ଆମୋଡିଆକୁଇନ/ସଲଫାଡୋକ୍ସିନ/ପାଇରିମେଥାମିନ
Combination of | |
---|---|
Amodiaquine | 4-Aminoquinolone[୧] |
Sulfadoxine | Sulphonamide[୧] |
Pyrimethamine | Diaminopyrimidine[୧] |
Clinical data | |
Trade names | Spaq-co;[୨] others |
ଆମୋଡିଆକୁଇନ/ସଲଫାଡୋକ୍ସିନ/ପାଇରିମେଥାମିନ ତିନୋଟି ଔଷଧର ମିଶ୍ରଣ ଯାହା ମ୍ୟାଲେରିଆ ପ୍ରତିଷେଧ ପାଇଁ ପ୍ରସ୍ତୁତ ହୋଇଛି ।[୩] [୧] ନିର୍ଦ୍ଦିଷ୍ଟ ଭାବରେ ଏହା ସବ-ସାହାରା ଆଫ୍ରିକାରେ ଏହା ୩ମାସରୁ ୫ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ଫାଲସିପାରମ୍ ମ୍ୟାଲେରିଆକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[୪] [୧] [୨] ଏହା ପାଟିରେ ଦିଆଯାଏ ।[୩] ୪ ମାସ ପର୍ଯ୍ୟନ୍ତ ପ୍ରତି ମାସରେ ଥରେ ତିନି ଦିନ ଦିଆଯାଏ ।[୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ପେଟ ଯନ୍ତ୍ରଣା, ତରଳ ଝାଡ଼ା, ମୁଣ୍ଡବିନ୍ଧା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୪] ଯକୃତ ସମସ୍ୟା ଏବଂ ଷ୍ଟିଭେନ୍- ନସନ ସିଣ୍ଡ୍ରୋମ ହୋଇପାରେ ।[୪] ଏହାକୁ ସଲଫାମେଟୋକ୍ସାଜୋଲ ସହିତ ଗ୍ରହଣ କରାଯିବା ଉଚିତ ନୁହେଁ ।[୪] ପ୍ରାକ୍ ଗର୍ଭାବସ୍ଥାରେ ପାଇରିମେଥାମାଇନ/ସଲଫାଡୋକ୍ସିନ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ; ଯଦିଓ ପରବର୍ତ୍ତୀ ଗର୍ଭଧାରଣରେ ବ୍ୟବହୃତ ହୋଇପାରେ ।[୪] ଏଥିରେ ଆମୋଡିଆକୁଇନ ବଟିକା ଥାଏ, ଯାହା ହେମ ଡିଟକ୍ସଫିକେସନ୍ ଅବରୋଧ କରିଥାଏ ଏବଂ ପାଇରିମେଥାମିନ/ ସଲଫାଡକ୍ସିନ ବଟିକା ଥାଏ ଯାହା ଡିହାଇଡ୍ରୋପ୍ଟେରୋଏଟ୍ ସିନ୍ଥେଜ ଏବଂ ପ୍ଲାଜ୍ମୋଡିଆଲ ଡାଇହାଇଡ୍ରୋଫୋଲେଟ୍ ରିଡକ୍ଟେଜ କୁ ଅବରୋଧ କରିଥାଏ ।[୪] [୧]
ଏହି ମିଶ୍ରଣ ୨୦୧୪ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରକ ଯୋଗ୍ୟତା ଭାବରେ ଗ୍ରହଣ କରାଯାଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୬] ୨୦୨୩ ସୁଦ୍ଧା ପଚାଶଟି ଶୃଙ୍ଖଳାର (କୋର୍ଷ) ମୂଲ୍ୟ ପ୍ରାୟ ୧୬ ଡଲାର ଥିଲା ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Amod 153mg+ SP 525mg disp tab/3+1/PAC-50". supply.unicef.org (in ଇଂରାଜୀ). Archived from the original on 26 March 2023. Retrieved 17 September 2023.
- ↑ ୨.୦ ୨.୧ "Amodiaquine (as hydrochloride) 76.5 mg Dispersible Tablets + Pyrimethamine/Sulfadoxine 12.5 mg/250 mg Tablets" (PDF). WHO. Archived (PDF) from the original on 19 September 2023. Retrieved 17 September 2023.
- ↑ ୩.୦ ୩.୧ "eEML - Electronic Essential Medicines List". list.essentialmeds.org. Archived from the original on 4 June 2023. Retrieved 16 September 2023.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "WHO-PQ RECOMMENDED SUMMARY OF PRODUCT CHARACTERISTICS" (PDF). WHO. Archived (PDF) from the original on 19 September 2023. Retrieved 17 September 2023.
- ↑ "First sulfadoxine/pyrimethamine + amodiaquine prequalified". WHO - Prequalification of Medical Products (IVDs, Medicines, Vaccines and Immunization Devices, Vector Control) (in ଇଂରାଜୀ). 20 October 2014. Archived from the original on 19 September 2023. Retrieved 18 September 2023.
- ↑ World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.