Jump to content

ଆଫାନ ଖାନ୍

ଉଇକିପିଡ଼ିଆ‌ରୁ
ଆଫାନ ଖାନ୍
ଜନ୍ମ
ଆଫାନ ଜମୀଲ ଖାନ୍

(2007-10-27) ୨୭ ଅକ୍ଟୋବର ୨୦୦୭ (ବୟସ ୧୭)
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୧୫–୨୦୧୮
ପ୍ରସିଦ୍ଧିପେହରାଦାର ପିୟା କୀ

ଆଫାନ ଖାନ୍ ଜଣେ ପ୍ରାକ୍ତନ ଭାରତୀୟ ଶିଶୁ ଅଭିନେତା ।[][] ସୋନି ଟିଭିରେ ପ୍ରସାରିତ ଧାରାବାହିକ ପେହରାଦାର ପିୟା କୀରେ ତାଙ୍କ ଅଭିନୀତ ଭୂମିକା ରତନ ମାନ ସିଂହ ଏବଂ କଲର୍ସ ଟିଭିର ଧାରାବାହିକ ରୂପ – ମର୍ଦ କା ନୟା ସ୍ୱରୂପରେ ତାଙ୍କ ଅଭିନୀତ ଭୂମିକା ରୂପ ପାଇଁ ସେ ଜଣାଶୁଣା ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଆଫାନ ୨୦୦୭ ମସିହାରେ ବାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜମୀଲ ଖାନ୍ ।[][]

ଅଭିନୟ ଜୀବନ

[ସମ୍ପାଦନା]

ଜଣେ ଶିଶୁ କଳାକାର ଭାବରେ ସେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିବା ପୂର୍ବରୁ ପେପ୍ସୋଡେଣ୍ଟ ପାଇଁ ଟିଭି ବିଜ୍ଞାପନରେ କାମ କରିଥିଲେ । ୨୦୧୫ ମସିହାରେ, ସେ ଡର୍ ସବ୍‌କୋ ଲଗ୍‌ତା ହୈ ଜରିଆରେ ଟେଲିଭିଜନରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ୩ୟ ଅଧ୍ୟାୟରେ ଦାନିଶ ଭୂମିକାରେ ଅଭିନୟ କରିଥିଲେ । ୨୦୧୭ ମସିହାରେ, ସେ ପେହରାଦାର୍ ପିୟା କୀରେ ରତନ ମାନ ସିଂହ ଭୂମିକାରେ କାମ କରିଥିଲେ ।[] ସେ ନେଟଫ୍ଲିକ୍ସ ୱେବ୍ ସିରିଜ୍ ସେକ୍ରେଡ୍ ଗେମ୍ସରେ ଯୁବ ସତରାଜ ସିଂହ ଭୂମିକାରେ ଅଭିନୟ କରିଥିଲେ । ୨୦୧୮ ମସିହାରେ, ସେ କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ରୂପ – ମର୍ଦ କା ନୟା ସ୍ୱରୂପରେ ରୂପ ଭୂମିକାରେ ଅଭିନୟ କରିଥିଲେ ।[]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ/ସିରିଜ୍ ଭୂମିକା ଚେନାଲ୍ ମନ୍ତବ୍ୟ
୨୦୧୫ ଡର୍ ସବ୍‌କୋ ଲଗ୍‌ତା ହୈ ଦାନିଶ ଆଣ୍ଡ ଟିଭି ୩ୟ ଅଧ୍ୟାୟ
୨୦୧୭ ପେହରାଦାର ପିୟା କୀ ରତନ ସିଂହ (ବାଳକ) ସୋନି ଟିଭି
୨୦୧୮ ରୂପ – ମର୍ଦ କା ନୟା ସ୍ୱରୂପ ରୂପ କଲର୍ସ ଟିଭି
ସେକ୍ରେଡ ଗେମ୍ସ ଯୁବ ସତରାଜ ସିଂହ ନେଟଫ୍ଲିକ୍ସ
  1. "Serial aur Cinema: Watch interview of child actor Affan khan". News Nation. September 11, 2017. Archived from the original on June 6, 2018.
  2. "I want to be multifaceted like jack of all trades, says Affan". The Hitavada. August 6, 2017. Archived from the original on 6 August 2017. Retrieved 6 June 2018.
  3. "I address Tejaswi as 'Diya' even off screen: Afaan Khan of Pehredar Piya Ki". The Times of India. July 10, 2017. Archived from the original on July 16, 2017.
  4. "Afaan Khan enjoy EsselWorld with E24". E24 (TV channel). November 14, 2017. Archived from the original on June 6, 2018.
  5. "Serial Aur Cinema: Child artist Afaan Khan introduces us to his family". News Nation. October 6, 2017. Archived from the original on June 6, 2018.
  6. "First look of Pehredaar Piya Ki starring Tejaswi Prakash and Afaan Khan is OUT – view pics". Bollywood life. August 24, 2017. Archived from the original on November 12, 2017.
  7. "Pehredaar Piya Ki's child star Affan Khan returns to TV with a show that questions gender stereotypes". India Today. May 21, 2018. Archived from the original on May 23, 2018.

ବାହାର ଲିଙ୍କ୍

[ସମ୍ପାଦନା]