ଆର୍କ୍ୟୁସରସ୍

ଉଇକିପିଡ଼ିଆ ରୁ
Jump to navigation Jump to search

ଆର୍କ୍ୟୁସରସ୍ ହେଉଛି ଏକ ବିଲୁପ୍ତ ପ୍ରଜାତିର ଡାଇନୋସର । ଏହା ପ୍ରାରମ୍ଭିକ ଜୁରାସିକ୍ ଯୁଗରେ ଦକ୍ଷିଣ ଆଫ୍ରିକା ଅଞ୍ଚଳରେ ବସବାସ କରୁଥିଲା । ଆଡ଼ାମ୍ ୟେଟସ୍, ମାଥିଉ ବନାନ୍ ଓ ଜୋହାନ୍ ନେଭେଲିଂ ୨୦୧୧ରେ ଏହାର ନାମକରଣ କରିଥିଲେ । ଆର୍କ୍ୟୁସରସ୍ ପେରେଇରାବ୍ଡୋଲାରମ୍ ହେଉଛି ଏହାର ପ୍ରଥମ ଜାତିର ନାମ । ପ୍ରଜାତିର ନାମ ଲାଟିନ୍ 'ଆର୍କସ୍'ରୁ ଆନୀତ ଅର୍ଥାତ୍ ଇନ୍ଦ୍ରଧନୁ ଯାହା 'ଇନ୍ଦ୍ରଧନୁ ରାଷ୍ଟ୍ର'କୁ ଇଙ୍ଗିତ କରେ । ଜାତିର ନାମ ଜୀବାଶ୍ମର ଆବିଷ୍କର୍ତ୍ତା ଲୁସିଲେ ପେରେଇରା ଓ ଫର୍ଣ୍ଣାଣ୍ଡୋ ଆବ୍ଡ଼ାଲାଙ୍କ ସମ୍ମାନାର୍ଥେ ।

ଆର୍କ୍ୟୁସରସ୍ର ଦୁଇଟି ଆଂଶିକ ଜୀବାଶ୍ମ ମାର୍ଚ୍ଚ ୨୦୦୬ରେ ଫ୍ରି ଷ୍ଟେଟ୍ରେ ଥିବା ସେନିକାଲ୍ର ସ୍ପିଅନ୍ କପ୍ ହିଲବୋର ଏଲିଅଟ୍ ଶିଳାବିନ୍ୟାସରୁ ଆବିଷ୍କୃତ ହୋଇଥିଲା । ଜୀବାଶ୍ମ BP/1/6235ରେ ରହିଛି ଏକ ଆଂଶିକ ଖପୁରୀ, ଗୋଡ଼ର କିଛିଟା ହାଡ଼ ଓ ମେରୁଦଣ୍ଡ । ଉଭୟେ କୌଣସି ଛୁଆ ଡାଇନୋସରର ଅଂଶବିଶେଷ ।

ଫାଇଲୋଜେନେଟିକ୍ ଅନୁସନ୍ଧାନ ଅନୁସାରେ ଏହା ଏକ ସାଉରୋପଡ଼ୋମର୍ଫ ଯଦିଓ ଏହାର ଅନେକ ଲକ୍ଷଣ ଅନ୍ୟ ଉନ୍ନତତର ଗୋଷ୍ଠୀ ଯଥା ପ୍ଲାଟିଓସରିଆ‌ ସହ ଖାପ ଖାଏ ।==ଆଧାର==

ବହି ଆଧାର[ସମ୍ପାଦନା]

  • Walters, M. & J. Paker (1995). Dictionary of Prehistoric Life. Claremont Books. ISBN 1-85471-648-4.
  • Weishampel, D.B., P. Dodson & H. Osmólska (eds.) (2004). The Dinosauria, Second Edition. University of California Press. ISBN 0-520-24209-2.

ଆହୁରି ପଢନ୍ତୁ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]