ଆରଏଚଓ (ଡି) ଇମ୍ମ୍ୟୁନ ଗ୍ଲୋବ୍ୟୁଲିନ

ଉଇକିପିଡ଼ିଆ‌ରୁ
ଆରଏଚଓ (ଡି) ଇମ୍ମ୍ୟୁନ ଗ୍ଲୋବ୍ୟୁଲିନ
Clinical data
Trade namesWinRho, RhoGAM, others
SynonymsRh0(D) immune globulin, anti-D (Rh0) immunoglobulin
AHFS/Drugs.commonograph
Pregnancy
category
  • C
Routes of
administration
intramuscular injection
ATC code
Identifiers
ChemSpider
  • none
 ☒NcheckY (what is this?)  (verify)

ଆରଏଚ(ଡି) ଇମ୍ମ୍ୟୁନ ଗ୍ଲୋବ୍ୟୁଲିନ (ଇଂରାଜୀ ଭାଷାରେ Rho(D) immune globulin) ଏକ ଔଷଧ ଯାହା ଆରଏଚ ନେଗେଟିଭ (Rh negative) ମାତାର ଆରଏଚ ଆଇସୋଇମ୍ମ୍ୟୁନାଇଜେସନର (Rh isoimmunization) ପ୍ରତିଷେଧ ଓ ଆରଏଚ ପଜିଟିଭ ଥିବା ଲୋକଙ୍କର ଇଡିଓପାଥିକ ଥ୍ରୋମ୍ବୋସାଇଟୋପେନିକ ପରପୁରା (idiopathic thrombocytopenic purpura ବା ITP)) ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ । ଏହା ଗର୍ଭାବସ୍ଥା ଓ ତା'ପରେ ଦିଆଯାଏ । ଆରଏଚ ନେଗେଟିଭ ଲୋକଙ୍କୁ ଆରଏଚ ପଜିଟିଭ ରକ୍ତ ଦେବାବେଳେ ମଧ୍ୟ ଏହା ଦିଆଯାଏ । ଏହା ମାଂସପେଶୀରେ ବା (injection into muscle) ବା ଶିରାଭ୍ୟନ୍ତର ଇଞ୍ଜେକସନ (vein) ଆକାରରେ ଦିଆଯାଏ । ଗୋଟିଏ ଇଞ୍ଜେକସନ ମାତ୍ରାର ପ୍ରଭାବ ପ୍ରାୟ ୨ରୁ ୪ ସପ୍ତାହ ରହେ ।[୧]

ସାଧାରଣତଃ ଏହାର ପ୍ରତିକ୍ରିୟାରେ ଜ୍ୱର, ମୁଣ୍ଡବଥା, ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ଓ ହେମୋଲାଇସିସ (red blood cell breakdown) ହୋଇପାରେ । ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ଆଲର୍ଜି ପ୍ରତିକ୍ରିୟା, ବୃକ୍‌କ ସମସ୍ୟା (kidney problems) ଓ ଅଳ୍ପ ଭୁତାଣୁ ସଂକ୍ରମଣ ସଙ୍କଟ ରହିପାରେ । ଆଟିପି ରୋଗୀଙ୍କ କ୍ଷେତ୍ରରେ ଲୋହିତ ରକ୍ତ କଣିକା ଭାଙ୍ଗିଯିବା ସମ୍ଭାବନା ରହେ । ସ୍ତନ୍ୟପାନ ସମୟରେ ଏହା ନିରାପଦ ରହେ । କେତେକ ଲୋହିତ ରକ୍ତ କଣିକାରେ ଥିବା ଆରଏଚ(ଡି) ଆଣ୍ଟିଜେନ (antigen) ବିରୁଦ୍ଧର ଆଣ୍ଟିବଡିରେ (antibodies) ଏହି ଔଷଧ ପ୍ରସ୍ତୁତ କରାଯାଇଥାଏ । ଏହି ଔଷଧଦ୍ୱାରା ଇମ୍ମ୍ୟୁନ ସିସ୍ଟମର ଆଣ୍ଟିଜେନ ଚିହ୍ନଟ କରିବା ଶକ୍ତି ଅବରୋଧ ହୋଇଯାଏ ।[୧]

ସନ ୧୯୬୦ରୁ ଆରଏଚଓ (ଡି) ଇମ୍ମ୍ୟୁନ ଗ୍ଲୋବ୍ୟୁଲିନ ଔଷଧ ଡାକ୍ତରୀ ବ୍ୟବ‌ହାରରେ ସଂଯୁକ୍ତ ହେଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ୧୫୦୦ୟୁନିଟ (୩୦୦ଏମସିଜି) ଥିବା ଭାଏଲର ମୂଲ୍ୟ ପ୍ରାୟ ୫୮ ପାଉଣ୍ଡ ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ୨୦୦ ଆମେରିକୀୟ ଡଲାର ।[୫] ଏହା ମାନବ ରକ୍ତ ପ୍ଲାଜମାରୁ (human blood plasma) ପ୍ରସ୍ତୁତ କରାଯାଏ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Rho(D) Immune Globulin". The American Society of Health-System Pharmacists. Retrieved 8 January 2017.
  2. Hatfield, Nancy T. (2007). Broadribb's Introductory Pediatric Nursing (in ଇଂରାଜୀ). Lippincott Williams & Wilkins. p. 251. ISBN 9780781777063.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. ୪.୦ ୪.୧ British national formulary : BNF 69 (69 ed.). British Medical Association. 2015. p. 871. ISBN 9780857111562.
  5. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 368. ISBN 9781284057560.