Jump to content

ଆରତିବାଳା ପୃଷ୍ଟି

ଉଇକିପିଡ଼ିଆ‌ରୁ
ଆରତିବାଳା ପୃଷ୍ଟି
ଜନ୍ମ (1952-02-02) ୨ ଫେବୃଆରୀ ୧୯୫୨ (ବୟସ ୭୩)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିଭ୍ରମଣର ଅଭୁଲା ସ୍ମୃତି
ଜୀବନସାଥୀଡ ସରୋଜ ମହାପାତ୍ର
ପୁରସ୍କାରରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୧୭[]

ଆରତିବାଳା ପୃଷ୍ଟି ଜଣେ ଓଡ଼ିଆ-ଭାଷୀ ଲେଖିକା । ସେ ଭ୍ରମଣର ଅଭୁଲା ସ୍ମୃତି ପାଇଁ ୨୦୧୭ ମସିହାରେ ରାଜଧାନୀ ପୁସ୍ତକମେଳା ପୁରସ୍କାର ପାଇଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଆରତୀବାଳା ୨ ଫେବୃଆରୀ ୧୯୫୨ରେ କେନ୍ଦୁଝର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଉଦ୍ଭିଦ ବିଜ୍ଞାନରେ ଏମ୍ ଏସ୍ ସି ଓ ପିଏଚ୍ ଡି ଡିଗ୍ରୀ ଲାଭ କରିଥିଲେ । ବୃତ୍ତିରେ ଅଧ୍ୟାପିକା ଆରତୀବାଳା ଶିଶୁ ଉପଯୋଗୀ ଏବଂ ନବସାକ୍ଷରଙ୍କ ପାଇଁ ସରଳ ଭାଷାରେ ବିଜ୍ଞାନ ସମ୍ପର୍କିତ ଲେଖା ଓ କବିତା ମଧ୍ୟ ଲେଖନ୍ତି । ବିଭିନ୍ନ ପତ୍ରପତ୍ରିକାରେ ତାଙ୍କରକବିତା, ଗଳ୍ପ ଓ ଅନୁବାଦମାନ ପ୍ରକାଶିତ । ୧୯୭୮ରୁ ସେ ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ରୂପେ କାର୍ଯ୍ୟରତା । ଦୀର୍ଘଦିନ ଧରି ସେ ଔଷଧୀୟ ବୃକ୍ଷସମ୍ପର୍କରେ ଗବେଷଣାରତ । ସେ ସମ୍ପର୍କିତ ଅନେକ ଗବେଷଣାତ୍ମକ ଆଲୋଚନା ଉଚ୍ଚକୋଟୀର ବିଜ୍ଞାନ ପତ୍ରିକାରେ ପ୍ରକାଶିତ ।

ରଚନାବଳୀ

[ସମ୍ପାଦନା]

ଭ୍ରମଣ କାହାଣୀ

[ସମ୍ପାଦନା]
  • ଭ୍ରମଣର ଅଭୁଲା ସ୍ମୃତି

ବିଜ୍ଞାନ

[ସମ୍ପାଦନା]
  • ଗଛଲତାର ସଂସାର
  • ପରିବେଶ
  • ପରିବେଶ ମେଳା
  • ଅଣୁଜୀବ କରାମତି
  • ଚିରଧାରୀ ବିକାଶ ପାଇଁ ଜିଆ ଚାଷର ଆବଶ୍ୟକତା
  • କଠିନ ଆବର୍ଜନା ଓ ମେଡ଼ିକାଲ ଆବର୍ଜନାର ସୁପରିଚାଳନା
  • ମାନବ ସେବାରେ ଉଦ୍ଭିଦ

କବିତା

[ସମ୍ପାଦନା]
  • ବୁଡ଼ି ଯାଇଥିବା ସ୍ୱପ୍ନ କେତୋଟି

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. ୧.୦ ୧.୧ ୧.୨ "ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା". ସମ୍ବାଦ. 10 December 2017. Archived from the original on 15 April 2025. Retrieved 15 April 2025.