର କରିବା ଭଳି ଜାଣାଯାଇ ନାହିଁ ।[୨୬]

ସନ ୨୦୦୦ରେ କ‌କ୍ରେନ ଅନୁଶୀଳନ ଅନୁସାରେ ଆଣ୍ଠୁ ଓଷ୍ଟିଓଆର୍ଥ୍ରାଇଟିସ ରୋଗରେ ପ୍ଲାସେବୋ ଅପେକ୍ଷା ଟ୍ରାନ୍‌ସକ୍ୟୁଟାନିଅସ ଇଲେକ୍ଟ୍ରିକାଲ ନର୍ଭ ସ୍ଟିମୁଲେସନ (ଟେନ୍‌ସ୍) ଅଧିକ ଯନ୍ତ୍ରଣା ନିୟନ୍ତ୍ରଣକାରୀ ହେବା ଜଣାଯାଇଛି । [୨୭]

ଆର୍ଥ୍ରାଇଟିସର ଯନ୍ତ୍ରଣା ନିବାରଣ ନିମନ୍ତେ ପଲ୍‌ସ୍‌ଡ ଇଲେକ୍ଟ୍ରୋମ୍ୟାଗନେଟିକ ଫିଲ୍‌ଡ୍ ଥେରାପି (ପିଇଏଫଟି) ଅଧିକ ଉପାଦେୟ ହେଉଥିବା ଜଣାଯାଇଛି । [୨୮] ଏହି ପିଇଏଫଟି ଚିକିତ୍ସାକୁ ଏଫଡିଏ ଅନୁମୋଦନ କରିନାହିଁ କିନ୍ତୁ କାନାଡାରେ ଏହା ଆଇନତଃ ଅନୁମୋଦିତ ହୋଇଛି । ଏହି ଯନ୍ତ୍ରରେ ସିଲିଣ୍ଡ୍ରିକାଲ କଏଲରେ ଇଲେକ୍ଟ୍ରୋମ୍ୟାଗନେଟିକ ଫିଲ୍ଡ ପ୍ରସ୍ତୁତ କରାଯାଏ ।

ରୋଗାନୁଶୀଳନ[ସମ୍ପାଦନା]

ବୟସାଧିକ୍ୟ ଲୋକଙ୍କୁ ଆର୍ଥ୍ରାଇଟିସ ହେଉଥିଲେ ମଧ୍ୟ ପିଲାମାନଙ୍କୁ ବି ଆକ୍ରମଣ କରେ । ଉତ୍ତର ଆମେରିକାରେ ୬୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ୭୦% ଲୋକଙ୍କୁ ଏହି ରୋଗ ହୁଏ । ଏହି ରୋଗରେ ମହିଳାମାନେ ସବୁ ବୟସରେ ଅଧିକ ଆକ୍ରାନ୍ତ ହୁଅନ୍ତି ଓ ସବୁ ଜାତି, ବର୍ଣ୍ଣ ଓ ସଂସ୍କୃତିରେ ଏ ରୋଗ ଦେଖାଯାଏ । ଆମେରିକାର ୨୦୦୭-୨୦୦୯ର ସିଡିଏ ସର୍ଭେ ଅନୁସାରେ ≥୧୮ ବର୍ଷ ବୟସର ୨୨.୨% (୪୯.୯ ନିୟୁତ) ଲୋକମାନେ ନିଜେ ଏହି ରୋଗ ରିପୋର୍ଟ କରିଛନ୍ତି ଓ ତା ମଧ୍ୟରୁ ୯.୪% (୨୧.୧ ନିୟୁତ ବା ୪୨.୪%) ଲୋକଙ୍କର ରୋଗ ବିଷୟକ କର୍ମ ସୀମିତ ହେବା ଜଣାଯାଇଥିଲା । ଅଧିକ ବୟସ ହେଲେ ଏହି ସଂଖ୍ୟା ବଢ଼ିବା ସମ୍ଭାବନା ଥାଏ । [୨୯]

ଇତିହାସ[ସମ୍ପାଦନା]

ଡାଇନୋସର ଜୀବମାନଙ୍କର ଓଷ୍ଟିଓଆର୍ଥ୍ରାଇଟିସ ହେଉଥିବା ପ୍ରମାଣ ଅଛି, While evidence of primary ankle osteoarthritis has been discovered in dinosaurs,[୩୦] କିନ୍ତୁ ଖ୍ରୀ:ପୂ ୪୫୦୦ରେ ପ୍ରଥମ ମାନବ ଆର୍ଥ୍ରାଇଟିସ ହୋଇଥିବା ଚିହ୍ନ ମିଳିଛି । ଅନ୍ୟ ପୁରାତନ ରିପୋର୍ଟ ଅନୁସାରେ ପ୍ରାକ୍-ଐତିହାସିକ ସମୟରେ ଆର୍ଥ୍ରାଇଟିସ ଏକ ସାଧାରଣ ରୋଗ ହୋଇଥିବା ଜଣାଯାଏ ।[୩୧] ଟେନିସିଓଲାଥେ, କାନ୍‌ସାସ୍ର ସ୍ଥାନୀୟ ଲୋକଙ୍କ ଅସ୍ଥି ଅବଶେଷରେ ଏହି ରୋଗ ଚିହ୍ନ ଦେଖାଯାଇଛି । ଏହି ରୋଗ ହେଉଥିବାର ପ୍ରମାଣ ସାରା ଇତିହାସରେ ମିଳିଛି, ଇଟାଲିଅଷ୍ଟ୍ରିଆ ସୀମାରୁ ଓଟଜି ରୁ ମମି (ସିର୍କା ଖ୍ରୀ:ପୂ:୩୦୦୦) ପର୍ଯ୍ୟନ୍ତ ଦେଖାଯାଇଛି । [୩୨]

ସନ ୧୭୧୫ରେ ଉଇଲିଅମ ମସ୍‌ଗ୍ରେଭ୍ ତାଙ୍କର ମହତ୍ତ୍ୱପୂର୍ଣ୍ଣ ପୁସ୍ତକ De arthritide symptomaticaର ଦ୍ୱିତୀୟ ଏଡିସନରେ ଆର୍ଥ୍ରାଇଟିସ ଓ ତାହାର ପ୍ରଭାବ ବିଷୟରେ ଲିପିବଦ୍ଧ କରିଯାଇଛନ୍ତି । [୩୩]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. thefreedictionary.com > arthritis in turn citing:
    • The American Heritage Dictionary of the English Language, Fourth Edition copyright 2000
    • The American Heritage Science Dictionary Copyright 2005
  2. arthritis. CollinsDictionary.com. Collins English Dictionary – Complete & Unabridged 11th Edition. Retrieved November 24, 2012.
  3. Healthline
  4. Web MD
  5. Wollenhaupt J, Zeidler H (1998). "Undifferentiated arthritis and reactive arthritis". Current opinion in rheumatology 10 (4): 306–313. doi:10.1097/00002281-199807000-00005. PMID 9725091. 
  6. GBD 2010 Country, Collaboration (23 March 2013). "GBD 2010 country results: a global public good". Lancet (London, England) 381 (9871): 965–70. doi:10.1016/S0140-6736(13)60283-4. PMID 23668561. 
  7. Usenbo, Anthony; Kramer, Veronika; Young, Taryn; Musekiwa, Alfred; Nurmohamed, Michael (4 August 2015). "Prevalence of Arthritis in Africa: A Systematic Review and Meta-Analysis". PLoS ONE 10 (8): e0133858. doi:10.1371/journal.pone.0133858. PMID 26241756. 
  8. "How is arthritis diagnosed? | Arthritis Research UK". http://www.arthritisresearchuk.org/arthritis-information/conditions/arthritis/diagnosis.aspx. Retrieved 2015-06-09. 
  9. VanItallie TB (October 2010). "Gout: epitome of painful arthritis". Metab. Clin. Exp. 59 (Suppl 1): S32–6. doi:10.1016/j.metabol.2010.07.009. PMID 20837191. 
  10. Medications used to manage rheumatoid arthritis, Australian Institute Of Health And Welfare. Retrieved 2015-11-14.
  11. Kurebayashi Y, Nagai S, Ikejiri A, Koyasu S (2013). "Recent advances in understanding the molecular mechanisms of the development and function of Th17 cells". Genes Cells 18 (4): 247–65. doi:10.1111/gtc.12039. PMC 3657121. PMID 23383714. 
  12. ୧୨.୦ ୧୨.୧ Chabaud M, Garnero P, Dayer JM, Guerne PA, Fossiez F, Miossec P (2000). "Contribution of interleukin 17 to synovium matrix destruction in rheumatoid arthritis". Cytokine 12 (7): 1092–9. doi:10.1006/cyto.2000.0681. PMID 10880256. 
  13. Won HY, Lee JA, Park ZS, Song JS, Kim HY, Jang SM, Yoo SE, Rhee Y, Hwang ES, Bae MA (2011). "Prominent bone loss mediated by RANKL and IL-17 produced by CD4+ T cells in TallyHo/JngJ mice". PLoS ONE 6 (3): e18168. doi:10.1371/journal.pone.0018168. PMC 3064589. PMID 21464945. 
  14. Rheumatoid Arthritis: Differential Diagnoses & Workup~diagnosis at eMedicine
  15. Becker, Michael A. (2005). Arthritis and Allied Conditions: A textbook of Rheumatology edition 15. Lippincot Williams & Wilkins. pp. 2303–2339. 
  16. Ali S, Lally EV (November 2009). "Treatment failure gout". Medicine and health, Rhode Island 92 (11): 369–71. PMID 19999896. 
  17. Unless otherwise specified in table box, the reference is: Agabegi, Elizabeth D.; Agabegi, Steven S. (2008). "Table 6–7". Step-Up to Medicine. Step-Up Series. Hagerstwon MD: Lippincott Williams & Wilkins. p. 253. ISBN 0-7817-7153-6. 
  18. Diagnosis lag time of median 4 weeks, and median diagnosis lag time of 18 weeks, taken from: Chan KW, Felson DT, Yood RA, Walker AM (1994). "The lag time between onset of symptoms and diagnosis of rheumatoid arthritis". Arthritis and rheumatism 37 (6): 814–820. doi:10.1002/art.1780370606. PMID 8003053. 
  19. Schaider, Jeffrey; Wolfson, Allan B.; Gregory W Hendey; Louis Ling; Carlo L Rosen (2009). Harwood-Nuss' Clinical Practice of Emergency Medicine (Clinical Practice of Emergency Medicine (Harwood-Nuss)). Hagerstwon, MD: Lippincott Williams & Wilkins. pp. 740 (upper right of page). ISBN 0-7817-8943-5. 
  20. Severe Arthritis Disease Facts Retrieved on 2010-02-05
  21. Psoriatic Arthritis Mayo Clinic. Retrieved on 2010-02-05
  22. Ettinger WH, Burns R, Messier SP, Applegate W, Rejeski WJ, Morgan T, Shumaker S, Berry MJ, O'Toole M, Monu J, Craven T (1997). "A randomized trial comparing aerobic exercise and resistance exercise with a health education program in older adults with knee osteoarthritis. The Fitness Arthritis and Seniors Trial (FAST)". JAMA: the Journal of the American Medical Association 277 (1): 25–31. doi:10.1001/jama.1997.03540250033028. PMID 8980206. 
  23. Fransen M, Crosbie J, Edmonds J (January 2001). "Physical therapy is effective for patients with osteoarthritis of the knee: a randomized controlled clinical trial". J. Rheumatol. 28 (1): 156–64. PMID 11196518. 
  24. "Arthritis Drugs". arthritistoday.org. Archived from the original on 22 July 2010. http://web.archive.org/web/20100722013235/http://www.arthritistoday.org/treatments/drug-guide/index.php. Retrieved July 5, 2010. 
  25. Reid MC, Shengelia R, Parker SJ (Mar 2012). "Pharmacologic management of osteoarthritis-related pain in older adults". The American journal of nursing 112 (3 Suppl 1): S38–43. doi:10.1097/01.NAJ.0000412650.02926.e3. PMC 3733545. PMID 22373746. 
  26. Kirkley A, Birmingham TB, Litchfield RB, Giffin JR, Willits KR, Wong CJ, Feagan BG, Donner A, Griffin SH, D'Ascanio LM, Pope JE, Fowler PJ (2008). "A randomized trial of arthroscopic surgery for osteoarthritis of the knee". N. Engl. J. Med. 359 (11): 1097–107. doi:10.1056/NEJMoa0708333. PMID 18784099. 
  27. Osiri M, Welch V, Brosseau L, Shea B, McGowan J, Tugwell P, Wells G (2000). "Transcutaneous electrical nerve stimulation for knee osteoarthritis". Cochrane Database Syst Rev (4): CD002823. doi:10.1002/14651858.CD002823. PMID 11034768. 
  28. Ganesan, K; Gengadharan, A. C.; Balachandran, C; Manohar, B. M.; Puvanakrishnan, R (Dec 2009). "Low frequency pulsed electromagnetic field--a viable alternative therapy for arthriti". Indian J Exp Biol 47 (12): 939–48. PMID 20329696. 
  29. Walsh (7 October 2010). "One in Five Adults Has Arthritis". MedPage Today. http://www.medpagetoday.com/Rheumatology/Arthritis/22612?. 
    based on Centers for Disease Control and Prevention (CDC) (October 2010). "Prevalence of doctor-diagnosed arthritis and arthritis-attributable activity limitation – United States, 2007–2009". MMWR Morb. Mortal. Wkly. Rep. 59 (39): 1261–5. PMID 20930703. 
  30. Physical Medicine and Rehabilitation: Principles and Practice, Volume 1 https://books.google.co.in/books?id=1sWk1GYCvKoC&pg=PA765&lpg=PA765&dq=primary+ankle+arthritis+in+dinosaurs&source=bl&ots=E4L8UWyeTK&sig=6peH9POa3VoI_Z3znbI5gw3CJQc&hl=en&sa=X&ei=RMcBVZq7N4qdugToo4LYAg&redir_esc=y#v=onepage&q=primary%20ankle%20arthritis%20in%20dinosaurs&f=false
  31. Bridges PS (1992). "Prehistoric Arthritis in the Americas". Annual Review of Anthropology 21: 67–91. doi:10.1146/annurev.an.21.100192.000435. 
  32. Arthritis History Medical News
  33. Alick Cameron, "Musgrave, William (1655–1721)", Oxford Dictionary of National Biography, Oxford University Press, Sept 2004

ବାହାର ଲିଙ୍କ[ସମ୍ପାଦନା]