Jump to content

ଆମ ଆଦମୀ ପାର୍ଟି

ଉଇକିପିଡ଼ିଆ‌ରୁ
ଆମ ଆଦମୀ ପାର୍ଟି
Leaderଅରବିନ୍ଦ କେଜରିୱାଲ
ଲୋକସଭା ନେତାGurmeet Singh Meet Hayer
ରାଜ୍ୟସଭା ନେତାSanjay Singh
ଗଠନ26 ନଭେମ୍ବର 2012; 13 years ago (2012-୧୧-26)
ମୁଖ୍ୟ କାର୍ଯ୍ୟାଳୟ206, Deen Dayal Upadhyay Marg, New Delhi, Delhi, India 110002[]
ଛାତ୍ର ଶାଖା
ଯୁବକ ଶାଖାAAP Youth Wing (AYW)[]
ମହିଳା ଶାଖାAAP Mahila Shakti (AMS)[]
ଶ୍ରମିକ ଶାଖାShramik Vikas Sangathan (SVS)[][][][]
ବିଚାରଧାରା
ରାଜନୈତିକ ଅବସ୍ଥାନCentre[୧୮][୧୯]
ରଙ୍ଗ  Blue
ଭା. ନି. କ. ସ୍ଥିତିNational Party[୨୦]
ମେଣ୍ଟINDIA (2023–25)[୨୧]
United Opposition Forum (Assam)
Maha Vikas Aghadi (Maharashtra)
ଲୋକସଭାରେ ଆସନ ସଂଖ୍ୟା
୩ / ୫୪୩
ରାଜ୍ୟସଭାରେ ଆସନ ସଂଖ୍ୟା
୧୦ / ୨୪୫
ସଂସଦରେ ଆସନ ସଂଖ୍ୟା
୧୨୧ / ୪,୦୩୬
List
୨୨ / ୭୦
(Delhi)
୯୨ / ୧୧୭
(Punjab)
୨ / ୪୦
(Goa)
୪ / ୧୮୨
(Gujarat)
୧ / ୯୦
(Jammu and Kashmir)
ନିର୍ବାଚନ ଚିହ୍ନ
ୱେବସାଇଟ
aamaadmiparty.org

ଆମ ଆଦମୀ ପାର୍ଟି ସଂକ୍ଷେପରେ ଆପ୍ (AAP), ଏକ ଭାରତୀୟ ରାଜନୈତିକ ଦଳ ଯାହା ସାମାଜିକ କର୍ମୀ ଏବଂ ମ୍ୟାଗସେସେ ପୁରସ୍କାର ବିଜେତା ଅରବିନ୍ଦ କେଜ୍ରିୱାଲଆନ୍ନା ହଜାରେଙ୍କ ଲୋକପାଳ ଆନ୍ଦୋଳନ ସହ ଜଡିତ ଅନେକ ସହଯୋଗୀଙ୍କ ଦ୍ୱାରା ଗଠିତ ହୋଇଥିଲା । ଏହାର ଗଠନ ସମ୍ପର୍କିତ ଆଧିକାରିକ ଘୋଷଣା ୨୬ ନଭେମ୍ବର ୨୦୧୨ ରେ ଭାରତୀୟ ସମ୍ବିଧାନ ଅଧିନିୟମର ୬୩ତମ ବାର୍ଷିକୀ ଅବସରରେ ଦିଲ୍ଲୀର ଜନ୍ତର ମନ୍ତରରେ କରାଯାଇଥିଲା ।[୨୨]

ସନ ୨୦୧୧ ରେ “ଇଣ୍ଡିଆ ଏଗେନେଷ୍ଟ କରପ୍ସନ୍” ନାମକ ସଂଗଠନ ଅନ୍ନା ହଜାରେଙ୍କ ନେତୃତ୍ୱରେ ହୋଇଥିବା ଜନ ଲୋକପାଳ ଆନ୍ଦୋଳନ ସମୟରେ ଭାରତୀୟ ରାଜନୈତିକ ଦଳଗୁଡିକ ଦ୍ୱାରା ଜନସ୍ୱାର୍ଥ ପ୍ରତି ଅବହେଳା ଓ ଦୁର୍ନୀତି ବିରୋଧରେ ସ୍ୱର ଉଠାଇଥିଲା । ଆନ୍ନା ହଜାରେ ଚାହୁଁଥିଲେ ଯେ ଦୁର୍ନୀତି ବିରୋଧୀ ଜନ ଲୋକପାଳ ଆନ୍ଦୋଳନଟି ରାଜନୀତିରୁ ଅଲଗା ରହୁ, କିନ୍ତୁ ଅରବିନ୍ଦ କେଜରିୱାଲ ଓ ତାଙ୍କ ସହଯୋଗୀମାନଙ୍କର ମତ ଥିଲା ଯେ ଗୋଟିଏ ଦଳ ଗଠନ କରି ନିର୍ବାଚନ ଲଢ଼ାଯିବା ଉଚିତ । ଏହି ଉଦ୍ଦେଶ୍ୟ ନେଇ ଦଳ ପ୍ରଥମେ ଡିସେମ୍ବର ୨୦୧୩ ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ “ଝାଡ଼ୁ” ନିର୍ବାଚନୀ ଚିହ୍ନ ସହ ମଞ୍ଚରେ ଅବତରଣ କଲା ।[୨୩]

ଦଳଟି ୨୮ଟି ଆସନରେ ବିଜୟ ହାସଲ କରିଲା ଓ କଂଗ୍ରେସର ସମର୍ଥନରେ ଦିଲ୍ଲୀରେ ସରକାର ଗଠନ କଲା । ଅରବିନ୍ଦ କେଜରିୱାଲ ୨୮ ଡିସେମ୍ବର ୨୦୧୩ ରେ ଦିଲ୍ଲୀର ସପ୍ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ୪୯ ଦିନ ପରେ, ୧୪ ଫେବ୍ରୁଆରୀ ୨୦୧୪ ରେ ବିଧାନସଭାରେ ଜନ ଲୋକପାଳ ବିଲ୍ ପ୍ରସ୍ତୁତିକରଣର ପ୍ରସ୍ତାବକୁ ସମର୍ଥନ ନ ମିଳିବା ଦ୍ୱାରା ଅରବିନ୍ଦ କେଜରିୱାଲ ସରକାର ପଦତ୍ୟାଗ କଲେ । ପରବର୍ତ୍ତୀ ନିର୍ବାଚନରେ ଦଳ ସ୍ୱୟଂ ନିଜେ ନିର୍ବାଚନ ଲଢ଼ି ଶାସନରେ ଆସିଲା, କିନ୍ତୁ ଜନଲୋକପାଳ ଓ ତାହାର ଅଧିକାର ସମ୍ପର୍କରେ କୌଣସି ପଦକ୍ଷେପ ନେଇ ନଥିଲା । ତେବେ ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ଦଳ ୭୦ରୁ ୬୭ଟି ଆସନରେ ବିଜୟ ଲାଭ କରି ଦିଲ୍ଲୀରେ ସରକାର ଗଠନ କଲା ଏବଂ ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ।[୨୪]

ଇତିହାସ

[ସମ୍ପାଦନା]

ଆମ ଆଦମି ପାର୍ଟିର ଉତ୍ପତ୍ତି ସନ ୨୦୧୨ ରେ “ଇଣ୍ଡିଆ ଏଗେନେଷ୍ଟ କରପ୍ସନ୍” (ଭାରତୀୟ ଦୁର୍ନୀତି ବିରୋଧୀ ଆନ୍ଦୋଳନ) ଦ୍ୱାରା ଆନ୍ନା ହଜାରେଙ୍କ ନେତୃତ୍ୱରେ ହୋଇଥିବା ଜନ ଲୋକପାଳ ଆନ୍ଦୋଳନର ସମୟରେ ହୋଇଥିଲା । ଜନ ଲୋକପାଳ ଗଠନ ପ୍ରତି ଭାରତୀୟ ରାଜନୀତିକ ଦଳମାନଙ୍କ ଅବହେଳାପୂର୍ଣ୍ଣ ଆଚରଣ ଦେଖି ଏକ ରାଜନୀତିକ ବିକଳ୍ପ ଖୋଜିବା ଆବଶ୍ୟକ ହେଇପଡ଼ିଥିଲା । ଅନ୍ନା ହଜାରେ ଚାହୁଁଥିଲେ ଯେ ଆନ୍ଦୋଳନଟି ରାଜନୀତିରୁ ଅଲଗା ରହୁ, କିନ୍ତୁ ଅରବିନ୍ଦ କେଜରିୱାଲଙ୍କ ମତ ଥିଲା ଯେ ଆନ୍ଦୋଳନର ଲକ୍ଷ୍ୟ ପ୍ରାପ୍ତି ପାଇଁ ଗୋଟିଏ ଦଳ ଗଠନ କରି ନିର୍ବାଚନରେ ଅଂଶଗ୍ରହଣ କରିବା ଆବଶ୍ୟକ । ତାଙ୍କ ମତାନୁସାରେ ଆଲୋଚନା ମାଧ୍ୟମରେ ଜନ ଲୋକପାଳ ବିଲ୍ ପାସ୍ କରାଇବାର ଚେଷ୍ଟା ବ୍ୟର୍ଥ ହେଉଥିଲା । “ଇଣ୍ଡିଆ ଏଗେନେଷ୍ଟ କରପ୍ସନ୍” ଦ୍ୱାରା ସୋସିଆଲ ମିଡିଆରେ କରାଯାଇଥିବା ସର୍ବେକ୍ଷଣରେ ରାଜନୀତିରେ ଅଂଶଗ୍ରହଣ କରିବା ଭାବନାକୁ ବିଶାଳ ସମର୍ଥନ ମିଳିଥିଲା।[୨୫]

୧୯ ସେପ୍ଟେମ୍ବର ୨୦୧୨ ରେ ଆନ୍ନା ଓ ଅରବିନ୍ଦ ଏହି ନିଷ୍କର୍ଷରେ ପହଞ୍ଚିଲେ ଯେ ତାଙ୍କ ରାଜନୀତି ସମ୍ପର୍କୀୟ ମତଭେଦ ଦୂର କରିବା କଠିନ । ସେହିପାଇଁ ସମାନ ଲକ୍ଷ୍ୟ ଥିଲେ ମଧ୍ୟ ସେମାନେ ଭିନ୍ନ ପଥ ନେଲେ । ଜନ ଲୋକପାଳ ଆନ୍ଦୋଳନ ସହିତ ଜଡ଼ିତଥିବା ମନୀଷ ସିସୋଦିଆ, ପ୍ରଶାନ୍ତ ଭୂଷଣ ଓ ଯୋଗେନ୍ଦ୍ର ଯାଦବ ଆଦି ଅରବିନ୍ଦ କେଜରିୱାଲଙ୍କ ସହ ରହିଲେ, ଯେଉଁଠାରେ କିରଣ ବେଦୀ ଓ ସନ୍ତୋଷ ହେଗଡେ ଇତ୍ୟାଦି ଅନ୍ୟମାନେ ଆନ୍ନା ହଜାରେଙ୍କ ସହ ଏକମତ ହେଲେ ।

କେଜରିୱାଲ ୨ ଅକ୍ଟୋବର ୨୦୧୨ ରେ ଗୋଟିଏ ରାଜନୀତିକ ଦଳ ଗଠନର ଘୋଷଣା କଲେ । ଏହିପରି ଭାବେ, ଭାରତୀୟ ସଂବିଧାନ ଦିବସ ଅବସରରେ ୨୬ ନଭେମ୍ବର ୨୦୧୨ ରେ ଆଧିକାରିକ ଭାବେ “ଆମ ଆଦମି ପାର୍ଟି” (ଆପ) ର ଗଠନ ହେଲା ।[୨୬] ଆମ ଆଦମି ପାର୍ଟିର ଛାତ୍ର ଶାଖା “ଛାତ୍ର ଯୁବ ସଂଘର୍ଷ ସମିତି” (CYSS) ର ସ୍ଥାପନା ୯ ଏପ୍ରିଲ ୨୦୧୪ ରେ ହୋଇଥିଲା ।

୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ

[ସମ୍ପାଦନା]

୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳ ଅନୁସାରେ ଭୋଟ ଭାଗ ଶତକଡ଼ାରେ:

  • ଜାତୀୟ ଗଣତାନ୍ତ୍ରିକ ଜୋଟ (NDA): 47.1%
  • ଆମ ଆଦମି ପାର୍ଟି (AAP): 43.6%
  • ଭାରତୀୟ ଜାତୀୟ କଂଗ୍ରେସ (INC): 6.34%
  • ଅନ୍ୟମାନେ: 2.37%
  • NOTA (ଉପରୋକ୍ତ କୌଣସି ନୁହେଁ): 0.57%

ଗତ ଦଶ ବର୍ଷ ଧରି ଶାସନରେ ଥିବା ଆମ ଆଦମି ପାର୍ଟି ଏହି ନିର୍ବାଚନରେ ପରାଜିତ ହେଲା । ଦଳର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ସହିତ ଅନେକ ପ୍ରମୁଖ ନେତା ଓ ମନ୍ତ୍ରୀମଣ୍ଡଳ ସଦସ୍ୟ ଯଥା ମନୀଷ ସିସୋଦିଆ, ସତ୍ୟେନ୍ଦ୍ର କୁମାର ଜୈନ, ସୋମନାଥ ଭାରତୀ, ସୌରଭ ଭାରଦ୍ୱାଜ, ରାଖୀ ବିର୍ଲା ଓ ଦୁର୍ଗେଶ ପାଠକ ନିଜ ନିଜ ଆସନ ହାରିଗଲେ ।

ଆପ ମାତ୍ର ୨୨ଟି ଆସନ ଜିତିପାରିଲା, ଯାହା ଦିଲ୍ଲୀରେ ଦଳର ଏପର୍ଯ୍ୟନ୍ତର ସବୁଠାରୁ ଖରାପ ପରିଣାମ ଥିଲା ।[୨୭]

  1. "Party's Address on Website". Archived from the original on 6 April 2018. Retrieved 5 May 2018.
  2. "ASAP". 2025-05-20.
  3. "CYSS". Archived from the original on 26 June 2014.
  4. Our Bureau. "AAP to launch youth wing on Sept 27". Business Line. Archived from the original on 6 July 2023. Retrieved 21 September 2014.
  5. "Richa Pandey Mishra, President, AAP Mahila Shakti". Archived from the original on 5 August 2018. Retrieved 5 August 2018.
  6. "आप ने बनाई नई टीम मिला नया टास्क". 26 September 2017. Archived from the original on 8 May 2019. Retrieved 22 December 2017.
  7. "श्रमिक विकास संगठन का हस्ताक्षर अभियान शुरू". Archived from the original on 7 November 2017. Retrieved 22 December 2017.
  8. "श्रम विकास संगठन ने मांगों को लेकर हस्ताक्षर अभियान शुरू किया". 16 October 2016. Archived from the original on 16 October 2016. Retrieved 22 December 2017.
  9. "श्रमिकों के 14052 रुपए वेतन को दिल्ली सरकार ने दी मंजूरी". bhaskar.com. Archived from the original on 15 October 2022. Retrieved 4 October 2022.
  10. "Understanding the Social Content of the Aam Aadmi Party". Archived from the original on 27 November 2022. Retrieved 27 November 2022.
  11. "India ko no 1 banana hai'-how Kejriwal & AAP are playing the nationalism game this year". ThePrint. 14 August 2022. Archived from the original on 14 August 2022. Retrieved 17 May 2021.
  12. "Delhi Budget explained: Deshbhakti with 500 national flags, benefits for women and vision 2047". 10 March 2021. Archived from the original on 17 May 2021. Retrieved 17 May 2021.
  13. "अरविंद केजरीवाल ने इन 3 को बताया AAP की विचारधारा". 30 March 2022. Archived from the original on 1 April 2022. Retrieved 30 March 2022.
  14. "Kejriwal & AAP's Tryst With Hindutva – When Populism Trumps Ideology". 6 November 2021. Archived from the original on 1 January 2023. Retrieved 1 January 2023.
  15. Nikore, Mitali (15 January 2014), The populist politics of the Aam Aadmi Party, London School of Economics, archived from the original on 1 December 2016, retrieved 30 November 2016
  16. "Out of ideas, is AAP struggling to stay politically relevant?". 31 October 2022. Archived from the original on 13 November 2022. Retrieved 28 November 2022.
  17. "AAP's vision of secularism: Big on intention, weak on substance". 21 March 2014. Archived from the original on 28 April 2022. Retrieved 28 April 2022.
  18. Lakshmi, Rama (3 February 2020). "No soft Hindutva, no Left Revolution, Kejriwal establishing a new centre in Indian politics". ThePrint. Archived from the original on 23 October 2022. Retrieved 20 June 2024.
  19. Ali, Asmin (29 March 2022). "The rise of AAP and a central question". The Hindu. Archived from the original on 6 May 2022. Retrieved 20 June 2024.
  20. "Election Commission grants national party status to AAP Dated 10.04.2023". The Hindu. India. 2013. Archived from the original on 10 April 2023. Retrieved 10 April 2023.
  21. ଆଧାର ଭୁଲ: ଅଚଳ <ref> ଚିହ୍ନ; INDIA alliance ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  22. "Election Commission order: AAP gets national party tag; NCP, TMC, CPI lose status". The Indian Express (in ଇଂରାଜୀ). 2023-04-11. Retrieved 2025-10-27.
  23. "'Broom' is Aam Aadmi Party's election symbol". The Economic Times. 2013-07-31. ISSN 0013-0389. Retrieved 2025-10-27.
  24. "EC cracks whip as Delhi goes to polls". The Hindu (in Indian English). 2015-01-12. ISSN 0971-751X. Retrieved 2025-10-27.
  25. PTI (2012-11-24). "So what is the Aam Aadmi Party all about". India Today (in ଇଂରାଜୀ). Retrieved 2025-10-27.
  26. PTI (2012-09-19). "Anna Hazare tells Arvind Kejriwal not to use his name, photo for votes as they part ways". India Today (in ଇଂରାଜୀ). Retrieved 2025-10-27.
  27. "5 reasons why Arvind Kejriwal's AAP lost 2025 Delhi election and BJP returned to power after 27 years". Hindustan Times (in ଇଂରାଜୀ). 2025-02-08. Retrieved 2025-10-27.